Posted inଫୁରସତ

ବିବାହ କରିବେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଶତାୟୁ ନାୟକ ଟେରେନ୍ସ

ୱାଶିଂଟନ୍‌: ଆମେରିକା ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାହସର ସହ ଲଢ଼ିଥିବା ହେରୋଲ୍ଡ ଟେରେନ୍ସ ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ଆସନ୍ତା ମାସ ଫ୍ରାନ୍ସରେ ନିଜ ପ୍ରେମିକା ଜିନ୍‌ ସେୱର୍ଲିଙ୍କୁ ବିବାହ କରିବାକୁ ଯାଉଛନ୍ତି। ହେରୋଲ୍ଡଙ୍କ ବୟସ ୧୦୦ ହୋଇଥିବା ବେଳେ ତାଙ୍କ ପ୍ରେମିକାଙ୍କ ବୟସ ୯୬ ରହିଛି। ୨୦୨୧ରୁ ଉଭୟ ପରସ୍ପରକୁ ଡେଟ୍‌ କରିଛନ୍ତି। ଉଭୟ ହେରୋଲ୍ଡ ଓ ସେୱର୍ଲିଙ୍କ ୱେଡିଂ ଭେନ୍ୟୁ ବି ବହୁତ ଖାସ୍‌ ରହିଛି। ଏମାନଙ୍କ ବିବାହ ସେହି ସମୁଦ୍ର କୂଳରେ ହେବ ଯେଉଁଠି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଲଢିବା ପାଇଁ ପହଞ୍ଚିଥିଲେ।

ସୂଚନା ଅନୁସାରେ ନିଜ ବିବାହକୁ ନେଇ ହେରୋଲ୍ଡ ବେଶ୍‌ ଉତ୍ସାହିତ ଅଛନ୍ତି। ସେ ନିଜ ବିବାହକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି। ବିଶ୍ୱଯୁଦ୍ଧ ୨ ସମୟରେ ଆମେରିକୀୟ ବାୟୁସେନାର ଅଂଶ ରହିଥିବା ହେରୋଲ୍ଡଙ୍କୁ ଆସନ୍ତା ମାସ ୬ରେ ଡି ଡେ’ ଲ୍ୟାଣ୍ଡିଂର ୮୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସମ୍ମାନିତ କରାଯିବ। ୧୯୪୪ ମସିହାର ଏହି ଐତିହାସିକ ଦିନରେ ଆମେରିକା ମିତ୍ରଦେଶମାନଙ୍କ ସହ ସାମିଲ ହୋଇ ବିଶ୍ୱଯୁଦ୍ଧର ଚିତ୍ର ବଦଳାଇ ପାରିଥିଲା। ଏହି ଯୁଦ୍ଧରେ ହେରୋଲ୍ଡ ଅଳ୍ପ କେତେଜଣ ଭାଗ୍ୟଶାଳୀଙ୍କ ମଧ୍ୟରେ ରହିଥିଲେ ଯେଉଁମାନେ ଯୁଦ୍ଧ ସରିବା ପରେ ଜୀବିତ ଫେରିପାରିଥିଲେ। ସମ୍ମାନୀତ ହେବାର ୨ ଦିନ ପରେ ସେ ନିଜ ପ୍ରେମିକା ଜିନ୍‌ ସେୱର୍ଲିନଙ୍କ ସହ ଫ୍ରାନ୍ସର ଏକ ସମୁଦ୍ର କୂଳରେ ବିବାହ କରିବେ। ୧୯୪୪ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ସମୁଦ୍ରକୂଳରୁ ଆମେରିକାର ହଜାର ହଜାର ସୈନିକ ଯୁଦ୍ଧ ପାଇଁ ବାହାରିଥିଲେ। ଏହି ବିବାହ କାର୍ଯ୍ୟକ୍ରମ ସହରର ମେୟରଙ୍କ ଉପସ୍ଥିତିରେ ସମ୍ପନ୍ନ ହେବ।

ଏକ ସାକ୍ଷାତ୍‌କାର ଦେଇ ହେରୋଲ୍ଡ ସେ ଓ ସେୱର୍ଲି ଗତ ୩ ବର୍ଷ ଧରି ଯୁବପିଢିଙ୍କ ପରି ପରସ୍ପରକୁ ବାରମ୍ବାର ଭେଟିବାକୁ ପସନ୍ଦ କରୁଥିଲେ। ୧୦୦ ବର୍ଷୀୟ ହେରୋଲ୍ଡ ଜଣେ ମଜାଳିଆ ବ୍ୟକ୍ତିତ୍ୱ ହୋଇଥିବାବେଳେ ତାଙ୍କର ସ୍ମୃତି ଶକ୍ତି ଆଗରେ ବୟସ ହାର ମାନିଥିବା ପ୍ରେମିକା ସେୱର୍ଲି କହିଛନ୍ତି।

ଅନୁଯାୟୀ, ପ୍ରଥମ ବିଶ୍ୱଯୁଦ୍ଧ ଶେଷ ହେବା ପରେ ହେରୋଲ୍ଡ ଘରକୁ ଫେରି ସେଠାରେ ଥେଲ୍‌ମାଙ୍କୁ ବିବାହ କରିଥିଲେ। ହେରୋଲ୍ଡଙ୍କର ତିନୋଟି ସନ୍ତାନ ମଧ୍ୟ ରହିଛନ୍ତି। ସେ ଏକ ବ୍ରିଟିଶ କମ୍ପାନୀରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଅବସର ପରେ ସେ ପରିବାର ସହ ଫ୍ଲୋରିଡାରେ ବସବାସ କରୁଥିଲେ। ୨୦୧୮ରେ ସ୍ତ୍ରୀ ଥେଲ୍‌ମାଙ୍କ ମୃତ୍ୟୁ ହେରୋଲ୍ଡଙ୍କୁ ଏକୁଟିଆ କରିଦେଇଥିଲା। ଏହି ସମୟ ମଧ୍ୟରେ, ହେରୋଲ୍ଡ ଜଣେ ବନ୍ଧୁଙ୍କ ମାଧ୍ୟମରେ ସ୍ବେୱଲିଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?