ପରଜଙ୍ଗ,୫ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ଭାଲୁମୁଣ୍ଡା-ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର କୁମୁସିସ୍ଥିତ ମାଧିଆ ରଗୁଡ଼ି ପାଖରେ ଅନୁଗୋଳରୁ ପଣ୍ଡୁଆ ଯାଉଥିବା ସୋନି ନାମକ ଏକ ଘରୋଇ ବସ୍ ସାମ୍ନାପଟୁ ଆସୁଥିବା ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବାଇକ୍ଆରୋହୀ କୁମୁସି ଗ୍ରାମର ମନୋଜ କୁମାର ସେଠୀ (୪୦)ଙ୍କ ଜୀବନ ଚାଲି ଯାଇଥିଲା। ସାନ୍ଦା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ଥାଉକି, କୁମୁସି ଗ୍ରାମରେ ଯାତ୍ରା ଥିବାରୁ ଭଉଣୀକୁ ଯାତ୍ରା ଦେଖି ଆସିବାକୁ ଡାକିବାକୁ ଯିବାବେଳେ ବାଟରେ ଛକିଥିଲା ଯମ। ନେଇଗଲା ଭାଇଙ୍କ ଜୀବନ। ମନୋଜଙ୍କ ବିୟୋଗରେ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି।

