ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୦ମ ଶ୍ରେଣୀ ଛାତ୍ରୀ

ବାଲେଶ୍ୱର ଅଫିସ, ୨୦ା୮: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟସ୍ଥ ପାଟଣାରାଇପୁର ଗ୍ରାମର ବାପଛେଉଣ୍ଡ ୧୦ମ ଶ୍ରେଣୀ ଛାତ୍ରୀ ସୁଭଦ୍ରା ପଣ୍ଡା ନିଜର ପାଠପଢ଼ା, ଋଗ୍‌ଣ ମା’ଙ୍କୁ ଚିକିତ୍ସା, ଭାଙ୍ଗିଯାଇଥିବା ଘରକୁ ସଜାଡ଼ିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଆର୍ଥିକ ସହାୟତା ଲାଗି ନିବେଦନ କରିଛନ୍ତି।
ପାଟଣାରାଇପୁର ଗ୍ରାମର ସ୍ବର୍ଗତ ଶ୍ରୀନିବାସ ପଣ୍ଡା ଓ ସ୍ତ୍ରୀ ଅନ୍ନପୂର୍ଣ୍ଣା ନିଃସନ୍ତାନ ଥିବାରୁ ୨୧ଦିନର ଗୋଟିଏ ଝିଅକୁ ଆଣି ପାଳିଥିଲେ। ଏହାକୁ ନେଇ ପରିବାର ଲୋକ ଶ୍ରୀନିବାସଙ୍କୁ ଅଲଗା କରି ଦେଇଥିଲେ। ଏହାକୁ ଖାତିର୍‌ ନ କରି ଶ୍ରୀନିବାସ ନିଜ ସ୍ତ୍ରୀ ଓ ଝିଅକୁ ସାଙ୍ଗରେ ବେଶ୍‌ ଖୁସିରେ ଥିଲେ। ଝିଅଟି ୨ୟ ଶ୍ରେଣୀରେ ପଢୁଥିବା ବେଳେ ଶ୍ରୀନିବାସ ରୋଗରେ ପ୍ରାଣ ହରାଇଥିଲେ। ଏହାପରଠାରୁ ମା’ ଝିଅଙ୍କ ଦୁର୍ଦ୍ଦଶା ଆରମ୍ଭ ହୋଇଥିଲା। ସ୍ବାମୀଙ୍କୁ ହରାଇ ଅନ୍ନପୂର୍ଣ୍ଣା ମାନସିକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସୁଭଦ୍ରାଙ୍କ କହିବାନୁସାରେ, ବାପାଙ୍କ ମୃତ୍ୟୁ ପରେ ପରିବାରର ଅନ୍ୟମାନେ ତାଙ୍କୁ ଅଜାତିର କହି ଘରକୁ ପଶିବାକୁ ନ ଦେବା ସହ କଥାବାର୍ତ୍ତା ନ କରି ଘୃଣା ଚକ୍ଷୁରେ ଦେଖିଥିଲେ। ସେ ସରକାରୀ ବିଦ୍ୟାଳୟରେ ପଢୁଥିବା ବେଳେ ଟ୍ୟୁଶନ ସାର୍‌ଙ୍କ ସହାୟତାରେ ଖାତା ବହି ପାଇପାରୁଛନ୍ତି। ମା’ଙ୍କ ୫ଶହ ଟଙ୍କା ବିଧବା ଭତ୍ତା ଓ ସରକାରଙ୍କଠାରୁ ମାସିକ ୩୫ କିଲୋ ଚାଉଳରେ ଘର ଚାଲିଛି। ଭାଙ୍ଗିଯାଇଥିବା ଘର ମରାମତି କରିବା କଷ୍ଟକର ହୋଇପଡ଼ିଛି। ମା’ଙ୍କ ପାଇଁ ଔଷଧ କିଣିବାକୁ ଟଙ୍କା ନ ଥିବା ବେଳେ ଚିକିତ୍ସା ମଧ୍ୟ କରିପାରୁନାହାନ୍ତି। ଏ ନେଇ ଲେଖିଥିବା ଚିଠିକୁ ପୋଷ୍ଟାଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଠିକଣାରେ ପଠାଇଛନ୍ତି। ଉକ୍ତ ଚିଠିକୁ ଟ୍ୟୁଶନ୍‌ ସାର୍‌ ନବ କୁମାର ଦାସ ତାଙ୍କ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିବାରୁ ବହୁ ଲୋକ ଜାଣିପାରିଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ଘରେ ପହଞ୍ଚତ୍ ସତ୍ୟାସତ୍ୟ ବିଷୟରେ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଚିଠିରେ ଟ୍ୟୁଶନ୍‌ ଶିକ୍ଷକଙ୍କ ନମ୍ବର ଥିବାରୁ ତାଙ୍କ ପାଖକୁ ଫୋନ୍‌ ଆସିଥିଲା। ଆସିଷ୍ଟାଣ୍ଟ ସେକ୍ରେଟାରି ଫୋନ୍‌ରେ ସମସ୍ତ ବିଷୟ ବୁଝିଛନ୍ତି। ଅନ୍ୟପଟେ ରେମୁଣା ବିଡିଓ, ତହସିଲଦାର ସୁଭଦ୍ରାଙ୍କ ଘରେ ପହଞ୍ଚତ୍ ସହାୟତାର ହାତ ବଢ଼ାଇଛନ୍ତି। ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝି ଓ ଜିଲା ଶିଶୁ ମଙ୍ଗଳ କମିଟି ଅଧିକାରୀମାନେ ପହଞ୍ଚତ୍ ସହାୟତା ପାଇଁ ବ୍ୟବସ୍ଥା କରିଛନ୍ତି। କେତେଜଣ ସାମାଜିକ କର୍ମୀ ସୁଭଦ୍ରାଙ୍କ ଘରେ ପହଞ୍ଚତ୍ ସ୍କୁଲ ଯା’ଆସ ପାଇଁ ସାଇକେଲ, ରୋଷେଇ ପାଇଁ ଗ୍ୟାସ୍‌ ଆଦି ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ଦେଇଥିବା ଟ୍ୟୁଶନ ସାର୍‌ ଦାସ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri