ନୂଆ ରୂପ ପାଇବ ଫିଶେରି, ସ୍ପ୍ରିଙ୍ଗ ଟ୍ୟାଙ୍କ୍‌

ଭୁବନେଶ୍ୱର, ୨୫।୪ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଏକାମ୍ର ହଲରେ ‘ଆମ ପୋଖରୀ’ ସମ୍ପର୍କିତ ଏକ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେୟର ସୁଲୋଚନା ଦାସ ଅଧ୍ୟକ୍ଷତା କରି ‘ଜଳାଶୟ ଆମ ଐତିହ୍ୟର ଅଙ୍ଗ, ଏହାର ସୁରକ୍ଷା ଆମର ଦାୟିତ୍ୱ’ ବୋଲି କହିଥିଲେ। ଜଳାଶୟଗୁଡିକ ଅତୀତରେ ପ୍ରାକୃତିକ କିମ୍ବା ସ୍ଥାନୀୟ ଲୋକ ବା ସରକାରଙ୍କ ଦ୍ୱାରା ଖୋଳା ଯାଇଥିଲା। ଏହି ଜଳାଶୟଗୁଡିକର ଜଳ ଲୋକଙ୍କ ବହୁବିଧ କାର୍ଯ୍ୟରେ ଲାଗୁଥିଲା। ମାତ୍ର ଏବେ ଜଳାଶୟଗୁଡିକ ପୋତିହେବା ସହ ପଙ୍କ ଓ ଦଳରେ ପୂର୍ଣ୍ଣ ହୋଇ ରହିଛି। ସେଥିରୁ ଦୁର୍ଗନ୍ଧ ବାହାରିବା ସହ ମଶା ଓ ମାଛି ବଂଶ ବୃଦ୍ଧିର କାରଣ ପାଲଟିଛି। ଦ୍ରୁତ ସହରୀକରଣ ଯୋଗୁ ଏହି ଜଳାଶୟଗୁଡିକ ଆଜି ବିପଦରେ ଏବଂ ମାନବ ସମାଜ ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସରକାରଙ୍କ ପକ୍ଷରୁ ଏଥିପାଇଁ ବ୍ୟଗ୍ରତା ପ୍ରକାଶ ପାଇବା ସହ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଆମ ପୋଖରୀ’ ହାତକୁ ନିଆଯାଇଛି ବୋଲି ମେୟର କହିଥିଲେ। ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ଆମ ପୋଖରୀ ଯୋଜନାରେ ସମୁଦାୟ ୩୯ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯାଇଛି ବୋଲି କହିଥିଲେ। ଏଥିରେ ପ୍ରଥମତଃ ୨ଟି ମୁଖ୍ୟ ପ୍ରକଳ୍ପ ଫିଶେରି ଟ୍ୟାଙ୍କ ଲକ୍ଷ୍ମୀସାଗର ଏବଂ ଝରଣା ପୋଖରୀ (ସ୍ପ୍ରିଙ୍ଗ ଟ୍ୟାଙ୍କ) ଡ୍ରେନ୍‌ ନମ୍ବର ୭ର କାର୍ଯ୍ୟ କରାଯିବ। ଏହାର ନବୀକରଣ କରାଯାଇ ଏହି ସ୍ଥାନକୁ ସହରର ସୌନ୍ଦର୍ଯ୍ୟକରଣ ଏବଂ ପରିବେଶ ଉତ୍‌ଥାନକୁ ନିଶ୍ଚିତ କରାଯିବ। ସରକାରୀ ନିୟମ ଏବଂ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷାକରି ଯେପରି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ, ସେ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ ତଥା ସ୍ବତନ୍ତ୍ର ସଚିବ ଡ. ଭକ୍ତକବି ଦାସ ତାଲିମ ଦେଇଥିଲେ।
ଲକ୍ଷ୍ମୀସାଗର ଅନ୍ତର୍ଗତ ଫିଶେରି ଟ୍ୟାଙ୍କ ପାଇଁ ମୋଟ ୨୪ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଚୟନ କରାଯାଇଥିବାବେଳେ ସ୍ପ୍ରିଙ୍ଗ ଟ୍ୟାଙ୍କ ପାଇଁ ୧୫ ଗୋଷ୍ଠୀଙ୍କୁ ଚୟନ କରାଯାଇଛି। ସେମାନେ ଏହି ଦୁଇଟି ପ୍ରକଳ୍ପର ପୁନଃ ନବୀକରଣ ବା ପାଣି ନିଷ୍କାସନ, ଦଳ ଓ ପଙ୍କୋଦ୍ଧାର କରିବା, ନିକଟରେ ଜଗିଙ୍ଗ ଟ୍ରାକ ନିର୍ମାଣ, ପିଲାମାନଙ୍କ ପାର୍କ, ସବୁଜୀକରଣ ପାଇଁ ବୃକ୍ଷ ରୋପଣ, ପାଣି ଯାତାୟାତ ପାଇଁ ବ୍ୟବସ୍ଥା ଆଦି କରିବେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ମଞ୍ଜୁଲତା କଅଁର, ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ, ଡେପୁଟି କମିଶନର ମନୋରଞ୍ଜନ ସାହୁ, ସିଟି ଇଂଜିନିୟର ଅରୁଣ କୁମାର ନାୟକ, କର୍ପୋରେଟର ଭରତ କୁମାର ଲେଙ୍କା, ଶ୍ରୀଧର ବେହେରା ପ୍ରମୁଖ ଯୋଗଦେଇଥିଲେ। ଏଥିରେ ୩୯ଟି ଏସ୍‌ଏଚ୍‌ଜିର ୧୬୦ ଜଣ ମହିଳା ତାଲିମ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…

ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri