ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଲୁଦୁ ଜଳପ୍ରପାତ, ୧୦୦ ଫୁଟ ଉପରୁ ପଡୁଛି ପାଣି, ଯିବାକୁ ଚାହୁଁଥିଲେ ଜାଣନ୍ତୁ…

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ରାଜ୍ୟର ପ୍ରମୁଖ ଜଳପ୍ରପାତଗୁଡ଼ିକ ମଧ୍ୟରୁ ଅନ୍ୟତମ ହେଉଛି କନ୍ଧମାଳ ଜିଲାର ଲୁଦୁ ଜଳପ୍ରପାତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଏହାର ଆକର୍ଷଣ ଅଲଗା। ଏହି ଜଳପ୍ରପାତ ପ୍ରତି ପର୍ଯ୍ୟଟକଙ୍କ ସ୍ବତନ୍ତ୍ର ଆକର୍ଷଣ ରହିଛି। ବର୍ଷର ବିଭିନ୍ନ ସମୟରେ ବିଶେଷ କରି ଶୀତ ଦିନେ ଏବଂ ପିକ୍‌ନିକ୍‌ ଋତୁ ଏଠାରେ ଭିଡ଼ ଜମିଥାଏ। ଜଙ୍ଗଲ, ପାହାଡ଼ ଘେରା ଏବଂ ଦୁର୍ଗମ ଅଞ୍ଚଳ ହୋଇଥିଲେ ମଧ୍ୟ ଏହାର ସୌନ୍ଦର୍ଯ୍ୟ ପ୍ରକୃତିପ୍ରେମୀଙ୍କୁ ଏହି ସ୍ଥାନକୁ ଟାଣି ଥାଏ। ସହରର କୋଳାହଳ ଜୀବନଠାରୁ ଦୂରରେ ରହି ସବୁଜ ଓ ଏହି ଶାନ୍ତ ବାତାବରଣରେ ସମୟ ଟିକେ ବିତେଇବା ପାଇଁ ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ୧୦୦ ଫୁଟ ଉପରୁ ପାଣି ପଡୁଥିବାର ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଥିବା ବେଳେ ବୃହତ ପଥର ଚଟାଣ, ସବୁଜ ପରିବେଶ ଏହାର ସୋନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ବଣଭୋଜି ପାଇଁ ସବୁ ପ୍ରକାର ବ୍ୟବସ୍ଥା ଥିବାରୁ ପଡ଼ୋଶୀ ଜିଲାଗୁଡ଼ିକରୁ ପିକ୍‌ନିକ୍‌ ପାଇଁ ନିୟମିତ ଭିଡ଼ ରହିଥାଏ। କୋଟଗଡ଼ରୁ ସୁବର୍ଣ୍ଣଗିରି ଏବଂ ସେଠାରୁ ଆଗକୁ ୮ କିମି ଗଲେ ଏହି ସ୍ଥାନରେ ପହଞ୍ଚି ହୁଏ। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସେହି ସ୍ଥାନରେ ରହିବା ଖାଇବା ପାଇଁ ସୁବିଧା ନ ଥିବାରୁ ଦାରିଙ୍ଗବାଡ଼ି କିମ୍ବା ବାଲିଗୁଡ଼ାରେ ରହି ସେଠାକୁ ଯାଇ ହେବ ଏବଂ ଗମନାଗମନ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ନିଜସ୍ବ ବନ୍ଦୋବସ୍ତରେ ଯିବାକୁ ହୁଏ। ଶୀତ ଦିନରେ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ଦାରିଙ୍ଗିବାଡ଼ିଠାରୁ ମଧ୍ୟ ଏହା ନିକଟତର ହେଉଥିବାର ଦାରିଙ୍ଗିବାଡ଼ିକୁ ଆସୁଥିବା ପର୍ଯ୍ୟଟକ ମଧ୍ୟ ଏଠାକୁ ଆସିଥାନ୍ତି। ପ୍ରଚାରପ୍ରସାର ଅଭାବରୁ ବିଶେଷ ଲୋକଲୋଚନକୁ ଆସି ନ ଥିଲେ ମଧ୍ୟ ଏହା ରାଜ୍ୟର ବିଭିନ୍ନ ଆକର୍ଷଣୀୟ ଜଳପ୍ରପାତ ମଧ୍ୟରୁ ଏହା ଅନ୍ୟତମ। ଏଠାକୁ ପହଞ୍ଚିବା ପୂର୍ବରୁ ରାସ୍ତାରେ ଛୋଟ ଛୋଟ ଗାଁ ଏବଂ ଘାଟି ରାସ୍ତା ମଧ୍ୟ ଯାତ୍ରାକୁ ଅଧିକ ରୋମାଞ୍ଚ କରିଥାଏ ବୋଲି ରାୟଗଡ଼ାରୁ ଆସିଥିବା ଜଣେ ପର୍ଯ୍ୟଟକ ଟି. ଶ୍ରୀନିବାସନ କହିଛନ୍ତି।

କେମିତି ଯିବେ:
ଜିଲା ସଦର ମହକୁମା ଫୁଲବାଣୀଠାରୁ ୧୬୮ କିମି ଏବଂ କୋଟଗଡ଼ଠାରୁ ୨୭ କିମି ଦୂରରେ ଅବସ୍ଥିତ। ଭୁବନେଶ୍ୱରଠାରୁ ଲୁଦୁର ଦୂରତା ୩୬୪ କିଲୋମିଟର ହୋଇଥିବା ବେଳେ ବ୍ରହ୍ମପୁରଠାରୁ ୨୫୧ କିଲୋମିଟର। ସେଠାକୁ ସିଧାସଳଖ ଯିବା ପାଇଁ କୌଣସି ବ୍ୟବସ୍ଥା ନ ଥିବା ବେଳେ ଟ୍ୟାକ୍ସି ଯୋଗେ ହିଁ ଯାଇ ପାରିବେ। ଏହାର ନିକଟତମ ସହର ହେଉଛି ବାଲିଗୁଡ଼ା ଓ ଦାରିଙ୍ଗବାଡ଼ି। ଯେଉଁଠାରେ ରହିବା ପାଇଁ ହୋଟେଲ ଏବଂ ସରକାରୀ ଡାକବଙ୍ଗଳା ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri