ଲାଞ୍ଜିଗଡ଼ରେ ପୁଣି ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ଫେଲ୍‌

ଲାଞ୍ଜିଗଡ,୧୫।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡଠାରେ ପୁଣି ଥରେ ୫ ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ଫେଲ। ଗତ ଏପ୍ରିଲରେ ୯ ଦିନ ନେଟୱର୍କ ନ ଥିଲା। ଏହି ମାସରେ ପୁଣି ଆଜକୁ ୫ ଦିନ ହେଲାଣି ଲାଞ୍ଜିଗଡ ଏବଂ ଏହାର ଆଖପାଖ ଅଞ୍ଚଳରେ ନେଟୱକ ନାହିଁ। ଫଳରେ ଲୋକଙ୍କ ଯୋଗାଯୋଗରେ ବିଛିନ୍ନ ଘଟିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଜିଲାର ଲାଞ୍ଜିଗଡ ଅଞ୍ଚଳ ଏକ ଶିଳ୍ପାଞ୍ଚଳ ହୋଇଥିବା ବେଳେ ଅନେକ ଲୋକ ବିଭିନ୍ନ ପ୍ରକାର ସିମ ବ୍ୟବହାର କରିଥାନ୍ତି, ସେ ମଧ୍ୟରୁ ବିଏସ୍‌ଏନ୍‌ଏଲ ସିମ ଅନ୍ୟତମ। ବିଏସ୍‌ଏନ୍‌ଏଲ୍‌ ଏକ ପୁରୁଣା ଟେଲିକମ ହୋଇଥିବା ବେଳେ ଲୋକେ ଏହି ସିମକୁ ବହୁଳ ବ୍ୟବହାର କରିଥାନ୍ତି। ଏମିତିକି ଅଫିସରେ ମଧ୍ୟ ଅଧିକତ ବିଏସ୍‌ଏନ୍‌ଏଲ୍‌ ନେଟ ବ୍ୟବହାର ହୋଇଥାଏ। ହେଲେ ବର୍ତ୍ତମାନ ଲୋକଙ୍କ ଆସ୍ଥା ହରାଉଛି। ଲୋକଙ୍କୁ ଠିକରେ ସେବା ଯୋଗାଇ ପାରୁନାହିଁ। ଅଧିକାଂଶ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରେ ବିଏସ୍‌ଏନ୍‌ଏଲ୍‌ ନମ୍ବର ଜଡିତ ଥିବାରୁ ଓଟିପି ନ ଆସିଲେ ବ୍ୟାଙ୍କ ଟ୍ରାନ୍ସକ୍ସନ ପାଇଁ ବହୁତ ଅସୁବିଧା ଭୋଗୁଛନ୍ତି। ଅନ୍ୟ ନେଟୱର୍କ ତୁଳନାରେ ବିଏସ୍‌ଏନ୍‌ଏଲ୍‌ ପ୍ରତି ମାସରେ ୫ଦିନ ୬ ଦିନ ନେଟୱର୍କ ଉଭାନ ହେଇଯାଏ। ୫ ଦିନ ହେଲା ନେଟ କାମ ହୋଇପାରୁନାହିଁ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖାଦେଇଛି। ନେଟୱର୍କ ନ ଥିବାରୁ ଦୁର୍ଗମ ଅଞ୍ଚଳରେ ରୋଗୀ ସେବା ପାଇଁ ଆମ୍ବୁଲାନ୍ସ ଦରକାର ପଡିଲେ ବହୁତ ଅସୁବିଧା ଭୋଗୁଛନ୍ତି I ଲାଞ୍ଜିଗଡ ଅଞ୍ଚଳବାସୀ ଏହାକୁ ନେଇ ଆନ୍ଦୋଳନ ପାଇଁ ସଜବାଜ ହେବାକୁ ବସିଲେଣି । ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନକୁ ଏଡାଇ ଦିଆ ଯାଇ ନ ପାରେ। ସେଥିପାଇଁ ଯଥା ଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ବାରିପଦା,୭।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଅତିରିକ୍ତ ଜିଲା ଓ ଦୌରା ଜଜ (୧) କୋର୍ଟରେ ମଙ୍ଗଳବାର ଏକ ନରହତ୍ୟା ମାମଲାର ରାୟ ପ୍ରକାଶ...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୨୦ ଘର

ବାରିପଦା,୭।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କେନ୍ଦୁଡିହା ପଞ୍ଚାୟତ କୁଳିଅଣା ବିନ୍ଧାଣିସାହିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଆକସ୍ମିକ ଅଗ୍ନିକାଣ୍ଡରେ ବିନ୍ଧାଣିବସ୍ତିର ୨୦ରୁ...

ଭଞ୍ଜନଗରରେ କାଳବୈଶାଖୀ ତାଣ୍ଡବ

ଭଞ୍ଜନଗର,୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ସହ ବଜ୍ରପାତ ହେବାରୁ ଗୋପାଳପୁର ଶାସନ ପଞ୍ଚାୟତ ରତ୍ନପୁର ଗ୍ରାମରେ ୨୨ଟି...

ରାଜପଥର ବାଇକ୍‌ ଦୁର୍ଘଟଣା, ଚାଳକ ଗୁରୁତର

ହାଟଡିହୀ,୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଆନନ୍ଦପୁର-ଭଦ୍ରକ ୫୩ ନମ୍ବର ରାଜ୍ୟ ରାଜପଥର ହାଟଡିହୀ ପୋଷ୍ଟ ଅଫିସ ନିକଟରେ ଏକ ବାଇକ୍‌ ଦୁର୍ଘଟଣା ଘଟି...

ଜଳସ୍ତର କମି ୧୫ ଫୁଟ୍‌ ଜାଗାରେ ୬୫ ଫୁଟ୍‌ ହେଲାଣି

ପଟ୍ଟାମୁଣ୍ଡାଇ, ୭ା୫ (କଳ୍ପତରୁ ନାୟକ):ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ସ୍ଥିତି ଏମିତି ଯେ ସବୁଠି ପାଣି ପାଇଁ ହାହାକାର ସ୍ଥିତି...

୬ ବନ୍ୟା ଆଶ୍ରୟସ୍ଥଳ ଅଧାପନ୍ତରିଆ

ଯାଜପୁର,୭ା୫(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଦେଇ ପ୍ରବାହିତ ନଦୀଗୁଡ଼ିକର ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଆଗକୁ କିଛି ସପ୍ତାହ...

ଦାଦନ ଖଟୁଛନ୍ତି ନଗଡ଼ା ଶିଶୁ

ଯାଜପୁର/କାଳିଆପାଣି (ହର୍ଷବର୍ଦ୍ଧନ ବେହେରା/ଅସିତ ମହାନ୍ତ),୭ା୫:ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ନଗଡ଼ା ଗ୍ରାମରେ ୨୦୧୬ରେ ଅପପୃଷ୍ଟିରୁ ଶିଶୁ ମୃତ୍ୟୁ ଘଟଣା ଅନ୍ତର୍ଜାତୀୟ ଖବର ପାଲଟିଥିଲା।...

ସରକାରୀ ଅନୁଦାନ ସତ୍ତ୍ୱେ ସୁଦୃଢ଼ ହେଉନି ନଦୀବନ୍ଧ

କେନ୍ଦ୍ରାପଡ଼ା, ୭ା୫ (ଜଗନ୍ନାଥ ଧଳ):ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ ସହ ଅନୁଦାନ ଯୋଗାଉଛନ୍ତି। ମାତ୍ର ଏହି ଅନୁଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri