ପୁରୁଣା ଭର୍ସନ କମ୍ପ୍ୟୁଟର କିଣିବାକୁ ଟେଣ୍ଡର

ଯାଜପୁର ଅଫିସ,୨ା୩: ଶିକ୍ଷାର ଗୁଣାମତ୍କ ମାନ ବୃଦ୍ଧି କରିବା ସହିତ ଛାତ୍ରୀଛାତ୍ରଙ୍କ ବୌଦ୍ଧିକ ଓ ମାନସିକ ଶକ୍ତିର ବିକାଶ ନିମନ୍ତେ ସରକାର କମ୍ପ୍ୟୁଟର ମାଧ୍ୟମରେ ଶିକ୍ଷା ପଦ୍ଧତି ପ୍ରଣୟନ କରିଛନ୍ତି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଜପୁର ଜିଲାରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପ୍‌ମେଣ୍ଟ କାର୍ପୋରେଶନ (ଓଏମ୍‌ବିଏଡିସି) ପାଣ୍ଠିରୁ ବିପୁଳ ଅର୍ଥ ବ୍ୟୟ କରାଯାଉଛି। ହେଲେ କେତେକ ଅଧିକାରୀ ନିଜର ପକେଟ୍‌ ଗରମ କରିବା ଉଦ୍ଦେଶ୍ୟରେ ନୂତନ ଭର୍ସନ ବଦଳରେ ୪ରୁ ୫ ବର୍ଷ ପୁରୁଣା ଅନାମଧ୍ୟେୟ ବ୍ରାଣ୍ଡ କମ୍ପାନୀର କମ୍ପ୍ୟୁଟର କିଣିବାକୁ ଯୋଜନା ହୋଇଛି। ଅନ୍ୟପକ୍ଷେ ଅଧିକାଂଶ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ନ ଥିବାବେଳେ ବିପୁଳ ଅର୍ଥ ଶ୍ରାଦ୍ଧ କରି କମ୍ପ୍ୟୁଟର କିଣା କାହା ସ୍ବାର୍ଥେରେ ବୋଲି ପ୍ରଶ୍ନ ଉଠିଛି। ଏହା ଲୋକଲୋଚନକୁ ଆସିବା ପରେ ଆଇନଜୀବୀ ଉଦୟନାଥ ସାହୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିବା ସୂଚନା ମିଳିଛି।
ଅଭିଯୋଗ ଅନୁଯାୟୀ, ଜିଲାର ସ୍ମାର୍ଟ ସ୍କୁଲଗୁଡ଼ିକୁ କମ୍ପ୍ୟୁଟର ଯୋଗାଣ ନିମନ୍ତେ ଆରମ୍ଭରୁ ପ୍ରତି ବ୍ଳକର ବିଡ଼ିଓମାନେ ଜିଇଏମ୍‌(ଗଭର୍ନମେଣ୍ଟ ଇ-ମାର୍କେଟପ୍ଲେସ) ବିଡିଂ ମାଧ୍ୟମରେ କ୍ରୟ କରିବାକୁ ଉଦ୍ୟମ କରିଥିଲେ। ଅଧିକାଂଶ ବ୍ଲକରେ ସେହି ଜିଇଏମ୍‌ ବିଡ଼ିଂରେ ଚଞ୍ଚକତା, ଅନିୟମିତତା ଓ ଦୁର୍ନୀତିର ଅଭିଯୋଗ ଆସିବା ପରେ ଜିଲାପାଳ ତାହାର ତଦନ୍ତ କରିଥିଲେ। ଏହାର ପ୍ରମାଣ ମିଳିବାରୁ ବଡ଼ଚଣା ଓ ରସୁଲପୁର ବିଡ଼ିଓଙ୍କ ଦ୍ୱାରା ଆହୂତ ବିଡ଼ିଂକୁ ରଦ୍ଦ କରି ଦେଇଥିଲେ। କିନ୍ତୁ ଏହାପରେ ବିଡ଼ିଓଙ୍କ ମାଧ୍ୟମରେ ଆଉ କମ୍ପ୍ୟୁଟର କ୍ରୟ ନ କରି ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମାଧ୍ୟମରେ ସମଗ୍ର ଶିକ୍ଷା ସ୍କିମ୍‌ରେ ସାରା ଜିଲାର ସ୍ମାର୍ଟ ସ୍କୁଲଗୁଡିକୁ କମ୍ପ୍ୟୁଟର ଯୋଗାଇବା ପାଇଁ ମୋଟ ୪କୋଟି ଟଙ୍କା ବ୍ୟୟରେ ଏକକାଳୀନ ୧୦୦୦ ଡେସ୍କଟପ୍‌ କମ୍ପ୍ୟୁଟର ସହିତ ଆଣ୍ଟି ଭାଇରସ ସଫ୍ଟୱେର ଓ ୟୁପିଏସ୍‌ କ୍ରୟ କରିବାକୁ ଜିଲାପାଳ ନିଷ୍ପତ୍ତି ନେଇଥିଲେ। ତେଣୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମଗ୍ର ଶିକ୍ଷାର ଜିଲା ପ୍ରକଳ୍ପ କାର୍ଯ୍ୟାଳୟର ପ୍ରୋଗ୍ରାମରଙ୍କ ଦ୍ୱାରା ଚଳିତ ମାସ ୪ତାରିଖରେ ଏଥିପାଇଁ ଏକ ଜିଇଏମ୍‌ ବିଡ଼ିଂ (ଜିଇଏମ୍‌/୨୦୨୩/ବି/୩୦୮୨୯୮୫) ଆହ୍ବାନ କରାଯାଇଥିଲା। ବିଡ଼ିଂରେ ଥିବା ମାର୍ଗଦର୍ଶିକା ଆଧାରରେ ଯୋଗ୍ୟ ବିବେଚିତ ବିଡ଼ରମାନଙ୍କୁ ଆବେଦନ କରିବାର ଅନ୍ତିମ ଦିବସ ଫେବୃୟାରୀ ୧୪ତାରିଖ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ସେହି ଆହୂତ ବିଡିଂରେ ସମ୍ପ୍ରତି ପ୍ରଚଳିତ ସର୍ବାଧୁନିକ ଭର୍ସନର ଡେସ୍କଟପ୍‌ କମ୍ପ୍ୟୁଟର ବଦଳରେ ୪ରୁ ୫ ବର୍ଷ ପୁରୁଣା ଭର୍ସନର କମ୍ପ୍ୟୁଟର ସେଟ କିଣିବାକୁ ନିର୍ଦ୍ଦେଶ ହୋଇଥିଲା। ଅନାମଧ୍ୟେୟ ବ୍ରାଣ୍ଡ କମ୍ପାନୀର ୟୁପିଏସ୍‌ ସହିତ ଆଣ୍ଟିଭାଇରସ ସଫ୍ଟୱେର କିଣିବା ପାଇଁ ସେହି ବିଡ଼ିଂରେ କାହିଁକି ଆଗ୍ରହ ପ୍ରକାଶ କରାଯାଇଛି ତାହା ଏବେ ସ୍ବାଭାବିକ ଭାବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାବାଦ୍‌ ଅତି ପୁରୁଣା ଭର୍ସନର ଅନାମଧ୍ୟେୟ ବ୍ରାଣ୍ଡର ୟୁପିଏସ୍‌ ଅଧିକ ଦିନ ବ୍ୟବହାର ଉପଯୋଗୀ ହୋଇପାରିବ ନାହିଁ ବୋଲି ମତପ୍ରକାଶ ପାଇଛି।
ଅନ୍ୟପକ୍ଷେ କମ୍ପ୍ୟୁଟର ଶିକ୍ଷା ଦେବାକୁ ଜିଲାର କୌଣସି ବି ସରକାରୀ ସ୍କୁଲରେ ଶିକ୍ଷକ ନାହାଁନ୍ତି। ତେଣୁ ଯେଉଁ ସ୍ମାର୍ଟ ସ୍କୁଲଗୁଡ଼ିକୁ ପୁରୁଣା ଭର୍ସନର କମ୍ପ୍ୟୁଟର ସେଟ୍‌ ଯୋଗାଇ ଦିଆଯିବ ତାହା କେବଳ ସେଠାରେ ପଡ଼ିରହି କିଛିଦିନ ଧରି ଶୋଭା ବର୍ଦ୍ଧନ କରିବା ପରେ ଅକାମୀ ହୋଇଯିବ ଏବଂ ସରକାରଙ୍କ କୌଣସି ଲକ୍ଷ୍ୟ ସାଧିତ କରି ପାରିବ ନାହିଁ ବୋଲି ଚର୍ଚ୍ଚା ହେଉଛି। ଏହାକୁ ଅନୁଧ୍ୟାନ କଲେ ଉଦ୍ଦେଶ୍ୟମୂଳକ ଭାବେ ସରକାରଙ୍କ ବିପୁଳ ଅର୍ଥ ପାଣିରେ ପଡିବ ବୋଲି କୁହାଯାଉଛି। ପ୍ରାୟ ୨୮ହଜାର ଟଙ୍କାର କମ୍ପ୍ୟୁଟର ସେଟ୍‌କୁ ଅଯଥା ବୃଦ୍ଧି କରାଯାଇ ୩୯ହଜାର ଟଙ୍କା ମୂଲ୍ୟରେ କିଣିବା ପାଇଁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଜିଲା ପରିଷଦ ଅଧ୍ୟକ୍ଷା, ଜିଲା ଶିକ୍ଷାଧିକାରୀ, ଜିଲା ସମଗ୍ର ଶିକ୍ଷାର ବରିଷ୍ଠ ବୈଷୟିକ କନସଲ୍ଟଟାଣ୍ଟ୍‌, ଏନଆଇସିର ଜିଲା ସୂଚନା ଅଧିକାରୀ, ଜିଲଶ ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର ଏବଂ ଜିଲା ପ୍ରକଳ୍ପ କାର୍ଯ୍ୟାଳୟର ଏମଆଇଏସ୍‌ ପ୍ରୋଗ୍ରାମର ପ୍ରମୁଖଙ୍କୁ ନେଇ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି କିଭଳି ଓ କାହିଁକି ମଞ୍ଜୁରୀ ପ୍ରଦାନ କରିଥାନ୍ତା ତାହା ବି ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ଜିଇଏମ୍‌ ବିଡ଼ିଂରେ ସାଧାରଣ ନିୟମ ଅନୁଯାୟୀ ବିଡ଼ରମାନଙ୍କୁ ଯୋଗାଣ ସାମଗ୍ରୀର କୌଣସି ନମୁନା ମଗାଯାଇ ନାହିଁ କି ସାମଗ୍ରୀ ଉତ୍ପାଦନ କରୁଥିବା କମ୍ପାନୀଠାରୁ ଆବଶ୍ୟକ ପରିମାଣର ସାମଗ୍ରୀ ଯୋଗାଣ ନେଇ ମଧ୍ୟ ସ୍ବୀକୃତି ପତ୍ର ଆହ୍ବାନ କରାଯାଇ ନାହିଁ। ଯାହା ଶୁଣିବାକୁ ମିଳୁଛି ଶାସକ ଦଳର ଛତ୍ରଛାୟା ତଳେ ରହିଥିବା ଜଣେ ବ୍ୟକ୍ତିଙ୍କ ସଂସ୍ଥାଠାରୁ ସାମଗ୍ରୀ କିଣିବା ପାଇଁ ମସୁଧା ଚାଲିଛି। ପ୍ରତି ସେଟ ଡେସ୍କଟପ୍‌ରେ ହାରାହାରି ୧୦ହଜାର ଟଙ୍କା ହିସାବରେ ପ୍ରାୟ କୋଟିଏ ଟଙ୍କାର ହେରାଫେରି ପାଇଁ ଏକ ଖସଡ଼ା ପ୍ରସ୍ତୁତ କରି ଏଭଳି ଏକ ସନ୍ଦେହପୂର୍ଣ୍ଣ ବିଡ଼ିଂ ଆହୁତ କରାଯାଇଛି ବୋଲି (ଡ଼ବ୍ଲୁପି(ସି)(ପିଆଇଏଲ୍‌) ନଂ. ୫୬୩୯/୨୦୨୩) ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏହି ମାମଲାରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କ ସମେତ ଯାଜପୁର ଜିଲାପାଳ ଏବଂ ସମଗ୍ର ଶିକ୍ଷାର ଜିଲା ପ୍ରକଳ୍ପ ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏ ସଂକ୍ରାନ୍ତରେ ମତାମତ ନେବାକୁ ଜିଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରିଙ୍କ ମୋବାଇଲକୁ ବୁଧବାର ସନ୍ଧ୍ୟାରେ ଏକାଧିକ ଥର ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri