Odisha Elections 2024

୧୯୭୦ରୁ ୭୦% କମିଲାଣି ବନ୍ୟପ୍ରାଣୀଙ୍କ ସଂଖ୍ୟା

ପ୍ୟାରିସ୍‌, ୧୪ା୧୦: ମନୁଷ୍ୟକୃତ କାରଣ ଯୋଗୁ ପ୍ରକୃତି ନିଜର ପ୍ରାକୃତିକତା ହରାଉଛି। ଜଳବାୟୁ ପରିବର୍ତ୍ତନର ଘାତକ ପ୍ରଭାବ ମଣିଷ ନିଜେ ଭୋଗିବା ସହ ସାରା ଜୀବଜଗତ ଅଙ୍ଗେ ନିଭାଉଛନ୍ତି। ପରିବେଶ ସନ୍ତୁଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ଅନେକ ପ୍ରଜାତିର ବନ୍ୟପ୍ରାଣୀ ବିଲୁପ୍ତପ୍ରାୟ ହୋଇଯାଇଥିବାବେଳେ ବିଶ୍ୱ ବନ୍ୟପ୍ରାଣୀ ପାଣ୍ଠି (ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌)ର ସଦ୍ୟ ରିପୋର୍ଟ ଚିନ୍ତା ବଢ଼ାଇଛି। ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ଅନୁସାରେ ୧୯୭୦ ମସିହା ପରଠାରୁ ୨୦୧୮ ମଧ୍ୟରେ ବନ୍ୟପ୍ରାଣୀଙ୍କ ସଂଖ୍ୟା ପ୍ରାୟ ୭୦% ହ୍ରାସପାଇଲାଣି। ଅର୍ଥାତ୍‌ ବିଭିନ୍ନ ଜଙ୍ଗଲ ଓ ସମୁଦ୍ରରେ ବାସ କରୁଥିବା ପ୍ରାଣୀଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶଙ୍କ ଜୀବନ ଗଲାଣି। ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ନଷ୍ଟ ଏବଂ ପ୍ରଦୂଷଣ ମାତ୍ରା ବୃଦ୍ଧି ଏହାର ପ୍ରମୁଖ କାରଣ ବୋଲି ଏଥିରେ କୁହାଯାଇଛି।
୫ ହଜାରରୁ ଊର୍ଦ୍ଧ୍ୱ ପ୍ରଜାତିର ସ୍ତନ୍ୟପ୍ରାୟୀ, ପକ୍ଷୀ, ଉଭୟଚର, ସରୀସୃପ ଏବଂ ମାଛ ଆଦି ୩୨ ହଜାର ପ୍ରାଣୀଙ୍କ ସଂଖ୍ୟା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ବିଶେଷକରି ଲାଟିନ୍‌ ଆମେରିକା ଏବଂ କାରିବିଆନ୍‌ ଅଞ୍ଚଳରେ ପ୍ରାଣୀଙ୍କ ସଂଖ୍ୟା ସର୍ବାଧିକ ୯୪% ପର୍ଯ୍ୟନ୍ତ ହ୍ରାସ ପାଇଛି। ସବୁଠୁ ଉଦ୍‌ବେଗଜନକ ହେଲା ୧୯୭୦ରୁ ନିରୀକ୍ଷଣରେ ରହିଥିବା ବନ୍ୟପ୍ରାଣୀଙ୍କ ସଂଖ୍ୟା କମିଛି, ଯାହା ଚିନ୍ତାର କାରଣ ବୋଲି ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ଇଣ୍ଟରନ୍ୟାଶନାଲର ମହାନିର୍ଦ୍ଦେଶକ ମାର୍କୋ ଲମ୍ବେରଟିନି କହିଛନ୍ତି। ୧୯୯୪ରୁ ୨୦୧୬ ମଧ୍ୟରେ ବ୍ରାଜିଲିଆନ୍‌ ଆମାଜନ୍‌ରେ ପିଙ୍କ୍‌ ରିଭର୍‌ ଡଲ୍‌ଫିନ୍‌ଙ୍କ ସଂଖ୍ୟା ୬୫% କମିଛି। ମଣିଷ ନିଜ ପାଇଁ ଫସଲ ଜମି, ଘର, ସହର ବନାଇବା ଲାଗି ଜଙ୍ଗଲ ସଫା କରୁଛି। ଜଙ୍ଗଲ ଜମିରୁ ଖାଦ୍ୟ ଉତ୍ପାଦନ ହେତୁ ଜୈବ ବିବିଧତା ମଧ୍ୟ ନଷ୍ଟ ହୋଇଛି। ଏହାସହ ବିଶୁଦ୍ଧ ଜଳ ହ୍ରାସ ୫୦% ବୋଲି ରେକର୍ଡ କରାଯାଇଛି। ଜଙ୍ଗଲ ସଫା ହେତୁ ସବୁଜଗୃହ ବାଷ୍ପ ନିର୍ଗମନ ୩୦% ବଢ଼ିଛି। ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ର ଗତ ଦୁଇଥରର ରିପୋର୍ଟ ଦେଖିଲେ ପ୍ରତିବର୍ଷ ବନ୍ୟପ୍ରାଣୀଙ୍କ ସଂଖ୍ୟା ପ୍ରାୟ ୨.୫% କମୁଛି। ମଣିଷ ପ୍ରତ୍ୟକ୍ଷ ଭାବେ ମଧ୍ୟ ନିଜ ଖାଦ୍ୟ, ପରିଧାନ, ଔଷଧ ଆବଶ୍ୟକତା ପାଇଁ ବନ୍ୟପ୍ରାଣୀଙ୍କ ହତ୍ୟା କରୁଛି। ଏସବୁକୁ ରୋକା ନ ଗଲେ ପ୍ରକୃତି ଭୟଙ୍କର ଭାବେ ଏହାର ପ୍ରତିଶୋଧ ନେବ। ଏଭଳି ବିପଦକୁ ଏଡ଼ାଇବାକୁ ବଡ଼ସ୍ତରରେ ଜୈବ ବିବିଧତା ରକ୍ଷା ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ। ଅନ୍ତର୍ଜାତୀୟ ସମୁଦାୟ ଏଥିନିମନ୍ତେ ଅଧିକ ପାଣ୍ଠି ଯୋଗାଇଦେବା ଆବଶ୍ୟକ। ପ୍ରକୃତିକୁ ରକ୍ଷା କରିବା ପାଇଁ ଧନୀ ରାଷ୍ଟ୍ରଗୁଡ଼ିକ ଅଧିକରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ଆଫ୍ରିକାର ଆଞ୍ଚଳିକ ନିର୍ଦ୍ଦେଶକ ଆଲିସ୍‌ ରୁହଓ୍ବେଜା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧମକ ଦେଲା ଚାଇନା, ଯିଏ ତାଇଓ୍ବାନକୁ ସମର୍ଥନ କରିବ ତାହାର ମୁଣ୍ଡ କାଟି ଦିଆଯିବ

ବେଜିଂ,୨୩।୫: ଚାଇନା ଗୁରୁବାର କହିଛି ଯେ ତାଇୱାନର ସ୍ବତନ୍ତ୍ରତାକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କ ମୁଣ୍ଡ କାଟି ଦିଆଯିବ। ଚାଇନା କହିଛି ତାଇୱାନର ସ୍ବ-ଶାସିତ ଦ୍ୱୀପ ଚାରିପାଖରେ...

ଭାରତ-ପାକିସ୍ତାନ ଟିକେଟ୍‌ ମୂଲ୍ୟ ଆକାଶଛୁଆଁ: ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନ୍ୟୁୟର୍କ,୨୩।୫: ଆଉ ମାତ୍ର କିଛି ଦିନ ପରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଛି। ସାରା ବିଶ୍ୱରେ କ୍ରିକେଟ ପ୍ରଶଂସକମାନେ ଜୁନ ୯ରେ ନ୍ୟୁୟର୍କରେ ଭାରତ...

ଭାରତୀୟ ଜ୍ୟୋତିଷ କଲେ ପୁର୍ବାନୁମାନ, ଏହିଦିନ ହେବ ତୃତୀୟ ବିଶ୍ୱଯୁଦ୍ଧ!

ନୂଆଦିଲ୍ଲୀ,୨୩।୫: ତୃତୀୟ ବିଶ୍ୱଯୁଦ୍ଧର ଚର୍ଚ୍ଚା ଅନେକ ଦଶନ୍ଧି ଧରି କଳ୍ପନା ଏବଂ ବିତର୍କର ବିଷୟ ହୋଇଆସୁଛି। ପ୍ରଥମ ଦୁଇଟି ବିଶ୍ୱଯୁଦ୍ଧର ଘାତକ ପ୍ରଭାବ ବିଶ୍ୱର ସ୍ମୃତିରେ...

ବାଇଡେନ୍‌ଙ୍କ ନିଦ ହଜାଇଦେଲେ ନିକ୍କି ହାଲି

କଲମ୍ବିଆ,୨୩।୫: : ନଭେମ୍ବର ୨୦୨୪ରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିଦ୍ୱନ୍ଦ୍ୱୀ ବର୍ତ୍ତମାନ ତାଙ୍କ...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓସ୍‌ମା ବିନ୍‌ ବିୟର, ଦାମ୍‌ ରହିଛି…

ଲଣ୍ଡନ,୨୩ା୫: ଭାରତର ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ନେତା ଓସ୍‌ମା ବିନ୍‌ ଲାଡେନଙ୍କ ନାମରେ ଏକ ବିୟର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ବିୟର ସୋସିଆଲ...

ରାଜନୈତିକ ରାଲି ସମୟରେ ଭାଙ୍ଗିଲା ମଞ୍ଚ, ୯ ମୃତ, ସାମ୍ନାକୁ ଆସିଲା ଛାତିଥରା ଭିଡିଓ

ମେକ୍ସିକୋ ସିଟି,୨୩।୫: ମେକ୍ସିକୋର ନୁଭୋ ଲିଓନ ରାଜ୍ୟର ସାନ ପେଡ୍ରୋ ଗାରଜା ଗାର୍ସିଆ ସହରରେ ଏକ ସିଭିକ ମୁଭମେଣ୍ଟ ବା ନାଗରିକ ଆନ୍ଦୋଳନ ପାର୍ଟି ରାଲିରେ...

ତାଇଓ୍ବାନ୍‌ ଉପରେ କବ୍‌ଜା କରିବ ଚାଇନା: ଚାରିପାଖରେ ସୈନ୍ୟ ଛାଉଣୀ

ବେଜିଂ,୨୩।୬: ସମ୍ପ୍ରସାରଣ ନୀତି ଅନୁସରଣ କରୁଥିବା ଚାଇନା ବର୍ତ୍ତମାନ ତାଇୱାନ ଉପରେ ନଜର ରଖିଛି। ଏସୀୟ ଦେଶ ଦାବି କରିଥିବା ଡ୍ରାଗନ ଏହାକୁ କାବୁ କରିବାକୁ...

ଜୁଲାଇ ୪ରେ ବ୍ରିଟେନ୍‌ ନିର୍ବାଚନ, ସୁନକ୍‌ଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ଲଣ୍ଡନ୍‌,୨୨ା୫: ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଅନେକ ମାସ ଧରି ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟାଇ ବୁଧବାର ସନ୍ଧ୍ୟାରେ ଏନେଇ ବ୍ରିଟେନ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri