Odisha Elections 2024

ଏଇ ଭାରତରେ

ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ। ଏହା ପ୍ରମାଣ କରିଛନ୍ତି ରାଜସ୍ଥାନର ମହିଳା ସରପଞ୍ଚ ନିରୁ ଯାଦବ। ଛାପ୍ରାର ସଲିମପୁର ଗାଁରେ ତାଙ୍କ ଜନ୍ମ। ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ବିବାହ ପରେ ସେ ଝୁନ୍‌ଝୁନ୍‌ ଜିଲା ଲାମ୍ବିଅହିର ଗାଁକୁ ଯିବା ପରେ ୨୦୨୦ରେ ପ୍ରଥମ ମହିଳା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ।
ସେବେଠାରୁ ସେ ମହିଳା ସଶକ୍ତୀକରଣ ଓ ଗ୍ରାମୀଣ ବିକାଶ କ୍ଷେତ୍ରରେ ନୂତନ ଦୃଷ୍ଟିକୋଣ ଆପଣାଇ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି। ନିରୁ ଗ୍ରାମୀଣ ଝିଅମାନଙ୍କୁ ହକି ପ୍ରଶିକ୍ଷଣର ବ୍ୟବସ୍ଥା କରି ଜଣେ କୋଚ୍‌ଙ୍କୁ ସବୈତନିକ ନିଯୁକ୍ତି ଦେଇଛନ୍ତି। ଏ ବାବଦରେ ସେ ତାଙ୍କ ଭତ୍ତାକୁ ଖର୍ଚ୍ଚ କରିବା ସହ ବିଭିିନ୍ନ ଦିଗରୁ ପାଣ୍ଠି ସଂଗ୍ରହ କରି ଆଗେଇ ନେଉଛନ୍ତି। ଏଠାରୁ ଝିଅମାନେ ବ୍ଲକ୍‌ ଓ ଜିଲାସ୍ତରୀୟ ଟୁର୍ନାମେଣ୍ଟରେ ପ୍ରତିନିଧିତ୍ୱ କରିସାରିଲେଣି ଓ ଜାତୀୟ ସ୍ତରର ଟୁର୍ନାମେଣ୍ଟରେ ଭାଗ ନେବା ଲାଗି ପ୍ରସ୍ତୁତି ଚଳାଇଛନ୍ତି। କୃଷକ ଉତ୍ପାଦକ ସଂଗଠନ ଆରମ୍ଭ କରି କୃଷକମାନଙ୍କୁ ରିହାତିରେ ସାର, ବିହନ ଓ ଆନୁଷଙ୍ଗିକ କୃଷି ଉପକରଣ ଯୋଗାଇ ଦେଉଛନ୍ତି। ଏହାସହ ସ୍ଥାନୀୟ ସରକାରୀ ସ୍କୁଲଗୁଡ଼ିକର ଡିଜିଟାଇଜେଶନ କରୁଛନ୍ତି। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହଭାଗିତାରେ ଗାଁଗୁଡ଼ିକରେ ଆର୍ଥିକ ସମାବେଶୀ କାର୍ଯ୍ୟକ୍ରମ ଚଳାଉଛନ୍ତି। ଏଭଳି ବହୁମୁଖୀ କାର୍ଯ୍ୟକ୍ରମ ପାଇଁ ନିରୁଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୟସ ୮୭, ତଥାପି ଏହି ବୟସରେ ସଡ଼କ ଦୁର୍ଘଟଣାରେ ଜୀବନ ବଞ୍ଚାଇବା ଲାଗି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ରାଜସ୍ଥାନର ଡ. ମାୟା ଟଣ୍ଡନ। ସେ...

ଗ୍ରୀଷ୍ମରେ ଛାୟାଦ୍ରୁମ

ଡ. ଶରତ ଚନ୍ଦ୍ର ପରିଡ଼ା   ପ୍ରଚଣ୍ଡ ଗ୍ରୀଷ୍ମରେ ଶୀତଳ ଛାଇ ଟିକିଏ ମିଳିଗଲେ ସତେ କି ଅମୃତ! ମଝିରେ ମଝିରେ ଝଡ଼ବତାସ ଆସି ପୁରୁଣାକାଳିଆ...

ଅକାଳ ପକ୍ବ ଫଳ ଅମୃତ ନା ବିଷ

ଡ. ଚିନ୍ତାମଣି ପଣ୍ଡା   ଋତୁକାଳୀନ ଫଳ ଓ ପନିପରିବା ସବୁ ବର୍ଷର ଭିନ୍ନ ଭିନ୍ନ ଋତୁରେ ବଜାରକୁ ଆସିଥାଏ। ଯେଉଁ ସମୟରେ ଯେଉଁ ଫଳଟି...

ନୈରାଶ୍ୟର ପ୍ରତିବାଦ

ସ୍ଲାଭୋଜ୍‌ ଜିଜେକ୍‌   ଏବେ ଅତି ଖରାପ ସମୟ ପଡ଼ିଛି। ପ୍ରକୃତିରେ ଶାନ୍ତି ଓ ସ୍ଥିରତାରେ ବ୍ୟାଘାତ ଘଟୁଛି। ବାରମ୍ବାର ଦୁବାଇରେ ପ୍ରବଳ ବର୍ଷା କିମ୍ବା...

ମିଶୁ ମୋର ଦେହ ଏ ଦେଶ ମାଟିରେ

ବର୍ତ୍ତମାନ ଚାରିଆଡ଼େ ନିର୍ବାଚନର ମାହୋଲ। ସବୁଠି ନେତାମାନଙ୍କର ମାଳ ମାଳ ପ୍ରତିଶ୍ରୁତିର ସ୍ବର। ଦୂରଦର୍ଶନ ହେଉ ବା ସାମାଜିକ ଗଣମାଧ୍ୟମ, ଯେକୌଣସି ପ୍ଲାଟ୍‌ଫର୍ମ ହେଉ ସବୁଠି...

ଚାରି ଦୁଆର ଓ ରତ୍ନ ଭଣ୍ଡାର

ପୁରୀ ସହର ବା ଜିଲା ନୁହେଁ ବରଂ ରାଜ୍ୟ ଓ ରାଜ୍ୟ ବାହାରେ ଏପରି କି ବିଦେଶରେ ରହୁଥିବା ସମସ୍ତ ଶ୍ରୀଜଗନ୍ନାଥପ୍ରେମୀଙ୍କ ମନରେ ଶ୍ରୀମନ୍ଦିରର ଚାରି...

ଏଇ ଭାରତରେ

ଉତ୍ତରାଖଣ୍ଡରେ ପାଇନ ଗଛର ଶୁଷ୍କପତ୍ର (ପାଇନ ନିଡଲ୍ସ) ବନାଗ୍ନିର ଏକ ବଡ଼ କାରଣ ବୋଲି କୁହାଯାଉଛି। ଏହା ବର୍ଷ ବର୍ଷ ଧରି ଗଛମୂଳରେ ଜମା ହୋଇ...

ସମୟାନ୍ତରେ ରାମାୟଣ

ଗଙ୍ଗା ନଦୀ ଅବବାହିକାରେ ଭାରତର ୫୦ ପ୍ରତିଶତ ଭୋଟର ରହନ୍ତି। ତେଣୁ ହିନ୍ଦୁତ୍ୱବାଦୀ ରାଜନେତାମାନଙ୍କ ପାଇଁ ରାମାୟଣ ବିଶେଷକରି ତୁଳସୀ ଦାସ ରଚିତ ରାମଚରିତ ମାନସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri