ନେହେରୁ, ମାଉଣ୍ଟବେଟେନ୍‌ଙ୍କ ଡାଏରୀ ପ୍ରକାଶନ ଉପରେ ରୋକ

ଲଣ୍ଡନ, ୧।୫: ଭାରତର ଶେଷ ଭାଇସ୍‌ରଏ ଲର୍ଡ ମାଉଣ୍ଟବ୍ୟାଟେନ, ସ୍ତ୍ରୀ ଏଡ୍‌ଓ୍ବିନା ଏବଂ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ବ୍ୟକ୍ତିଗତ ଡାଏରୀ ଓ ଚିଠିକୁ ସର୍ବସାଧାରଣରେ ପ୍ରକାଶ ଉପରେ ବ୍ରିଟେନ୍‌ର ଏକ ଟ୍ରିବ୍ୟୁନାଲ କୋର୍ଟ ରୋକ ଲଗାଇଛନ୍ତି। ବ୍ରିଟେନ୍‌ର ସାଉଥହାମ୍ପଟନ୍‌ ୟୁନିଭର୍ସିଟି ନିକଟରେ ନେହେରୁ-ଏଡ୍‌ଓ୍ବିନାଙ୍କ ଚିଠି ଥିଲେ ମଧ୍ୟ ଏହା ଉପରେ ମାଲିକାନା ଜାହିର କରିପାରିବ ନାହିଁ ବୋଲି ଟ୍ରିବ୍ୟୁନାଲ କହିଛନ୍ତି। ୧୯୩୦ ଦଶକରୁ ଡାଏରୀ ଏବଂ ଚିଠିର କିଛି ଅଂଶ ଏଡିଟ୍‌ କରାଯାଇଥିବାବେଳେ ଏହାର ପ୍ରକାଶନକୁ ନେଇ ବ୍ରିଟେନର ପ୍ରଥମ ଟାୟର (ସୂଚନା ଅଧିକାର) ଆବେଦନ ଉପରେ ଜଷ୍ଟିସ୍‌ ସୋଫି ବକଲେ ଅଧ୍ୟକ୍ଷତା କରି ଏହି ରାୟ ଦେଇଛନ୍ତି। ଲେଡି ମାଉଣ୍ଟବେଟେନ୍‌ ଏବଂ ନେହେରୁଙ୍କ ମଧ୍ୟରେ ଅଦଳବଦଳ ହୋଇଥିବା ଚିଠିକୁ ବ୍ରିଟିଶ ଲେଖକଙ୍କୁ ଦେବାକୁ ଟ୍ରିବ୍ୟୁନାଲ ମନା କରି ଦେଇଛନ୍ତି।

ବ୍ରିଟିଶ ଲେଖକ ଆଣ୍ଡ୍ରିୟୁ ଲାଉନି ବ୍ରିଟିଶ କୋର୍ଟରୁ ଲର୍ଡ ମାଉଣ୍ଟବ୍ୟାଟେନ୍‌ ଏବଂ ଲେଡି ମାଉଣ୍ଟବ୍ୟାଟେନ୍‌ଙ୍କ ବ୍ୟକ୍ତିଗତ ଡାଏରୀ ସହ ଏଡୱିନା ଏବଂ ଜବାହରଲାଲ ନେହେରୁଙ୍କ ମଧ୍ୟରେ ଲେଖାଯାଇଥିବା ଚିଠିଗୁଡ଼ିକୁ ରିଲିଜ କରିବା ନିମନ୍ତେ ଅଦାଲତରେ ନିବେଦନ କରିଥିଲେ। ଏହି କାଗଜପତ୍ରରେ ଭାରତ ବିଭାଜନବେଳର ତଥ୍ୟ ସମେତ ବ୍ରିଟିଶ-ଭାରତ ଇତିହାସର ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଛି।

ସାଉଥହାମ୍ପଟନ୍‌ ୟୁନିଭର୍ସିଟି ୨.୮ ନିୟୁତ ପାଉଣ୍ଡ ପବ୍ଲିକ୍‌ ଫଣ୍ଡ ଦ୍ୱାରା ବ୍ରଡ୍‌ଲ୍ୟାଣ୍ଡ ଆର୍କାଇଭ୍‌କୁ ମାଉଣ୍ଟବ୍ୟାଟେନ୍‌ଙ୍କ ପରିବାରଠାରୁ କିଣିଥିଲା। ଏହି ଦସ୍ତାବିଜ୍‌ଗୁଡ଼ିକୁ ସର୍ବସାଧାରଣରେ ପ୍ରକଶ କରିବା ୟନିଭର୍ସିଟିର ଉଦ୍ଦେଶ୍ୟ ଥିଲା। ପରେ କ୍ୟାବିନେଟ୍‌ ଅଫିସ୍‌ ଅଧିକାରୀଙ୍କୁ ତାହା ହସ୍ତାନ୍ତର କରିଥିଲା। ୨୦୧୯ରେ ଇନ୍‌ଫର୍ମେଶନ କମିଶନର ଅଫିସ୍‌ (ଆଇସିଓ) ଲୁଇନ୍‌ଙ୍କ ସପକ୍ଷରେ ଯାଇ ବ୍ରଡଲ୍ୟାଣ୍ଡ ଆର୍କାଇଭ୍‌ର ରିଲିଜ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ପ୍ରଥମ ଟାୟର ଟ୍ରିବ୍ୟୁନାଲରେ ଚ୍ୟାଲେଞ୍ଜ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ନିଆଁ ଲାଗିଯିବା ଗୁଜବ ପରେ ଚଳନ୍ତା ଗାଡ଼ିରୁ ଡେଇଁଲେ ଯାତ୍ରୀ! ଏହି ସମୟରେ ପିଟିଦେଲା ଅନ୍ୟ ଏକ ଟ୍ରେନ, ୮ମୃତ

ଭୋପାଳ,୧୪।୬: ମଧ୍ୟପ୍ରଦେଶର ମୋରେନାରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ ଲାଗିବାର ଗୁଜବ ଶୁଣି ଯାତ୍ରୀମାନେ ଟ୍ରେନରୁ ଡେଇଁ ପଡ଼ିଥିଲେ…

ଚାମେଲି ଓଝାଙ୍କ ସମର୍ଥନରେ ବେତାଳିଗାଁ ବଜାରରେ ବିଶାଳ ପ୍ରତିବାଦ ସଭା, ଗର୍ଜିଲେ ଜନସାଧାରଣ

ତିହିଡ଼ି,୧୪।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବେତାଳିଗାଁ ବଜାରଠାରେ ପାଳାସାହି ଗ୍ରାମପଞ୍ଚାୟତ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡା…

ଶୌଚ ହେବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ବୃଦ୍ଧ, କଚାଡ଼ି ମାରିଦେଲା

ମୋରଡା,୧୪।୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକରେ ବର୍ଷ ତମାମ ହାତୀ ଉପଦ୍ରଵ ଲାଗି ରହିଥିବା ବେଳେ ଦିନକୁ ଦିନ ଧନଜୀବନ କ୍ଷୟକ୍ଷତି ବୃଦ୍ଧି ପାଉଥିବାର ଦେଖିବାକୁ…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

କୁଆଁରମୁଣ୍ଡା,୧୪।୬(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଦୁମକିଶିହିରିଆ ଗ୍ରାମ ନିକଟସ୍ଥ ଏକ ପୋଖରୀରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

‘ମୋତେ ମୋ ପ୍ରେମିକର କର୍ତ୍ତବ୍ୟ ମଧ୍ୟ ପାଳନ କରିବାକୁ ପଡିବ…’ କାହିଁକି ଏମିତି କହିଲେ ଜଷ୍ଟିନ ଟ୍ରୁଡୋ? ଜାଣନ୍ତୁ ଏହା ପଛର ରହସ୍ୟ

ଓଟାଓ୍ବା,୧୪।୬: ପୂର୍ବତନ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବର୍ତ୍ତମାନ ତାଙ୍କ ପ୍ରେମ ଜୀବନ ଏବଂ ଫିଫା ବିଶ୍ୱକପ 2026 ପାଇଁ ଖବରରେ ଅଛନ୍ତି। ବିଶ୍ୱକପ ଉଦଘାଟନୀ ଦିନରେ…

ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା, ହେଜବୋଲା ଉପରେ ଆକ୍ରମଣ କଲା ଇସ୍ରାଏଲ

ଜେରୁଜେଲମ,୧୪।୬: ଯେତେବେଳେ ଆମେରିକା ଏବଂ ଇରାନ ଶାନ୍ତି ଆଲୋଚନା ବିଷୟରେ ଦାବି କରୁଛନ୍ତି, ସେତେବେଳେ ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ଇସ୍ରାଏଲ ହେଜବୋଲା ପଦାଧିକାରୀମାନଙ୍କ ଉପରେ…

ଦିଦିଙ୍କ ହାତରୁ ଗଲା ଟିଏମସି? କାକୋଲି କହିଲେ, ‘ନୂଆ ଦଳ ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିବୁ’

କୋଲକାତା,୧୪।୬: ୧୫ ବର୍ଷ ଧରି ପଶ୍ଚିମବଙ୍ଗରେ ଶାସନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ତାଙ୍କ ଦଳ ତୃଣମୂଳ କଂଗ୍ରେସକୁ ହରାଉଥିବା ଜଣାପଡ଼ିଛି। ୨୦ ରୁ…

ପହିଲି ରଜରେ ଅଘଟଣ: ବଜ୍ରପାତରେ ଚାଲିଗଲା ବାପା-ମା’ଙ୍କର ଏକମାତ୍ର ପୁଅର ଜୀବନ

ରାଜନଗର,୧୪ା୬(ଭାସ୍କର ରାଉତରାୟ): ପହିଲି ରଜରେ ଅଘଟଣ। ବଜ୍ରପାତରେ ଚାଲିଗଲା ବାପା-ମା’ଙ୍କର ଏକମାତ୍ର ପୁଅର ଜୀବନ। ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଘଡ଼ିଆମାଳ ଗାଁର ଦୈତାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri