ସ୍ମାର୍ଟସିଟି ରାସ୍ତା ପାଲଟିଛି ଗୋରୁ ଗୋଠ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଏକ ମଡେଲ ସିଟିରେ ପରିଣତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବିଭିନ୍ନ ଯୋଜନା ଆରମ୍ଭ କରାଯାଉଛି। ତେବେ ଅଧିକାଂଶ ଯୋଜନା କାର୍ଯ୍ୟକାରୀ ହେବାର କେଇଟା ଦିନରେ ବାଟବଣା ହୋଇଯାଉଛି। ସହର ରାସ୍ତାକୁ ବୁଲା ଗୋରୁମୁକ୍ତ କରିବାକୁ ବିଏମ୍‌ସି ପଦକ୍ଷେପ ନେଉଥିବା କହୁଛି। ହେଲେ ନିୟମିତ ବୁଲା ଗୋରୁଙ୍କୁ ଉଦ୍ଧାର କରି କାଞ୍ଜିଆହୁଦା ଓ ଗୋଶାଳାରେ ରଖିବା ପ୍ରକ୍ରିୟା ଶିଥିଳ ହୋଇପଡ଼ିଥିବାରୁ ରାଜଧାନୀରେ ଏମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସହରରେ ହଜାର ହଜାର ସଂଖ୍ୟାରେ ଗୋରୁ ବିଚରଣ କରୁଥିବାବେଳେ ମାତ୍ର ଗୋଟିଏ ଗୋଶାଳା ଖୋଲି ହାତବାନ୍ଧି ବସିଛି ବିଏମ୍‌ସି। ଦ୍ୱିତୀୟ ଗୋଶାଳା ପାଇଁ ଯୋଜନା କରାଯାଉଥିବା ବାରମ୍ବାର ସୂଚନା ଦିଆଯାଉଥିଲେ ମଧ୍ୟ ଏଯାଏ ସ୍ଥାନ ଚିହ୍ନଟ ନ ହେବା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଫଳରେ ବୁଲା ଗୋରୁ ଓ ଷଣ୍ଢ ରାସ୍ତାରେ ବିଚରଣ କରିବା ସହ ଶୋଇ ରହି ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁଛନ୍ତି। ଏଥିସହ ଦୁର୍ଘଟଣାର କାରଣ ସାଜୁଛନ୍ତି। ଦିନଠାରୁ ରାତିର ସ୍ଥିତିକୁ ଦେଖିଲେ ସତେଯେମିତି ସ୍ମାର୍ଟସିଟି ରାସ୍ତା ଗୋରୁଗୋଠ ପାଲଟିଥିବା ପରି ମନେ ହେଉଛି। ବିଶେଷକରି ନୟାପଲ୍ଲୀ, ଏକ ନମ୍ବର ହାଟ, ନନ୍ଦନକାନନ ରାସ୍ତା, ରସୁଲଗଡ଼, ପୁରୁଣା ଭୁବନେଶ୍ୱର ସମେତ ବିଭିନ୍ନ ହାଟ ଅଞ୍ଚଳରେ ଗୋରୁପଲ ଦେଖିବାକୁ ମିଳୁଛି। ନିକଟ ହାଟବଜାରରୁ ପରିବାପତ୍ର ଓ ହୋଟେଲର ବଳକା ଖାଦ୍ୟ ଖାଇବାକୁ ଭିଡ଼ ଲଗାଉଛନ୍ତି। ସେହିଭଳି ବିଏମ୍‌ସି ଅଳିଆ ଗଦାରୁ ଖାଦ୍ୟ ସଂଗ୍ରହବେଳେ ଅଳିଆକୁ ଚାରିଆଡେ ଖେଳାଇ ପକାଉନ୍ତି। ବୁଲି ବୁଲି ଖାଇବା ସହ ଏକାଠି ହୋଇ ରାସ୍ତା ଉପରେ ଶୋଇ ରହୁଛନ୍ତି। ଏଥିସହ ପଲିଥିନ ଓ ଅଖାଦ୍ୟ ଖାଇ ରୋଗଗ୍ରସ୍ତ ହୋଇପଡ଼ୁଛନ୍ତି ଏହି ନିରୀହ ପ୍ରାଣୀ। ଚିକିତ୍ସା ଅଭାବରୁ ଅନେକ ସମୟରେ ସେମାନଙ୍କର ମୃତ୍ୟୁ ହେଉଥିବା ମଧ୍ୟ ନଜିର ରହିଛି। ଏହାକୁ ନେଇ ପଶୁପ୍ରେମୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଉଛି।

 

ଖାରବେଳନଗରରେ ବିଏମ୍‌ସି ପକ୍ଷରୁ ଏକ କାଞ୍ଜିଆହୁଦା ରହିଛି। କର୍ମଚାରୀ ନିଯୁକ୍ତି ପାଇଛନ୍ତି ଓ ପରିଚାଳନା ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ପୂର୍ବରୁ ବୁଲା ଗୋରୁଙ୍କୁ କାବୁ କରି ଏଠାରେ ରଖାଯାଉଥିଲା। ଗୋରୁଙ୍କୁ ଚିହ୍ନଟ ପୂର୍ବକ କାନରେ ସ୍ବତନ୍ତ୍ର ଟ୍ୟାଗ୍‌ ସହ ନମ୍ବର ଲଗାଯାଉଥିଲା। ଗୋରୁ ମାଲିକଙ୍କ ନାମ, ଠିକଣା ଓ ଫୋନ୍‌ ନମ୍ବର ରହିଥାଏ। ମାଲିକ ଆସି ଟ୍ୟାଗ୍‌ ଦେଖି ନିଜ ଗୋରୁଙ୍କୁ ଜରିମାନା ଦେଇ ନେଇଯାଉଥିଲେ। କାଞ୍ଜିଆହୁଦା ଖୋଲିବାର କିଛି ବର୍ଷ ପର୍ଯ୍ୟନ୍ତ ଏସବୁ କାର୍ଯ୍ୟ ଚାଲିଥିଲା। ଶହୀଦନଗରସ୍ଥିତ ପ୍ରାଣୀ ଚିକିତ୍ସାଳୟ ପରିଚାଳନା କରୁଥିଲା। ବର୍ତ୍ତମାନ ଏହି କାଞ୍ଜିଆହୁଦା ଖାଲି ପଡିଛି। ଏଠାରେ କୌଣସି ବୁଲାଗୋରୁଙ୍କୁ ରଖାଯାଉନାହିଁ।

 

ଏବେ ବୁଲା ଗୋରୁଙ୍କୁ ଉଦ୍ଧାର ପରେ ଜାମୁକୋଳିସ୍ଥିତ ଗୋଶାଳାରେ ରଖାଯାଉଛି। ହେଲେ କିଛିଦିନ ସେଠାରେ ରଖାଯିବାପରେ ଗୋରୁମାନଙ୍କୁ ପୁଣି ଛାଡ଼ି ଦିଆଯାଉଥିବା ଭଳି ଅଭିଯୋଗ ଉଠୁଛି। ତେବେ ବିଏମ୍‌ସି କର୍ତ୍ତୃପକ୍ଷ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଉଦ୍ଧାର ହେଉଥିବା ଗୋରୁ ବା ଷଣ୍ଢଙ୍କୁ ସେମାନଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଗୋଶାଳାରେ ରଖାଯାଉଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ତେବେ ଗୋଶାଳାର କ୍ଷମତା ମାତ୍ର ୨୫୩ ରହିଥିବାବେଳେ ହଜାର ହଜାର ସଂଖ୍ୟାରେ ଗୋରୁ ରାଜଧାନୀରେ ବୁଲୁଛନ୍ତି। ତେଣୁ ଅଧିକ ଗୋଶାଳା ଖୋଲାଯିବା ସହ ଗୋରୁ ଉଦ୍ଧାର ଓ ଚିହ୍ନଟ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri