Posted inଫୁରସତ

ମୁଁ ଯେବେ ବାପା ହେଲି

ଯାହାଙ୍କ ବିଷୟରେ ବଖାଣିବାକୁ ଶବ୍ଦ ହୁଏ ନିଅଣ୍ଟ। ଯିଏ ପିଲାଙ୍କୁ ଭଲ ମଣିଷ କରିବାକୁ କେବେ ଖୁବ୍‌ ରାଗୀ ତ ପୁଣି କେବେ ସ୍ନେହ, ଶ୍ରଦ୍ଧାର ଅସୀମ ଭଣ୍ଡାର । ଯାହାଙ୍କ ଶ୍ରମ, ନିଷ୍ଠା ଆଉ କର୍ତ୍ତବ୍ୟପରାୟଣତା ସନ୍ତାନକୁ ଚଖାଏ ସଫଳତାର ସ୍ବାଦ, ସେ ହେଉଛନ୍ତି ବାପା। ତେବେ କୁହାଯାଏ, ଜଣେ ସନ୍ତାନ ବାପାଙ୍କ ଏହି ତ୍ୟାଗ ସେତେବେଳେ ବୁଝିପାରେ, ଯେତେବେଳେ ସେ ନିଜେ ବାପା ହୁଏ। ଆଜି ଫାଦର୍ସ ଡେ’ ଅବସରରେ ଏଭଳି କିଛି ଅନୁଭୂତିକୁ ନେଇ ବିଶେଷ ଉପସ୍ଥାପନା…

ପ୍ରଥମ ବାପା ହେବାର
ଆନନ୍ଦ ଅନନ୍ୟ
ଡା. ରାଧାକାନ୍ତ ପାଣିଗ୍ରାହୀ (ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ, କଟକ)-
ପ୍ରଭୁ ମତେ ଜଣେ ଡାକ୍ତର ତଥା ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ କରି ଶହ ଶହ ଶିଶୁଙ୍କୁ ଏ ପୃଥିବୀକୁ ଆଣିବାର ସୌଭାଗ୍ୟ ଦେଇଛନ୍ତି ା ସେତେବେଳେ ମୁଁ ଦେଖିଛି ମା’ମାନଙ୍କ ଓଠରେ ହସ। କିନ୍ତୁ ଶିଶୁ ଜନ୍ମ ପରେ ତା’ଠାରୁ ବଳି ଖୁସି ହୁଅନ୍ତି ବାପାମାନେ, ଯାହା ସେମାନେ ପ୍ରକାଶ କରିପାରନ୍ତିନି। ନିଜ କଥା କହିବି- ଯେଉଁଦିନ ପୁଅ ଆର୍ଯ୍ୟନ୍‌ ଜନ୍ମ ହେଲା, ସେଦିନର ଖୁସି ଭାଷାରେ ବର୍ଣ୍ଣନା କରିପାରିବି ନାହିଁ ା ତା’ର ପ୍ରଥମ କୁଆଁ କୁଆଁ କାନ୍ଦ ମୋ ମନ ଓ ହୃଦୟକୁ ଏକ ଅନନ୍ୟ ଆନନ୍ଦରେ ଭରି ଦେଇଥିଲା ା ଡେଲିଭରି ପରେ ତାକୁ ସାଷ୍ଟାମ କରାଇ ସାରା ଦେହ ଆଉଁସିଦେଲି ଓ ମନକୁ ମନ କହିଲି, ”ବାପାରେ! ତୁ ଏ ପୃଥିବୀକୁ ଆସିଲୁନି ତ, ଆମ ଜୀବନରେ ଏକ ଫୁଲ ହୋଇ ଫୁଟିଗଲୁ ଏବଂ ଆମ ଜୀବନରେ ଖୁସି ଭରିଦେଲୁ ା ଏମିତି ତୋର ଜ୍ଞାନ ଓ ବୁଦ୍ଧିର ଜ୍ୟୋତିରେ ଚିରଦିନ ଆମକୁ ଆଲୋକିତ ଓ ସୁବାସିତ କରୁଥିବୁ ା“ ପୁଅକୁ ଦେଖି ମୋ ପିଲାଦିନ କଥା ମନେପଡ଼ିଗଲା। ମୋ ବାପା (ନାରାୟଣ ଚନ୍ଦ୍ର ପାଣିଗ୍ରାହୀ) ମୋତେ ଖୁବ୍‌ ଭଲ ପାଉଥିଲେ। ପିଲାଦିନୁ ମୋ ପାଠପଢ଼ାର ଖୁବ୍‌ ଯତ୍ନ ନେଉଥିଲେ। ମୁଁ ଗାଁ ସ୍କୁଲରେ ପଢ଼ିଲେ ବି ବାପା ମୋତେ ପ୍ରତିଦିନ ସାଇକେଲ୍‌ରେ ବସାଇ ସ୍କୁଲ ନେଉଥିଲେ। ବହିଖାତା, ପେନ୍‌, ପେନ୍‌ସିଲ୍‌ଠାରୁ ଆରମ୍ଭ କରି ସବୁ ଆବଶ୍ୟକତାକୁ ପୂରଣ କରୁଥିଲେ। ପ୍ରତିଦିନ ସାରେ ସେ ମୋର ପାଠପଢ଼ା ଦେଖୁଥିଲେ। ସେଥିପାଇଁ ମୁଁ ଗାଁ ସ୍କୁଲରୁ ଆରମ୍ଭ କରି ହାଇସ୍କୁଲ୍‌ ଓ କଲେଜରେ ପ୍ରଥମ ଶ୍ରେଣୀରେ ପାସ୍‌ କଲି ଏବଂ ମେଡିକାଲ୍‌ରେ ମଧ୍ୟ ବେଷ୍ଟ ଗ୍ରାଜୁଏଟ୍‌ ହୋଇଥିଲି। ମୁଁ ମଧ୍ୟ ତାଙ୍କ ଭଳି ଆଦର୍ଶ ବାପା ହେବା ପାଇଁ ମନରେ ସ୍ଥିର କରି ଠାକୁରଙ୍କୁ ପ୍ରଣାମ କରି ସଙ୍ଗେ ସଙ୍ଗେ ମିଠା ଆଣି ସମସ୍ତଙ୍କୁ ବାଣ୍ଟିଥିଲି ା ବାସ୍ତବରେ ସନ୍ତାନଟିଏ ଭୂମିଷ୍ଠ ହେଲେ ଯେଉଁ ବାପା ହେବାର ଗୌରବ ମିଳିଥାଏ ତାହା ଅପୂର୍ବ ା
ମୋ ପୁଅ ‘ଆର୍ଯ୍ୟନ୍‌’ ଓ ‘ଶୌର୍ଯ୍ୟ’ର ହସ, ପ୍ରଥମ ପେଟେଇବା ବସିବା, ଧୀରେ ଧୀରେ ଚାଲିବା ତଥା ତା’ର ପ୍ରଥମ କଥା ଓ ‘ବାପା’ ବୋଲି ପ୍ରଥମ ଉଚ୍ଚାରଣ ମୋ ମନରେ ଅପୂର୍ବ ଆନନ୍ଦ ଆଣି ଦେଇଥିତ୍ଲା ଏବଂ ସଙ୍ଗେ ସଙ୍ଗେ ଦାୟିତ୍ୱବୋଧର ଗୋଟିଏ ବଡ଼ ବୋଝ ମତେ ଦେଇଥିଲା ା
ତାକୁ ସ୍ନେହ ଆଦର ଦେଇ ବଢ଼ାଇବା, ଉପଯୁକ୍ତ ଶିକ୍ଷା ଦେବା ଏବଂ ସଂସ୍କାର ଦେବାର ବଡ଼ ଦାୟିତ୍ୱଟି ମୁଣ୍ଡ ଉପରକୁ ଚାଲି ଆସିଥିଲା ା
ବାପା ହେବା ଖୁସିରେ ମୁଁ ଆତ୍ମହରା ହୋଇଉଠିଲି
ରଜନୀ ରଞ୍ଜନ
(ସଂଳାପକାର)-
ମୋ ବାପା (ରବି ଦାସ) ଥିଲେ ସୌଖୀନ ରଙ୍ଗମଞ୍ଚରେ ଜଣେ ସଫଳ ଗୀତିକାର। ତାଙ୍କର ଲେଖା ଥିଲା ଆଜିକୁ ପଚାଶ ବର୍ଷ ତଳେ ”କୁହୁଡ଼ି ନଦୀର ମୀନମାନେ ଶୁଣ ଗଙ୍ଗା ବହୁଛି ଧୀରେ“ ଅବା ”ଜୀବନର ଏହି ମହାନାଟକରେ ହସି ହସି କିଏ ଜିଇବା ସୁଆଦ ଖୋଜୁଛି।“ ଆହା ଏମିତି ଗୀତଟିଏ ମୁଁ ଲେଖି ପାରିଲିକି, ତମକୁ ଅତିକ୍ରମ କରିପାରୁନାହିଁ ବୋଲି ତ ତମେ ମୋ ବାପା। ମୋ ବୋଉ ବି ଥିଲା ଲେଖିକା। ମୁଁ ବି ସେମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଲେଖାଲେଖି ଆରମ୍ଭ କରିଦେଇଥିଲି। ମୋ ବାପା ବୋଉ ମୋ ସଫଳତା ପାଇଁ ଆଶାବାଦୀ ଥିଲେ l ଜଣେ ବାପା ହିସାବରେ ମୁଁ ବି ଚାହେଁ ମୋ ପିଲାମାନେ ମତେ ଅତିକ୍ରମ କରନ୍ତୁ l ଜଣେ ବାପା ହିସାବରେ ୟା’ଠାରୁ ବଡ଼ ସଫଳତା ଆଉ କ’ଣ ହେଇପାରେ! ଏକଥା ମୋର ସେହିଦିନ ହିଁ ମନକୁ ଆସିଥିଲା, ଯେଉଁଦିନ ପ୍ରଥମ କରି ମୋ ଝିଅର କୁଆଁ କୁଆଁ ରଡ଼ି ଶୁଣିଲି। ସେଦିନ ମୋ ଚାରିକଡ଼ର ପୃଥିବୀରେ ଅଜସ୍ର ପକ୍ଷୀଙ୍କର କାକଳି ଧ୍ୱନି ମତେ ଆକ୍ତାମାକ୍ତା କରିନେଲା। ପ୍ରଥମ କରି ବାପା ହେବା ଖୁସିରେ ମୁଁ ଆତ୍ମହରା ହୋଇଉଠିଲି। ଅବିକଳ ମୋ ଦିବଂଗତ ବୋଉର ମୁହଁ ନେଇ ଆସିଥିଲା ମୋ ଝିଅ। ମୋ ବାପା, ବୋଉର ସବୁ ଅପୂରଣୀୟ ଇଚ୍ଛାକୁ ମୋ ଝିଅ ପୂରଣ କରିପାରିବ ଏଇ ସ୍ବପ୍ନରେ ମୁଁ ମସ୍‌ଗୁଲ୍‌ ହୋଇଉଠିଥିଲି। ସେଦିନଟି ମୋ ଜୀବନର ସବୁଠୁ ଖୁସିର ଦିନ ହୋଇ ରହିଥିବ।
ବାପାଙ୍କ ଆକଟ ସୁଧାରେ
ପିଲାଙ୍କ ଭବିଷ୍ୟତ
ତାରିଣୀ ପ୍ରସାଦ ସାହୁ (ସିଭିଲ୍‌ ଜଜ୍‌, ଚମ୍ପୁଆ)- ଜୀବନରେ ସଫଳତା ହାସଲ କରିବାରେ ବାପା (ବଟକୃଷ୍ଣ ସାହୁ)ଙ୍କର ଅବଦାନ ବହୁତ ରହିଛି। ଛୋଟବେଳେ ପଢ଼ା ବଦଳରେ ଖେଳକୁଦ ଆଉ ଦୁଷ୍ଟାମିରେ ଅଧିକ ମନ ରହୁଥିଲା। ତେଣୁ ଅନେକ ସମୟରେ ମୋତେ ବାପା ତାଗିଦା ଓ ଗାଳି କରୁଥିଲେ। ମନେପଡୁଛି ସେ ସମୟର କଥା। ଇଂଲିଶ୍‌ ଜ୍ଞାନ ବଢ଼ାଇବା ପାଇଁ ବାପା ଆମକୁ ଟ୍ରାନ୍ସଲେଶନ୍‌ କରାନ୍ତି। ଅଧିକାଂଶ ଓଡ଼ିଆ ଖବରକାଗଜରୁ ଟ୍ରାନ୍ସଲେଶନ୍‌ କରାନ୍ତି। ସେତେବେଳେ ଆମକୁ ଏସବୁ ଭାରି ବିରକ୍ତ ଲାଗୁଥିଲା। କେମିତି ପଢ଼ା ସରିଲେ ଖେଳିବୁ ସେଥିରେ ଧ୍ୟାନ ରହୁଥିଲା। କିନ୍ତୁ ଏବେ କର୍ମ କ୍ଷେତ୍ରରେ ସେଇସବୁ ଜିନିଷ ବହୁତ ଉପଯୋଗରେ ଆସୁଛି। ବାପାଙ୍କର ମୃଦୁ ଗାଳି ଓ ଆକଟ ଯେ କେତେ ଉପାଦେୟ ତାହା ଏବେ ନିଜେ କର୍ମକ୍ଷେତ୍ରରେ କାମ କଲାବେଳେ ଭାବୁଛି। ବାପା କରିଥିବା ଗାଳି ଅବା ତାଗିଦା ଯୋଗୁ ଜୀବନରେ ବହୁତ କିଛି ଶିଖି ହୋଇଛି। ଯଦିଓ ସେବେ ସେ ଜିନିଷର ମହତ୍ତ୍ୱ ବୁଝା ପଡୁ ନ ଥିଲା, କିନ୍ତୁ ଏବେ ତାର ଉପଯୋଗିତା ଉପଲବ୍ଧି କରିହେଉଛି। ବିଶେଷକରି ବାପା ହେଲା ପରେ ସେହିସବୁ ଚିନ୍ତାଧାରା ଓ ମାନସିକତା ଅଜାଣତରେ ନିଜ ଭିତରେ ବି ଆସିଗଲାଣି। ସତରେ ଏସବୁ ନିଜେ ଅନୁଭବ କରିବା ମଧ୍ୟ ଏକ ଭିନ୍ନ ଅନୁଭୂତି।

– ପୌର୍ଣ୍ଣମାସୀ


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri