୧୫ ମାସର ପୁଅକୁ ହାତଗୋଡ଼ ବାନ୍ଧି ମାଡ଼

ଗୋପ, ୧୭ା୮(ଡି.ଏନ୍‌.ଏ.): ଜନ୍ମଦାତ୍ରୀ ମା’ ପାଲଟିଲା ନିଷ୍ଠୁର। ପାରିବାରିକ କଳହକୁ ନେଇ ନିଜ ୧୫ମାସର ଶିଶୁ ପୁତ୍ରକୁ ତଳେ ପକାଇ ଅମାନୁଷିକ ଭାବେ ମାଡ଼ ମାରିଛି ମା’। ଗୋପ ଥାନା ଅଧୀନ ଶୋରଭା ପଞ୍ଚାୟତ ପାଇକପଡ଼ା ଗ୍ରାମର ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ରବିବାର ଜିଲା ଶିଶୁ ସୁରକ୍ଷା ବିଭାଗର ଏକ ଟିମ୍‌ ଓ ଗୋପ ପୋଲିସ ଉକ୍ତ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିବାବେଳେ ସମ୍ପୃକ୍ତ ମହିଳାଙ୍କୁ ଥାନାରେ ଅଟକ ରଖାଯାଇଛି। ତେବେ ଏ ସଂକ୍ରାନ୍ତରେ କୌଣସି ମାମଲା ରୁଜୁ ହୋଇ ନାହିଁ।
ସୂଚନା ଅନୁଯାୟୀ, ୮ ବର୍ଷ ତଳେ ପାଇକପଡ଼ା ଗ୍ରାମର ଚକ୍ରଧର ନାୟକ ନିକଟସ୍ଥ ପାଞ୍ଚେଣା ଗ୍ରାମର ରୋଜାଲିନ ନାୟକଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ଚକ୍ରଧରଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଚକ୍ରଧର ଭୁବନେଶ୍ବରରେ ରହି ବ୍ୟବସାୟ କରୁଥିବାରୁ ପ୍ରାୟ ସମୟ ଘରେ ଅନୁପସ୍ଥିତ ରହିଥାନ୍ତି। ତେବେ ପାରିବାରିକ ସମସ୍ୟାକୁ ନେଇ ଅଧିକାଂଶ ସମୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି ଲାଗିଥାଏ। ଏହାକୁ ନେଇ କୁଆଡ଼େ ରୋଜାଲିନ ରାଗିଯାଇ ପୁଅକୁ ମାରଧର କରିଥାନ୍ତି। ଏଥିଯୋଗୁ କିଛିଦିନ ତଳେ ଚକ୍ରଧର ଘରେ ଏକ ସିସିଟିଭି କ୍ୟାମେରା ଲଗାଇଥିଲେ। ଗତ ୬ତାରିଖ ରାତିରେ ଚକ୍ରଧର ଘରକୁ ଫେରି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ସେଥିରେ ପୁଅର ହାତଗୋଡ଼ ବାନ୍ଧି ତାକୁ ରୋଜାଲିନ ଅମାନୁଷିକ ଭାବେ ମାଡ଼ ମାରୁଥିବା ସେ ଦେଖିବାକୁ ପାଇଥିଲେ। ଏ ନେଇ ସେ ରୋଜାଲିନ୍‌ଙ୍କୁ ପଚାରିବାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରଦିନ ସକାଳେ ଚକ୍ରଧର ଭୁବନେଶ୍ବର ଚାଲିଯାଇ ଏହି ସିସିଟିଭି ଫୁଟେଜକୁ ଭାଇରାଲ କରିଦେଇଥିଲେ। ଏହାପରେ ଘଟଣା ପଦାକୁ ଆସିଥିଲା। ଏ ନେଇ ଗୋପ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଖବର ପାଇ ରବିବାର ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଟିମ୍‌ ଏବଂ ଗୋପ ପୋଲିସ ପହଞ୍ଚି ରୋଜାଲିନ୍‌ଙ୍କୁ ପଚରାଉଚରା କରିବା ସହ ଶିଶୁପୁତ୍ରକୁ ଉଦ୍ଧାର କରି ଗୋପ ଥାନାକୁ ଆଣିଥିଲେ। ସ୍ବାମୀଙ୍କ ନିର୍ଯାତନା ଯୋଗୁ ଅଧିକ ମାତ୍ରାରେ ରାଗିଯାଇ ସେ ପୁଅକୁ ମାଡ଼ ମାରିଥିବା ରୋଜାଲିନ୍‌ ସ୍ବୀକାର କରିଛନ୍ତି। ଅପରପକ୍ଷରେ ପୁଅକୁ ମାରଧର ନେଇ ରୋଜାଲିନଙ୍କ ନାମରେ ଚକ୍ରଧର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ସୁଧୀର ସାହୁ କହିଛନ୍ତି, ଶିଶୁପୁତ୍ରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଜିଲା ଶିଶୁ ସୁରକ୍ଷା ଅଧିକାରୀ ତ୍ରିପାଠୀ କହିଛନ୍ତି, ପ୍ରଥମେ ଶିଶୁପୁତ୍ରକୁ ଆମେ ସୁରକ୍ଷିତ ଭାବେ ରଖିବୁ। କାରଣ ତା’ ମା’ଙ୍କ ମାନସିକ ସ୍ଥିତି ଠିକ୍‌ ଥିବା ଜଣାପଡ଼ୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣ ମାସରେ ମଟନ୍ ଖାଇବାକୁ ଜିଦ୍ କଲେ ପୁଅ, ପିଟିପିଟି ମାରିଦେଲେ ବାପା

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ପୁଣେରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଶ୍ରାବଣ ମାସରେ ମଟନ ଖାଇବାକୁ ଜିଦ୍‌ କରିବାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା।…

ସୂର୍ଯ୍ୟ-ବୁଧଙ୍କ ଶୁଭ ଯୁତି: ଖୋଲିବ ୪ ରାଶିର ଭାଗ୍ୟ, ହେବ ପ୍ରଚୁର ଧନଲାଭ!

ଆଜି ଅଗଷ୍ଟ ୨୭ ତାରିଖ ରାତି ୧୦ଟା ୩୧ ମିନିଟରେ ସୂର୍ଯ୍ୟ ଏବଂ ବୁଧ ଗ୍ରହ ଦୁହେଁ ୦ ଡିଗ୍ରୀକୁ ଆସିବେ। ଏହି ସମୟରେ ଯୁତି ଦୃଷ୍ଟି…

‘ମାତା-ପିତାଙ୍କ ସେବା ପୁଅ-ଝିଅଙ୍କ ଦାୟିତ୍ୱ, ବୋହୂ-ଜ୍ୱାଇଁଙ୍କର ନୁହେଁ‘: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୭।୮: ମାତା-ପିତାଙ୍କ ସେବା କରିବା ପୁଅ ଏବଂ ଝିଅର ଦାୟିତ୍ୱ, ବୋହୂ ଏବଂ ଜ୍ୱାଇଁ ଏଥିପାଇଁ ଦାୟୀ ନୁହଁନ୍ତି। କୌଣସି ବ୍ୟକ୍ତି ନିଜ ସ୍ତ୍ରୀକୁ କିମ୍ୱା କୌଣସି…

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୭।୮: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସୁଛି। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ପାର୍ଶବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ସକ୍ରିୟ ଥିବା ଜଣାପଡ଼ିଛି। ଏହାର ପ୍ରଭାବରେ…

ନେପାଳରେ ବନ୍ୟା ତାଣ୍ଡବ: ୨୮୮ ଭାରତୀୟଙ୍କ ମିଳୁନି ପତ୍ତା,୨୧ ଉଦ୍ଧାର

ନୂଆଦିଲ୍ଲୀ,୨୭।୮: ନେପାଳରେ ବନ୍ୟା ପରେ ୨୮୮ ଜଣ ଭାରତୀୟ ନିଖୋଜ ଥିବା ରିପୋର୍ଟ ହୋଇଛି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବୈଦେଶିକ ମନ୍ତ୍ରଣାଳୟର…

ନିଆରା ରାକ୍ଷୀପୂର୍ଣ୍ଣିମା: ଗଛକୁ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଛାତ୍ରୀଛାତ୍ର

ଭଞ୍ଜନଗର, ୨୭।୮(ବାବୁଲା ପ୍ରଧାନ): ଗଛ ଓ ମଣିଷର ସମ୍ପର୍କକୁ ଦୃଢ଼ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଲକ୍ଷ୍ୟରେ ରାକ୍ଷୀପୂର୍ଣ୍ଣିମା ଅବସରରେ ଭଞ୍ଜନଗର କବି ସମ୍ରାଟ…

ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି କରିବାକୁ ଚାଷୀଙ୍କ ଦାବି, ବାକି ଅଛନ୍ତି…

ବଡ଼ଗାଁ,୨୭।୮(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକରେ ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ପ୍ରକ୍ରିୟାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ…

ପୁଣି ବନ୍ଦ ହେଲା ୪ ସ୍ଲୁଇସ ଗେଟ: ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରବାର ୍ଯଯଯାହ୍ନରେ ପୁଣି ୪ଟି ସ୍ଲୁଇସ ଗେଟକୁ ବନ୍ଦ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri