୧୫ ମାସର ପୁଅକୁ ହାତଗୋଡ଼ ବାନ୍ଧି ମାଡ଼

ଗୋପ, ୧୭ା୮(ଡି.ଏନ୍‌.ଏ.): ଜନ୍ମଦାତ୍ରୀ ମା’ ପାଲଟିଲା ନିଷ୍ଠୁର। ପାରିବାରିକ କଳହକୁ ନେଇ ନିଜ ୧୫ମାସର ଶିଶୁ ପୁତ୍ରକୁ ତଳେ ପକାଇ ଅମାନୁଷିକ ଭାବେ ମାଡ଼ ମାରିଛି ମା’। ଗୋପ ଥାନା ଅଧୀନ ଶୋରଭା ପଞ୍ଚାୟତ ପାଇକପଡ଼ା ଗ୍ରାମର ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ରବିବାର ଜିଲା ଶିଶୁ ସୁରକ୍ଷା ବିଭାଗର ଏକ ଟିମ୍‌ ଓ ଗୋପ ପୋଲିସ ଉକ୍ତ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିବାବେଳେ ସମ୍ପୃକ୍ତ ମହିଳାଙ୍କୁ ଥାନାରେ ଅଟକ ରଖାଯାଇଛି। ତେବେ ଏ ସଂକ୍ରାନ୍ତରେ କୌଣସି ମାମଲା ରୁଜୁ ହୋଇ ନାହିଁ।
ସୂଚନା ଅନୁଯାୟୀ, ୮ ବର୍ଷ ତଳେ ପାଇକପଡ଼ା ଗ୍ରାମର ଚକ୍ରଧର ନାୟକ ନିକଟସ୍ଥ ପାଞ୍ଚେଣା ଗ୍ରାମର ରୋଜାଲିନ ନାୟକଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ଚକ୍ରଧରଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଚକ୍ରଧର ଭୁବନେଶ୍ବରରେ ରହି ବ୍ୟବସାୟ କରୁଥିବାରୁ ପ୍ରାୟ ସମୟ ଘରେ ଅନୁପସ୍ଥିତ ରହିଥାନ୍ତି। ତେବେ ପାରିବାରିକ ସମସ୍ୟାକୁ ନେଇ ଅଧିକାଂଶ ସମୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି ଲାଗିଥାଏ। ଏହାକୁ ନେଇ କୁଆଡ଼େ ରୋଜାଲିନ ରାଗିଯାଇ ପୁଅକୁ ମାରଧର କରିଥାନ୍ତି। ଏଥିଯୋଗୁ କିଛିଦିନ ତଳେ ଚକ୍ରଧର ଘରେ ଏକ ସିସିଟିଭି କ୍ୟାମେରା ଲଗାଇଥିଲେ। ଗତ ୬ତାରିଖ ରାତିରେ ଚକ୍ରଧର ଘରକୁ ଫେରି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ସେଥିରେ ପୁଅର ହାତଗୋଡ଼ ବାନ୍ଧି ତାକୁ ରୋଜାଲିନ ଅମାନୁଷିକ ଭାବେ ମାଡ଼ ମାରୁଥିବା ସେ ଦେଖିବାକୁ ପାଇଥିଲେ। ଏ ନେଇ ସେ ରୋଜାଲିନ୍‌ଙ୍କୁ ପଚାରିବାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରଦିନ ସକାଳେ ଚକ୍ରଧର ଭୁବନେଶ୍ବର ଚାଲିଯାଇ ଏହି ସିସିଟିଭି ଫୁଟେଜକୁ ଭାଇରାଲ କରିଦେଇଥିଲେ। ଏହାପରେ ଘଟଣା ପଦାକୁ ଆସିଥିଲା। ଏ ନେଇ ଗୋପ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଖବର ପାଇ ରବିବାର ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଟିମ୍‌ ଏବଂ ଗୋପ ପୋଲିସ ପହଞ୍ଚି ରୋଜାଲିନ୍‌ଙ୍କୁ ପଚରାଉଚରା କରିବା ସହ ଶିଶୁପୁତ୍ରକୁ ଉଦ୍ଧାର କରି ଗୋପ ଥାନାକୁ ଆଣିଥିଲେ। ସ୍ବାମୀଙ୍କ ନିର୍ଯାତନା ଯୋଗୁ ଅଧିକ ମାତ୍ରାରେ ରାଗିଯାଇ ସେ ପୁଅକୁ ମାଡ଼ ମାରିଥିବା ରୋଜାଲିନ୍‌ ସ୍ବୀକାର କରିଛନ୍ତି। ଅପରପକ୍ଷରେ ପୁଅକୁ ମାରଧର ନେଇ ରୋଜାଲିନଙ୍କ ନାମରେ ଚକ୍ରଧର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ସୁଧୀର ସାହୁ କହିଛନ୍ତି, ଶିଶୁପୁତ୍ରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଜିଲା ଶିଶୁ ସୁରକ୍ଷା ଅଧିକାରୀ ତ୍ରିପାଠୀ କହିଛନ୍ତି, ପ୍ରଥମେ ଶିଶୁପୁତ୍ରକୁ ଆମେ ସୁରକ୍ଷିତ ଭାବେ ରଖିବୁ। କାରଣ ତା’ ମା’ଙ୍କ ମାନସିକ ସ୍ଥିତି ଠିକ୍‌ ଥିବା ଜଣାପଡ଼ୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?