ଭାଜପା-ବିଧାୟକ ମନ୍ତ୍ରୀଙ୍କ ପାଇଁ ଆଳୁ ୩୦ ଟଙ୍କା, ଆମ ପାଇଁ ୫୦, କାହିଁକି ଏମିତି କହିଲେ ଜୟଦେବ ଜେନା

ଭୁବନେଶ୍ୱର,୧ା୧୨: ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଆଳୁର ଦାମ୍‌କୁ ନେଇ ଭାଜପା ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି, ସରକାର ଖାଲି କଥାରେ କହୁଛନ୍ତି ଉତ୍ତରପ୍ରଦେଶରୁ ଶସ୍ତାରେ ଆଳୁ ଆଣି ଦେବୁ। ହେଲେ ମିଳୁନି। ମନ୍ତ୍ରୀ କହୁଛନ୍ତି ୩୦ ଟଙ୍କାରେ ଆଳୁ ଆଣୁଛନ୍ତି, ଯାହାକି ଅତି ପିଲାଳିଆମି ପରି ଲାଗୁଛି। ବୋଧେ ଭାଜପା ବିଧାୟକ ଏବଂ ମନ୍ତ୍ରୀ ପାଇଁ ୩୦ ଟଙ୍କା ଆମ ପାଇଁ ୫୦ ଟଙ୍କା। ବଜାରରେ ଆଳୁ ଯଦି ଏତେ ଦାମ୍‌ ତେବେ ସରକାର କ’ଣ କରୁଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ଆକସ୍ମିକ ଭାବେ ଆଳୁ ରପ୍ତାନି ଉପରେ ଅଙ୍କୁଶ ଲଗାଇବା ପରେ ଦିନକୁ ଦିନ ଆଳୁ ଅଭାବ ଉତ୍କଟ ହେଉଛି। ଏଥିପାଇଁ ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଆଳୁ ଆଣିବା ନେଇ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଉଥିବା ବେଳେ ଖାଉଟି ଓ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି।
ଗତ ଗୁରୁବାରଠାରୁ ପଶ୍ଚିମବଙ୍ଗରୁ ଓଡିଶା ଅଭିମୁଖେ ଆସୁଥିବା ଶତାଧିକ ଆଳୁ ଟ୍ରକକୁ ପଶ୍ଚିମବଙ୍ଗ ପ୍ରଶାସନ ଫେରାଇ ନେଇଥିବା ବେଳେ ଓଡିଶା ହାଟ ବଜାରରେ ଆଳୁର ଅଭାବ ସହିତ ଦାମ ମଧ୍ୟ ବଢ଼ିବାରେ ଲାଗିଛି। ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁର ଲାଗୁଆ ବେଲଦା, ଦାନ୍ତୁନ, ଜାତୀୟ ରାଜପଥ ସହ ପୂର୍ବ ମେଦିନୀପୁର ରାମନଗର, ଦୀଘାରେ ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ ସିସିଟିଭି ଲଗାଇ ଅଦ୍ୟାବଧି ନକାଚେକିଂ କରାଯାଉଛି। ଆଳୁର ଅଭାବ ଯୋଗୁ ବାଲେଶ୍ୱର ଜିଲା ବିଭିନ୍ନ ସ୍ଥାନ ହାଟ ବଜାରରେ ଶନିବାର ଆଳୁର କେଜି ପ୍ରତି ଦାମ୍‌ ୪୦ରୁ ୫୦ଟଙ୍କା ରହିଥିବା ସୂଚନା ମିଳିଛି।
ଅପରପକ୍ଷରେ ପଶ୍ଚିମବଙ୍ଗ ଓଡିଶାକୁ ସଂଯୋଗ କରୁଥିବା ବାଲେଶ୍ୱର ଜିଲା ଜଳେଶ୍ୱର, ଭୋଗରାଇ ସଂଯୋଗ ରାସ୍ତା ଗଳାବାଟ ଦେଇ ଲୁଚାଛପାରେ ଆଳୁଗାଡି ଓଡିଶା ମଧ୍ୟକୁ ପ୍ରବେଶ କରୁଛି। ଓଡିଶାକୁ ପ୍ରବେଶ କରୁଥିବା ଆଳୁ ଗାଡି ପ୍ରତି ସେଠାକାର ପୋଲିସ ଓ ଗ୍ରାମର ଯୁବକମାନେ ୧୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଗାଡି ଛାଡୁଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ବ୍ୟବସାୟ ସମିତି ଶନିବାର ଅପରାହ୍ନରେ ହୁଗୁଳି ଜିଲା ତାରକେଶ୍ୱରଠାରେ ମିଳିତ ହୋଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଆଳୁ ବ୍ୟବସାୟୀଙ୍କ ସମସ୍ୟା ନ ବୁଝି ଆକସ୍ମିକ ଭାବେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ବିହାର, ତ୍ରିପୁରା ଓ ଆସାମ ରାଜ୍ୟକୁ ଆଳୁ ରପ୍ତାନି କଟକଣା ଲଗାଇଥିବାରୁ ଆଳୁ ବ୍ୟବସାୟ ସମିତି ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ପଶ୍ଚିମବଙ୍ଗରେ ୪୮୫ ଶୀତଳଭଣ୍ଡାର ରହିଥିବାବେଳେ ଅଦ୍ୟାବଧି ୭ ଲକ୍ଷ ମେଟ୍ରିକ ଟନ ଆଳୁ ଗଚ୍ଛିତ ରହିଛି। ଶୀତଳଭଣ୍ଡାରରେ ଅପର୍ଯ୍ୟାପ୍ତ ଆଳୁ ମହଜୁଦ୍‌ ଥିବା ବେଳେ ୧ ମାସ ମଧ୍ୟରେ ଶୀତଳଭଣ୍ଡାରରୁ ଆଳୁ କଢ଼ା ନ ଗଲେ ସମସ୍ତ ଆଳୁ ପଚିଯିବାର ସମ୍ଭାବନା ଦେଖାଦେବାରୁ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀମାନେ ବିପୁଳ କ୍ଷତି ସହିବେ ବୋଲି ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସମିତିର ରାଜ୍ୟ ସଭାପତି ଲାଲୁ ମୁଖାର୍ଜୀ ଧରିତ୍ରୀକୁ ସୂଚନା ଦେଇଛନ୍ତି। ଓଡ଼ିଶା ସମେତ ଭିନ୍ନ ରାଜ୍ୟ ଆଳୁ ବ୍ୟବସାୟୀଙ୍କଠାରେ କୋଟି କୋଟି ଟଙ୍କା ବାକି ପଡିଥିବାବେଳେ ଆଳୁ ରପ୍ତାନି କରା ନ ଗଲେ ଏ ସମସ୍ତ ଟଙ୍କା ବାଟମରଣା ହେବାର ସମ୍ଭାବନା ମଧ୍ୟ ରହିଛି ବୋଲି ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ ମାନେ କହିଛନ୍ତି। ପଶ୍ଚିମବଙ୍ଗ ସରକାର ସୀମାନ୍ତରେ ଆଳୁ ଗାଡି ଅଟକାଇବା ଓ ଆଳୁ ଗାଡି ଡ୍ରାଇଭରଙ୍କୁ ର଼୍ୟାଗିଂ କରିବା ବନ୍ଦ ନ କଲେ ମଙ୍ଗଳବାରଠାରୁ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀମାନେ କର୍ମବିରତି ଧର୍ମଘଟ କରିବେ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପରେ ଚାପ ପକାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri