Posted inଫୁରସତ

ସେବାରୁ ମିଳୁଛି ସନ୍ତୋଷ: ସୁରେନ୍ଦ୍ରନାଥ

ସରକାରୀ ଚାକିରିପ୍ରତି ମନ ନ ବଳାଇ ଜଣେ ଚିକିତ୍ସକଭାବେ ରୋଗୀଙ୍କୁ ଚିକିତ୍ସା କରିବା ସହିତ ସମାଜସଂସ୍କାର କାଯର୍‌ୟରେ ସର୍ବଦା ସେ ନିୟୋଜିତ ରହିଥାନ୍ତି। କେବଳ ସେ ଜଣେ ଚିକିତ୍ସକ ନୁହନ୍ତି ବରଂ ଏକାଧାରରେ ଜଣେ ନାଟ୍ୟକାର, ଗାୟକ, ଶିକ୍ଷାବିତ୍‌ ଓ ସମାଜସେବୀ। ଏଥିପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନରୁ ମିଳିଛି ବହୁ ସମ୍ମାନ ଓ ପୁରସ୍କାର। ସେ ହେଲେ ଡାକ୍ତର ସୁରେନ୍ଦ୍ରନାଥ ଦାସ। ଜନ୍ମ ୧୭ା୧୧ା୧୯୫୨ରେ। ପିତା -ଲକ୍ଷ୍ମୀଧର ଦାସ, ମାତା ଶଶିରେଖା। ଘର ଖୋର୍ଦ୍ଧା ଜିଲାର ବାଣପୁର ବ୍ଲକ ଆୟତପୁର ପଞ୍ଚାୟତ ଅଧୀନ ତୋଟା ଗ୍ରାମରେ। ସେ କୁହନ୍ତି, ମା’ ବାପାଙ୍କର ମୁଁ ସାନପୁଅ। ମୋର ପ୍ରାଥମିକ ପାଠପଢା ଗାଁ ସ୍କୁଲରେ ହୋଇଥିଲା। ସମୟକ୍ରମେ ଗମ୍ଭାରିମୁଣ୍ଡା ୟୁପି ସ୍କୁଲ ଏବଂ ପତିତପାବନ ବାଣୀମନ୍ଦିର ଗମ୍ଭାରୀମୁଣ୍ଡାରେ ଏକାଦଶ ଏବଂ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ +୨ବିଜ୍ଞାନ ପଢାସାରି ବ୍ରହ୍ମପୁର କୃଷ୍ଣଚନ୍ଦ୍ର ଭେଷଜ ମହାବିଦ୍ୟାଳୟରେ ଏମ୍‌ବିବିଏସ୍‌ ପଢ଼ିଲି । ୧୯୭୬ ମସିହାରେ ଏମ୍‌ବିବିଏସ୍‌ ଶିକ୍ଷାରେ ଡିଗ୍ରୀ ହାସଲ କରିଥିଲି। କୋଲକାତାରେ ଏମ୍‌ଡି କଲି। ପିଏଚ.ଡି ଆଇ.ବି.ଏ.ଏମ୍‌ ଓପନ ଇଣ୍ଟରନ୍ୟାଶନାଲ ୟୁନିଭର୍ସିଟିରେ। ଡିଏସ୍‌ସି, ଏବଂ ପିଏଚ.ଡ଼ି ହନରାରି ସେର୍ବୋଗା ୟୁନିଭର୍ସିଟି ଇଟାଲି । କିନ୍ତୁ ବଡ଼ଭାଇ ସୈନ୍ୟ ବାହିନୀରେ ନିଯୁକ୍ତି ପାଇଥିବାରୁ ବାପାମାଆ ଚାହୁଁଥିଲେ ମୁଁ ବି ଦେଶ ପାଇଁ କିଛି କରେ। ସେତେବେଳେ ବାଣପୁର ଅଞ୍ଚଳର କେତେକ ଗାଁରେ ଜ୍ୱର, ଝାଡ଼ା, ବାନ୍ତି ଅନେକ ସମୟରେ ଲାଗି ରହୁଥିଲା। ସେମାନଙ୍କ ଚିକିତ୍ସା ନିମନ୍ତେ କିଛି କରିବାର ଚିନ୍ତା ମନକୁ ଘାରିଲା। ଫଳରେ ତୋଟା ଗ୍ରାମ ନିକଟସ୍ଥ ଗମ୍ଭାରିମୁଣ୍ଡାଠାରେ ଏକ କ୍ଲିନିକ ଖୋଲି ନିଃଶୁଳ୍କରେ ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଥିଲି। ମୋ ଚିକିତ୍ସାରେ ରୋଗୀମାନେ ଆରୋଗ୍ୟ ଲାଭ କରିବା ପରେ ସେମାନଙ୍କ ସ୍ନେହ ଶ୍ରଦ୍ଧା ମୋ ପ୍ରତି ବଢିଯାଇଥିଲା। ଏମିତିରେ ଏହି ସେବାକାଯର୍‌ୟରେ ମତେ ବେଶି ଆନନ୍ଦ ମିଳୁଥାଏ । ଏଥିପାଇଁ ଅଳ୍ପଦିନ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ମତେ ‘ବୁଟୁ’ଡାକତର (ଡାକ ନାମ) ଭାବେ ଲୋକେ ଚିହ୍ନିଲେ। ରୋଗୀସେବାର ଲୋକପ୍ରିୟତା ଯୋଗୁ ବହୁ ଅନୁଷ୍ଠାନରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହେଲି। ଏପରିକି କେତେକ ଚିକିତ୍ସା ଅନୁଷ୍ଠାନର ସଭ୍ୟ ହେଲି । ସର୍ବଭାରତୀୟ ମେଡିକାଲ ଆସୋସିଏଶନର ଆଜୀବନ ସଦସ୍ୟ ରହିଛି। ୨୦୧୪/୧୮ମସିହାରେ ଗିନିଜ ବିଶ୍ବ ରେକର୍ଡ ସମ୍ମିଳନୀରେ ଜଣେ ଆଲୋଚକ ଭାବେ ଅଂଶ ଗ୍ରହଣ କରି ପ୍ରଶଂସିତ ହୋଇଛି। ସର୍ବ ଭାରତୀୟ ସ୍ତରରେ ମିଲେନିୟମ ଆଓ୍ବାର୍ଡ, ହଲ ଅଫ ଫେମ ଆଓ୍ବାର୍ଡ, କୋଭିଡ୍‌ ଓ୍ବାରିଅର ଆଓ୍ବାର୍ଡ, ଏମିନେଣ୍ଟ ଫିଜିସିଆନ ଆଓ୍ବାର୍ଡ, ଇଟାଲିର ସେର୍ବୋଗା ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ପିଏଚଡି ଆଓ୍ବାର୍ଡ, ଭାରତୀୟ ଗୌରବ ଓ ଭାରତୀୟ ଜ୍ୟୋତି ଆଓ୍ବାର୍ଡ, ଜୀବନ ବ୍ୟାପୀ ଡାକ୍ତରୀ ସେବା ପାଇଁ ସର୍ବଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ ପକ୍ଷରୁ ଆଓ୍ବାର୍ଡ ମିଳିସାରିଛି। ସାରଳା ପ୍ରତିଭାସମ୍ମାନ, ମକରପ୍ରତିଭା ଆଦି ଅନେକ ସମ୍ମାନ ମିଳିପାରିଛି। ଚିକିତ୍ସା ସେବା ସହିତ ଲୋକପ୍ରତିନିଧିଭାବେ ଗାଁରେ ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇପାରିଥିବାରୁ ଆତ୍ମସନ୍ତୋଷ ମିଳୁଛି। କିନ୍ତୁ ଡାକ୍ତରୀ ସେବା ଜାରି ରଖିବା ସହିତ ନାଟକ, ସଂଗୀତ ସାଧନା ଜାରି ରହିଛି। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗ୍ରାମରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟରେ ଯୋଗଦେଇଥାଏ। ପ୍ରାୟ ୫୦ରୁ ଊଦ୍ଧର୍‌ବ ନାଟକ ରଚନା କରିଥିବା ବେଳେ ପ୍ରାୟ ୩୦ରୁ ଊଦ୍ଧର୍‌ବ ନାଟକର ନିର୍ଦ୍ଦେଶନା ଓ ସଂଗୀତ ସଂଯୋଜନା କରିଛି। ରଚିତ ନାଟକ ମଧ୍ୟରେ ‘ସେରକ ପୂରିଲା, ମାଣକ ପୂରିଲା,’ ‘ଭୁଲ୍‌ ହୋଇଗଲା ତତେ ଭଲପାଇ’ ‘ଅଲିଭା ରହିଲା ବାସର ଦୀପ’, ‘ରତିକନ୍ୟାର ଇତିକଥା’, ‘ଏଠି ଭଲପାଇବା ପାପ’, ‘କୋଉଠୁ ଶିଖିଲୁ ତୁ ଏତେ କଥା’, ‘ବିଧବା ମଥାରେ ପାଟ ପଣତ’, ‘ଭାଗ୍ୟଯେବେ ସାଜେ ଭଗାରି ତାର’ ଏମିତି ଏକାଧିକ ନାଟକ ଆଖପାଖ ଗାଁର ଯାତ୍ରା ମଞ୍ଚରେ ଅଭିନୀତ ହୋଇ ଦର୍ଶକମାନଙ୍କ ସ୍ବୀକୃତି ଲାଭ କରିଛି। । ଏତଦ୍‌ବ୍ୟତୀତ ଗ୍ରାମାଞ୍ଚଳ ବିଦ୍ୟାର୍ଥୀଙ୍କ ଶୈକ୍ଷିକ ଉନ୍ନତି ପାଇଁ ନିଃଶୁଳ୍କ ବିଦ୍ୟାଦାନ ପାଇଁ ପ୍ରୟାସ କରିଥାଏ। ସ୍ଥାନୀୟ କିଛି ଶିକ୍ଷାପ୍ରେମୀ ଓ ବୁଦ୍ଧିଜୀବୀଙ୍କ ସହ ‘ ଜ୍ଞାନାଲୋକ’ ଆପ ଜରିଆରେ ସ୍ଥାନୀୟ ହାଇସ୍କୁଲ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ବିଦ୍ୟାର୍ଥୀଙ୍କ ଉଚ୍ଚ ଶିକ୍ଷା ଲାଭ ଉଦ୍ଦେଶ୍ୟରେ ଉତ୍ସାହିତ କରିବା ସହ ପ୍ରତିବର୍ଷ ଶିକ୍ଷା ବୃତ୍ତି ପ୍ରଦାନ କରିଥାଏ। ଏଥିରେ ସେମାନଙ୍କୁ ଆଗକୁ ବଢିବାରେ ପ୍ରେରଣା ମିଳିଥାଏ। ବିଭିନ୍ନ ସମୟରେ ସ୍ବେଚ୍ଛାକୃତ ରକ୍ତଦାନ, ସ୍ବାସ୍ଥ୍ୟ ପରିମଳ ଉପରେ ମାଗଣା ସେବା ଶିବିର ଆୟୋଜନ କରାଇ ଜନସଚେତନତା କରିଥାଏ। ପରିବାରରେ ମୋର ୨ପୁଅ, ବୋହୁ ଓ ପତ୍ନୀ ଅଛନ୍ତି। କିନ୍ତୁ ଜଣେ ସାମାଜିକକର୍ମୀ ଓ ଚିକିତ୍ସକ ଭାବେ ପ୍ରାୟ ୪୬ବର୍ଷ ଧରି ରୋଗୀଙ୍କ ଚିକିତ୍ସାସେବାରେ ନିୟୋଜିତ ରହୁଥିବାରୁ ଆତ୍ମ ସନ୍ତୋଷ ମିଳିପାରୁଛି। ବିଶେଷକରି ମ୍ୟାଲେରିଆ ଚିକିତ୍ସାରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ଏଥିପାଇଁ ଗିନିଜ ଓ୍ବାଲର୍‌ଡ ରେକର୍ଡସରେ ସ୍ଥାନ ପାଇଛିି।
-ବନବିହାରୀ
ଫଟୋ-ପ୍ରଦୋଷ


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri