Posted inଫୁରସତ

ଓଡ଼ିଶା ମାଟିର ବାସ୍ନା ଥାଏ ମୋ ଚିତ୍ରରେ

ସେ ଜଣେ ଏମିତି ଶିଳ୍ପୀ, ଯେକି ତାଙ୍କ ଚିତ୍ରକଳାରେ କୌଣସି ନିର୍ଦ୍ଦିଷ୍ଟ କାହାଣୀକୁ ସ୍ଥାନ ନ ଦେଇ ବରଂ ଯେତେବେଳେ ଯାହାକିଛି ଘଟଣା ତାଙ୍କ ମନକୁ ଛୁଏଁ ସେ ସେଥିରେ ଚିତ୍ରକଳାର ରୂପ ଦିଅନ୍ତି। ନିଜର ଭାବାବେଗ ସହ ଅନ୍ତଃସ୍ବରକୁ ସେ ଚିତ୍ରରେ ରୂପ ଦେବାକୁ ପ୍ରୟାସ କରିଥାନ୍ତି। ବିଶେଷକରି ଗ୍ରାମୀଣ ଲୋକଙ୍କ ବେଶପରିପାଟୀର ସୌନ୍ଦର୍ଯ୍ୟ ତାଙ୍କ ଅଧିକାଂଶ ଚିତ୍ରକଳାରେ ସ୍ଥାନ ପାଉଥିବାର ଦେଖିବାକୁ ମିଳେ।

ଏମିତିରେ ସେ ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଶିଳ୍ପୀ ସାଧନାକୁ ଜାରି ରଖିଛନ୍ତି। ଏଥିପାଇଁ ତାଙ୍କ କଳାପ୍ରତିଭାକୁ ବିଭିନ୍ନ କ୍ଷେତ୍ରରୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ ହେଲେ ଚିତ୍ରଶିଳ୍ପୀ ତପନ କୁମାର ଦାଶ, ପିତା ପୀତାମ୍ବର ରଥ, ମାତାଙ୍କ ନାମ ପୁଷ୍ପମିତ୍ରା ରଥ। ଜନ୍ମ ୧୯୭୨ ମସିହାରେ। ଘର ପୁରୀ ଜିଲା ସାକ୍ଷୀଗୋପାଳ ଅଧୀନ ବାଲିହୁଡ଼ା ଗାଁରେ। ଯୁକ୍ତ ୨ ବାଣିଜ୍ୟ ପରେ ସେ ବି.କେ. କଲେଜ ଅଫ୍‌ ଆର୍ଟ ଆଣ୍ଡ କ୍ରାଫ୍ଟରୁ ବିଏଫ୍‌ଏ ଡିଗ୍ରି ହାସଲ କଲେ। ସେ କୁହନ୍ତି, ‘ପିଲାଟିଦିନରୁ ମୋର ଚିତ୍ରକଳା ପ୍ରତି ଖୁବ୍‌ ଆଗ୍ରହ ରହିଥିଲା। ମୋର ମନେପଡୁଛି, ପିଲାବେଳେ ଯେବେବି ହୋମିଓପାଥିକ କ୍ଲିନିକ୍‌କୁ ଯାଉଥିଲି ଔଷଧ ପାଇଁ ବ୍ୟବହାର ହେଉଥିବା ଛୋଟ ଛୋଟ ଧଳାକାଗଜଗୁଡ଼ିକୁ ସଂଗ୍ରହ କରି ଆଣୁଥିଲି। ସେଥିରେ କିଛି ମହମରେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ମିଶାଇ ରଙ୍ଗ ତିଆରି କରି ଚିତ୍ର ଆଙ୍କିବାକୁ ଚେଷ୍ଟା କରୁଥିଲି। ଅବଶ୍ୟ ସେସବୁ ବେଶି ଭଲ ନ ହେଲେ ମଧ୍ୟ କିଛି ଖରାପ ବି ଲାଗୁ ନ ଥିଲା। ସେ ସମୟରେ ଏତେ ସୁବିଧାରେ ରଙ୍ଗ ମିଳୁ ନ ଥିଲା। ହେଲେ ପିଲାବେଳେ ଏସବୁ କରିବାରେ ମୋର ଖୁବ୍‌ ଆଗ୍ରହ ଥାଏ। ପରେ ମୁଁ ଭୁବନେଶ୍ୱର ଲକ୍ଷ୍ମୀସାଗର ହାଇସ୍କୁଲରୁ ମାଟ୍ରିକ୍‌ ପାସ୍‌ କରିବାପରେ ମହର୍ଷି କଲେଜରେ +୨ କମର୍ସ ପଢ଼ିଲି। କିନ୍ତୁ ମୋର କଳା ପ୍ରତି ଖୁବ୍‌ ଆଗ୍ରହ ଥିବାରୁ କଳା ଶିକ୍ଷା ପାଇଁ ବି.କେ. ଆର୍ଟ କଲେଜରେ ନାମ ଲେଖାଇଲି। ୧୯୯୫ ମସିହାରେ ଏହି କଲେଜରୁ କଳା ଶିକ୍ଷା ସାରି ଦିଲ୍ଲୀ ଗଲି। ତେବେ ମୋର ଗାଁ ପରିବେଶ, ଗାଁ ଚାଲିଚଳଣ ଓ ସଂସ୍କୃତି ପ୍ରତି ଥିଲା ଅହେତୁକ ଆଗ୍ରହ। ବିଶେଷକରି ପର୍ବପର୍ବାଣି, ଚିତା, ମୁରୁଜ ଇତ୍ୟାଦି ମତେ ଖୁବ୍‌ ଆକୃଷ୍ଟ କରୁଥିଲା। ଓଡ଼ିଶାର ଚିତ୍ରକଳା, ମୂର୍ତ୍ତିକଳା ଓ ବିଭିନ୍ନ ମଠମନ୍ଦିରର କାରୁକାର୍ଯ୍ୟ ମୋର କଳାପ୍ରିତିକୁ ବଢାଇଦେଇଥିଲା। ଯେଉଁଥିପାଇଁ ମୋର ଚିତ୍ରରେ ଓଡ଼ିଶା ସଂସ୍କୃତିର ଛାପ ଦେଖିବାକୁ ମିଳିଥାଏ। ଅଧିକାଂଶ ଚିତ୍ରକୁ ସାଧାରଣ ଲୋକ ବୁଝିବା ସହଜ ହୋଇନ ଥାଏ। କିନ୍ତୁ ମୁଁ କରୁଥିବା ଚିତ୍ରକୁ ଯେମିତି ସାଧାରଣ ଲୋକ ବୁଝିପାରିବେ ସେଭଳି କରିବାକୁ ପ୍ରୟାସ କରିଥାଏ। କାନ୍‌ଭାସ ପାଖରେ ବସି ମୋ ନିଜ ମନର ଭାବାବେଗକୁ ତୁଳୀ ସାହାଯ୍ୟରେ ରୂପ ଦେବାକୁ ପ୍ରୟାସ କରିଥାଏ। ଯେଉଁ ଭାବାବେଗକୁ ଶବ୍ଦରେ ବ୍ୟାଖ୍ୟା କରିବା ସମ୍ଭବ ନୁହେଁ ତାକୁ ଚିତ୍ର ଦ୍ୱାରା ବ୍ୟାଖ୍ୟା କରିବାକୁ ଚେଷ୍ଟାକରେ। ଏଥିପାଇଁ ମୋର ବହୁ ଚିତ୍ର ସଂଜ୍ଞାବିହୀନ। କିନ୍ତୁ ଦିଲ୍ଲୀ ଆସିବା ପରେ ମୋ ଚିତ୍ରର ପରିଭାଷାରେ ବହୁତ କିଛି ପରିବର୍ତ୍ତନ ଆସିଲା। ଦେଶ ବିଦେଶର ବହୁ ବିଖ୍ୟାତ ଚିତ୍ରକର, ମୂର୍ତ୍ତିକାର, କବି, ଲେଖକମାନଙ୍କ ସହ ସମ୍ପର୍କ ହେଲା। ଧୀରେ ଧୀରେ ଚିତ୍ରର ଧାରାରେ ମଧ୍ୟ କିଛି ପରିବର୍ତ୍ତନ ଆସିଲା। ତଥାପି ମୋ ଚିତ୍ରରେ ଓଡିଶାର କଳାସଂସ୍କୃତିର ଛାପ ସବୁବେଳେ ଦେଖିବାକୁ ମିଳେ। ଦିଲ୍ଲୀ ଆସିବାର ୨୫ ବର୍ଷ ମଧ୍ୟରେ ବହୁ ଅଭିଜ୍ଞତା ହାସଲ କରିଛି। ବହୁ ଦେଶ ବିଦେଶ ବୁଲିବା ଓ ସେଠାରେ ଚିତ୍ର ପ୍ରଦର୍ଶନୀ କରିବା ଓ କଳା ଶିବିରମାନଙ୍କରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଛି। ଆମେରିକା, ଇଂଲଣ୍ଡ, ଜର୍ମାନୀ, ଫ୍ରାନ୍ସ, ଦୁବାଇ, ଅଷ୍ଟ୍ରେଲିଆ, ନେଦରଲାଣ୍ଡ, ମାଲେସିଆ, ଇଣ୍ଡୋନେସିଆ ଆଦି ଦେଶର କଳାପ୍ରେମୀମାନେ ମୋ ଚିତ୍ରକୁ ସଂଗ୍ରହ କରି ରଖିଛନ୍ତି। ଏହାସହ ମୋତେ କିଛି ଜାତୀୟସ୍ତରର ପୁରସ୍କାର ମଧ୍ୟ ମିଳିଛି। ମୋ ଅଭିଜ୍ଞତାରୁ କହିବି ଯେ, ଆଜିର ଆଗ୍ରହୀ ଛାତ୍ରୀଛାତ୍ରମାନେ ପ୍ରାରମ୍ଭିକ ଶିକ୍ଷାରୁ ହିଁ କଳା ଶିକ୍ଷାକୁ ମଜଭୁତ କରିବା ନିହାତି ଆବଶ୍ୟକ। ପ୍ରଥମେ କଳା ସାଧନା ଜାରି ରଖିବା ଆବଶ୍ୟକ। ବାକି ଆଗକୁ ଅନେକ ବାଟ ରହିଛି।

-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri