ନୀଳ ବିପ୍ଳବର ସାରଥି ସୁରେଶନ

ବ୍ରହ୍ମପୁର,୨୮ା୩(ସ୍ମୃତି ରଞ୍ଜନ ମହାଲିକ)ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ତରେଇପାଟପୁର ଗ୍ରାମର ସୁରେଶନ ବେହେରା। ବୟସ ୪୪। ଶିକ୍ଷାଗତ ଯୋଗ୍ୟତା ୭ମ ପାସ। ମାଛ ଯାଆଁଳ ଉତ୍ପାଦନ କ୍ଷେତ୍ରରେ ଦକ୍ଷତା ତାଙ୍କୁ ଦକ୍ଷିଣ ଓଡିଶାରେ ନୀଳ ବିପ୍ଳବର ସାରଥି ଭାବେ ପରିଚିତ କରାଇଛି। ଗତବର୍ଷ ନୂଆଦିଲ୍ଲୀଠାରେ ଆୟୋଜିତ ଚାଷୀ ମେଳାରେ ସୁରେଶନ ମିଲିଓନିୟର ଚାଷୀ ଭାବେ ସମ୍ମାନିତ ହୋଇଛନ୍ତି। ସୁରେଶନଙ୍କ ଯୋଗୁ ମାଛ ଚାଷୀ ଯାଆଁଳ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର ନ କରି ବର୍ତ୍ତମାନ ଗୋଟିଏ ସ୍ଥାନରେ ଉଚିତ ମୂଲ୍ୟରେ ପାଇ ପାରୁଥିବାରୁ ତାଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି।
ସୁରେଶନ ପାଠ ଛାଡିବା ପରେ ନିଜ ଗାଁର ବିଭିନ୍ନ ପୋଖରୀରୁ ମାଛଧରି ବିକ୍ରି ଆରମ୍ଭ କରିଥିଲେ। ସେଥିରେ ଲାଭ ନ ମିଳିବା ଓ ପରିବାରରେ ସମସ୍ୟା କାରଣରୁ ପରେ ରାଜମିସ୍ତ୍ରି କାମ ସହ ଓ ଚାଷବାସ କରିଥିଲେ। ଏଥିରେ ବି ନିରାଶ ହେବାରୁ ପୁଣି ପରିବାରର କାୈଳିକ ବୃତ୍ତକୁ ଫେରିଥିଲେ। ସେ ଆଖପାଖ ଗ୍ରାମର ପୋଖରୀଗୁଡିକୁ ଲିଜ ଆକାରରେ ନେଇ ୨୦୦୮ରୁ ମାଛ ଯାଅଁାଳ ଉତ୍ପାଦନ ଆରମ୍ଭ କଲେ। ଏହାପରେ ହୁମୁରୀ ଅଞ୍ଚଳରେ ବ୍ୟବହାର ହେଉ ନ ଥିବା ୩୧ ଏକରର ମାଛ ପୋଖରୀକୁ ୨୦୧୪ରୁ ସତ୍ତ୍ୱାଧିକାରୀ ରୂପେ ଗ୍ରହଣ କରିଥିଲେ। ଏହାକୁ ସେ ଏକ ବିରାଟ ମାଛ ଯାଅଁଳ ଉପତ୍ାଦନ କେନ୍ଦ୍ର କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ବର୍ତ୍ତମାନ ସେଠାରୁ ଗଞ୍ଜାମ ଜିଲା ସମେତ ଦକ୍ଷିଣ ଓଡିଶାର ମାଲକାନଗିରି, କୋରାପୁଟ, ଗଜପତି, କନ୍ଧମାଳ, ଏପରିକି ନୟାଗଡ ଓ ପୁରୀ ଜିଲା ଏବଂ ପଡ଼ୋଣୀ ରାଜ୍ୟ ଆନ୍ଧ୍ରକୁ ମଧ୍ୟ ସୁରେଶନ ମାଛ ଯାଆଁଳ ଯୋଗାଉଛନ୍ତି। ଆନ୍ଧ୍ରର ଶ୍ରୀକାକୁଲମ ଅଞ୍ଚଳକୁ ବିଭିନ୍ନ ପ୍ରଜାତିର ମାଛ ଯାଆଁଳ ଅଧିକ ପରିମାଣର ରପ୍ତାନୀ ହେଉଥିବା ସେ କହିଛନ୍ତି। ରୋହି, ଭାକୁର, ମିରିକାଳୀ, ଦଳଖିଆ, ଅମୁର କପ, ସିଲଭର କପ, ଜଳଙ୍ଗ, ସେରେଣା, ରୁପଚାନ୍ଦି, ବ୍ଲାକ କପ, ମାଗୁର ଏବଂ କଉ ଭଳି ୩୦ରୁ ୪୦ ପ୍ରଜାତିର ମାଛ ଯାଆଁଳ ତାଙ୍କ ଫାର୍ମରେ ଉତ୍ପାଦନ ହେଉଛିି। ଯାହାର ମୂଲ୍ୟ ୧ଟଙ୍କାରୁ ଆରମ୍ଭ ହୋଇ ୨୦ ଟଙ୍କା ପର୍ଯ୍ୟନ୍ତ ରହିଛି। ୩୧ ଏକର ଜାଗାରେ ୪୧ଟି ପୋଖରୀରେ ସୁରେଶନ ଏସବୁ ପ୍ରଜାତିର ମାଛ ଯାଆଁଳ ରଖିଛନ୍ତି। ଯାଆଁଳକୁ ସେ ଗଞ୍ଜାମ ଜିଲା ସମେତ ମତ୍ସ୍ୟ ବିଭାଗ ନିକଟରୁ ଆଣୁଥିବା କହିଛନ୍ତି। ଗତବର୍ଷ ପ୍ରାୟ ୩୦ ଲକ୍ଷ ଟଙ୍କାର ଯାଆଁଳ ଆଣି ୨ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ କରିଥିବା କହିଛନ୍ତି। କେବଳ ଯାଆଁଳ ନୁହେଁ ମାଛଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ, ଔଷଧ, ମାଛ ଧରିବା ଜାଲ, ମାଛଧରା ଡଙ୍ଗା ଓ ବୋଟ ମଧ୍ୟ ବିକ୍ରି ପାଇଁ ରଖିଛନ୍ତି।
ସୁରେଶନ କୁହନ୍ତି ଯେ, ବୈଜ୍ଞାନିକ ଜ୍ଞାନକାୈଶଳରେ କୃଷି ବିଜ୍ଞାନ କେନ୍ଦ୍ର ଜରିଆରେ ପୋଖରୀ ଜଳ ଓ ମାଟି ପରିଚାଳନା, ରୋଗ ନିୟନ୍ତ୍ରଣ ପାଇଁ ବୈଷୟିକ ସାହାଯ୍ୟ ନେବା ଆବଶ୍ୟକ। ସାଧାରଣ ଗ୍ରାମୀଣ ପୁରୁଷ, ମହିଳା ଓ ଯୁବତୀ ଯୁବକଙ୍କୁ ମାଛ ଚାଷକୁ ଉତ୍ସାହିତ କରିିବା ପାଇଁ ୨୦୧୮ରୁ ତାଙ୍କ ଫାର୍ମରେ ଏକ ୱାନ ଷ୍ଟପ ଆକ୍ୱାସପ ଖୋଲିଛନ୍ତି। ଏଠାରେ ମାଛ ଚାଷ ନିମନ୍ତେ ଉତ୍ସାହୀ ଯୁବତୀ ଯୁୁବକ ପ୍ରେରଣା ସହ ପ୍ରଶିକ୍ଷଣ ନେଉଛନ୍ତି। ବର୍ତ୍ତମାନ ତାଙ୍କ ବ୍ୟବସାୟରେ ୨୦ଟି ପରିିବାର ରୋଜଗାର ପାଇଛନ୍ତି। ଆଗାମୀ ଦିନରେ ଜିଲାରେ ଏଭଳି ଅବ୍ୟବହୃତ ହୋଇ ପଡିଥିବା ପୋଖରୀକୁ କାର୍ଯ୍ୟରେ ଲଗାଇବା ପାଇଁ ଲକ୍ଷ୍ୟ ରଖିଥିବା ସୁରେଶନ କହିଛନ୍ତି। ଏଭଳି ମାଛ ଯାଆଁଳ ଉପତ୍ାଦନ କରି ରାଜ୍ୟକୁ ଯାଆଁଳ ଉପତ୍ାଦନରେ ସ୍ବାବଲମ୍ବୀ କରାଇବାରେ ଯୁବକଙ୍କ ଆବଶ୍ୟକତା ରହିଥିବା ବ୍ରହ୍ମପୁର କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ ସୁଜିତ କୁମାର ନାଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୬୧

ସମ୍ବଲପୁର, ୯ା୫(ପ୍ରମୋଦ ବହିଦାର)ଓଡିଶାର ସାମ୍ବାଦିକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତିକୁ ଧୂଆଁବାଣ...

କ୍ଷମତାକୁ ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ: ଧର୍ମେନ୍ଦ୍ର

ଦେବଗଡ଼,୯।୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ଦର ୩୧ଶହ ଟଙ୍କା ଧାର୍ଯ୍ୟ ହେବ। ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର...

ବସୁଧା ଯୋଜନା ବାଟବଣା

ନୂଆପଡ଼ା,୯ା୫ (ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ...

‘ମୋର କିଛି ହେଲେ ସ୍ବାମୀ ଓ ବିଧାୟକ ଦାୟୀ’

ଚାନ୍ଦବାଲି,୯ା୫(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ରାଜନୀତି ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ପରିବେଶ ସରଗରମ ଥିବା ବେଳେ ଚାନ୍ଦବାଲିର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ମାନସୀ...

ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ

ଭୁବନେଶ୍ୱର,୯।୫: ନିର୍ବାଚନ ଯେତିକି ପାଖେଇ ଆସୁଛି କେନ୍ଦ୍ରୀୟ ନେତୃତ୍ୱ ଓଡିଶାରେ ଡେରା ପକେଇବାରେ ଲାଗିଛନ୍ତି। ରାଜ୍ୟରେ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାରର ରଙ୍ଗ...

ଆଜି କନ୍ଧମାଳ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୯।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କନ୍ଧମାଳ ଜିଲା ଗସ୍ତରେ ଯିବେ। ସେଠାରେ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ପ୍ରାୟ...

ପଳାଶୁଣି ଫୁଟ ଓଭରବ୍ରିଜ୍‌ ହେଉନି, ଜୀବନ ଯାଉଛି

ଭୁବନେଶ୍ୱର,୯।୫(ସୂର୍ଯ୍ୟକାନ୍ତ ବେହେରା)ରାଜଧାନୀର ପଳାଶୁଣି ଛକ ଦୁର୍ଘଟଣାର ହଟସ୍ପଟ ପାଲଟିଛି। ଫୁଟ୍‌ ଓଭରବ୍ରିଜ୍‌ ନ ଥିବାରୁ ରାସ୍ତା ପାରି ହେବା, ବେପରୁଆ ଗାଡ଼ି ଚାଳନା ଏବଂ ପାର୍କିଂ...

ଜାଳେଣିର ବିକଳ୍ପ ଶୁଖିଲା ପତ୍ର

କେନ୍ଦୁଝର,୯।୫(ନରେଶ୍‌ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର)ମନୁଷ୍ୟ ସଭ୍ୟତା ସହ ଜଙ୍ଗଲ ବହୁଆଗରୁ ଜଡ଼ିତ। ଜଙ୍ଗଲ ଖାଦ୍ୟ, ବସ୍ତ୍ର, ବାସ ଆଦି ଯୋଗାଇ ଦେଇଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri