ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ, ସଂସ୍କୃତି, କଳା, ଧର୍ମ, ଖାଦ୍ୟରୁଚିଠାରୁ ଆରମ୍ଭକରି ପ୍ରତିଟି ଓଡ଼ିଆ ବିଷୟ ସହ ଏହାକୁ ଯୋଡ଼ି ଦିଆଯାଉଛି। ହେଲେ ଏହି ଅସ୍ମିତାକୁ ସେହିମାନେ ଭଲ ଭାବେ ବର୍ଣ୍ଣନା କରିପାରୁ ନ ଥିବା ଦେଖିବାକୁ ମିଳୁଛି। ଓଡ଼ିଆ ଅଭିଧାନରେ ଏହାର ଅର୍ଥ ‘ଅହଂଜ୍ଞାନ’ ରହିଛି। କେହି ଅସ୍ମିତାର ବ୍ୟୁତ୍ପତ୍ତିଗତ ବ୍ୟାଖ୍ୟାନ କରିବାକୁ ଯାଇ ‘ସ୍ବାଭିମାନ’, ‘ଗର୍ବ’ ଆଦି ଶବ୍ଦକୁ ଏହାର ସମାର୍ଥବୋଧକ ବୋଲି ବିଚାର କରୁଛନ୍ତି। ସାମାଜିକ ଗଣମାଧ୍ୟମରେ କେତେକ ବୁଦ୍ଧିଜୀବୀ ଅସ୍ମିତାକୁ ଅହଂକାର ଓ ହମ୍‌ବଡ଼ାପଣ ଭାବେ ମଧ୍ୟ ଅଭିହିତ କରୁଛନ୍ତି। କେତେକେ ମଧ୍ୟ କହୁଛନ୍ତି ଅସ୍ମିତା ଶବ୍ଦ ବଙ୍ଗଳା ଭାଷାରୁ ଆମଦାନୀ କରାଯାଇଛି। ତେଣୁ ଅସ୍ମିତା ପରିବର୍ତ୍ତେ ସ୍ବାଭିମାନ ଶବ୍ଦ ବ୍ୟବହାର କଲେ ଅଧିକ ଓଡ଼ିଆତ୍ୱର ବାସ୍ନା ମିଳିପାରିଥାଏ ବୋଲି ଆଉ କିଛି କହୁଛନ୍ତି।
ଦେଶର ଷଷ୍ଠ ଭାଷା ଭାବେ ଓଡ଼ିଆ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଥିଲେ ମଧ୍ୟ ଏହାର ସୁରକ୍ଷା ଦିଗରେ କେହି ଚିନ୍ତିତ ଥିବା ଭଳି ଦେଖାଯାଉନାହାନ୍ତି। ଏଠି ଓଡ଼ିଆ ଭାଷାରେ ‘ଅସ୍ମିତା’ ଶବ୍ଦର ବ୍ୟବହାରକୁ ନେଇ ମୌଳିକ ପ୍ରଶ୍ନ ଉଠୁନାହିଁ। ନିର୍ବାଚନୀ ଉଷ୍ମତାରେ ରାଜନୈତିକ ବ୍ୟକ୍ତିମାନେ ଓଡ଼ିଆ ଭାଷାକୁ କିଭଳି ବିକୃତ କରୁଛନ୍ତି ଏବଂ ଯେଉଁଠି ପାରୁଛନ୍ତି ସେଠି ଭାଷାକୁ କଦର୍ଥ କରି ଦେଉଥିବାରୁ ପ୍ରତିଟି ଓଡ଼ିଆ ଲଜ୍ଜିତ ହେବା କଥା। ୧୯୩୬ରେ ଭାଷାଭିତ୍ତିକ ପ୍ରଦେଶ ମାନ୍ୟତା ପାଇଥିବା ଓଡ଼ିଶାରେ ଏବେ ଭାଷା ସଙ୍କଟ ମଧ୍ୟ ଦେଇ ଗତି କରୁଛି। ପ୍ରତ୍ୟେକ ରାଜନୈତିକ ଦଳରେ ଏଭଳି ଅନେକ ରାଜନେତା ଭାଷଣ ଦେଉଥିବା ବେଳେ ଧାଡ଼ି ରଖି କଥା କହିପାରୁନାହାନ୍ତି। ସଭା ଆଗରେ ଅସଂଖ୍ୟ ଲୋକଙ୍କୁ ଦେଖିବା ମାତ୍ରେ କେତେକ ଉତ୍ତେଜିତ ହୋଇ ଅପଶବ୍ଦ ମଧ୍ୟ ବ୍ୟବହାର କରିଦେଉଛନ୍ତି। ସବୁଠାରୁ କୌତୂହଳର କଥା ହେଉଛି ଯେଉଁମାନେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି ସେମାନେ ମଧ୍ୟ ଓଡ଼ିଆର ଅସ୍ତିତ୍ୱ ତଳେ ପକାଇ ଦେଉଛନ୍ତି। ଏଭଳି କାହିଁକି ହେଉଛିର ମୂଳ ଖୋଜିଲେ ‘ଦିନେ ନାହିଁ, କାଳେ ନାହିଁ, ଗହ୍ମାପୂନେଇଁରେ ମାଈଁ’ ଆପ୍ତବାକ୍ୟ ମନକୁ ଆସୁଛି। ଲୋକଙ୍କୁ ସତ କହିବାକୁ ଚାହୁଁଥିଲେ ସେମାନେ ଝୁଣ୍ଟି ପଡ଼ନ୍ତେ ନାହିଁ। ଦେଖାଯାଉଛି ମିଥ୍ୟାର ଆଶ୍ରୟ ନେବା ସହ ଅବାଞ୍ଝିତ ପ୍ରତିଶ୍ରୁତି ଦେଉଥିବାରୁ ରାଜନେତାମାନେ ବାଉଳା ହୋଇଯାଉଛନ୍ତି। ଫଳରେ ଭୋଟର ଭକୁଆ ଭଳି ସେମାନଙ୍କୁ ଅନାଇ ରହୁଛି। ଏହି ପରିପ୍ରେକ୍ଷୀରେ ଅନେକେ ଶୁଣିଥିବା ଏକ ଲୋକକଥା ମନେପଡ଼ୁଛି। ଥରେ ଜଣେ ରାଜା ପାଲିଙ୍କିରେ ନଗର ପରିକ୍ରମା କରୁଥିଲେ। ପାଲିଙ୍କି ବାହକମାନଙ୍କ କଷ୍ଟକୁ ଦେଖି ରାଜା ପଚାରିଦେଲେ ‘ସ୍କନ୍ଧଂ କିଂ ବାଧତି’। ସେମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଲେ -ସ୍କନ୍ଧଂ ନ ବାଧତେ ରାଜନ୍‌, ତବ ‘ବାଧତି’ ବାଧତେ। ବାସ୍ତବରେ ରାଜାଙ୍କ ଉଚ୍ଚାରଣ ‘ବାଧତି’ ନ ହୋଇ ‘ବାଧତେ’ ହୋଇଥାଆନ୍ତା। ଏଥିରୁ ଏହା ବୁଝିବାକୁ ହେବ ଯେ, ସେହି ସମୟରେ ସାଧାରଣ ପ୍ରଜା ନିଜ ଭାଷା ପ୍ରତି କେତେ ସଚେତନ ଥିଲେ। ଦୀର୍ଘକାଳ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଲୋକମୁଖରେ ଏହି ରାଜା-ପ୍ରଜା ବାର୍ତ୍ତାଳାପ ଶାସକଙ୍କ ଖୁଣକୁ ଦର୍ଶାଇବାରେ ଶାସିତ ବର୍ଗ କିଭଳି ସଫଳ ହୋଇଥିଲେ, ଏହା ଥିଲା ତାହାର ଏକ ମାର୍ମିକ ପ୍ରତିବେଦନ। ବର୍ତ୍ତମାନ ପରିପ୍ରେକ୍ଷୀରେ ଅର୍ଥାତ୍‌ ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ ଆମ ପାଖରେ ଭାଷାଜ୍ଞାନ ସମୃଦ୍ଧ କରିବା ପାଇଁ ସବୁ ସାଧନ ଥିଲେ ମଧ୍ୟ ଅନେକେ ତାହାକୁ ବିକୃତ କରିବାରେ ଲାଗିଛନ୍ତି। ଦଳେ ଓଡ଼ିଆ ଭାଷାକୁ ଦକ୍ଷିଣୀ କଲା ବେଳକୁ ଆଉ ଦଳେ ହିନ୍ଦୀ ଭାଷାରେ ପ୍ରଭାବିତ କରାଇ ଆମ ଭାଷାକୁ ହତ୍ୟା କରୁଛନ୍ତି। ସେହିଭଳି ଓଡ଼ିଶାର ହିନ୍ଦୁ ଧର୍ମକୁ ଦେଖିଲେ ଯେଉଁ ମାତୃଶକ୍ତିକୁ ପ୍ରତ୍ୟେକ ଗାଁର ଗ୍ରାମଦେବୀଙ୍କ ମନ୍ଦିରରେ ପୂଜା କରାଯାଏ, ସେଠାରେ ଏକ ଉତ୍ତର ଭାରତର ପ୍ରଭାବକୁ ଆଣି ଥୋଇଦେବାର ପ୍ରୟାସ ପ୍ରମାଣ କରୁଛି ଯେ, ଓଡ଼ିଶାରେ ରାଜନୀତି କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବାସ୍ତବ ଓଡ଼ିଆପ୍ରେମୀ ବୋଇଲେ କେହି ନାହାନ୍ତି। କ୍ଷମତା ଲୋଭରେ ନିଜ ମାତାପିତାଙ୍କୁ ଯେଉଁମାନେ ଭୁଲିଯାଆନ୍ତି, ସେମାନେ କୌଣସି ଅସ୍ମିତାକୁ ରକ୍ଷା କରିବାକୁ ଚେଷ୍ଟା ମଧ୍ୟ କରିବେ ନାହିଁ ବୋଲି ଜଳଜଳ ଦିଶୁଛି।

ଦଳେ ଓଡ଼ିଆ ଭାଷାକୁ ଦକ୍ଷିଣୀ କଲା ବେଳକୁ ଆଉ ଦଳେ ହିନ୍ଦୀ ଭାଷାରେ ପ୍ରଭାବିତ କରାଇ ଆମ ଭାଷାକୁ ହତ୍ୟା କରୁଛନ୍ତି । ସେହିଭଳି ଓଡ଼ିଶାର ହିନ୍ଦୁ ଧର୍ମକୁ ଦେଖିଲେ ଯେଉଁ ମାତୃଶକ୍ତିକୁ ପ୍ରତ୍ୟେକ ଗାଁର ଗ୍ରାମଦେବୀଙ୍କ ମନ୍ଦିରରେ ପୂଜା କରାଯାଏ, ସେଠାରେ ଏକ ଉତ୍ତର ଭାରତର ପ୍ରଭାବକୁ ଆଣି ଥୋଇଦେବାର ପ୍ରୟାସ ପ୍ରମାଣ କରୁଛି ଯେ, ଓଡ଼ିଶାରେ ରାଜନୀତି କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବାସ୍ତବ ଓଡ଼ିଆପ୍ରେମୀ ବୋଇଲେ କେହି ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଡାକ୍ତରଖାନାରେ ବାହାଘର! ଯେଉଁଠି ସମସ୍ତେ ରୋଗରୁ ମୁକ୍ତି ପାଇବା ପାଇଁ ଆସନ୍ତି ସେଠି ପୁଣି ବିବାହ ଭଳି ଏକ କାର୍ଯ୍ୟ। କଥାଟି ଶୁଣିଲେ ଯେ କେହି...

ସୀମା ଭିତରେ ଜିଇବା

ବିପ୍ଳବ   ମଣିଷ ଗୋଟିଏ ସାମାଜିକ ପ୍ରାଣୀ। ତେଣୁ ସାମାଜିକ ବିଧି ବ୍ୟବସ୍ଥା ଭିତରେ ଏକ ଶୃଙ୍ଖଳିତ ଜୀବନଯାପନ ପାଇଁ ଅନେକ ସୀମାରେଖା ତା’ ପାଇଁ...

ଲିଙ୍ଗଗତ ନିରପେକ୍ଷତାର ବାର୍ତ୍ତା

ଡ. ସନ୍ତୋଷ କୁମାର ମହାପାତ୍ର     ଲିଙ୍ଗଗତ ବ୍ୟବଧାନ, ବିଭିନ୍ନ ଲିଙ୍ଗର ଲୋକଙ୍କ ମଧ୍ୟରେ ଆପେକ୍ଷିକ ପାର୍ଥକ୍ୟ, ଯାହା ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଫଳିତ...

ଗୋଟିଏ ନିଯୁକ୍ତି ୩.୨ କୋଟି

୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ କେନ୍ଦ୍ରରେ ଭାଜପା ସରକାର ଗଢ଼ିଆସିଥିଲା। ନାମକୁମାତ୍ର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର କୁହାଯାଉଥିଲେ ମଧ୍ୟ ସହଯୋଗୀ ଦଳଗୁଡ଼ିକର କୌଣସି ଗୁରୁତ୍ୱ...

ଏଇ ଭାରତରେ

ଅଦରକାରୀ ପୁରୁଣା ଜିନିଷର ପୁନଃବ୍ୟବହାର କରି ଏକ ସୁନ୍ଦର ବଗିଚା କରିଛନ୍ତି ଉତ୍ତରପ୍ରଦେଶ ମିରଟର ସୁରଭି ଯାଦବ। ସେ ଅଦରକାରୀ ବୋତଲ, ବାସନ ଏବଂ ଅନ୍ୟାନ୍ୟ...

ବାପା: ଏକ ଶ୍ରଦ୍ଧାଶୀଳ ଉଚ୍ଚାରଣ

ସଂଗ୍ରାମ କେଶରୀ ପୃଷ୍ଟି   ଅସରା ଅସରା ଦୁଃଖକୁ ହୃଦୟରେ ଚାପି, ଛାତିକୁ ପଥରକରି ସନ୍ତାନକୁ ଏ ଦୁନିଆରେ ପରିଚିତ କରାଇବା ପାଇଁ ନିଜର ଲୁହ...

ପରିବେଶ ସୁରକ୍ଷାରେ ଗ୍ରହର ସୁରକ୍ଷା

ଇଂ. ପ୍ରକାଶ କୁମାର ମହାନ୍ତି   ପଞ୍ଚ ମହାଭୂତ- ପୃଥିବୀ, ଜଳ, ତେଜ, ବାୟୁ ଓ ଆକାଶକୁ ନେଇ ସମଗ୍ର ପ୍ରକୃତିର ସୃଷ୍ଟି। ଆଜି ପ୍ରକୃତିର...

ନୂଆ କ୍ୟାବିନେଟ୍‌

ଭାରତର ନୂତନ ସରକାରର ନୂଆ କ୍ୟାବିନେଟ୍‌ ଏକ ପୁରୁଣା କ୍ୟାବିନେଟ୍‌। ଏଥିରେ ସ୍ବରାଷ୍ଟ୍ର, ଅର୍ଥ, ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀମାନେ ପୂର୍ବଭଳି ରହିଛନ୍ତି। ଏହି ୪ଜଣଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri