ପୁରୁଣା ବହି ଓ ପରିବେଶ ସୁରକ୍ଷା

ଡ. ପ୍ରମୋଦ କୁମାର ପଣ୍ଡା

ମନୁଷ୍ୟ ଜୀବନ ଧାରଣ ପାଇଁ ପରିବେଶର ସୁରକ୍ଷା ଏକାନ୍ତ ଆବଶ୍ୟକ। ପରିବେଶ ପ୍ରଦୂଷଣ ହେଲେ ବଞ୍ଜିବା କଷ୍ଟକର। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ମୁଖ୍ୟତଃ ଅତ୍ୟଧିକ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସମୟରେ ସ୍କୁଲ କଲେଜ ବନ୍ଦ ହେବା ଆମେମାନେ ଜାଣିଛେ। ତେବେ ଏଭଳି ପ୍ରଦୂଷଣ ବଢୁଛି କାହିଁକି। ବାୟୁମଣ୍ଡଳ ପ୍ରଦୂଷଣ ମୁଖ୍ୟତଃ ଦୁଇଟି କାରଣରୁ ହୋଇଥାଏ। ପ୍ରଥମଟି ହେଲା ଜନସାଧାରଣଙ୍କର ନାନାବିଧ ଆବଶ୍ୟକତାକୁ ପୂରଣ କରିବା ପାଇଁ ବ୍ୟବହୃତ ଗାଡ଼ିମୋଟର ଓ କଳକାରଖାନାରୁ ନିର୍ଗତ ଦୂଷିତ ବାଷ୍ପର ବାୟୁମଣ୍ଡଳରେ ମିଶ୍ରଣ। ଦ୍ୱିତୀୟଟି ହେଲା ବାୟୁମଣ୍ଡଳରେ ଭର୍ତ୍ତି ହେଉଥିବା ଦୂଷିତ ବାଷ୍ପକୁ ବୃକ୍ଷଲତାର ଗ୍ରହଣ ଓ ଶୁଦ୍ଧୀକରଣର ଅଭାବ। ବୃକ୍ଷଲତାର ସଂଖ୍ୟା ହ୍ରାସ ପାଉଥିବାରୁ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ବାଷ୍ପ ନେଇ ନିଜ ଶରୀରରେ ସ୍ଥାପନ ଓ ବାୟୁମଣ୍ଡଳକୁ ଅମ୍ଳଜାନ ଯୋଗାଣ ଠିକ୍‌ ଭାବେ ହୋଇପାରେ ନାହିଁ। ଏହି ସମସ୍ୟା ସହରମାନଙ୍କରେ ଅତି ଉକତ୍ଷ୍ଟ ରୂପ ଧାରଣ କଲାଣି।
ବୃକ୍ଷସଂଖ୍ୟା ହ୍ରାସ କରିବାରେ ଆଉ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି କାଗଜଶିଳ୍ପ। କାରଣ ଆମ ଦେଶରେ କୋଟି କୋଟି ଛାତ୍ରୀଛାତ୍ରଙ୍କର ଲେଖା ପଢ଼ା ପାଇଁ କାଗଜ ଦରକାର। ଆମ ରାଜ୍ୟରେ ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମକୁ ମିଶାଇ ପ୍ରତ୍ୟେକ ଶ୍ରେଣୀର ୬ ଲକ୍ଷ ହିସାବରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଖାପାଖି ୭୨ ଲକ୍ଷ ପିଲା ପଢ଼ନ୍ତି, ଏଲ୍‌କେଜି ଓ ୟୁକେଜିକୁ ଛାଡ଼ି। ଏମତି ସବୁ ରାଜ୍ୟରେ ପିଲାମାନଙ୍କ ପାଠପଢ଼ାରେ କାଗଜ ବ୍ୟବହାର ପାଇଁ ଦରକାର ମୁତାବକ ଗଛ କାଟିବାକୁ ପଡେ। ହେଲେ ପରିବେଶ ସୁରକ୍ଷା ଲାଗି ବହି ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା କାଗଜର ସିଂହଭାଗକୁ ଆମେ କମାଇ ପାରିବା। ପୂର୍ବେ ପୁରୁଣା ବହିର ବ୍ୟବହାରକୁ ସୀକୃତି ମିଳିଥିଲା। ସେତେବେଳେ ଛାତ୍ରୀଛାତ୍ରମାନେ କୌଣସି ଏକ ନିର୍ଦ୍ଦିଷ୍ଟ ଶ୍ରେଣୀରେ ପାଠ ପଢ଼ିସାରିବା ପରେ ସେ ବହିକୁ ତଳ କ୍ଲାସ ପିଲାଙ୍କୁ ଅଧା ଦାମରେ ବିକ୍ରି କରି ଦେଉଥିଲେ। ଏଥିରୁ ତିନୋଟି ଫାଇଦା ମିଳୁଥିଲା। ପ୍ରଥମତଃ ପାଠ ପଢ଼ି ସାରିବା ପରେ ବହି ବିକ୍ରି କରିଦେବାରୁ ଅଧା ପଇସା ବିକ୍ରେତାଙ୍କୁ ମିଳିଯାଉଥିଲା, ଯାହା ସହିତ ଆଉ କିଛି ମିଶାଇ ସେମାନେ ନୂଆ ଶ୍ରେଣୀର ବହି କିଣୁଥିଲେ। ତଳ କ୍ଲାସ ପିଲାମାନେ କମ୍‌ ପଇସାରେ ଉପର କ୍ଲାସ ବହି କିଣି ପାରୁଥିଲେ, ଯାହା ଫଳରେ ଗରିବ ଲୋକଙ୍କ ଉପରେ ଆର୍ଥିକ ବୋଝ ପଡୁ ନ ଥିଲା। ତୃତୀୟରେ, ପ୍ରତିବର୍ଷ ଅଧିକ ନୂଆ ବହି ଛପାଇବା ଦରକାର ନ ଥିଲା। ଫଳରେ ଲକ୍ଷ ଲକ୍ଷ ବୃକ୍ଷ କାଟି କାଗଜ ପ୍ରସ୍ତୁତ କରିବାକୁ ପଡୁ ନ ଥିଲା ଓ ପରିବେଶ ସୁରକ୍ଷିତ ରହୁଥିଲା। ଆମ ରାଜ୍ୟରେ ବହୁ ବର୍ଷ ପର୍ଯ୍ୟନ୍ତ ଏ ବ୍ୟବସ୍ଥା ପ୍ରଚଳିତ ଥିଲା। ସେଥିପାଇଁ ଆମ ବିଦ୍ୟାର୍ଥୀମାନଙ୍କୁ ମଧ୍ୟ ପ୍ରସ୍ତୁତ କରାଯାଉଥିଲା।
ପିଲାବେଳୁ ପଢ଼ୁଥିଲେ ଯେ ନଖରେ ତୁମର ନ ରଖ ମଳି, ବହିରେ ତୁମର ନ ଲଗା କାଳି। ଅର୍ଥାତ୍‌ ବହିଟିକୁ ମଲାଟ ମଡ଼େଇ ନୂଆ ଭଳି ରଖିବାକୁ ଆମର ଶିକ୍ଷକ ଓ ଗୁରୁଜନ ସର୍ବଦା ପରାମର୍ଶ ଦେଉଥିଲେ। ହିସାବରୁ ଜଣାଯାଇଛି ଯେ, ଗୋଟିଏ ମଧ୍ୟମ ଧରଣର ବୃକ୍ଷ ପାଖାପାଖି ୫୦-୬୦ଟି ପୁସ୍ତକ ପାଇଁ କାଗଜ ଯୋଗାଇଥାଏ। ଆମେ ଯଦି ୬୦ଟି ପୁସ୍ତକ ଅନୁସାରେ ହିସାବ କରିବା, ଆମ ରାଜ୍ୟରେ ପ୍ରତିବର୍ଷ ୭୨ ଲକ୍ଷ ପୁସ୍ତକ ପାଇଁ ୧,୨୦,୦୦୦ ବୃକ୍ଷର ଆବଶ୍ୟକତା ପଡୁଛି। ପରୀକ୍ଷଣରୁ ଜଣାଯାଇଛି ଯେ, ଗୋଟିଏ ମଧ୍ୟମ ଧରଣର ବୃକ୍ଷ ବର୍ଷକୁ ୧୧୮ କିଲୋଗ୍ରାମର ଅମ୍ଳଜାନ ବାୟୁମଣ୍ଡଳକୁ ଛାଡ଼ିଥାଏ। ପରୀକ୍ଷଣରୁ ଏହା ଆହୁରି ମଧ୍ୟ ସ୍ପଷ୍ଟ ଯେ, ଗୋଟେ ୪ ଜଣିଆ ପରିବାରର ବାର୍ଷିକ ଅମ୍ଳଜାନ ଆବଶ୍ୟକତା ହେଉଛି ୨୩୨ କିଲୋଗ୍ରାମ । ଅର୍ଥାତ୍‌ ୪ ଜଣ ବଞ୍ଚତ୍ବା ପାଇଁ ୨ଟି ବଡ଼ ବୃକ୍ଷର ଆବଶ୍ୟକତା ଅଛି। ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ଯଦି ସବୁ ପିଲାଙ୍କୁ ଆମେ ନୂଆ ବହି ଦେବା, ତା’ହେଲେ ବାର୍ଷିକ ଯେଉଁ ୧,୨୦,୦୦୦ ବୃକ୍ଷ ଛେଦନ ହେବ, ତଦ୍ଦ୍ବାରା ବାୟୁମଣ୍ଡଳକୁ ୧୪,୧୬୫ ମେଟ୍ରିକ ଟନ ଅମ୍ଳଜାନ କମ ମିଳିବ। ଗବେଷଣାରୁୁ ଜଣାଯାଇଛି ଯେ, ଗୋଟେ ଗଛ ବର୍ଷକୁ ପାଖାପାଖି ୨୫ କିଲୋଗ୍ରାମ ଅଙ୍ଗାରକାମ୍ଳ ବାଷ୍ପ ବାୟୁମଣ୍ଡଳରୁ ଶୋଷିଥାଏ I ତେଣୁ ୧,୨୦,୦୦୦ ଗଛ କାଟିବା ଦ୍ୱାରା ପାଖାପାଖି ୩୦୦୦ ମେଟ୍ରିକ ଟନ ଅଙ୍ଗାରକାମ୍ଳ ବାଷ୍ପ ବାୟୁମଣ୍ଡଳରୁ ଶୋଷି ନ ହୋଇ ରହିଯିବ ପ୍ରତିବର୍ଷ ଓ ବାୟୁମଣ୍ଡଳକୁ ପ୍ରଦୂଷିତ କରିବାରେ ଲାଗିବ। ତେଣୁ ପ୍ରତିବର୍ଷ ନୂତନ ବହି ସ୍କୁଲମାନଙ୍କରେ ପ୍ରଚଳିତ ଦେବା ଦ୍ୱାରା ଆମେ ଆମର ପରିବେଶର କେତେ ବଡ଼ କ୍ଷତି ସାଧନ କରୁଛେ, ତାହା ଥରେ ଚିନ୍ତା କରନ୍ତୁ। କେହି କେହି ଯୁକ୍ତି କରିପାରନ୍ତି, ଆମେ ତ କାଗଜ ବାହାର ରାଜ୍ୟ ବା ବିଦେଶରୁ ଆଣୁଛୁ, ତେଣୁ ଆମ ବାୟୁମଣ୍ଡଳର କ୍ଷତି କାହିଁକି ହେବ? ମାତ୍ର ଭାବିବା କଥା ଯେ ପରିବେଶ ସମସ୍ତଙ୍କର। ଆମେ ସମସ୍ତେ ମିଶି ପରିବେଶର ଯତ୍ନ ନେଲେ ଯାଇ ବାୟୁମଣ୍ଡଳ ସୁରକ୍ଷିତ ରହିବ।
ପ୍ରଶ୍ନ ଉଠେ ବର୍ତ୍ତମାନର ଏ ଅବସ୍ଥା ବା ବ୍ୟବସ୍ଥା ପାଇଁ ଦାୟୀ କିଏ ? ଦେଖନ୍ତୁ ପୂର୍ବରୁ ଆମ ଦେଶରେ ପୁସ୍ତକ ପୁନଃ ପ୍ରୟୋଗର ବ୍ୟବସ୍ଥା ଠିକ୍‌ଠାକ୍‌ ଚାଲିଥିଲା। କିଛି ଲୋକଙ୍କର ଅଧିକ ରୋଜଗାର ବା ବ୍ୟବସାୟିକ ମନୋବୃତ୍ତି ଏହି ପୁରୁଣା ପୁସ୍ତକ ପ୍ରଚଳନ ବ୍ୟବସ୍ଥାକୁ ବନ୍ଦ କରି ନୂତନ ପୁସ୍ତକ ପ୍ରଚଳନ ବ୍ୟବସ୍ଥା ଲାଗୁକଲା। ସେମାନେ ଚାଲାକି କରି ବହିରେ ପ୍ରଶ୍ନର ଉତ୍ତର ଲେଖିବା ପାଇଁ ବ୍ୟବସ୍ଥା କଲେ। ତେଣୁ ଥରେ ବହିଟି ବ୍ୟବହାର ହୋଇଗଲେ ଆଉ ଥରେ ବ୍ୟବହାର କରିବା ପାଇଁ ଉପଯୋଗୀ ହେଲା ନାହିଁ। ସେମାନେ ପ୍ରତିବର୍ଷ ଲକ୍ଷ ଲକ୍ଷ ପୁସ୍ତକ ବିକ୍ରି କରି ଖୁବ୍‌ ଲାଭବାନ୍‌ ହେବାକୁ ଲାଗିଲେ। ଘରୋଇ ସ୍କୁଲଗୁଡ଼ିକ ବହି ବିକ୍ରି କରୁଥିବାରୁ ମାଲିକମାନଙ୍କର ପ୍ରଚୁର ଲାଭ ହେଲା ନୂଆ ବ୍ୟବସ୍ଥା ଦ୍ୱାରା। ସରକାରୀ ସ୍କୁଲ ମଧ୍ୟ ସର୍ବଶିକ୍ଷା ଅଭିଯାନ ଦ୍ୱାରା ପ୍ରତିବର୍ଷ ପିଲାଙ୍କୁ ନୂଆ ବହି ଯୋଗାଇ ଦେଲେ। ଚିନ୍ତା କରନ୍ତୁ,କେବଳ କିଛି ଲୋକଙ୍କ ଆୟ ବୃଦ୍ଧି ନିମନ୍ତେ କାହିଁକି ଆମେ ମୂଲ୍ୟବାନ୍‌ ବୃକ୍ଷ ନଷ୍ଟ କରି କାଗଜ ତିଆରି କରି ପ୍ରତିବର୍ଷ ନୂଆ ବହି ଛପାଇ ପିଲାମାନଙ୍କୁ ଦେବା? କିଛି ନୂଆ ବହି ହୋଇପାରେ,କିନ୍ତୁ ସବୁ ବହି ବଦଳାଇବା ଠିକ୍‌ ନୁହେଁ। ପୁରୁଣା ବହିଗୁଡ଼ିକ କାଟି ଫଳ ପ୍ୟାକିଙ୍ଗ ଓ ଅନ୍ୟାନ୍ୟ କାର୍ଯ୍ୟରେ ଲଗାଯାଏ, ଯାହାକି ଧାନ ନଡ଼ା ଓ ଅନ୍ୟାନ୍ୟ ଜୈବିକ ପଦାର୍ଥ ଦ୍ୱାରା କରାଯାଇ ପାରିବ I ପୁରୁଣା ବହି ପ୍ରଚଳନରେ ପରିବେଶ ଉପରେ ଯେଉଁ ଅନୁକୂଳ ପ୍ରଭାବ ରହିଛି ତାହାକୁ ବିଶ୍ଳେଷଣ କରାଯାଉ। ପୁରୁଣା ପୁସ୍ତକ ପ୍ରଚଳନ ଯୋଗୁ ଉଭୟ ଛାତ୍ର ଓ ଅଭିଭାବକ ମାତ୍ରାଧିକ ଖର୍ଚ୍ଚରୁ ରକ୍ଷାପାଇବେ ଓ ଆମ ପରିବେଶ ସବୁଦିନ ପାଇଁ ସୁରକ୍ଷିତ ରହିବ।
ପ୍ରଧାନ ବୈଜ୍ଞାନିକ, ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, (ଭାରତ ସରକାର), ଭୁବନେଶ୍ୱର
ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri