ଦୌଡ଼ିଲେ ଡାକ୍ତର

ବେଙ୍ଗାଲୁରୁରେ ଟ୍ରାଫିକ୍‌ ଜାମ୍‌ ସମସ୍ତଙ୍କୁ ହନ୍ତସନ୍ତ କରୁଛି। ପ୍ରବଳ ବର୍ଷା ଯୋଗୁ ପାଣି ଜମିଯିବା ଫଳରେ ସେଠାରେ ଗାଡ଼ି ଚଳପ୍ରଚଳ ବାଧାପ୍ରାପ୍ତ ହେଉଛି। ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଡାକ୍ତର ଗୋବିନ୍ଦ ନନ୍ଦକୁମାର ଭିଡ଼ ଭିତରେ ଅଟକି ଯିବାରୁ ଗାଡ଼ିରୁ ଓହ୍ଲାଇ ୩ କିଲୋମିଟର ଦୌଡ଼ିଲେ। ଏହି ଡାକ୍ତର ଗାଡ଼ି ଭିତରେ ନିଶ୍ଚିତ ଭାବରେ ମୋବାଇଲ ଫୋନ୍‌କୁ ସମ୍ପୂର୍ଣ୍ଣ ଚାର୍ଜ କରିବା ସହ ସେଲ୍‌ଫି ଷ୍ଟିକ୍‌ ରଖୁଥିବାର ପ୍ରମାଣ ଭିଡିଓ ଦେଖିଲେ ଯେକୌଣସି ସାଧାରଣ ବ୍ୟକ୍ତି ବୁଝିପାରିବେ। ୩ କି.ମି. ବାଟ ଦୌଡ଼ିଥିବା ଏହି ଡାକ୍ତର ତାଙ୍କ ଦୌଡ଼କୁ ଫୋନ୍‌ର ସେଲ୍‌ଫି ମୋଡ୍‌ରେ ରଖି ରେକର୍ଡ କରିଛନ୍ତି। ସେହି ଭିଡିଓକୁ ତାଙ୍କର ସାମାଜିକ ଦାୟିତ୍ୱସମ୍ପନ୍ନତା ବିଷୟରେ ସମସ୍ତଙ୍କୁ ଜଣାଇବା ପାଇଁ ସାମାଜିକ ଗଣମାଧ୍ୟମ(ସୋସିଆଲ ମିଡ଼ିଆ)ରେ ପ୍ରସାରିତ କରିଥିବାବେଳେ ପ୍ରଶଂସାରେ କୁଢ଼େଇ ହୋଇଯାଇଥିଲେ। ନକାରାତ୍ମକ ମନ୍ତବ୍ୟ ଦେଇ କେତେକ ଅବାଞ୍ଛିତ ଲୋକ କହିଛନ୍ତି ଯେ, ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର କରିବାକୁ ବ୍ୟାକୁଳ ଡାକ୍ତର ସେଲ୍‌ଫି ନେବା କଥା କେମିତି ଭାବିପାରିଲେ । ଏଭଳି ନକାରାମତ୍କ ଲୋକଙ୍କୁ କେବେହେଲେ ବୁଝାଇ ହେବ ନାହିଁ। ନିଃସନ୍ଦେହରେ ସେହି ଡାକ୍ତର ନିଜର ପ୍ରଚାର ପାଇଁ ଏଭଳି ଭିଡିଓ ପ୍ରସ୍ତୁତ କରିଛନ୍ତି। ପୁନର୍ବାର ନିଃସନ୍ଦେହରେ କୁହାଯାଇପାରେ ସେହି ଅସ୍ତ୍ରୋପଚାର ପାଇଁ ମିଳିବାକୁ ଥିବା ଅର୍ଥ ଦ୍ୱାରା ଆକର୍ଷିତ ହୋଇଥାଇପାରନ୍ତି। କିନ୍ତୁ ଏହାସବୁ ତାଙ୍କ ବିରୋଧରେ ଧରିବା ଉଚିତ ନୁହେଁ।
ଭାରତର ସବୁ ସାନବଡ଼ ସହରରେ ଘଟୁଥିବା ବର୍ଷାଜନିତ ଟ୍ରାଫିକ୍‌ ସମସ୍ୟାକୁ ମଧ୍ୟ ଗୌଣ କରାଯାଇପାରିବ ନାହିଁ। ତତ୍‌ସହିତ ଭାରତୀୟ ନାଗରିକମାନେ ଅତ୍ୟନ୍ତ ସଚେତନ ହେବା ଦରକାର ଯେ, ଏହିଭଳି ନିଜର ପ୍ରଚାର ପ୍ରସାର କରୁଥିବା ଆଜିକାର ଯୁଗରେ କ୍ୱଚିତ ଲୋକ ବାସ୍ତବରେ ଜନହିତକାରୀ କାର୍ଯ୍ୟ କରୁଛନ୍ତି। ଗ୍ରାମାଞ୍ଚଳରେ ରହୁଥିବା ଅନେକ ଡାକ୍ତରଙ୍କ କଥା ସୋସିଆଲ ମିଡିଆରେ ଶୁଣିବାକୁ ମିଳେ ନାହିଁ। ବିନା ଅର୍ଥରେ ଅସ୍ତ୍ରୋପଚାର କରୁଥିବା ସରକାରୀ ଡାକ୍ତରଙ୍କର କାହାଣୀ ଅନ୍ଧାରରେ ଲୁଚିଯାଏ। ସେମାନେ କିଭଳି ନାଳ, ନଦୀ ଓ ଜଙ୍ଗଲ ଅତିକ୍ରମ କରି ରୋଗୀଙ୍କୁ ସେବା ଦେଉଛନ୍ତି ତାହା ଆମକୁ ସାମାଜିକ ଗଣମାଧ୍ୟମରେ କାଁ ଭାଁ ଦେଖିବାକୁ ମିଳେ। ଏଥିରେ ଆମେ ଭାରତୀୟ ଶିକ୍ଷା ନେବା ଉଚିତ ଯେ, ଆଜିକାର ସମୟରେ କେବଳ ଗଳ୍ପ କହୁଥିବା ମିଥ୍ୟାବାଦୀମାନଙ୍କୁ ଚିହ୍ନିବା ଦରକାର। ଭାରତ ପଞ୍ଚମ ବୃହତ୍‌ ଅର୍ଥନୀତି ହେବାଠାରୁ ଆରମ୍ଭ କରି ଚାଇନା ଏବଂ ପାକିସ୍ତାନକୁ ଯୁଦ୍ଧରେ ହରାଇପାରିବା ଭଳି ଅସତ୍ୟ ପ୍ରଚାରକୁ ନ ବୁଝିଲେ ଭବିଷ୍ୟତରେ ବିରାଟକାୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ବିକାଶ ନାୟକ ଇକୋଟୁରିଜମ୍‌କୁ ପ୍ରୋତ୍ସାହିତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବଡ଼ କଥା ହେଉଛି ଏକ...

ତୁମ ଆଡ଼େ କେମିତ

ଡ. ଦ୍ୱିତୀ ଚନ୍ଦ୍ର ସାହୁ ସକାଳୁ ସକାଳୁ ମନେ ପଡ଼ିଗଲା କି କ’ଣ ଦୂର ବାଟ ବନ୍ଧୁ ଜଣେ ଫୋନ୍‌ କଲେ। ଚାଲି ଚାଲି ମୋବାଇଲର...

ଓଡ଼ିଶାରେ ଭାଷା

ଲୋକନାଥ ପଣ୍ଡା ଫେବୃଆରୀ ମାସରେ ତିନିଦିନ ଧରି ଭୁବନେଶ୍ୱରଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ...

ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ,...

ଏଇ ଭାରତରେ

ଟେକ୍ସଟାଇଲ ଶିଳ୍ପରୁ ବର୍ଜ୍ୟ କପଡ଼ା ସଂଗ୍ରହ କରି ସେଥିରୁ ଷ୍ଟେସ୍‌ନେରି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ସୁରଟର ରାଶି ଅଗ୍ରଓ୍ବାଲା। ସେ ବର୍ଜ୍ୟରୁ ଡାଏରି, ଜର୍ନାଲ, ପ୍ଲାନର,...

ପ୍ଲାଷ୍ଟିକ୍‌ : ଏକ କ୍ଷୁଦ୍ର ପ୍ରବନ୍ଧ

ଶୈଳେନ୍ଦ୍ର ଦ୍ୱିବେଦୀ   ଆନ୍ତର୍ଜାତିକ ସ୍ତରରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବଂ ତଜ୍ଜନିତ ପ୍ରଦୂଷଣ ରୋକିବା ପାଇଁ ବିଶ୍ୱସ୍ତରରେ ରାଜିନାମା କଥା ଗୁରୁତ୍ୱର ସହ ଚିନ୍ତା କରାଯାଉଥିବାବେଳେ...

ମନ୍ତ୍ରଶକ୍ତିର ପ୍ରଭାବ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ବୈଦିକ ଋଷିମାନଙ୍କୁ ମନ୍ତ୍ରଦ୍ରଷ୍ଟା କୁହାଯାଏ। ଦାର୍ଶନାର୍ଥକ ଦୃଶ୍‌ ଧାତୁରୁ ଦ’ କାର ଲୋପ ହୋଇ ଋଷି ଶବ୍ଦ ଗଠିତ। ନିରୁକ୍ତାଚାର୍ଯ୍ୟ...

ଆଇନରୁ ଆଭାସ

ସଂସଦର ପ୍ରାଥମିକ କାର୍ଯ୍ୟ ହେଉଛି ଆଇନ ଗଢ଼ିବା। କିଏ ଆଇନ ଗଢ଼ିବେ ଏବଂ ପାସ୍‌ କରିବେ ତାହା ବିଚାରକରି ଆମେ ଲୋକ ସଭାକୁ ପ୍ରାର୍ଥୀଙ୍କୁ ଚୟନକରୁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri