ଲୁଣାନଦୀ ଶଯ୍ୟାରେ ଖୋଳା ହେଉଛି କେନାଲ

କେନ୍ଦ୍ରାପଡ଼ା,୮ା୧୨ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମଧ୍ୟରେ ପ୍ରବାହିତ ଲୁଣା ନଦୀର ଜଳସ୍ତର କମିବାରେ ଲାଗିଛି। କଳପଡ଼ାସ୍ଥିତ ଇନ୍‌ଟେକ ଫିଡର ନିକଟରେ ନଭେମ୍ବରଠାରୁ ଜଳସ୍ତର ନାହିଁ। ଏଥିପାଇଁ ଲୁଣା ନଦୀ ଗର୍ଭରେ ୭୦୦ ମିଟର ଲମ୍ବ, ୨୫ ଫୁଟ ଚଉଡ଼ା ଓ ୧୦ ଫୁଟ ଗଭୀରରେ ଏକ କେନାଲ ଖୋଳାଯାଉଛି। ଏଥିରେ କେନ୍ଦ୍ରାପଡ଼ା ପୌରାଞ୍ଚଳର ପିଇବା ପାଣି ସମସ୍ୟାର ସମାଧାନ ହେବ ବୋଲି ସ୍ଥାନୀୟ ଜନସ୍ବାସ୍ଥ୍ୟ ବିଭାଗ ଆଶା ରଖିଛନ୍ତି। ଅପରପକ୍ଷରେ ଲୁଣା ନଦୀର ଜଳସ୍ତର ଦ୍ରୁତଗତିରେ ହ୍ରାସ ହେଉଛି। ଫଳରେ ପାନୀୟ ଜଳ ସମସ୍ୟା ସହିତ ଅବବାହିକାରେ ଥିବା ଚାଷଜମି ପଡ଼ିଆ ପଡ଼ିବା ଆଶଙ୍କା ଦେଖାଦେଇଛି। ସେହିପରି ଲୁଣା ନଦୀରୁ ବେଆଇନ ଭାବେ ବାଲି ଉଠା ଯାଉଥିବାରୁ ନଦୀପଥର ପରିବର୍ତ୍ତନ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି। ଜିଲାରେ ପ୍ରବାହିତ ନଦୀଗୁଡ଼ିକର ସଂଯୋଗୀକରଣ ପରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
କେନ୍ଦ୍ରାପଡ଼ା ସହରସ୍ଥ ଖଡ଼ଇଙ୍ଗର କ୍ଷିତୀଶ କୁମାର ସିଂହ କହିଛନ୍ତି, ସହରକୁ ପାଣି ଯୋଗାଣ ପାଇଁ ପିଏଚଡି ଓ ଜଳ ସମ୍ପଦ ବିଭାଗର ସମନ୍ବୟରେ ଲୁଣା ନଦୀର କଳପଡ଼ାଠାରୁ ପାଣି ଉଠାଯାଉଛି। ତେବେ ଅକ୍ଟୋବରରୁ ନଦୀର ପମ୍ପ ହାଉସ ପାଖ ଶୁଖିଲା ପଡ଼ିଛି। ଏଥିପାଇଁ ପ୍ରଥମେ ଏକ ୧୫୦ ମିଟରର ନାଳି ଖୋଳା ଯାଇ ପମ୍ପ ହାଉସ ନିକଟକୁ ପାଣି ଅଣା ଯାଉଥିଲା। ଏହି ନାଳି ଏବେ ଶୁଖିଲା ଅବସ୍ଥାକୁ ଆସିଛି। ଏପରିସ୍ଥିତି ରହିଲେ ଖରାଦିନେ ସହରକୁ ଜଳ ଯୋଗାଣ ବନ୍ଦ ହୋଇଯିବ। ବୁଦ୍ଧିଜୀବୀ ସନ୍ତୋଷ କୁମାର ପଣ୍ଡା କହିଛନ୍ତି, ପଡ଼ାଗୟାସପୁର, ଗୟାସପୁର, ଥାଉରୀ, ଚଢ଼େଇଗୁଆଁ, ରାଜଗଡ଼, ଅଙ୍ଗୁଳାଇ ଆଦି ସ୍ଥାନରେ ଲୁଣାନଦୀର ଚେକଡ୍ୟାମ ହୋଇଛି। ପାନୀୟ ଜଳ ଯୋଗାଣ ସହ ଚାଷ କାର୍ଯ୍ୟ ପାଇଁ ଜଳ ଯୋଗାଣ ହେବା କଥା। ତେବେ ଶୀତଦିନରେ ଲୁଣା ନଦୀ ଜଳସ୍ତର ହ୍ରାସ ପାଇଥିବାରୁ ପ୍ରାୟ ୧୦ ହଜାର ହେକ୍ଟର ଜମି ପଡ଼ିଆ ପଡ଼ିବ ବୋଲି ଆକଳନ କରାଯାଉଛି। ପୂର୍ବତନ ଜିଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ଲୁଣା ନଦୀ କେନ୍ଦ୍ରାପଡ଼ା ମଧ୍ୟ ଦେଇ ପ୍ରବାହିତ ହେଉଛି। ନଦୀର ଲମ୍ବ ୭୩ କିଲୋମିଟର ହୋଇଥିବା ବେଳେ ବ୍ରିଟିଶ ଶାସନ ସମୟରେ ଏହି ବାଟ ଦେଇ ନୌବାଣିଜ୍ୟ ହେଉଥିଲା। ତେବେ ଏହାର ରକ୍ଷଣାବେକ୍ଷଣ ଅଭାବ, ବେଆଇନ ବାଲି ଓ ମାଟି ଉଠାଣ, ଜବରଦଖଲ ହେତୁ ଏବେ ନଦୀର ଗତିପଥ ପରିବର୍ତ୍ତନ ହୋଇଛି। ଏହି ଜିଲାର ଅଧିବାସୀ ଚାଷ ଉପରେ ନିର୍ଭରଶୀଳ ହୋଇଥିବା ବେଳେ ୧୫,୮୫୦ ହେକ୍ଟର ଚାଷ ଜମିରେ ଉଦ୍‌ବୃତ୍ତ ଜଳର ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ସେହିପରି ଜିଲାର ୩୨,୩୫୦ ହେକ୍ଟର ଚାଷଜମି ଲୁଣା। ଏଥିସହ ବର୍ଷାଦିନେ ୩୪,୯୫୨ ହେକ୍ଟର ଜମିରେ ବନ୍ୟା ଜଳ ମାଡ଼ିଯାଉଛି। ଜିଲାର ୮୪,୯୧୦ ହେକ୍ଟର ଜମିକୁ ମରୁଡ଼ି ଅଞ୍ଚଳ ଘୋଷଣା କରାଯାଇଛି। ନଦୀ ଓ ମୁଖ୍ୟ କେନାଲଗୁଡ଼ିକର ଜଳ ପରିଚାଳନା ପାଇଁ ଜିଲା ପରିଷଦରେ ବାରମ୍ବାର ଦାବି ସତ୍ତ୍ୱେ କୌଣସି ସୁଫଳ ମିଳିଲା ନାହିଁ। ସାମାଜିକ କର୍ମୀ ପ୍ରତାପ କୁମାର ତ୍ରିପାଠୀ କହିଛନ୍ତି, ଲୁଣା ନଦୀର ଜଳସେଚନ ଫଳରେ ଜିଲାରେ ଧାନ ସହ ରବି ଫସଲ ଓ ନଳିତା, ବାଦାମ ଆଖୁ ପରି ଅର୍ଥକରୀ ଫସଲ, ପନିପରିବା ଚାଷ ହେଉଥିଲା। ତେବେ କିଛିବର୍ଷ ଧରି ଏହି ନଦୀର ଜଳସ୍ତର କମିବାରେ ଲାଗିଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ବନ୍ଧ ନିର୍ମାଣ ଫଳରେ ଏପରି ସ୍ଥିତି ଉପୁଜିଛି। କୃଷକ ନେତା ବିଧୁଭୂଷଣ ମହାପାତ୍ର କହିଛନ୍ତି, ଜିଲାରେ ୭ ନଦୀ ପ୍ରବାହିତ ହେଉଛି। ଏହି ନଦୀଗୁଡିକୁ ସଂଯୋଗୀକରଣ କରାଯାଇ ବିଭିନ୍ନ ସ୍ଥାନରେ ବ୍ୟାରେଜ ନିର୍ମାଣ କରାଗଲେ ଜିଲାର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ହୋଇପାରନ୍ତା। ଏ ନେଇ ପ୍ରଶାସକ ଓ ସ୍ଥାନୀୟ ରାଜନେତା କୌଣସି ପଦକ୍ଷେପ ନେଉନାହାନ୍ତି। ଆଗାମୀଦିନରେ ଚାଷ ସହ ପାନୀୟ ଜଳ ଜିଲା ପାଇଁ ସମସ୍ୟା ସୃଷ୍ଟି କରିବ। ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଲୁଣା ନଦୀର ଉନ୍ନତୀକରଣ ପାଇଁ ବିଭିନ୍ନ ଯୋଜନା ଚାଲୁ ରହିଛି। ଏହି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଆର୍ଥିକ ଅନୁଦାନ ଆସିଛି। ଖୁବ୍‌ଶୀଘ୍ର ଜିଲାବାସୀ ଏହାର ସୁଫଳ ପାଇବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri