ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୦ମ ଶ୍ରେଣୀ ଛାତ୍ରୀ

ବାଲେଶ୍ୱର ଅଫିସ, ୨୦ା୮: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟସ୍ଥ ପାଟଣାରାଇପୁର ଗ୍ରାମର ବାପଛେଉଣ୍ଡ ୧୦ମ ଶ୍ରେଣୀ ଛାତ୍ରୀ ସୁଭଦ୍ରା ପଣ୍ଡା ନିଜର ପାଠପଢ଼ା, ଋଗ୍‌ଣ ମା’ଙ୍କୁ ଚିକିତ୍ସା, ଭାଙ୍ଗିଯାଇଥିବା ଘରକୁ ସଜାଡ଼ିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଆର୍ଥିକ ସହାୟତା ଲାଗି ନିବେଦନ କରିଛନ୍ତି।
ପାଟଣାରାଇପୁର ଗ୍ରାମର ସ୍ବର୍ଗତ ଶ୍ରୀନିବାସ ପଣ୍ଡା ଓ ସ୍ତ୍ରୀ ଅନ୍ନପୂର୍ଣ୍ଣା ନିଃସନ୍ତାନ ଥିବାରୁ ୨୧ଦିନର ଗୋଟିଏ ଝିଅକୁ ଆଣି ପାଳିଥିଲେ। ଏହାକୁ ନେଇ ପରିବାର ଲୋକ ଶ୍ରୀନିବାସଙ୍କୁ ଅଲଗା କରି ଦେଇଥିଲେ। ଏହାକୁ ଖାତିର୍‌ ନ କରି ଶ୍ରୀନିବାସ ନିଜ ସ୍ତ୍ରୀ ଓ ଝିଅକୁ ସାଙ୍ଗରେ ବେଶ୍‌ ଖୁସିରେ ଥିଲେ। ଝିଅଟି ୨ୟ ଶ୍ରେଣୀରେ ପଢୁଥିବା ବେଳେ ଶ୍ରୀନିବାସ ରୋଗରେ ପ୍ରାଣ ହରାଇଥିଲେ। ଏହାପରଠାରୁ ମା’ ଝିଅଙ୍କ ଦୁର୍ଦ୍ଦଶା ଆରମ୍ଭ ହୋଇଥିଲା। ସ୍ବାମୀଙ୍କୁ ହରାଇ ଅନ୍ନପୂର୍ଣ୍ଣା ମାନସିକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସୁଭଦ୍ରାଙ୍କ କହିବାନୁସାରେ, ବାପାଙ୍କ ମୃତ୍ୟୁ ପରେ ପରିବାରର ଅନ୍ୟମାନେ ତାଙ୍କୁ ଅଜାତିର କହି ଘରକୁ ପଶିବାକୁ ନ ଦେବା ସହ କଥାବାର୍ତ୍ତା ନ କରି ଘୃଣା ଚକ୍ଷୁରେ ଦେଖିଥିଲେ। ସେ ସରକାରୀ ବିଦ୍ୟାଳୟରେ ପଢୁଥିବା ବେଳେ ଟ୍ୟୁଶନ ସାର୍‌ଙ୍କ ସହାୟତାରେ ଖାତା ବହି ପାଇପାରୁଛନ୍ତି। ମା’ଙ୍କ ୫ଶହ ଟଙ୍କା ବିଧବା ଭତ୍ତା ଓ ସରକାରଙ୍କଠାରୁ ମାସିକ ୩୫ କିଲୋ ଚାଉଳରେ ଘର ଚାଲିଛି। ଭାଙ୍ଗିଯାଇଥିବା ଘର ମରାମତି କରିବା କଷ୍ଟକର ହୋଇପଡ଼ିଛି। ମା’ଙ୍କ ପାଇଁ ଔଷଧ କିଣିବାକୁ ଟଙ୍କା ନ ଥିବା ବେଳେ ଚିକିତ୍ସା ମଧ୍ୟ କରିପାରୁନାହାନ୍ତି। ଏ ନେଇ ଲେଖିଥିବା ଚିଠିକୁ ପୋଷ୍ଟାଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଠିକଣାରେ ପଠାଇଛନ୍ତି। ଉକ୍ତ ଚିଠିକୁ ଟ୍ୟୁଶନ୍‌ ସାର୍‌ ନବ କୁମାର ଦାସ ତାଙ୍କ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିବାରୁ ବହୁ ଲୋକ ଜାଣିପାରିଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ଘରେ ପହଞ୍ଚତ୍ ସତ୍ୟାସତ୍ୟ ବିଷୟରେ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଚିଠିରେ ଟ୍ୟୁଶନ୍‌ ଶିକ୍ଷକଙ୍କ ନମ୍ବର ଥିବାରୁ ତାଙ୍କ ପାଖକୁ ଫୋନ୍‌ ଆସିଥିଲା। ଆସିଷ୍ଟାଣ୍ଟ ସେକ୍ରେଟାରି ଫୋନ୍‌ରେ ସମସ୍ତ ବିଷୟ ବୁଝିଛନ୍ତି। ଅନ୍ୟପଟେ ରେମୁଣା ବିଡିଓ, ତହସିଲଦାର ସୁଭଦ୍ରାଙ୍କ ଘରେ ପହଞ୍ଚତ୍ ସହାୟତାର ହାତ ବଢ଼ାଇଛନ୍ତି। ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝି ଓ ଜିଲା ଶିଶୁ ମଙ୍ଗଳ କମିଟି ଅଧିକାରୀମାନେ ପହଞ୍ଚତ୍ ସହାୟତା ପାଇଁ ବ୍ୟବସ୍ଥା କରିଛନ୍ତି। କେତେଜଣ ସାମାଜିକ କର୍ମୀ ସୁଭଦ୍ରାଙ୍କ ଘରେ ପହଞ୍ଚତ୍ ସ୍କୁଲ ଯା’ଆସ ପାଇଁ ସାଇକେଲ, ରୋଷେଇ ପାଇଁ ଗ୍ୟାସ୍‌ ଆଦି ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ଦେଇଥିବା ଟ୍ୟୁଶନ ସାର୍‌ ଦାସ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri