ଆଧ୍ୟାତ୍ମିକ ସାଧନା ଓ ଅଷ୍ଟାଙ୍ଗ ଯୋଗ

ସର୍ବୋଚ୍ଚ ଚୈତନ୍ୟ ଲାଭ କରିବା ପାଇଁ ଯୋଗ ଏକ ସୁସମ୍ବନ୍ଧ ଧାର୍ମିକ ଶୃଙ୍ଖଳା ଯାହା ଚରମ ମୁକ୍ତି ପାଇଁ ପଥ ଦେଖାଇଥାଏ। ଭାରତରେ ସମସ୍ତ ଆଧ୍ୟାତ୍ମିକ କ୍ଷେତ୍ରର ସାଧକ,ମହାପୁରୁଷ ଏବଂ ଜଣେ ଯେକୌଣସି ଧର୍ମାବଲମ୍ବୀ ହୁଅନ୍ତୁ, କିନ୍ତୁ ଯୋଗର ଶୃଙ୍ଖଳାକୁ ସମସ୍ତେ ମାନନ୍ତି। ଯୋଗର ମୌଳିକ ଅର୍ଥ ହେଉଛି ମିଳିତାବସ୍ଥା ଏବଂ ପ୍ରକୃତ ଆତ୍ମା ବା ଈଶ୍ୱରଙ୍କ ସହ ମିଳିତ ହେବାକୁ ଏହା ବୁଝାଇଥାଏ। ଅନ୍ୟ ଅର୍ଥରେ ସେହି ମିଳନ ଲାଭ କରିବା ପାଇଁ ଯୋଗ ଏକ ଉପାୟ ବା ପଦ୍ଧତି। ମନ ମଧ୍ୟରେ ଚିନ୍ତା ତରଙ୍ଗକୁ ନିୟନ୍ତ୍ରଣ କରିବା ବା ଚିବୃତି ନିରୋଧକୁ ପତଞ୍ଜଳି ଯୋଗର ସଂଜ୍ଞା ରୂପେ ବର୍ଣ୍ଣନା କରିଛନ୍ତି। ଯୋଗସୂତ୍ରର ୪ଟି ବିଭାଗ ବା ପାଦ ରହିଛି- ସେଗୁଡ଼ିକ ହେଲା ସମାଧି ପାଦ, ସାଧନା ପାଦ, ବିଭୂତି ପାଦ ଓ କୈବଲ୍ୟ ପାଦ। ସମାଧି ପାଦରେ ନିର୍ମଳ ଚୈତନ୍ୟ ବିଷୟ ଉଲ୍ଲେଖ ରହିଛି ଯାହାକୁ ଉଚ୍ଚଗୁଣସମ୍ପନ୍ନ ବ୍ୟକ୍ତିମାନେ ଲାଭ କରିଥାନ୍ତି। ସାଧନା ପାଦରେ ଯୋଗର ନିୟମ ଓ ପଦ୍ଧତି ବର୍ଣ୍ଣିତ ହୋଇଛି ଯାହାକୁ ସାଧାରଣରେ ସବୁ ସାଧକ ଓ ସାମାନ୍ୟ ଗୁଣସମ୍ପନ୍ନ ବ୍ୟକ୍ତିମାନେ ଅନୁସରଣ କରିଥାନ୍ତି। ବିଭୂତି ପାଦ ଆଧ୍ୟାତ୍ମିକ ପଥ ବା ଅଲୌକିକ ଶକ୍ତିର ଜାଗରଣ ବିଷୟରେ ସୂଚନା ଦେଇଥାଏ। ଆଉ କୈବଲ୍ୟ ପାଦ ମୋକ୍ଷ ବା ମୁକ୍ତି ସହିତ ସଂଶ୍ଲିଷ୍ଟ। ପତଞ୍ଜଳିଙ୍କ ଯୋଗ ପଦ୍ଧତିକୁ ଅଷ୍ଟାଙ୍ଗ ଯୋଗ କୁହାଯାଏ। ମନୁଷ୍ୟ ଶରୀର ମଧ୍ୟରେ ତା’ର ମେରୁଦଣ୍ଡ ମଧ୍ୟରେ ମୂଳାଧାର ଚକ୍ରଠାରୁ ଆଜ୍ଞାଚକ୍ର ପର୍ଯ୍ୟନ୍ତ ଆଧ୍ୟାତ୍ମିକ ଷଟ୍‌ ଚକ୍ର ଅଛି। ସେହିପରି ନାଭି ଦେଶର ପଛପଟେ କୁଣ୍ଡଳିନୀ ଶକ୍ତି ସୁପ୍ତ ହୋଇ ରହିଥାଏ। କୁଣ୍ଡଳିନୀ ଏହି ଷଡ଼ଚକ୍ରକୁ ଭେଦକରି ଅବଶେଷରେ ସହସ୍ର ଦଳ ବିଶିଷ୍ଟ ପଦ୍ମଠାରେ ଉପନୀତ ହୋଇ ପରଂବ୍ରହ୍ମଙ୍କ ସହିତ ମିଳିତ ହୁଏ। ଅର୍ଥାତ୍‌ ପରଂବ୍ରହ୍ମଙ୍କଠାରେ ଲୀନହୋଇଯାଏ ଏହା ହିଁ ଯୋଗର ସିଦ୍ଧି। ଏହି ପ୍ରସଙ୍ଗରେ ଯୁଗ ପୁରୁଷୋତ୍ତମ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ତାଙ୍କର ସ୍ବହସ୍ତ ଲିଖିତ ‘ସତ୍ୟାନୁସରଣ’ରେ ପ୍ରକାଶ କଲେ – କୌଣସି କିଛିରେ ଯୁକ୍ତହେବା ବା ଏକମୁଖୀ ଆସକ୍ତିର ନାମ ହିଁ ଯୋଗ। ତୁମେ ଯଦି ଯୋଗୀ ହେବାକୁ ଚାହଁ, ତା’ହେଲେ ତୁମକୁ କୌଣସି ଆଦର୍ଶ, ସଦ୍‌ଗୁରୁ ବା ପ୍ରିୟପରମଙ୍କ ସହିତ ଭଲପାଇବା ବା ଆସକ୍ତି ମାଧ୍ୟମରେ ଏପରି ଭାବରେ ଯୁକ୍ତହେବାକୁ ହେବ ଯାହାଫଳରେ ତୁମେ ସର୍ବଦା ଓ ସର୍ବୋତଭାବେ ଏକ ଗଭୀର ତୃପ୍ତି ନେଇ ଚାଲିପାରିବ।
ମହର୍ଷି ପତଞ୍ଜଳିଙ୍କ ଯୋଗସୂତ୍ର ଅନୁଯାୟୀ ୫ଟି ଯମ ରହିଛି। ଏଗୁଡ଼ିକ ହେଉଛି – ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ ଏବଂ ଅପରିଗ୍ରହ। ପାଞ୍ଚ ଯମ ମଧ୍ୟରୁ ଅହିଂସାକୁ ସର୍ବୋତ୍ତମ ବୋଲି ସ୍ବୀକାର କରାଯାଏ। ଅନ୍ୟ ୪ ଯମ ପାଳନ କରିବା ପାଇଁ ଅହିଂସା ଭାବକୁ ସୁଦୃମ କରିବାକୁ ହୁଏ। ଯେମିତି ଦେଖିଛନ୍ତି, ଅନୁମାନ କରିଛନ୍ତି ବା ଶୁଣିଛନ୍ତି ଠିକ୍‌ ସେମିିତି ବର୍ଣ୍ଣନା କରିବାକୁ ସତ୍ୟ କୁହାଯାଏ। ତେବେ ଏହାର ଆଉ ଏକ ସର୍ତ୍ତ ବି ଅଛି। ଏହି ସତ୍ୟ ଦ୍ୱାରା ପ୍ରାଣୀମାନଙ୍କର କେବଳ କଲ୍ୟାଣ ହିଁ ହେବା ଆବଶ୍ୟକ। ଜନନେନ୍ଦ୍ରିୟ ଦ୍ୱାରା ସଂଯମ ରକ୍ଷାକୁ ବ୍ରହ୍ମଚର୍ଯ୍ୟ କୁହାଯାଏ। ଅନ୍ୟ ଯେକୌଣସି ଇନ୍ଦ୍ରିୟ ତୁଳନାରେ ଜନନେନ୍ଦ୍ରିୟ କାମ ଭାବନାକୁ ଅଧିକ ପ୍ରଲୁବ୍ଧ କରେ। ତେଣୁ ସବୁ ଇନ୍ଦ୍ରିୟକୁ ଶାନ୍ତ ରଖିବା ପାଇଁ ଜନନେନ୍ଦ୍ରିୟ ଉପରେ ସଂଯମ ରଖିବା ଆବଶ୍ୟକ। ନିଜ ଆବଶ୍ୟକତାଠାରୁ ଅଧିକ ଧନସମ୍ପତ୍ତି ଏବଂ ଭୋଗ ସାମଗ୍ରୀ ସଞ୍ଚୟ କରିବାକୁ ମଧ୍ୟ ପାପ ଭାବେ ଗ୍ରହଣ କରାଯାଇଛି। ମହର୍ଷି ପତଞ୍ଜଳି ଯୋଗସୂତ୍ରରେ ୫ଟି ନିୟମ ବର୍ଣ୍ଣନା କରିଛନ୍ତି। ସେଗୁଡ଼ିକ ହେଉଛି- ଶୌଚ, ସନ୍ତୋଷ, ତପ, ସ୍ବାଧ୍ୟାୟ ଓ ଈଶ୍ୱର ପ୍ରଣିଧାନ।
-ଡା. ଉମେଶ ଚନ୍ଦ୍ର ପାତ୍ର,
ମୋ : ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri