ସ୍ନେହ ଡୋରିରେ ବନ୍ଧା ବାଦୁଡ଼ି

ଖଇରା, ୧୪।୧୦(ଡି.ଏନ.ଏ.)-ଦିନେ ନୁହେଁ, ମାସେ ନୁହେଁ କି ବର୍ଷେ ନୁହେଁ, ଦୀର୍ଘ ୧୦ ବର୍ଷ ଧରି ଏକ ବାଦୁଡି ସ୍ନେହ ଡୋରିରେ ବାନ୍ଧି ହୋଇରହିଛି। ବାଲେଶ୍ୱର ଜିଲା ଖଇରା ବ୍ଲକ ଅନ୍ତରା ପଞ୍ଚାୟତ ଓଷଙ୍ଗ ଗାଁର ଅମୂଲ୍ୟ ବେହେରା ଏହି ବାଦୁଡିକୁ ପରିବାରର ସଦସ୍ୟ ଭାବେ ଯତ୍ନ ନେଉଛନ୍ତି। ନିଜର ପିଲାଛୁଆଙ୍କ କଥା ବୁଝନ୍ତୁ କି ନ ବୁଝନ୍ତୁ ବାଦୁଡିର କେବେ ଅଭାବ ସେ ରଖିନାହାନ୍ତି ା ଏବେ ବାଦୁଡି ପ୍ରେମରେ ଏତେ ଅଭ୍ୟସ୍ତ ହୋଇଗଲେଣି ଯେ, ଦିନେ ନ ଦେଖିଲେ ତାଙ୍କୁ ଖାଇବା ପିଇବା ବିଷ ଭଳି ଲାଗେ ବୋଲି କୁହନ୍ତି ଅମୂଲ୍ୟ।
୧୦ବର୍ଷ ତଳେ ଏକ ଛୁଆବାଦୁଡି ଆହତ ଅବସ୍ଥାରେ ଆସି ଅମୂଲ୍ୟଙ୍କ ଘର ବାରଣ୍ଡାରେ ପଡିଥିଲା। ଏହା ଦେଖି ତାଙ୍କ ପରିବାର ଲୋକେ ପାଣି ଓ କ୍ଷୀର ପିଆଇ ବାଦୁଡିକୁ ସୁସ୍ଥ କରାଇଥିଲେ। ସେହିଦିନଠାରୁ ଉକ୍ତ ବାଦୁଡି ତାଙ୍କ ପରିବାରର ସଦସ୍ୟଙ୍କ ସ୍ନେହ ଡୋରିରେ ବାନ୍ଧି ହୋଇଛି। ବାଦୁଡିକୁ ପରିବାର ଲୋକେ ପ୍ରତିଦିନ ଖାଇବାକୁ ପିଜୁଳି, ନଡିଆ, କଦଳୀ, ଅଙ୍ଗୁରୁ, ସେଓ, ବୁଟ ଏବଂ ମୃଦୁ ପାନୀୟ ଭାବେ ଫ୍ରୁଟି ଓ ମାଜା ଦେଇଥାନ୍ତି। ସେ ଘର ଅଗଣା ଚାରି ପାଖରେ ବୁଲିବା ସହିତ କେବେ କେମିତି ବାହରକୁ ଗଲେ ମନ ଆନନ୍ଦରେ ବୁଲି ପୁଣି ଘରକୁ ଫେରିଆସେ ା ଅମୂଲ୍ୟ ଜଣେ ଚାଷୀ। ସେ ତାଙ୍କ ବାଡିରେ ପରିବା ଚାଷ କରିବା ସହିତ ସ୍ଥାନୀୟ ବଜାରରେ ଏକ ଛୋଟ ପରିବା ଦୋକାନ କରି ନିଜର ପରିବାର ଚଳାଇଥାନ୍ତି ା ବାଦୁଡି ପାଇଁ ପ୍ରତ୍ୟେକ ଦିନ ଶହେ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଫଳ ବଜାରରୁ କିଣିବା ସହ କ୍ଷୀର ପିଇବାକୁ ଦେଇଥାନ୍ତି। ତାଙ୍କର ଏଭଳି ବାଦୁଡି ପ୍ରୀତି ସମାଜ ପାଇଁ ଉଦାହରଣ ା ପିଲାବେଳୁ ଅମୂଲ୍ୟ କୁକୁର , ବିଲେଇ, ମୂଷା, ଠେକୁଆ, ଶୁଆ ପରି ବିଭିନ୍ନ ପଶୁପକ୍ଷୀଙ୍କୁ ଖାଦ୍ୟ ଦେଇ ସେମାନଙ୍କ ପ୍ରତି ଥିବା ଭଲ ପାଇବା ଜାହିର କରି ଆସୁଥିଲେ। ଏବେ ବାଦୁଡି ପ୍ରେମକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିନା କୋଚିଂରେ ନିଟ୍‌ରେ ସଫଳ ହେଲେ ସୁବ୍ରତ, ଭୀମ ଭୋଇ ମେଡିକାଲ କଲେଜରେ ପଢ଼ିବେ…

କର୍ଲାମୁଣ୍ଡା,୨୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ରେଙ୍ଗାଲି ଗ୍ରାମର ମେଧାବୀ ଛାତ୍ର ସୁବ୍ରତ ଶେଖର ରଣା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri