Posted inଫୁରସତ

କଥା ଛୁଞ୍ଚିର

କପଡା ସିଲେଇ କରିବା ଲାଗି ସାଧାରଣତଃ ମେଶିନ୍‌ ବ୍ୟବହାର କରାଯାଏ ଅବା ହାତରେ ସିଲେଇ କରାଯାଏ। ହେଲେ ଉଭୟ କ୍ଷେତ୍ରରେ ଗୋଟିଏ ଜିନିଷ ସାଧାରଣ ଥାଏ। ସେ ହେଉଛି ଛୁଞ୍ଚି। ବିନା ଛୁଞ୍ଚିରେ ସିଲେଇ କରିବା ଅସମ୍ଭବ। ତେବେ ଅନେକେ ଭାବନ୍ତି ଛୁଞ୍ଚି ହେଉଛି ଆଧୁନିକ ସରଞ୍ଜାମ। ହେଲେ ଏହାର ଇତିହାସ ହଜାର ହଜାର ବର୍ଷ ପୁରୁଣା। ପୁରାତତ୍ତ୍ୱ ବିଭାଗକୁ ଡେନିସୋଭା ଗୁମ୍ଫାରୁ ମିଳିଥିବା ୫୦,୦୦୦ ବର୍ଷ ପୁରୁଣା ଏକ ଛୁଞ୍ଚି ହେଉଛି ଏହାର ପ୍ରମାଣ। ଏହାକୁ କୌଣସି ଧାତୁରେ ତିଆରି କରାଯାଇ ନ ଥିଲା। ବରଂ ତିଆରି ହୋଇଥିଲା ଏକ ବଡ଼ ଚଢେଇର ହାଡରେ। ସେହି ଛୁଞ୍ଚି ବେଶ୍‌ ସୁରକ୍ଷିତ ଅବସ୍ଥାରେ ମିଳିଥିଲା। ତେଣୁ ତାହା ଏବେ ବି ବ୍ୟବହାରଯୋଗ୍ୟ। ଏହି ଛୁଞ୍ଚି ଉଦ୍ଧାର ହୋଇଥିବା ସ୍ଥାନରୁ ଅନ୍ୟ କେତୋଟି ଛୋଟ ଛୁଞ୍ଚତ୍ ବି ମିଳିଥିଲା। ହେଲେ ଚଢେଇ ହାଡରେ ତିଆରି ଏଇ ଛୁଞ୍ଚି ସବୁଠାରୁ ପୁରୁଣା ହେବା ସହ ବହୁତ ଲମ୍ବା। ଏହାର ଲମ୍ବ ୭ସେ.ମି. ଅଟେ। ବିଶ୍ୱାସ କରାଯାଏ ପୂର୍ବେ ପ୍ରାଣୀ ଚମଡାକୁ ସିଲେଇ କରିବା ପାଇଁ ଏଭଳି ହାଡର ଛୁଞ୍ଚି ବ୍ୟବହାର କରାଯାଉଥିଲା। ଏହାବାଦ ଛୁଞ୍ଚି ପ୍ରାଣୀଙ୍କ ଶିଙ୍ଗ ଓ ଦାନ୍ତରେ ବି ତିଆରି କରାଯାଉଥିଲା। ସେତେବେଳେ ସୂତାଭାବେ ପ୍ରାଣୀଙ୍କ ମାଂସପେଶୀ ଓ ଅସ୍ଥିର ସଂଯୋଗକାରୀ ତନ୍ତୁକୁ ଅବା ଗଛର ତନ୍ତୁକୁ ବ୍ୟବହାର କରାଯାଉଥିଲା। ଏହାବାଦ୍‌ ନାଟିଭ୍‌ ଆମେରିକୀୟମାନେ ‘ଆଗେଭ’ ନାମକ ଏକ ଗଛରୁ ଉଭୟ ଛୁଞ୍ଚ ଓ ସୂତା ପାଉଥିଲେ। ଏହି ଗଛର ପତ୍ର ଲମ୍ବା ଲମ୍ବା ଓ ଅଗ୍ରଭାଗ ବେଶ୍‌ ମୁନିଆ। ପତ୍ରକୁ କିଛିଦିନ ପାଣିରେ ବତୁରାଇ ରଖିଲେ ପତ୍ର ବତୁରି ସେଥିରୁ ଏକ ପ୍ରକାରର ତନ୍ତୁ ବାହାରେ। ସେହି ଲମ୍ବା ଲମ୍ବା ତନ୍ତୁ ଶୁଖିବା ପରେ ତାକୁ ସେମାନେ ସୂତା ଓ ପତ୍ରର ଅଗ୍ରଭାଗର ମୁନିଆ ଅଂଶକୁ ଛୁଞ୍ଚିବେ ବ୍ୟବହାର କରି ସିଲେଇ କରୁଥିଲେ। ପରବର୍ତ୍ତୀ ସମୟରେ ଛୁଞ୍ଚି ଓ୍ବାୟର ମେକିଂ ଟେକ୍‌ନଲୋଜିର ଏକ ଅନୁପ୍ରୟୋଗ ବି ସାଜିଥିଲା। ଯାହା ଖ୍ରୀ.ପୂ. ୨ୟ ମିଲେନିୟମରେ ଆରମ୍ଭ ହୋଇଥିଲା। ଛୁଞ୍ଚି ତିଆରିର ଅନ୍ୟ ଏକ ପ୍ରମୁଖ ପରିବର୍ତ୍ତନ ୧୦ମ ଶତାବ୍ଦୀରେ ଚାଇନାରେ ଉଚ୍ଚ ଗୁଣବତ୍ତା ଥିବା ଷ୍ଟିଲ ନିର୍ମାଣ ପଦ୍ଧତିର ଆଗମନରେ ହୋଇଥିଲା। ୧୬୩୯ରେ ଇଂଲଣ୍ଡର ରେଡଡିଚ୍‌ରେ ଛୁଞ୍ଚି ନିର୍ମାଣ ଆରମ୍ଭ ହୋଇଥିଲା। ପରେ ଛୁଞ୍ଚି ନିର୍ମାତାମାନେ ଲଣ୍ଡନରେ ଗିଲ୍ଡ ଅଫ୍‌ ନିଡଲ ମେକର୍‌ ସ୍ଥାପିତ କରିଥିଲେ। ଛୁଞ୍ଚି ନେଇ ପର୍ବ ବି ପାଳନ କରାଯାଏ। ଯେମିତିକି ଜାପାନରେ ହରି କୁୟୋ ନାମକ ଭଙ୍ଗା ଛୁଞ୍ଚି ପର୍ବ ପାଳନ କରାଯାଏ। ଏଥିରେ ଭଙ୍ଗା ଛୁଞ୍ଚି ଶେଷ ସମ୍ମାନ ଜଣାଯାଏ। ଏହା ୧୬୦୦ ଦଶକରୁ ପାଳିତ ହେଉଛି। ଏହିଭଳିଭାବେ ଛୁଞ୍ଚି ମାନବ ସହ ବହୁ ବର୍ଷରୁ ଜଡିତ ରହି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ୧ ଲକ୍ଷ ଟଙ୍କାର ଲ୍ୟାପ୍‌ଟପ୍‌: ମିଳିଲା ଏମିତି କିଛି, ଗ୍ରାହକଙ୍କ ହେଶ୍‌ ଉଡିଲା

ନୂଆଦିଲ୍ଲୀ,୯।୫: ଅନଲାଇନ ଶପିଂ ଆପ୍‌ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। କିନ୍ତୁ ଅନଲାଇନ ଆପଗୁଡ଼ିକର ବିଶ୍ୱସନୀୟତା ଧୀରେ ଧୀରେ ହ୍ରାସ ପାଉଛି। ଏହାର କାରଣ...

ପିଜା ଖାଇବାକୁ ବିମାନ ବୁକ୍‌ କରି ବିଦେଶରେ ପହଞ୍ଚିଲେ ଯୁବତୀ

ବାସ୍ତାବରେ ଧନୀମାନଙ୍କର ପରିଭାଷା କ’ଣ? ଏହାର ଅର୍ଥ ହେଲା ଧନୀଙ୍କ ପାଖରେ ଅର୍ଥର ଅଭାବ ନ ଥାଏ। ତେଣୁ ମନ ଯାହା ଚାହେଁ, ତାହା କରିଦିଅନ୍ତି।...

ବିବାହ କରିବେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଶତାୟୁ ନାୟକ ଟେରେନ୍ସ

ୱାଶିଂଟନ୍‌: ଆମେରିକା ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାହସର ସହ ଲଢ଼ିଥିବା ହେରୋଲ୍ଡ ଟେରେନ୍ସ ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ଆସନ୍ତା ମାସ ଫ୍ରାନ୍ସରେ ନିଜ ପ୍ରେମିକା...

ସେବାର ଅନ୍ୟନାମ ‘ରେଡ୍‌କ୍ରସ’

ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ।...

”ଜନସଚେତନତା ବିପଦ ଏଡ଼ାଇବ“

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଚଳିତ ବର୍ଷର ଏହି ଦିବସ ଉପଲକ୍ଷେ ପ୍ରସାରିତ ବାର୍ତ୍ତାଟିରେ କୌଣସି ଅସ୍ପଷ୍ଟତା ନାହିଁ।...

ଗୋଡ଼ରେ ଭୋଟ ଦେଲେ

ଅହମଦାବାଦ: ମଙ୍ଗଳବାର ଭାରତର ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବରେ ଗୁଜରାଟର ଏକ ପୋଲିଂ ବୁଥ୍‌ରେ ଅଙ୍କିତ ସୋନି...

ବାପାଙ୍କ ଦୋକାନ ବନ୍ଦ ହେବନି

ନୂଆଦିଲ୍ଲୀ: ରୋଲ୍‌ ପ୍ରସ୍ତୁତ କରୁଥିବା ଏକ ୧୦ ବର୍ଷୀୟ ବାଳକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଶ୍‌ପ୍ରୀତ ନାମକ ଏହି ବାଳକଙ୍କ ମାତ୍ର...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri