ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓସ୍‌ମା ବିନ୍‌ ବିୟର, ଦାମ୍‌ ରହିଛି…

ଲଣ୍ଡନ,୨୩ା୫: ଭାରତର ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ନେତା ଓସ୍‌ମା ବିନ୍‌ ଲାଡେନଙ୍କ ନାମରେ ଏକ ବିୟର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ବିୟର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାର ବିକ୍ରି ମଧ୍ୟ ବୃଦ୍ଧି ପାଇଛି।

ଏକ ରିପୋର୍ଟ ଅନୁଯାୟୀ, ଏହି ବିୟରର ଚାହିଦା ଏତେ ଅଧିକ ଯେ ମିଶେଲ ବ୍ରୁଇଂ କମ୍ପାନୀର କର୍ମଚାରୀମାନଙ୍କୁ କିଛି ସମୟ ପାଇଁ ଲୋକଙ୍କ ଫୋନ୍‌ କାଟିବାକୁ ପଡ଼ିଥିଲା। କେବଳ ଏତିକି ନୁହେଁ, କର୍ମଚାରୀମାନେ ମଧ୍ୟ କିଛି ସମୟ ପାଇଁ ସେମାନଙ୍କର ଓ୍ବେବ୍‌ସାଇଟ୍‌ ବନ୍ଦ କରିଦେଇଥିଲେ।

କମ୍ପାନୀର ଓ୍ବେବ୍‌ସାଇଟ୍‌ ଅନୁଯାୟୀ, ଏହା ହେଉଛି ସେମାନଙ୍କର ସବୁଠାରୁ ଲୋକପ୍ରିୟ ଉତ୍ପାଦନ ଏବଂ ଏକ ସାଇଟ୍ରସ୍‌ ସ୍ବାଦ ସହିତ ହାଲୁକା ତାଜା ଲେଜର ବିୟର। ଏହାର ଲେବଲରେ ୨୦୧୧ରେ ନିହତ ହୋଇଥିବା ଅଲ୍‌ କାଏଦା ନେତାଙ୍କ ଏକ କାର୍ଟୁନ ରହିଛି।

ଉଲ୍ଲେଖଯୋଗ୍ୟ, ବିଲିଙ୍ଗହାଇ, ଲିଙ୍କନଶିୟର ଭିତ୍ତିକ ସଂସ୍ଥା କିମ୍‌ ଜୋଙ୍ଗ ଆଲେ ଏବଂ ପୁଟିନଙ୍କ ପୋର୍ଟର ମଧ୍ୟ ଉତ୍ପାଦନ କରିଥାଏ। ବ୍ରୁଇରି ଏବଂ ପବ ଏକ ଦମ୍ପତିଙ୍କ ଦ୍ୱାରା ପରିଚାଳିତ – ଲୁକ ଏବଂ କ୍ୟାଥରିନ ମିଶେଲ।

ବିୟରର ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା। ମିଶେଲ କହିଛନ୍ତି, ଯେ କିଛିଦିନ ହେବ ସକାଳୁ ଲକ୍ଷଲକ୍ଷ ଲୋକଙ୍କ ଫୋନ୍‌। ତାଙ୍କ ସ୍ତ୍ରୀ କହିଛନ୍ତି, ଏହା ପାଗଳାମୀ। ଗତ ୪୮ ଘଣ୍ଟା ପାଇଁ ଫୋନ୍‌ବନ୍ଦ ହେଉନାହିଁ ।

ମିଶେଲ କହିଛନ୍ତି, ଲୋକମାନେ ପାନୀୟର ନାଁ ଦେଖି ହସନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବାର୍‌ରେ ନାଁ ଦେଖି ସମସ୍ତେ ହସନ୍ତି॥ ମୁଁ ଭାବୁଛି ସର୍ବଦା କାହାକୁ ଅପମାନିତ କରିବାର ଆଶଙ୍କା ଥାଏ।

ଏହି ବିୟର ପ୍ରତ୍ୟେକ ବ୍ୟାରେଲରୁ ବ୍ରୁଇଂ କମ୍ପାନୀ ଏକ ଦାନକାରୀ ସଂସ୍ଥାକୁ ୧୦ ୟୁରୋ ପ୍ରଦାନ କରିଥାଏ। ଯାହା ୯/୧୧ ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତମାନଙ୍କୁ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri