ବାଟହୁଡ଼ି ଗାଁ ଭିତରକୁ ଚାଲିଆସିଲା କୃଷ୍ଣସାର ମୃଗ: ଡହଳବିକଳରେ…

ଦିଗପହଣ୍ଡି/ସାନଖେମୁଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି.ଆମ୍ବଠା ଗ୍ରାମରୁ ଏକ କୃଷ୍ଣସାର ମୃଗକୁ ବନବିଭାଗ କର୍ମଚାରୀ ବୃନ୍ଦ ଶନିବାର ସକାଳେ ଉଦ୍ଧାର କରିଛନ୍ତି। ଭୋରରେ କୃଷ୍ଣସାର ମୃଗଟି ବାଟ ହୁଡ଼ି ଗାଁ ମଧ୍ୟକୁ ଚାଲି ଆସିଥିଲା। ମୃଗଟି ଜୀବନ ବିକଳରେ ଏଣେ ତେଣେ ଦୌଡିଥିଲା। କିଛି ଯୁବକ ମୃଗଟିକୁ କାବୁ କରି ଗାଁ କୋଠ ଘରେ ରଖି ପାଟପୁର ବନ ବିଭାଗ ସେକ୍ସନ କାର୍ଯ୍ୟାଳୟକୁ ଜଣାଇଥିଲେ।
ଫରେଷ୍ଟର ସନ୍ତୋଷ କୁମାର ସାହୁ ସଦଳବଳେ ଗାଁରେ ପହଞ୍ଚି ମୃଗଟିକୁ ବନବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ। ମୃଗଟି ମାଇ ପ୍ରଜାତିର ଏବଂ ତାର ବୟସ ପ୍ରାୟ ୩ ବର୍ଷ ହେବ ବୋଲି ସେ କହିଛନ୍ତି। ତାକୁ କିଛି ଖାଦ୍ୟ ଦେବା ପରେ ପାଟପୁର ପ୍ରାଣୀ ଚିକିତ୍ସାଳୟ କୁ ନିଆଯାଇ ତାର ପ୍ରାଥମିକ ଚିକିତ୍ସା ପରେ ନିକଟସ୍ଥ ରତନେଇ ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି। ଗତ କିଛିବର୍ଷ ହେଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ କୃଷ୍ଣସାର ମୃଗଙ୍କ ବଂଶ ବିସ୍ତାର ହେବାରେ ଲାଗିଛି। ଏମାନଙ୍କ ସୁରକ୍ଷା ନିମନ୍ତେ ବନବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଜନସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ କହିଛନ୍ତି।

 

Dharitri – The Largest & Most Trusted Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଏହି ସବୁ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା, ଜାରି ହେଲା ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର, ୨୧ା୬(ବନ୍ଦନା ସେଠୀ): ମୌସୁମୀ ଛୁଇଁବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଅଗ୍ରସର ହେଉଛି। ଫଳରେ ସେସବୁ ଜିଲାରେ କୋହଲା ପାଗ ସହ ବର୍ଷା ଯୋଗୁ ଗ୍ରୀଷ୍ମ…

ଟିମ ଇଣ୍ଡିଆରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଲେ ଅଧିନାୟକ ଶୁଭମନ, କହିଲେ…

ନୂଆଦିଲ୍ଲୀ, ୨୧।୬: ତୃତୀୟ ଦିନିକିଆ ମ୍ୟାଚରେ ଭାରତ, ଆଫଗାନିସ୍ତାନକୁ ୯ ଉଇକେଟ୍‌ରେ ପରାସ୍ତ କରିଛି। ଏହା ସହିତ ଟିମ ଇଣ୍ଡିଆ, ଆଫଗାନିସ୍ତାନକୁ ଦିନିକିଆ ସିରିଜରେ କ୍ଲିନ ସ୍ବିପ୍‌…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ବଡ଼ ନିଷ୍ପତ୍ତି: ସେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତ ପରିବର୍ତ୍ତେ ଗସ୍ତ କରିବେ ଏହି ଦେଶ

ଢାକା,୨୧।୬: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ତାଙ୍କର ପ୍ରଥମ ବିଦେଶ ଗସ୍ତ ପାଇଁ ମାଲେସିଆ ଏବଂ ଚାଇନାକୁ ବାଛିଛନ୍ତି। ଏହି ନିଷ୍ପତ୍ତିକୁ ତାଙ୍କର ନୂତନ ବୈଦେଶିକ ନୀତି…

ଆରାବଳୀ ରାୟ ସମୀକ୍ଷା କମିଟିର ପରିବର୍ତ୍ତନ ଦାବି, ସିଜେଆଇଙ୍କୁ ପତ୍ର ଲେଖିଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୨୧।୬: ଆରାବଳୀ ପର୍ବତମାଳାର ସୁରକ୍ଷା ଲକ୍ଷ୍ୟରେ ଦିଆଯାଇଥିବା ପୂର୍ବ ରାୟର ସମୀକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିରେ ପରିବର୍ତ୍ତନ ପାଇଁ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ…

ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ: ଉଦ୍ଧବ

ମୁମ୍ବାଇ,୨୧।୬: ଶିବସେନା (ୟୁବିଟି)ରେ ବିଦ୍ରୋହ ଅଧିକ ଗମ୍ଭୀର ହେଉଥିବାବେଳେ ଦଳ ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ ଥିବା ନେଇ ଉଦ୍ଧବ ଠାକ୍‌ରେ ଶୁକ୍ରବାର କହିଛନ୍ତି। ତାଙ୍କ ନେତୃତ୍ୱ…

ଇରାନର ସର୍ତ୍ତ ପୂରଣ ହେଲେ ହର୍ମୁଜ ପ୍ରଣାଳୀରୁ ବାହାରିବ ଜହାଜ, ନୂଆ ସର୍ତ୍ତକୁ ନେଇ ଚିନ୍ତାରେ ପଡିଲାଣି ସାରା ବିଶ୍ୱ

ତେହରାନ,୨୧।୬: ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତିନାମା ପରେ, ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ମଧ୍ୟରୁ ଗୋଟିଏ ହର୍ମୁଜ ପ୍ରଣାଳୀକୁ ବାଣିଜ୍ୟିକ ଜାହାଜ ପାଇଁ ପୁନଃ…

International Yoga Day: ୩୫୦୦୦ ଲୋକଙ୍କ ସହ ଯୋଗ କଲେ ମୋଦି, କୋଲକାତାରେ ଭବ୍ୟ ଆୟୋଜନ

କୋଲକାତା,୨୧।୬: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାର ରେଡ ରୋଡରେ ଆୟୋଜିତ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri