Posted inଫୁରସତ

ଏକ ବିସ୍କୁଟ ବଦଳାଇଦେଲା ଜୀବନ: ମହିଳା ହେଲେ କୋଟିପତି

ଅନେକ ଥର ଆମେ ଜୀବନରେ ଏମିତି କିଛି ଘଟ, ଯାହା ଆମେ ପୂର୍ବରୁ େକେବେ ଭାବି ନ ଥାଉ। କିନ୍ତୁ ଚାରିପାଖରେ କିଛି ଘଟଣା ଆମ ଜୀବନ ସମ୍ପୂର୍ଣ୍ଣ ବଦଳାଇ ଦିଏ। ଅମାଣ୍ଡା ନାମକ ଜଣେ ମହିଳାଙ୍କ ସହ ଏପରି ଘଟଣା ଘଟିଛି। ତାଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା, ସେ କ’ଣ କରିବେ ଭାବିପାରି ନ ଥିଲେ। କେବଳ ସେତେବେଳେ ଏକ ବିସ୍କୁଟ ତାଙ୍କୁ ଭବିଷ୍ୟତ ଗଢିବା ପାଇଁ ବାଟ ଦେଖାଇଥିଲେ। ସେହି ବାଟ ଅନୁସରଣ କରି ଏବେ ସେ କୋଟି କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି।
@ Somefromthe80s ନାମକ ଏକ ଟିକଟକ ଆକାଉଣ୍ଟ ସହିତ ତାଙ୍କ ସଂଘର୍ଷର କାହାଣୀ ବାଣ୍ଟି ଅମାଣ୍ଡା କହିଛନ୍ତି ଯେ, ଏକ ବିସ୍କୁଟ ତାଙ୍କ ଜୀବନ ବଦଳାଇ ଦେଇଛି ଏବଂ ଏବେ ସେ କୋଟିପତି ହୋଇପାରିଛନ୍ତି। ଦୁଇ ସନ୍ତାନର ମା’ ଅମାଣ୍ଡା କୁହନ୍ତି ଯେ, ସେ ପାଞ୍ଚ ବର୍ଷ ପୂର୍ବେ ଚାକିରି ହରାଇଥିଲେ। ଏହା ପରେ ସେ ବହୁତ ଭାଙ୍ଗି ପଡିଥିଲେ। ଏହି ସମୟରେ ତାଙ୍କ ସ୍ବାମୀ ତାଙ୍କୁ ଖୁସି କରିବା ପାଇଁ କୁକିଜ ପ୍ୟାକେଟ ଉପହାର ଦେଇଥିଲେ। ୩୦ ବର୍ଷିୟା ଅମାଣ୍ଡା ଏହି କୁକିଜ ବିସ୍କୁଟ ଖୋଲିବା ମାତ୍ରେ, ତାଙ୍କ ଜୀବନ ବଦଳିଯାଇଥିଲା। ତାଙ୍କ ଭାଗ୍ୟ ବିସ୍କୁଟରେ ଲେଖାଯାଇଥିବା ଏକ ନୋଟ ଯୋଗୁ ବଦଳିଯାଇଥିଲା। ବିସ୍କୁଟରେ ଲେଖାଯାଇଥିଲା – ତୁମେ ତୁମର ବ୍ୟବସାୟରେ ଅସାଧାରଣ ଖୁସି ହେବାକୁ ଯାଉଛ। କିଛି ଭାଗ୍ୟଶାଳୀ ସଂଖ୍ୟା ସହିତ, ବ୍ୟବସାୟରେ ସେ ସଫଳ ହୋଇପାରିବେ ବୋଲି ମଧ୍ୟ ଏହି ନୋଟରେ ଲେଖାଯାଇଥିଲା।
ଏହି ବାର୍ତ୍ତା ଦେଖିବା ପରେ ହିଁ ଅମାଣ୍ଡା ଇଟିଏସଓ୍ବାଇ ଦୋକାନ ଖୋଲିଥିଲେ ଏବଂ ସେ ଏଥିରେ ସଫଳତା ପାଇଥିଲେ। ଅମାଣ୍ଡାଙ୍କ କଷ୍ଟମ ତିଆରି ବ୍ୟାନର ଭାଇରାଲ ହେଲା ଏବଂ ସେ ଏଥିରୁ ବହୁତ ଲାଭ ପାଇଲେ। ଅମାଣ୍ଡା ରାତାରାତି କୋଟିପତି ହୋଇଥିଲେ ଏବଂ ଏବେ ତାଙ୍କ କମ୍ପାନୀ ୧୨ ମିଲିୟନ ଡଲାରରେ ପରିଣତ ହୋଇଛ। ଅମାଣ୍ଡା ଏହି କାହାଣୀକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି। ଆତ୍ମବିଶ୍ୱାସ ସହିତ କରାଯାଇଥିବା ପ୍ରତ୍ୟେକ କାର୍ଯ୍ୟ ସଫଳତା ଦେଇଥାଏ ବୋଲି କୁହନ୍ତି ଅମାଣ୍ଡା।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri