ଚାଇଲ୍ଡ ପର୍ନ: ଓଡ଼ିଶାରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର (ବ୍ୟୁରୋ)/ଯାଜପୁର ଅଫିସ/ବନ୍ତ(ଡି.ଏନ୍‌.ଏ.), ୧୭।୧୧:ବିପୁଳ ବୈଦେଶିକ ଟଙ୍କା ଆୟର ମାଧ୍ୟମ ପାଲଟିଛି ଚାଇଲ୍ଡ ଏବଂ ଆଡଲ୍ଟ ପର୍ନ ଭିଡିଓ। ଓ୍ବେବ୍‌ସାଇଟରେ ଶିଶୁମାନଙ୍କ ଅଶ୍ଳୀଳ ଭିଡିଓ ଅପ୍‌ଲୋଡ କରାଯାଉଛି। ଟେଲିଗ୍ରାମ୍‌ ଓ ହ୍ବାଟ୍‌ସଆପ୍‌ରେ ଏହାକୁ ପ୍ରସାରଣ କରାଯାଉଥିବା ନେଇ ଦେଶର ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିବାପରେ ସିବିଆଇ ଗତ ୧୪ ତାରିଖରେ ୮୩ଜଣଙ୍କ ବିରୋଧରେ ୨୩ଟି ପୃଥକ୍‌ ମାମଲା ରୁଜୁ କରିଥିଲା। ଏହି କ୍ରମରେ ମଙ୍ଗଳବାର ଓଡ଼ିଶା ସମେତ ୧୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୭୬ ସ୍ଥାନରେ ସିବିଆଇ ଚଢ଼ାଉ କରିଛି। ଓଡିଶାର ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ କେଉଟଲଗୁଁଆର ଅନିଲ ମାଝି, ଭଦ୍ରକ ବନ୍ତ ବ୍ଲକ ବିନାୟକପୁର ଗ୍ରାମର ମନୋଜ ଦାସ ଏବଂ ଢେଙ୍କାନାଳର ସୁରେନ୍ଦ୍ର ନାୟକଙ୍କ ଘରେ ଏହି ଚଢ଼ାଉ କରାଯାଇଛି। ତେବେ ଢେଙ୍କାନାଳରେ ଚଢ଼ାଉବେଳେ ସିବିଆଇ ଅଧିକାରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଓଡ଼ିଶା ବ୍ୟତୀତ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ବିହାର, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ହରିୟାଣା, ଛତିଶଗଡ଼, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଆଦିର ୭୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ବୋଲି ସିବିଆଇର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଯାଜପୁର ଜିଲା କୋରେଇ ବ୍ଲକ ଗୋଳେଇପୁର ପଞ୍ଚାୟତ ଅଧୀନ କେଉଟଲଗୁଁଆ ଗ୍ରାମର ଅନିଲ ମାଝୀଙ୍କ ଘର ଉପରେ ମଙ୍ଗଳବାର ସିବିଆଇର ଏକ ୫ଜଣିଆ ଟିମ୍‌ ପୂର୍ବାହ୍ନ ୧୦ଟାରେ ଚଢ଼ାଉ କରିଥିଲେ। ଅଭିଯୁକ୍ତ ଅନିଲ ଜଣେ କମ୍ପ୍ୟୁଟର ସଫ୍ଟଓ୍ବେର ମେକାନିକ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଦୀର୍ଘ ସମୟ ଯାଞ୍ଚ ପରେ ତାଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ କାଗଜ ଓ ମୋବାଇଲ ଫୋନ ଜବତ କରାଯାଇଛି। ତଦନ୍ତ ଜାରି ରହିଥିବାରୁ ଚଢ଼ାଉରେ ସାମିଲ ଅଧିକାରୀମାନେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ସୁଦ୍ଧା ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବିନାୟକପୁର ଗ୍ରାମରେ ମଙ୍ଗଳବାର ସକାଳେ ସିବିଆଇର ୫ଜଣିଆ ଟିମ୍‌ ମନୋଜଙ୍କ ଘରେ ଚଢ଼ାଉ କରିଥିଲା। ସିବିଆଇ ଇନ୍ସପେକ୍ଟର ପି.କେ. ମିଶ୍ରଙ୍କ ନେତୃତ୍ୱରେ ଅଧିକାରୀମାନେ ଅଭିଯୁକ୍ତ ମନୋଜଙ୍କ ଘର ଖାନତଲାସ ସମେତ ମୋବାଇଲ, କମ୍ପ୍ୟୁଟର ଆଦି ଯାଞ୍ଚ କରିଛନ୍ତି। ଅଭିଯୁକ୍ତଙ୍କୁ ଜେରା ପରେ ସିବିଆଇ ଟିମ୍‌ ତାଙ୍କ ମୋବାଇଲ ଜବତ କରିଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଚଢ଼ାଉ ଜାରି ରହିଥିଲା। ମନୋଜ ବଙ୍ଗାଲୋରରେ ଚାକିରି କରୁଥିଲେ। ସେଠାରେ ଏକ ହ୍ବାଟସ୍‌ଆପ୍‌ ଗ୍ରୁପ ଖୋଲା ଯାଇଥିଲା। ଏହି ଗ୍ରୁପରେ ମନୋରଞ୍ଜନଙ୍କ ସମେତ ୪୮ଜଣ ସଦସ୍ୟ ଥିଲେ। ସେତେବେଳେ ଏହି ଗ୍ରୁପ ମାଧ୍ୟମରେ ଶିଶୁ ଯୌନ ଉତ୍ପୀଡ଼ନ ଭିତ୍ତିକ ଫଟୋ ଓ ଭିଡିଓ ଛଡ଼ା ଯାଉଥିବା ଅଭିଯୋଗ ହୋଇଛି। ୫ବର୍ଷ ତଳେ ମନୋଜ ଘରକୁ ଚାଲି ଆସି ବିବାହ କରିବା ସହ ଅଟୋ ଚଳାଇ ଜୀବିକା ନିର୍ବାହ କରୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri