ଜଟିଳ ଫୁସ୍‌ଫୁସ୍‌ ସଂକ୍ରମଣରୁ ସୁସ୍ଥ ହେଲେ ୨୨ ମାସର ଶିଶୁକନ୍ୟା

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ରେ ଜଟିଳ ଫୁସ୍‌ଫୁସ୍‌ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଜଣେ ୨୨ ମାସର ଶିଶୁ କନ୍ୟା। ଚିକିତ୍ସା ବିଜ୍ଞାନର ଚମତ୍କାରିତା ସହ ଡାକ୍ତରଙ୍କ ନିରନ୍ତର ପରିଶ୍ରମରୁ ଏହି ସଫଳତା ମିଳିଛି। ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଢେଙ୍କାନାଳ ଜିଲାର ଶିଶୁକନ୍ୟା ଓ ପରିବାରର ସମସ୍ତ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ। ଶିଶୁଟିର କରୋନା ପରବର୍ତ୍ତୀ ଜଟିଳତା ଦେଖାଦେଇଥିଲା। ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିଲେ। କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ହେବାରୁ ତାଙ୍କୁ ଏମ୍‌ସକୁ ଅଣାଯାଇଥିଲା। ଏହାପରେ ତୁରନ୍ତ ତାଙ୍କୁ ଶିଶୁରୋଗ ବିଭାଗ ପେଡିଆଟ୍ରିକ୍‌ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌(ପିଆଇସିୟୁ)ରେ ଭର୍ତ୍ତି କରି ଅକ୍ସିଜେନ ଲଗାଯାଇଥିଲା। ବିଭିନ୍ନ ପରୀକ୍ଷା ପରେ ଶିଶୁଟି ‘Pulmonary alveolar proteinosis’ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଏହା ଏକ ବିରଳ ରୋଗ, ଯେଉଁଥିରେ ଦୁଗ୍ଧ ପରି ସାମଗ୍ରୀ ଉଭୟ ଫୁସ୍‌ଫୁସ୍‌ରେ ଜମା ହୋଇଯାଏ। ଏହାର ଚିକିତ୍ସା କରିବା ଚ୍ୟାଲେଞ୍ଜ ଥିଲା। ଏଥିପାଇଁ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଗଠନ ହୋଇଥିଲା। ଏହି ଟିମ୍‌ ଶିଶୁଟିକୁ ଏକ୍‌ମୋ ଚିକିତ୍ସା ଅର୍ଥାତ୍‌ କୃତ୍ରିମ ଉପାୟରେ ଅକ୍ସିଜେନ ଯୋଗାଇ ସାଲାଇନ ଦ୍ୱାରା ଫୁସ୍‌ଫୁସ୍‌ ସଫା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ଶିଶୁଟିକୁ ଏକ୍‌ମୋରେ ରଖାଯାଇଥିଲା। ଅଗଷ୍ଟ ୩୦ରେ ପ୍ରଥମ ଚିକିତ୍ସା କରାଯାଇଥିଲା। ଶିଶୁଟିର ସ୍ବାସ୍ଥ୍ୟରେ ଉନ୍ନତି ଆସିବା ପରେ ଗତ ୧୩ ତାରିଖରେ ଆଉଥରେ ସେହିଭଳି ଚିକିତ୍ସା ହୋଇଥିଲା। ଏହାପରେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥାରେ ଅଦ୍ଭୂତପୂର୍ବ ଉନ୍ନତି ଦେଖାଯାଇଥିଲା। ଏବେ ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛି। ଶିଶୁକୁ ଚିକିତ୍ସା କରିଥିବା ଡାକ୍ତରୀ ଟିମ୍‌ରେ ଶିଶୁବିଭାଗର ଡା. କ୍ରିଷ୍ଣା ମୋହନ ଗୁଲ୍ଲା, ଡା. ରଶ୍ମି ରଞ୍ଜନ ଦାସ, ଡା. ଅମିତ କୁମାର ଶତପଥୀ, ଆନାସ୍ଥେସିଆର ଡା. ସତ୍ୟଜିତ ମିଶ୍ର, ଡା. ବିକ୍ରମ କେଶରୀ ବେହେରା, କାର୍ଡିଓ ଥୋରାସିସ୍‌ ସର୍ଜରୀର ଡା. ସିଦ୍ଧାର୍ଥ କୁମାର ସାଥିଆ, ଡା. ସତ୍ୟପ୍ରିୟା ମହାନ୍ତି ଏବଂ ପେଡିଆଟ୍ରିକ୍‌ ସର୍ଜରିର ଡା. ମନୋଜ ମହାନ୍ତି ଥିଲେ। ଏତେ କମ୍‌ ବୟସର ଶିଶୁଙ୍କଠାରେ ଏଭଳି ଜଟିଳ ଚିକିତ୍ସା ପଦ୍ଧତିରେ ସଫଳତା ମିଳିବା ପ୍ରଥମ ବୋଲି କୁହାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri