ଲିଥିୟମ ଉପରେ ୩% ରୟାଲଟି ଧାର୍ଯ୍ୟ

ନୂଆଦିଲ୍ଲୀ,୧୨ା୧୦: ଲିଥିୟମ, ନିଓବିୟମ ଏବଂ ବିରଳ ମୃତ୍ତିକା ଉପାଦାନ (ଆର୍‌ଇଇ) ପାଇଁ ବୁଧବାର କେନ୍ଦ୍ର ରୟାଲଟି ହାର ଅନୁମୋଦନ କରିଛି। ଲିଥିୟମ ଏବଂ ନିଓବିୟମ ପାଇଁ ୩% ଲେଖାଏ ରୟାଲଟି ହାର ସ୍ଥିର ହୋଇଥିବାବେଳେ ଆର୍‌ଇଇ ଲାଗି ଏହି ହାର ୧% ସ୍ଥିର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଉପରୋକ୍ତ ୩ ଗୁରୁତ୍ୱପୂର୍ଣ୍ଣ ତଥା ରଣନୈତିକ ଖଣିଜ ପଦାର୍ଥ ଉପରେ ରୟାଲଟି ହାର ଧାର୍ଯ୍ୟ କରିବା ପାଇଁ ଖଣି ଏବଂ ଖଣିଜ ପଦାର୍ଥ (ବିକାଶ ଏବଂ ନିୟାମକ) ଅଧିନିୟମ, ୧୯୫୭ (ଏମ୍‌ଏମ୍‌ଡିଆର୍‌ ଅଧିନିୟମ)ର ସଂଶୋଧନକୁ ଅନୁମୋଦନ କରିଥିବା ଖଣି ମନ୍ତ୍ରଣାଳୟ ଏକ ବିବୃତିରେ କହିଛି। ଏହି ରୟାଲଟି ହାର ଅନୁମୋଦନ ଫଳରେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ଦେଶରେ ଲିଥିୟମ, ନିଓବିୟମ ଏବଂ ଆର୍‌ଇଇ ବ୍ଲକ ନିଲାମ କରିବାକୁ ସକ୍ଷମ ହେବେ।

ଖଣିଜ ପଦାର୍ଥ ଉପରେ ରୟାଲଟି ହାର ଏହାର ନିଲାମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏମ୍‌ଏମ୍‌ଡିଆର୍‌ ଅଧିନିୟମ ସଂଶୋଧନ କରାଯିବା ଦ୍ୱାରା ଲିଥିୟମ ଏବଂ ନିଓବିୟମ ସମେତ ୬ଟି ଖଣିଜ ପଦାର୍ଥକୁ ଆଣବିକ ଖଣିଜ ପଦାର୍ଥ ତାଲିକାରୁ ବାଦ୍‌ ଦିଆଯାଇଥିଲା। ଫଳରେ ଘରୋଇ କ୍ଷେତ୍ରକୁ ନିଲାମ ମାଧ୍ୟମରେ ଏହି ଖଣିଜ ପଦାର୍ଥଗୁଡ଼ିକର ଉତ୍ତୋଳନ ଅନୁମତି ଏବଂ ରିହାତି ମିଳିପାରିବ। ଏଥିସହ ଖଣି ମନ୍ତ୍ରଣାଳୟ ଏହି ଖଣିଜ ପଦାର୍ଥର ହାରାହାରି ବିକ୍ରୟ ମୂଲ୍ୟ (ଏଏସ୍‌ପି) ଆକଳନ କରିବା ପାଇଁ ଏକ ପଦ୍ଧତି ପ୍ରସ୍ତୁତ କରିଛି, ଯାହା ନିଲାମ ପାରାମିଟର ନିର୍ଣ୍ଣୟ କରିବାରେ ସାହାଯ୍ୟ କରିବ। ସୂଚନାଥାଉ କି, ଜମ୍ମୁ କଶ୍ମୀରରେ ୫୯ ଲକ୍ଷ ଟନ୍‌ ଲିଥିୟମ ରହିଛି।

ଏହା ଚିହ୍ନଟ ହେବା ପରେ ଭାରତ ବିଶ୍ୱର ସପ୍ତମ ବୃହତ୍ତମ ଲିଥିୟମ ଭଣ୍ଡାରସମ୍ପନ୍ନ ଦେଶ ପାଲଟିଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ (ୟୁଏସ୍‌ଜିଏସ୍‌) ଅନୁଯାୟୀ ଭାରତରେ ଆବିଷ୍କାର ହେବା ପୂର୍ବରୁ ସାରା ବିଶ୍ୱରେ ୯୮ ନିୟୁତ ଟନ୍‌ ଲିଥିୟମ ଭଣ୍ଡାର ରହିଥିଲା। ଲିଥିୟମ ଭଣ୍ଡାର କ୍ଷେତ୍ରରେ ବୋଲିଭିଆ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି। ଏହାପରେ ଆର୍ଜେଣ୍ଟିନା ଦ୍ୱିତୀୟ, ଆମେରିକା ତୃତୀୟ, ଚିଲି ଚତୁର୍ଥ, ଅଷ୍ଟ୍ରେଲିଆ ପଞ୍ଚମ ଏବଂ ଚାଇନା ଷଷ୍ଠ ସ୍ଥାନରେ ରହିଛି। ଏହି ଦେଶଗୁଡ଼ିକରେ ବିଶ୍ୱର ଲିଥିୟମ ଭଣ୍ଡାରର ୭୬% ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri