ଏଇ ଭାରତରେ

ଜଣେ ଗରିବ ମା’ର ଦିବ୍ୟାଙ୍ଗ ପିଲାଟିି ଅନିଲ ଜୋଶେଫଙ୍କୁ ପ୍ରଭାବିତ କରିଥିଲା। ପରେ ସେ ଗରିବ ଓ ଅସହାୟ ଦିବ୍ୟାଙ୍ଗ ପିଲାମାନଙ୍କ ସାହାରା ପାଲଟିଗଲେ। ସମୟକ୍ରମେ ଅନିଲ ଏକ ଆଶ୍ରୟସ୍ଥଳୀ ନିର୍ମାଣ କରି ସେଠାରେ ୭୫ ଜଣ ଦିବ୍ୟାଙ୍ଗ ଶିଶୁଙ୍କୁ ରଖି ସେମାନଙ୍କ ଲାଳନପାଳନ କରୁଛନ୍ତି। ଉକ୍ତ ଆଶ୍ରୟସ୍ଥଳୀର ନାମ ରଖିଛନ୍ତି ‘ଆଶ୍ରମ’। ପିଲାମାନଙ୍କ ଶିକ୍ଷା ଓ ଚିକିତ୍ସା ଖର୍ଚ୍ଚ ନିଜେ ହିଁ ବହନ କରୁଛନ୍ତି। ଏହି କାର୍ଯ୍ୟ କରିବା ଲାଗି ସେ ୨୦୦୨ରେ ସ୍ପେଶାଲ ଏଜୁକେଶନରେ ଡିପ୍ଲୋମା କରିବା ପରେ ‘ଦେବା ଇଣ୍ଟରନ୍ୟାଶନାଲ ସୋସାଇଟି’ ଗଠନ କରି ସେଠାରେ ବିଶେଷ ଶିକ୍ଷକ ଭାବେ କାମ ଆରମ୍ଭ କରିଥିଲେ। ପ୍ରଥମେ ସେ ଏକ ଭଡ଼ା ଘରେ ଦିବ୍ୟାଙ୍ଗ ଶିଶୁମାନଙ୍କୁ ରଖିଥିଲେ। ପରେ ଏହି ସେବା ସମ୍ବନ୍ଧରେ ଅନ୍ୟମାନେ ଜାଣିବା ପରେ ସହଯୋଗର ହାତ ବଢ଼ାଇଲେ। ଫଳରେ ଜଣକ ପରେ ଜଣେ ଦିବ୍ୟାଙ୍ଗ ପିଲା ତାଙ୍କ ପାଖକୁ ଆସିବାକୁ ଲାଗିଲେ। ଯେଉଁ ଗରିବ ପରିବାର ଦିବ୍ୟାଙ୍ଗ ପିଲାଙ୍କୁ ବୋଝ ଭାବି ଅନ୍ୟତ୍ର ଛାଡ଼ିଦେବା ଲାଗି ଚାହଁୁଛନ୍ତି ସେମାନଙ୍କଠାରୁ ସେଭଳି ପିଲାଙ୍କୁ ଆଣି ଅନିଲ ତାଙ୍କ ଆଶ୍ରମରେ ରଖୁଛନ୍ତି। ସେମାନଙ୍କଠାରେ ପରିବର୍ତ୍ତନ ଆସିିବା ପରେ ସେମାନଙ୍କୁ ଭୋକେଶନାଲ ଟ୍ରେନିଂ ବି ଦେଉଛନ୍ତି। ଏବେ ତାଙ୍କ ଆଶ୍ରମରେ ପିଲାମାନଙ୍କ ସେବା ଲାଗି ୧୮ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଡାକ୍ତର, ଫିଜିଓଥେରାପିଷ୍ଟ,ମନସ୍ତତ୍ତ୍ୱବିତ୍‌ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭୋଟ ପାଇଁ ନିମନ୍ତ୍ରଣ ପତ୍ର। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି! ହେଲେ ଏହା କୌଣସି ମନଗଢ଼ା କଥା ନୁହେଁ, ବରଂ ପ୍ରତି ଘରେ ଘରେ...

ଶାନ୍ତି ପ୍ରତିଷ୍ଠାରେ ଭିଟୋ ବାଧକ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ଏବଂ ବିପୁଳ ଧନଜୀବନ କ୍ଷୟରୁ ଶିକ୍ଷାଲାଭକରି ପୃଥିବୀରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ୫ ପ୍ରମୁଖ ରାଷ୍ଟ୍ର ଯଥା-ବ୍ରିଟେନ୍‌,...

ବ୍ୟକ୍ତି ନୁହେଁ, ଦେଶ ସର୍ବୋପର

ବୃହସ୍ପତି ସାମଲ ଆରମ୍ଭରୁ ମୌର୍ଯ୍ୟ, ଗୁପ୍ତ, ଚୋଳ, ଚାଲୁକ୍ୟ, କୁଶାଣଙ୍କ ଭଳି ବ଼ଂଶାନୁକ୍ରମିକ ରାଜାରାଜୁଡ଼ା ଶାସନ ପରେ ବାହ୍ୟ ଆକ୍ରମଣକାରୀ ଖିଲ୍ଲିଜ, ତୋଗଲକ ଓ ମୋଗଲ...

କାନାଡ଼ାରେ ଶିଖ୍‌

ଭାରତ ଓ କାନାଡ଼ା ସମ୍ପର୍କ ପୁଣି ବିଗିଡ଼ିବାରେ ଲାଗିଲାଣି। ୨୦୨୩ ଜୁନ୍‌ରେ କାନାଡ଼ାର ବ୍ରିଟିଶ କଲମ୍ବିଆସ୍ଥିତ ଏକ ଗୁରୁଦ୍ୱାରାରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ କୁହାଯାଉଥିବା ହରଦୀପ ସିଂ...

ଏଇ ଭାରତରେ

ଉତ୍ତରପ୍ରଦେଶର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ବିକାଶ ନାୟକ ଇକୋଟୁରିଜମ୍‌କୁ ପ୍ରୋତ୍ସାହିତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବଡ଼ କଥା ହେଉଛି ଏକ...

ତୁମ ଆଡ଼େ କେମିତ

ଡ. ଦ୍ୱିତୀ ଚନ୍ଦ୍ର ସାହୁ ସକାଳୁ ସକାଳୁ ମନେ ପଡ଼ିଗଲା କି କ’ଣ ଦୂର ବାଟ ବନ୍ଧୁ ଜଣେ ଫୋନ୍‌ କଲେ। ଚାଲି ଚାଲି ମୋବାଇଲର...

ଓଡ଼ିଶାରେ ଭାଷା

ଲୋକନାଥ ପଣ୍ଡା ଫେବୃଆରୀ ମାସରେ ତିନିଦିନ ଧରି ଭୁବନେଶ୍ୱରଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ...

ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri