ରଡ଼ିଆ-କଂସାର ଗୋବରୀ ନଦୀବନ୍ଧରେ ୩୦୦ ଫୁଟର ଫାଟ, କାଳ ସାଜିଛି ଚିଙ୍ଗୁଡ଼ି ଘେରି

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ରଡ଼ିଆ-କଂସାର-ବଡ଼ଦାଣ୍ଡୁଆ ଗୋବରୀ ନଦୀ ପାର୍ଶ୍ୱ ଲୁଣା ଘେରି ବନ୍ଧ ସପ୍ତାହ ପୂର୍ବେ ଭୁଶୁଡ଼ି ପଡ଼ିବା ନେଇ ପ୍ରଥମେ ଧରିତ୍ରୀରେ ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଜଳସେଚନ ବିଭାଗ ପକ୍ଷରୁ ମାଟି ବାଲି ବସ୍ତା ବହ୍ଲାରେ ପ୍ୟାକିଂ ହୋଇଥିଲା। ହେଲେ ଅଦ୍ୟାବଧି ବଙ୍ଗୋପସାଗରେ ଲଘୁଚାପ ଜନିତ ପ୍ରଭାବରେ ତୁହାକୁ ତୁହା ବର୍ଷା ଓ ଅମାବାସ୍ୟା ତିଥି ଯୋଗୁ ଅଶାନ୍ତ ସାମୁଦ୍ରିକ ଜୁଆର ମାଡ଼ରେ ଏହି ଘେରିବନ୍ଧ ବୁଧବାର ରାତିରେ ୩ ଶହ ଫୁଟରୁ ଅଧିକ ଫାଟ ସୃଷ୍ଟି ହେବା ସହ ଭୁଶୁଡ଼ିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ବହୁ କୋଟି ଟଙ୍କାର ଲୁଣା ଘେରି ବନ୍ଧ ନିର୍ମାଣ କାର୍ଯ୍ୟ ହୋଇଥିଲା। ଅଥଚ ନଦୀ ବନ୍ଧ ପାର୍ଶ୍ୱରେ କେତେକ ଚିଙ୍ଗୁଡ଼ି ଘେରିର ବର୍ଜ୍ୟବସ୍ତୁ ଜଳ ନିଷ୍କାସନ ଓ କଙ୍କଡ଼ା କୋଚିଆ ଘଳିଆ ଯୋଗୁ ନଦୀବନ୍ଧ ଦୁର୍ବଳ ଯୋଗୁ ବନ୍ଧ ନିର୍ମାଣ ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି। ଚିଙ୍ଗୁଡ଼ି ଘେରିକୁ ତୁରନ୍ତ ଉଚ୍ଛେଦ ପାଇଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଘେରି ବନ୍ଧର ସୁରକ୍ଷା ପାଇଁ ଅଘୋଷିତ ଠିକାଦାରଙ୍କ କର୍ମଚାରୀମାନେ ରାତି ଅନିଦ୍ରା ହୋଇ ଜେନେରେଟର ହଲୋଜିନ ଲାଇଟ୍‌ ଦେଇ ଜଗି ରହିଛନ୍ତି ବୋଲି ସ୍ଥାନୀୟ ଲୋକମାନେ କରିଛନ୍ତି। ସ୍ଥାନୀୟ ଲୋକମାନେ କହିବା କଥା ଆମ ଚାଷ ଜମି ଓ ଗ୍ରାମ ପ୍ରତି ବିପଦପୂର୍ଣ୍ଣ ଥିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ତୁରନ୍ତ ମେଗା ପ୍ରୋଜେକ୍ଟ ଯୋଜନାରେ ପଥର ପ୍ୟାକିଂ ନିର୍ମାଣ କାର୍ଯ୍ୟ ପାଇଁ ଜଳସେଚନ ବିଭାଗ ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

ଏ ସଂକ୍ରାନ୍ତରେ ଆଳିସ୍ଥିତ ଜଳସେଚନ ବିଭାଗ ଅଧୀନ (ନଦୀ ତଟବନ୍ଧ) ଅଧୀକ୍ଷଣ ଯନ୍ତ୍ରୀ ସନ୍ଦୀପ କୁମାର ସାହୁଙ୍କ ମତାମତ ନେବାରେ ଖବର ମିଳିଛି। ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି। ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…

ଭୁବନେଶ୍ୱର,୧୦ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁଏଇର ପର୍ଯ୍ୟଟନ ମନ୍ତ୍ରୀ ତଥା ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷ ଅବ୍‌ଦୁଲ୍ଲା ବିନ ତୌକ ଅଲ ମାରିଙ୍କ ସହ ବୈଠକ…

ପାକିସ୍ତାନକୁ ଧୂଳି ଚଟେଇଲା ଭାରତ: ଏସିଆ କପ୍‌ରେ ଏକପାଖିଆ ବିଜୟ

ନୂଆଦିଲ୍ଲୀ,୧୦।୯: କ୍ରିକେଟ୍‌ରେ ସଫଳତା ପରେ ଭାରତର ଝିଅମାନେ ଏବେ ହକିରେ ମଧ୍ୟ ପାକିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରିଛନ୍ତି। ମଙ୍ଗୋଲିଆରେ ଚାଲିଥିବା ମହିଳା ଜୁନିୟର ଏସିଆ କପ୍‌ରେ…

ଓଡ଼ିଶା, ଆଇଏଚ୍‌ସି, ଆଦାନୀ ମଧ୍ୟରେ ୧୪ ନୂଆ ପ୍ରକଳ୍ପ ପାଇଁ ଏମ୍‌ଓୟୁ

ଭୁବନେଶ୍ୱର, ୧୦।୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ଦ୍ୱିତୀୟ ଦିନରେ ଓଡ଼ିଶା ବୈଦେଶିକ ନିବେଶ କ୍ଷେତ୍ରରେ ଏକ ବିରାଟ ସଫଳତା ହାସଲ କରିଛି।…

ଦୁର୍ଲଭ ସଂଯୋଗର ଚମକିବ ୪ ରାଶିର ମହିଳାଙ୍କ ଭାଗ୍ୟ! ଧନବର୍ଷା ସହ ଖୋଲିବ ସୌଭାଗ୍ୟର ଦ୍ୱାର, ଜାଣନ୍ତୁ ସେହି ରାଶି କିଏ…

ଏଥର ହରତାଳିକା ତୀଜ ଓ ଗଣେଶ ଚତୁର୍ଥୀର ସଂଯୋଗକୁ ଧାର୍ମିକ ଦୃଷ୍ଟିରୁ ବେଶ ବିଶେଷ ମନେ କରାଯାଉଛି। ହିନ୍ଦୁ ଧର୍ମରେ ଉଭୟ ପର୍ବର ରହିଛି ବିଶେଷ ମହତ୍ତ୍ୱ।…

ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ

ଖୋର୍ଦ୍ଧା,୧୦ା୯(ପ୍ରଭାତ ପାଣିଗ୍ରାହୀ): ଏମ୍‌ଏସ୍‌ଏମ୍‌ଇ ବିଭାଗର କମିଶନର-କମ୍‌-ସଚିବ ତଥା ଇଲେକ୍ଟୋରାଲ ରୋଲ ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା, ଖୋର୍ଦ୍ଧା ଜିଲାକୁ ଦ୍ୱିତୀୟ ଥର ଗସ୍ତରେ ଆସି ଏସ୍‌ଆଇଆର ସମ୍ପର୍କିତ କାର୍ଯ୍ୟର…

ସରକାରଙ୍କ ବଡ ଘୋଷଣା: ପ୍ରତ୍ୟେକ ମହିଳାଙ୍କୁ ମିଳିବ ୧ ଲକ୍ଷ ଟଙ୍କା

ଲକ୍ଷ୍ନୌ,୧୦।୯: ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବହୁତ କମ ସମୟ ବାକି ଅଛି। ଫଳସ୍ବରୂପ ଭାଜପା ସମେତ ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରସ୍ତୁତିକୁ…

ବାଇକ୍‌ରେ ମଦ ଲଦି ଏ ଦୋକାନରୁ ସେ ଦୋକାନକୁ ଚାଲାଣ

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଯୁବକମାନେ ବାଇକ୍‌ରେ ଲଦି ମଦକୁ…

୪୭ ବର୍ଷରେ କମାଲ କଲେ ଏହି ବୋଲର: କ୍ରିକେଟ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: ମାତ୍ର ୮ ବର୍ଷର କ୍ୟାରିୟର ପରେ ଇମ୍ରାନ ତାହିର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହାର କିଛି ବର୍ଷ ପରେ ମଧ୍ୟ ତାଙ୍କ ସ୍ପିନ ବୋଲିଂର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri