Posted inଫୁରସତ

ଫେସ୍‌ବୁକ୍‌ର ମାୟା

ଏ ମୋବାଇଲ୍‌ ଫୋନ୍‌ ଜମାନା ଯେବେଠୁ ଆରମ୍ଭହେଲା, ସଂସାର ବିଷସାଗରରୁ ସତେ କି ଅମୃତ ହାଣ୍ଡିଏ ଲେଖା ହାତରେ ଧରି ମଣିଷ ନିଆରା ଜୀବନ ଜିଇଁ ଶିଖିଲା । ଆଉ ଯିଏ ଟିପଘଷା ସ୍ମାର୍ଟ ଫୋନ୍‌ ବ୍ୟବହାର କରୁଛନ୍ତି, ସେମାନେ ସମଗ୍ର ଧରାକୁ ସତେ ଯେମିତି ହାତ ମୁଠାରେ ମୁଠେଇ ଧରିଛନ୍ତି ବୋଲି ଭାବୁଛନ୍ତି । ମୋବାଇଲ୍‌ ଏବେ ଆଉ ସଂପର୍କୀୟଙ୍କ ସହ ଦୂରରୁ କଥା ନୁହଁ ବରଂ ମହାଭାରତରେ ଧୃତରାଷ୍ଟ୍ରଙ୍କୁ ସଞ୍ଜୟ ଦିବ୍ୟଦୃଷ୍ଟିରେ ସମସ୍ତ ଘଟଣାଦେଖି ବର୍ଣ୍ଣିବା ଭଳିଆ ସମସ୍ତେ ପାରିବାର ପାଲଟି ଯାଇଛନ୍ତି। ତଥାପି ଏଇ ମୋବାଇଲ୍‌ ଫୋନ୍‌ ଆମ ଜୀବନକୁ ସଜାଡୁଛି କେତେ ଆଉ ବିଗାଡୁଛି କେତେ, କେବେ ଥଣ୍ଡା ମୁଣ୍ଡରେ ଭାବିଛନ୍ତି ? ନା’ ତର୍ଜମା କରିବାକୁ ବେଳ କାହିଁ ? ତା’ ଭିତରେ ଯୋଉମାନେ ଫେସ୍‌ବୁକ୍‌ର ଫେସ୍‌ ସୌନ୍ଦର୍ଯ୍ୟରେ ଫଶି ତା ଭିତରେ ପଶି ଟିପଘଷିବାର ମଜା ପାଇଛନ୍ତି, କାହା ହାତରେ, ସରଗ ଖସିପଡ଼ିଛି ତ କାହା ଭାଗ୍ୟ ଆକାଶ ମଥାରେ ଛିଣ୍ଡିପଡ଼ିଛି।

ଗଲା କେଇଦିନ ତଳେ ଶ୍ରୀଯୁକ୍ତ ସତ୍ୟାନାଶ ବଂଧୁଙ୍କର ଫେସ୍‌ବୁକ୍‌ରେ ଯୋଉ ଫଟୋ ଦେଖିଲି, ସେମିତିଆ ଚେହେରା ଜନମରୁ ଏଯାଏଁ କେବେ ଦେଖିନଥିବାରୁ ଯୋଗାଯୋଗ କରି ବୁଝିଲି ତାଙ୍କ ନାମରେ କେହି ଜଣେ ବୀର ସାହସୀ ଫେକ୍‌ ଆକାଉଣ୍ଟ ଖୋଲି ଟଙ୍କା ମାଗୁଛନ୍ତି । ଖାଲି ସିଏ କ’ଣ ଏକା? ଅନେକ ମାନ୍ୟଗଣ୍ୟ ଭଦ୍ରଜନଙ୍କ ନାମରେ କେତେକିଏ ଏମିତି କାମ ବି କରୁଛନ୍ତି ତ କିଏ କାହା ଆକାଉଣ୍ଟକୁ ହ୍ୟାକ୍‌ କରୁଛନ୍ତି । ଏଇ ”ହ୍ୟାକ୍‌ର“ଙ୍କୁ କେହି ଯେମିତି ସମ୍ବାଦପତ୍ର ବିତରକ ‘ହକର’ ବୁଝିବାର ଭୁଲ୍‌ ନକରନ୍ତି । ଫେସ୍‌ବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲୁଥିବା ଏବଂ ହ୍ୟାକରଙ୍କ ହ୍ୟାକ୍‌ କରିବା ଶକ୍ତି ଏମିତି ଯେ, ଆପଣଙ୍କୁ ଜୋକର ବନେଇ ଦିନରେ ବି ତାରା ଦର୍ଶନ କରେଇ ଦେଇ ପାରନ୍ତି ।

ଆଜ୍ଞା ! କେତେବେଳେ ଫେସ୍‌ବୁକ୍‌ରେ ସୁକୁଟି ସାହୁଙ୍କ ପରି ବାନ୍ଦେରୀ, କାଳୀ କୋତରୀ ମୁଖଦାନ୍ତୁରୀମାନେ ବିଶ୍ୱସୁନ୍ଦରୀ ରୂପରେ କୁଇନ୍‌, ପ୍ରିନ୍‌ସେସ୍‌, ଆଞ୍ଜେଲ ନାମରେ ପରିଚିତ କରାଇ ପ୍ରେମ ଜାଲରେ ଫସେଇ ମେସେଞ୍ଜର ଭଳିଆ ବ୍ୟକ୍ତିଗତ ଗଳିଆ ବାଟରେ ନେଇ ଆପଣଙ୍କୁ ଡେଞ୍ଜର ଜୋନ୍‌ରେ ପହଞ୍ଚେଇ ଦେଉଛନ୍ତି ତ, ପୁଣି ପୂର୍ଣ୍ଣ ପ୍ରାଣରେ ପ୍ରେମ କରୁକରୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଶୂନ୍ୟ କରି ପାରୁଛନ୍ତି । ପୁଣି କେତେବେଳେ ଫେସ୍‌ବୁକ୍‌ରେ ନକଲି ଫଟୋରେ ମୋହିତ ହୋଇ ବଂଧୁ-ବାନ୍ଧବୀ ଭାବରେ ଏତେ ବିଶ୍ୱାସ କରି ବସୁଛନ୍ତି ଯେ ପୁରୀ, କଟକ, ଭୁବନେଶ୍ୱର ବୁଲି ଆସୁଆସୁ କେତେବେଳେ ପୁନେ, କର୍ଣ୍ଣାଟକ, କାଶ୍ମିର ବା ମୁମ୍ବାଇରେ ପହଞ୍ଚି ଯାଇ ବିଶ୍ୱ ଦରବାରରେ ବିକ୍ରି ହୋଇଯାଉଛନ୍ତି ।

ଏଇ ମୁଖ ପୁସ୍ତିକାରେ ମୁହଁ ମାଡୁମାଡୁ ଆମ ଶାସ୍ତ୍ର ପୁରାଣ, ଶିକ୍ଷା, ସଂସ୍କୃତିକି ତେଣେ ଉଇ ଚରିଗଲାଣି ତ ଚରିତ୍ରରେ କଳଙ୍କ ଲାଗିଲାଣି । ଆଜିକାଲି ଛପା ବହି ଦେଖିଲେ ଖପା ହେଉଛନ୍ତି, ଚିଠି ଲେଖା ଭୁଲି ସୋସିଆଲ୍‌ ମିଡ଼ିଆରେ ମେସେଞ୍ଜର ବା ମେସେଜ୍‌ ବକ୍ସରେ ବାର୍ତ୍ତା ପ୍ରେରଣ କରି ଡାକ ବିଭାଗ ସେବାକୁ ହାଲୁକା କରୁକରୁ ତାଙ୍କ ହାଲତ୍‌ ଖରାପ କଲୁଣି ।
ଆଜିକା ଜମାନାରେ ଆଧୁନିକ ଯୁଗରେ ତାଳଦେଇ ଚାଲିବାପାଇଁ ଫେସ୍‌ବୁକ୍‌ ଭଳି ସୋସିଆଲ୍‌ ମିଡ଼ିଆରେ ଆକାଉଣ୍ଟ ଖୋଲିବା ଜରୁରୀ ହୋଇଯାଇଛି । ଅଳ୍ପ ସମୟରେ ଅନେକ ଖବର ଜାଣିହେଉଛି । ବାର୍ତ୍ତା ବା ଲେଖାଲେଖି ଛାଡ଼ି ଅସଂଖ୍ୟ ଲୋକଙ୍କୁ ଜଣେଇବା, ପହଞ୍ଚେଇବା ସହଜ ହୋଇଛି । ବହୁତ ଭଲ କଥା ଶିଖିବାକୁ ମିଳୁଛି । ହେଲେ ଗୋଟେ କଥା ମନେ ରଖନ୍ତୁ, କେବଳ ମୁହଁର ସୌନ୍ଦର୍ଯ୍ୟରେ ଭୁଲି, ତା’ ରୂପରେ ମୋହିତ ହୋଇ ଯଦି କନ୍ୟାପାତ୍ରୀଙ୍କୁ ନିର୍ବାଚନ କରି ପୁଅର ଜୀବନ ସାଥୀ କଲେ, ତେବେ ଜୀବନସାରା ଭାଲୁ ଲାଙ୍ଗୁଡ଼ ଧରି ନାମ ନେଲା ପରି ହୋଇଥାଏ । ଏ ଫେସ୍‌ବୁକ୍‌ରେ ଅସଲ ଫ୍ରେଣ୍ଡ୍‌ ନ ବୁଝି ବଂଧୁତା କଲେ ଏମିତି ଘଣା ପେଡ଼ିବାକୁ ପଡ଼ିଥାଏ । ମୁହଁ ଠାରୁ ହୃଦୟ ମନର ବାସ୍ତବ ଗୁଣ ତର୍ଜମା କରିବା ଆବଶ୍ୟକ କି’ନା ଅନୁଭବୀ କହିବେ । ଆଜିକାଲି କାଳୀ, ବୁଢ଼ୀ, କୋତରା ବୁଢ଼ା ବି ବିୟୁଟି ପାର୍ଲରରେ ଅସଲ ଚେହେରା ଛପେଇ ସୌନ୍ଦର୍ଯ୍ୟର ରୂପ ପ୍ରଦର୍ଶନ କଲା ପରି ଫେସ୍‌ବୁକ୍‌ର ଫେକ୍‌ ଆକାଉଣ୍ଟ ଫେକ୍‌ ଫଟୋ ଢେର୍‌ ଚର୍ଚ୍ଚିତ ।

‘ମାମୁଁ ଘରେ ଗୋଠେ ଗାଈ, ରାତି ପାହିଲେ ମୋଟେ ନାହିଁ’ ପରି ଫେସ୍‌ବୁକ୍‌ର ବଢ଼ୁଛି ବଂଧୁତ୍ୱ । ବାଡ଼ି ବାଇଗଣ – ପୋଥି ବାଇଗଣ ପରି ଏ ସଂପର୍କ । ଆମ୍ଭେ ଜାଣୁ – ରାଜଦ୍ୱାରେ ଶ୍ମଶାନେ ଚ ଯଃ ତିଷ୍ଠତି ସଃ ବାନ୍ଧବଃ। ଆପଣ ଛାତିରେ ହାତ ଦେଇ କୁହନ୍ତୁ ତ, ଏଇ ମୁଖ ପୁସ୍ତିକାର ବଂଧୁ ଭିତରୁ କେତେଜଣ ଆପଣଙ୍କ ବିପଦଆପଦରେ ସ୍ଥୂଳ ଶରୀରରେ ଆସି ପାଖରେ ଠିଆହୋଇ ଆଶ୍ୱାସନା ବା ସାହାଯ୍ୟ ସହଯୋଗ କରନ୍ତି? କୌଣସି ବଂଧୁଙ୍କର ପ୍ରିୟଜନର ବିୟୋଗରେ ଅଳ୍ପ କିଛି ଆମତ୍ାର ସଦ୍‌ଗତି କାମନା କରି ପ୍ରାର୍ଥନା କଲାବେଳେ, ବହୁତ ବଂଧୁ ଇଂରାଜୀରେ ରିପ୍‌ ଲେଖି କର୍ତ୍ତବ୍ୟ ସାରିଦେଇଥିବାର ଗର୍ବରେ ଫୁଲୁଥାନ୍ତି । ହେଲେ ଯେଉଁ ମୃତ ବ୍ୟକ୍ତିଙ୍କ ପାଇଁ ରିପ୍‌ ଲେଖନ୍ତି ସିଏ ଯଦି ଓଡ଼ିଆ ଛଡ଼ା ଇଂରାଜୀ ନ ବୁଝନ୍ତି, ତେବେ ପରଲୋକରେ କାହାକୁ ତା ଅର୍ଥ ଯାଇ ପଚାରିବେ କୁହନ୍ତୁ ତ ! ତା’ଛଡ଼ା ବହୁତ ଯୁଗ ଉପଯୋଗୀ ଗଳ୍ପ, କବିତା, ପ୍ରବନ୍ଧ, ସମାଲୋଚନା ଆଦି ଅନେକ ପରିଶ୍ରମ କରି ଯେଉଁ କବି, ଗାଳ୍ପିକ, ଲେଖକ ଲେଖି ଛାଡ଼ନ୍ତି – ତାକୁ କେତେ ଜଣ ବଂଧୁ ସତରେ ପଢ଼ନ୍ତି ? ସେମିତି ଦେଖିଲେ ହଜାରକେ ପାଞ୍ଚ ଜଣ ଲୋକ ପଢ଼ି ଗଠନମୂଳକ ମତାମତ ବା ତ୍ରୁଟି ଦର୍ଶାଉଥିବେ ସିନା, ବାକି ପଚାଶ ଶହେ ନାଇସ୍‌, ଗୁଡ୍‌, ବିୟୁଟିଫୁଲ୍‌, ନ’ଲେ ଫୁଲ ସହ ଲାଇକ୍‌ରେ ଟିପମାରି ଛାଡୁଥିବେ – ଯୋଡ଼ିଜାଡ଼ି ସଂପର୍କ ରଖିଥିବେ । ବାକି ଶତକଡ଼ା ଷାଠିଏରୁ ଅଶୀ ବଂଧୁ ତାଲିକାରେ ଖାଲି ଗଡୁଥିବେ ।

ହେଇଟି ଆଜ୍ଞା ! ଆମେ ଆଧୁନିକ ଜମାନାରେ ବାପ-ପୁଅ, ଝିଅ-ଜ୍ୱାଇଁ, ମଉସା-ମାଉସୀ, ମାମୁଁ-ମାଇଁ ଫେସ୍‌ବୁକ୍‌ରେ ସବୁ ବଂଧୁ ବା ସାଙ୍ଗ । ହେଲେ ଟିକେ ଜଗିରଖି ଚଳୁଥିବେ ଟି ! ନ’ହେଲେ ଏଇ ଫେସ୍‌ବୁକ୍‌ର ଫେକ୍‌ ଫ୍ରେଣ୍ଡ୍‌ ସୋସିଆଲ ମିଡ଼ିଆରେ ଅନ୍‌ସୋସିଆଲ୍‌ ଆନିମଲ କେତେବେଳେ ସବୁ ଚଳୁ କରି ଦେଇଥିବେ – ଆପଣ ଜାଣି ପାରିନଥିବେ । ଏମାନଙ୍କୁ ଦୂରରୁ ଦଣ୍ଡବତ କରି ୟାଙ୍କ ପାଦଧୂଳିକି ବେଳକାଳ ଉଣ୍ଡି ମୁଣ୍ଡରେ ମାରୁଥିବେ…।
-ମଙ୍ଗରାଜପୁର, ବୀରହରେକୃଷ୍ଣପୁର, ପୁରୀ-୭୫୨୦୦୨
ମୋ : ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri