ଜୁଲାଇ ୪ରେ ବ୍ରିଟେନ୍‌ ନିର୍ବାଚନ, ସୁନକ୍‌ଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ଲଣ୍ଡନ୍‌,୨୨ା୫: ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଅନେକ ମାସ ଧରି ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟାଇ ବୁଧବାର ସନ୍ଧ୍ୟାରେ ଏନେଇ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ ଘୋଷଣା କରିଛନ୍ତି। ୨୦୧୦ରୁ ଦେଶରେ କ୍ଷମତାସୀନ ଥିବା ଦକ୍ଷିଣପନ୍ଥୀ କଞ୍ଜରଭେଟିଭ୍‌ ପାର୍ଟି ପାଇଁ ଏହି ନିର୍ବାଚନ ଅସ୍ତିତ୍ୱ ବଜାୟ ପାଇଁ ଅଗ୍ନିପରୀକ୍ଷା ହେବ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି।

ଲଣ୍ଡନ୍‌ର ୧୦ ଡାଉନିଂ ଷ୍ଟ୍ରିଟ୍‌ରୁ ପ୍ରଥମ ଭାରତୀୟ ବ୍ରିଟିଶ ପ୍ରଧାନମନ୍ତ୍ରୀ ସୁନକ୍‌ କହିଛନ୍ତି, ଗତ ୫ ବର୍ଷ ଦେଶ ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସର୍ବାଧିକ ଆହ୍ବାନପୂର୍ଣ୍ଣ ରହିଥିଲା। ଆଗାମୀ ଦିନଗୁଡ଼ିକରେ ମୁଁ ଆପଣମାନଙ୍କ ପ୍ରତ୍ୟେକ ଭୋଟ ପାଇଁ ସଂଘର୍ଷ କରିବି। ଆମ ପାଖରେ ଏକ ସ୍ପଷ୍ଟ ଯୋଜନା ରହିଛି। ଆସନ୍ତା ସପ୍ତାହରେ ପାର୍ଲାମେଣ୍ଟ ଭଙ୍ଗ କରାଯିବ। ଏହା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।

କିଛିଦିନ ହେଲା ସୁନକ୍‌ଙ୍କ ବିରୋଧରେ ଶାସକ କଞ୍ଜରଭେଟିଭ୍‌ ପାର୍ଟିର କେତେଜଣ ଏମ୍‌ପି ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଦାବି କରିଆସୁଛନ୍ତି। ଜଣେ ଏମ୍‌ପି ଦଳର ସାମ୍ପ୍ରତିକ ସ୍ଥିତିକୁ ଭୟଙ୍କର ବୋଲଇ ଦର୍ଶାଇଛନ୍ତି। ବ୍ରିଟେନରେ ସାଧାରଣ ନିର୍ବାଚନ ସାଧାରଣତଃ ଗୁରୁବାର ଅନୁଷ୍ଠିତ ହୋଇଥାଏ। ୧୯୩୧ ଅକ୍ଟୋବର ୨୭ରୁ ଏହି ପରମ୍ପରା ପ୍ରଚଳିତ। ଜୁଲାଇ ୪ ମଧ୍ୟ ଗୁରୁବାର ପଡ଼ୁଛି। ପାର୍ଲାମେଣ୍ଟର ପ୍ରଥମ ବୈଠକର ୫ ବର୍ଷ ପୂରଣ ହେବା ପରେ ପାର୍ଲାମେଣ୍ଟକୁ ଭଙ୍ଗ କରାଯାଇଥାଏ। ବର୍ତ୍ତମାନର ପାର୍ଲାମେଣ୍ଟ ୨୦୨୪ ଡିସେମ୍ବର ୧୭ରେ ୫ ବର୍ଷ ପୂରଣ କରିଥାନ୍ତା। କିନ୍ତୁ ଦଳ ଭିତରେ ସୁନକ୍‌ଙ୍କ ବିରୋଧରେ ବିଦ୍ରୋହ ବଢ଼ିବାରେ ଲାଗିଥିବାରୁ ସେ ଆଗୁଆ ନିର୍ବାଚନ ପାଇଁ ଘୋଷଣା କରିଛନ୍ତି।

ପାର୍ଲାମେଣ୍ଟ ଭଙ୍ଗ ହେବା ପରେ ନିର୍ବାଚନ ପ୍ରସ୍ତୁତି ପାଇଁ ୨୫ ଦିନ ସମୟ ଦିଆଯାଇଥାଏ। ନିର୍ଦ୍ଧାରିତ ପ୍ରକ୍ରିୟାର ପାଳନ ହୋଇଥିଲେ, ୨୦୨୫ ଜାନୁଆରୀ ୨୮ ପୂର୍ବରୁ ବ୍ରିଟେନରେ ନିର୍ବାଚନ ହୋଇଥାନ୍ତା। ପ୍ରକାଶ ଯେ, ୪୪ ବର୍ଷୀୟ ସୁନକ୍‌ ହେଉଛନ୍ତି, ଇନ୍‌ଫୋସିସ୍‌ ସହପ୍ରତିଷ୍ଠାତା ଏନ୍‌.ଆର୍‌. ନାରାୟଣମୂର୍ତ୍ତିଙ୍କ ଜ୍ୱାଇଁ। ନାରାୟଣମୂର୍ତ୍ତିଙ୍କ ଝିଅ ଅକ୍ଷତା ଓ ଋଷି ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଉଭୟଙ୍କ ମିଳିତ ସମ୍ପତ୍ତି ପରିମାଣ ଚଳିତ ବର୍ଷ ୬୨୯ରୁ ୬୫୧ ନିୟୁତ ପାଉଣ୍ଡକୁ ବୃଦ୍ଧି ପାଇଛି। ଏଥିସହ ୬୧୦ ନିୟୁତ ପାଉଣ୍ଡର ଅଧିକାରୀ କିଙ୍ଗ୍‌ ଚାଲର୍‌ସଙ୍କଠାରୁ ଏହି ଦମ୍ପତି ଅଧିକ ଧନୀ ମାନ୍ୟତା ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନରେ ବ୍ୟାପିଲା ମାଂସ ଖାଉଥିବା ବିରଳ ଜୀବାଣୁ, ଯାହା 2 ଦିନରେ ନେଇପାରେ ଜୀବନ

ନୂଆଦିଲ୍ଲୀ, ୧୬।୬: ମାଂସ ଖାଉଥିବା ବିରଳ ଜୀବାଣୁ ବ୍ୟାପିଛି ଜାପାନରେ ଯାହାଦ୍ୱାରା ଲୋକମାନେ 4ମାତ୍ର 8 ଘଣ୍ଟାରେ ଜୀବନ ହରାଇ ପାରନ୍ତି। କରୋନା ମହାମାରୀ ପରେ...

ମୋଦିଙ୍କୁ ଚିଠି ଲେଖିଲେ ପାଲେଷ୍ଟାଇନ୍‌ ପ୍ରଧାନମନ୍ତ୍ରୀ, କହିଲେ ଏହାକୁ ଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ବି ପଢ଼ିବା ଉଚିତ, କାରଣ…

ଜେରୁଜେଲମ୍‌,୧୬ା୬: ପଡ଼ୋଶୀ ଦେଶ ପାକିସ୍ତାନ ନିଜକୁ ମୁସଲମାନ ଦେଶର ବାଦ୍‌ଶାହା ଭାବରେ ପ୍ରମାଣ କରିବାକୁ ଚେଷ୍ଟା ଜାରି ରଖିଛି। ସେ ଅନୁଭବ କରୁଛି ଯେ, ସେ...

ନାବାଳିକା ଝିଅକୁ ୭୨ ବର୍ଷ ବ୍ୟକ୍ତିଙ୍କ ସହିତ ବିବାହ କରୁଥିଲା ବାପା, ଉଦ୍ଧାର କଲା ପୋଲିସ

ନୂଆଦିଲ୍ଲୀ, ୧୬।୬: ୧୨ ବର୍ଷର ଝିଅକୁ ୭୨ ବର୍ଷ ବୟସ୍କ ବ୍ୟକ୍ତି ସହିତ ବିବାହ ଉଦ୍ୟମକୁ ପଣ୍ଡ କରି ଅଭିଯୁକ୍ତ ବରକୁ ଗିରଫ କରିଛି ପୋଲିସ।...

ଇଭିଏମ୍‌କୁ ହଟାଇଦେବା ଉଚିତ, ଏଗୁଡ଼ିକୁ AI ସହାୟତାରେ କରାଯାଇପାରିବ ହ୍ୟାକ୍‌: ଏଲନ ମସ୍କ

ନୂଆଦିଲ୍ଲୀ,୧୬।୬: ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ଟେସ୍‌ଲା ଏବଂ ସ୍ପେଶ୍‌ଏକ୍ସ ଭଳି କମ୍ପାନୀର ମାଲିକ ଏଲନ ମସ୍କ ଇଲେକ୍ଟୋନିକ୍‌ ଭୋଟିଂ ମେଶିନ(ଇଭିଏମ୍‌)କୁ ନେଇ ବଡ଼...

ଆଗାମୀ ନିର୍ବାଚନରେ ବଡ଼ ପରାଜୟ ସାମ୍ନା କରିବେ ଋଷି ସୁନକ! ଓପିନିୟନ୍‌ ପୋଲ୍‌ର ପୂର୍ବାନୁମାନ

ନୂଆଦିଲ୍ଲୀ, ୧୬।୬: ବ୍ରିଟେନରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ନିର୍ବାଚନରେ ବଡ଼ ପରାଜୟର ସମ୍ମୁଖୀନ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ। ଶନିବାର ପ୍ରକାଶ ପାଇଥିବା ତିନି...

‘ହେଲୋ ଫର୍ମ ମେଲୋଦି ଟିମ୍‌’ ଭାଇରାଲ ହେଉଛି ମେଲୋନିଙ୍କ ସହ ମୋଦିଙ୍କ ଭିଡିଓ

ନୂଆଦିଲ୍ଲୀ,୧୫।୬: ଇଟାଲୀର ଆପୁଲିଆରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଶେଷ ହୋଇଛି। ହେଲେ ସମ୍ମିଳନୀର କିଛି ଏପରି ଦୃଶ୍ୟକୁ କେହି ନଜରଅନ୍ଦାଜ କରିପାରି ନାହାନ୍ତି। ଇଟାଲୀ...

ସିରିଲ ରାମଫୋସା ପୁଣି ହେଲେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି

କେପଟାଉନ,୧୫।୬: ସିରିଲ ରାମାଫୋସା ପୁଣିଥରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ସଂସଦ ଶୁକ୍ରବାର ସିରିଲ ରାମାଫୋସାଙ୍କୁ ସପ୍ତମ ସଂସଦର ଜାତୀୟ...

ଭାବୁକ ହେଲେ କେଟ ମିଡଲଟନ, ସୁନକ କହିଲେ ପୁରା ଦେଶ ଆପଣଙ୍କ ସହ ଅଛି

ଲଣ୍ଡନ,୧୫।୬: ବ୍ରିଟେନର ପ୍ରିନ୍ସ ୱିଲିୟମଙ୍କ ପତ୍ନୀ ୱେଲ୍ସ ରାଜକୁମାରୀ କେଟ ମିଡଲଟନ କର୍କଟ ରୋଗ ସହ ଲଢୁଛନ୍ତି। ବର୍ତ୍ତମାନ ସେ ଚିକିତ୍ସିତ ହେଉଛନ୍ତି। ନିକଟରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri