Posted inଜାତୀୟ

ସବ୍‌ସିଡି ସାର ପାଇଁ ଗୋଟିଏ ବ୍ରାଣ୍ଡ୍‌ ‘ଭାରତ’

ନୂଆଦିଲ୍ଲୀ,୧୮।୧୦ : ଗୋଟିଏ ରାଷ୍ଟ୍ର ଗୋଟିଏ ସାର ଯୋଜନାର ଅଂଶବିଶେଷ ସ୍ବରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ୟୁରିଆ ସାରର ଗୋଟିଏ ବ୍ରାଣ୍ଡ ‘ଭାରତ’ର ଶୁଭାରମ୍ଭ କରିଛନ୍ତି। ଏହି ବ୍ରାଣ୍ଡ୍‌ରେ ସମସ୍ତ ସବ୍‌ସିଡିଯୁକ୍ତ ୟୁରିଆ ସାର ଉପଲବ୍ଧ ହେବ। ଏଥିସହିତ ପ୍ରଧାନମନ୍ତ୍ରୀ ୬୦୦ କିଷାନ ସମୃଦ୍ଧି କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି। ଏହି ଦୁଇଟି ସଂସ୍କାର ସାର ଉପଲବ୍ଧତା ଓ ମାନ ବଢ଼ାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପିଏମ୍‌ କିଷାନ ସମ୍ମାନ ସମ୍ମିଳନୀ ୨୦୨୨ ଅବସରରେ ମୋଦି ଅନ୍ତର୍ଜାତୀୟ ସାପ୍ତାହିକ ସାର ଇ-ମାଗାଜିନ ‘ଇଣ୍ଡିଆ ଏଜ୍‌’ ଉଦ୍‌ଘାଟନ କରିଥିଲେ। କୃଷି ଓ ସାର ମନ୍ତ୍ରଣାଳୟ ଦ୍ୱାରା ମିଳିତ ଭାବେ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା। କେନ୍ଦ୍ର ସରକାର ନୂଆ ଯୋଜନା ‘ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଉର୍ବରକ ପରିଯୋଜନା-ଓ୍ବାନ୍‌ ନେଶନ ଓ୍ବାନ୍‌ ଫର୍ଟିଲାଇଜର(ଓଏନ୍‌ଓଏଫ୍‌) ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଗୋଟିଏ ବ୍ରାଣ୍ଡ ‘ଭାରତ’ରେ କମ୍ପାନୀଗୁଡ଼ିକ ସମସ୍ତ ସବ୍‌ସିଡିଯୁକ୍ତ ସାର ବିପଣନ କରିବାକୁ ବାଧ୍ୟ। କେଉଁ ବ୍ରାଣ୍ଡ୍‌ର ସାର ଭଲ ଓ ମାଟିକୁ ଉପଯୁକ୍ତ ଉର୍ବରତା ଦେଇପାରିବ, ତାହା ଜାଣି ନ ପାରି ଚାଷୀମାନେ ଦ୍ୱନ୍ଦ୍ୱରେ ପଡ଼ୁଥିଲେ। କାରଣ ବ୍ୟବସାୟୀମାନେ ଅଧିକ କମିଶନ ପାଉଥିବା ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍‌ର ସାରକୁ ସେମାନଙ୍କୁ ନେବା ପାଇଁ ପ୍ରବର୍ତ୍ତାଉଥିଲେ। କମ୍ପାନୀଗୁଡ଼ିକ ସେମାନଙ୍କ ଉତ୍ପାଦିତ ସାରର ବିକ୍ରି ବୃଦ୍ଧି ଲାଗି ଆକର୍ଷଣୀୟ ବିଜ୍ଞାପନ ଦେଉଥିଲେ। ଓଏନ୍‌ଓଏଫ୍‌ରେ ଏହି ସମସ୍ୟାର ସମାଧାନ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଗୋଟିଏ ବ୍ରାଣ୍ଡ୍‌ ଏବଂ ଗୋଟିଏ ମାନର ୟୁରିଆ ସାର ‘ଭାରତ’ ବ୍ରାଣ୍ଡ୍‌ ନାମରେ ସାରା ଦେଶରେ ଉପଲବ୍ଧ ହେବ। ଫଳରେ କମ୍ପାନୀଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହ୍ରାସ ପାଇବ।
ସେହିପରି ଉଦ୍‌ଘାଟିତ ହୋଇଥିବା ୬୦୦ ପିଏମ୍‌ କିଷାନ ସମୃଦ୍ଧି କେନ୍ଦ୍ର ଓ୍ବାନ୍‌-ଷ୍ଟପ୍‌-ଶପ୍‌ ଭାବେ କାର୍ଯ୍ୟ କରିବ। ଏହା କୃଷକମାନଙ୍କୁ ବହୁବିଧ ସେବା ଯୋଗାଇଦେବ। ଏହା କେବଳ ସାର,ବିହନ ଓ କୃଷି ଯନ୍ତ୍ରପାତି ଯୋଗାଇବ ନାହିଁ, ଏଥିସହିତ ମୃତ୍ତିକା, ବିହନ ଓ ସାର ପରୀକ୍ଷା ପାଇଁ ଗବେଷଣାଗାର ଯୋଗାଇଦେବ। ଏଥିସହିତ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ଥିବା ୩.୨୫ ଲକ୍ଷ ଖୁଚୁରା ସାର ଦୋକାନ ପିଏମ୍‌-କେଏସ୍‌କେରେ ପରିବର୍ତ୍ତନ ହେବ। ଏହି ଅବସରରେ ସାରରେ ଆତ୍ମନିର୍ଭର ହେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
କେନ୍ଦ୍ର ସରକାର ସାର ଉପରେ ୯୦ ପ୍ରତିଶତ ସବ୍‌ସିଡି ଦେଉଛନ୍ତି। ଅର୍ଥାତ୍‌ ୭୫ରୁ ୮୦ ଟଙ୍କାରେ ୟୁରିଆ କିଣାଯାଉଥିବାବେଳେ ଚାଷୀମାନଙ୍କୁ ମାତ୍ର ୬ ଟଙ୍କାରେ ଯୋଗାଇ ଦିଆଯାଉଛି। ସାର ସବ୍‌ସିଡି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା କରିବା ପାଇଁ ସରକାର ପ୍ରସ୍ତୁତି ଚଳାଇଥିବା କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri