Posted inଖେଳ

ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ବଡ଼ ଝଟ୍‌କା

ଲଣ୍ଡନ,୨୩।୮: ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ କ୍ରିକେଟ ଦଳ ଏକ ବଡ଼ ଝଟ୍‌କାର ସମ୍ମୁଖୀନ ହୋଇଥିଲା। କାନ୍ଧରେ ଆଘାତ ଲାଗିଥିବାରୁ ଦ୍ରୁତ ବୋଲର ମାର୍କ ଉଡ୍‌ ହେଡିଙ୍ଗଲି ଟେଷ୍ଟରୁ ବାଦ ପଡିଛନ୍ତି। ଲର୍ଡସ ଟେଷ୍ଟର ଚତୁର୍ଥ ଦିନରେ ଫିଲ୍ଡିଂ କରିବା ସମୟରେ ୩୧ ବର୍ଷୀୟ ଉଡ କାନ୍ଧରେ ଆଘାତ ପାଇଥିଲେ। ତଥାପି, ସେ ଲିଡ୍ସରେ ଦଳ ସହିତ ରହିବେ ଏବଂ ଇଂଲଣ୍ଡ ମେଡିକାଲ ଟିମ ସହିତ ତାଙ୍କର ଚିକିତ୍ସା ଜାରି ରଖିବେ। ଏବେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ ରେ ଆଗୁଆ ରହିଛି। ଦୁଇ ଦଳ ମଧ୍ୟରେ ତୃତୀୟ ଟେଷ୍ଟ ଅଗଷ୍ଟ ୨୫ ରୁ ହେଡିଙ୍ଗଲିରେ ଖେଳାଯିବ।
ତୃତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ନିକଟରେ ୧୫ ଜଣିଆ ଦଳ ଘୋଷଣା କରିଥିଲା। ତୃତୀୟ ଟେଷ୍ଟ ପାଇଁ ଡୋମ ସିବିଲିଙ୍କ ସ୍ଥାନରେ ଡେଭିଡ ମଲାନଙ୍କୁ ଦଳରେ ସାମିଲ କରାଯାଇଛି। ଫଳରେ ତିନି ବର୍ଷ ପରେ ମାଲାନ ଟେଷ୍ଟ ଦଳକୁ ଫେରିଛନ୍ତି। ୨୦୧୮ରେ ମଲାନ ଭାରତ ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍‌ରେ ସ୍ବର୍ଣ୍ଣ ଜିତିଲେ ମିଳିବ ୩ କୋଟି

ଚେନ୍ନାଇ,୨୬।୬: ଆଗାମୀ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ରାଜ୍ୟର ଆଥ୍‌ଲେଟଙ୍କ ପାଇଁ ଶନିବାର ପୁରସ୍କାର ରାଶି ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ। ସ୍ବର୍ଣ୍ଣ...

ମୋହାଲିର ରାଜା

ମୋହାଲି,୭।୩: ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡିଂ ପ୍ରଦର୍ଶନ ବଳରେ ଭାରତୀୟ ଦଳ ଏକ ଇନିଂସ ଏବଂ ୨୨୨ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ମ୍ୟାଚ୍‌ରେ ୧୭୫ ରନ୍‌ର...

ଚାଇନାର ଅଲିମ୍ପିକ ଫୁଟବଲ କ୍ୱାଲିଫାୟର ସିଡ୍‌ନୀରେ

କୁଆଲାଲମ୍ପୁର, ୨୧ା୨ (ଏଏଫ୍‌ପି)-ଅଲିମ୍ପିକ ମହିଳା ଫୁଟ୍‌ବଲ କ୍ୱାଲିଫାୟର ଅନ୍ତର୍ଗତ ଦକ୍ଷିଣ କୋରିଆ ବିପକ୍ଷ ହୋମ୍‌ ଲେଗ୍‌ ମ୍ୟାଚ ଚାଇନା ଅଷ୍ଟ୍ରେଲିଆର ସିଡ୍‌ନୀରେ ଖେଳିବ। ଏସିଆନ ଫୁଟ୍‌ବଲ...

୧୦୦ତମ ଟେଷ୍ଟରେ ଶତକ ମାରନ୍ତୁ ବୋଲି ପ୍ରାର୍ଥନା

ନୂଆଦିଲ୍ଲୀ,୧।୩: ଶ୍ରୀଲଙ୍କା ବିପକ୍ଷରେ ମୋହାଲିରେ ମାର୍ଚ୍ଚ ୪ରୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ। ଏହା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ।...

ପ୍ରଥମ ଟେଷ୍ଟ: ନ୍ୟୁଜିଲାଣ୍ଡର ଇନିଂସ ବିଜୟ

ହାମିଲଟନ, ୭।୧୨(ଏପି): ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଘରୋଇ ନ୍ୟୁଜିଲାଣ୍ଡ ରବିବାର ଚତୁର୍ଥ ଦିନ ସକାଳେ ଏକ ଇନିଂସ ଓ ୧୩୪ ରନରେ ବିଜୟ...

ଆଇପିଏଲ୍‌ ୨୦୨୧ ଧୋନୀ ଭାଙ୍ଗିପାରନ୍ତି ଏହି ୭ ରେକର୍ଡ

ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଜଗତର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବରେ ପରିଗଣିତ ହୋଇଛନ୍ତି। ଆଇପିଏଲ ୨୦୨୧ରେ ଧୋନୀଙ୍କ ଏହା ହେଉଛି...

ମ୍ୟାକ୍ସଓ୍ବେଲ, ଡି’ ଭିଲର୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକ : ଆରସିବିର ହ୍ୟାଟ୍ରିକ ବିଜୟ

ଚେନ୍ନାଇ,୧୮।୪: ଚଳିତ ଆଇପିଏଲରେ ହ୍ୟାଟ୍ରିକ ବିଜୟ ହାସଲ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ଏମ୍‌. ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଅପରାହ୍ନରେ...

୧୯ ବର୍ଷରୁ କମ୍‌ ମହିଳା ଟି୨୦ ବିଶ୍ୱକପ୍‌: ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଭାରତ

ପୋଶ୍ଚେଫଷ୍ଟ୍ରୁମ୍‌ (ଦକ୍ଷିଣ ଆଫ୍ରିକା), ୨୮।୧(ପି.ଟି.): ଓପନର ଶ୍ୱେତା ଶେରାଓ୍ବତଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ପାର୍ଶଭି ଚୋପ୍ରାଙ୍କ ୩ ଉଇକେଟ ସଫଳତାକୁ ପାଥେୟ କରି ଭାରତ ୮...

Advertisement
Archives

Model This Week