ଲାକ୍ଷାଦ୍ୱୀପ

କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପ ଏବେ ଅଶାନ୍ତ ହୋଇପଡ଼ିଛି। ସେଠାକାର ଜନସାଧାରଣଙ୍କ ଅଧିକାର ଓ ସ୍ୱଚ୍ଛନ୍ଦ ଜୀବନଯାପନରେ ପ୍ରଶାସକ ପ୍ରଫୁଲ ଖୋଡ଼ା ପଟେଲ ପ୍ରତିବନ୍ଧକ ସାଜିଛନ୍ତି। ଏହି ଦ୍ୱୀପାଞ୍ଚଳକୁ ବିକଶିତ କରିବା ଲକ୍ଷ୍ୟରେ ଅଣାଯାଇଥିବା ଲାକ୍ଷାଦୀପ ବିକାଶ କର୍ତ୍ତୃପକ୍ଷ ନିୟମାବଳୀ (ଏଲ୍‌ଡିଏଆର୍‌)କୁ ପ୍ରତ୍ୟାହାର କରି ଲକ୍ଷାଦ୍ୱୀପକୁ ନ୍ୟାୟ ଦରକାର ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ସୋସିଆଲ ମିଡିଆରେ ‘ଲାକ୍ଷାଦ୍ୱୀପକୁ ରକ୍ଷାକର’ ଲେଖାଥିବା ବ୍ୟାନର ଦେଖିବାକୁ ମିଳିଛି। ୭ ଜୁନ୍‌ରେ ଅନେକ ଲୋକ ପାଣି ଭିତରେ ପଶିରହି ପ୍ରତିବାଦ କରିବା ସହିତ ୧୨ ଘଣ୍ଟିଆ ଆମରଣ ଅନଶନ କରି ପ୍ରଫୁଲଙ୍କୁ ହଟେଇବା ଲାଗି ଅଡ଼ି ବସିଛନ୍ତି।
ପ୍ରଶାସକଙ୍କ କାର୍ଯ୍ୟଧାରାରେ ଲୋକେ ଅତିଷ୍ଠ ହୋଇପଡ଼ିବା ପଛରେ ଅନେକ କାରଣ ରହିଛି। ୨୦୨୦ ଡିସେମ୍ବରରେ ଲାକ୍ଷାଦ୍ୱୀପର ଦାୟିତ୍ୱ ନେବା ପରେ ପ୍ରଫୁଲ ସେଠାରେ ତଟରକ୍ଷୀ ନିୟମର ଦ୍ୱାହିଦେଇ ମତ୍ସ୍ୟଜୀବୀଙ୍କ ବାସସ୍ଥାନକୁ ଭାଙ୍ଗିବା, ପୂର୍ବରୁ ମଦ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟେଇ ଦେବା, ଗୋମାଂସ ଉପରେ ରୋକୋ ଲଗାଇବା ଆଦି ଜନବିରୋଧୀ କାର୍ଯ୍ୟ କରିଛନ୍ତି। ଲାକ୍ଷାଦ୍ୱୀପର ବିକାଶ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଦିଗରେ ଏଭଳି ପଦକ୍ଷେପର ଆବଶ୍ୟକତା ରହିଛି ବୋଲି ପ୍ରଶାସକ ଯେଉଁ ସଫେଇ ଦେଇଛନ୍ତି, ତାହାଦ୍ୱାରା ଲୋକଙ୍କ ଜୀବନଜୀବିକା ବିପନ୍ନ ହୋଇଯାଇଛି। ଯଦି ସମ୍ପୃକ୍ତ ଦ୍ୱୀପାଞ୍ଚଳକୁ ଦେଖାଯାଏ ଲାକ୍ଷାଦ୍ୱୀପ ମାଳରେ ଥିବା ୩୬ଟି ଦ୍ୱୀପ ମଧ୍ୟରୁ ୧୦ଟିରେ ଜନବସତି ଅଛି। ଏହା ମୁଖ୍ୟତଃ ମୁସ୍‌ଲିମବହୁଳ। ଏଠାକାର ଲୋକସଂଖ୍ୟା ସରକାରୀ ଭାବେ ୬୪,୪୭୩ ଦର୍ଶାଯାଇଛି। ସମୁଦାୟ ଅଞ୍ଚଳରେ ଜଣେ ସାଂସଦ ଅଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳରେ ସର୍ବଭାରତୀୟ ସେବାର ବରିଷ୍ଠ ଅଧିକାରୀଙ୍କୁ ପ୍ରଶାସକ ଦାୟିତ୍ୱ ଦିଆଯିବାର ବ୍ୟବସ୍ଥା ଥିବାବେଳେ ଲାକ୍ଷାଦ୍ୱୀପରେ ଅବସ୍ଥାପିତ ହୋଇଥିବା ପ୍ରଫୁଲ ପଟେଲ ହେଉଛନ୍ତି ଭାରତୀୟ ଜନତା ପାର୍ଟିର ଜଣେ ନେତା। ତାଙ୍କ ପିତା ଖୋଡ଼ାଭାଇ ରନ୍‌ଛୋଡ଼ଭାଇ ପଟେଲ ଆର୍‌ଏସ୍‌ଏସ୍‌ର ନେତା ଭାବେ ପରିଚିତ। ତାଙ୍କ ନିକଟକୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଯାଆସ କରୁଥିଲେ ବୋଲି ଗଣମାଧ୍ୟମରୁ ଜଣାପଡ଼ିଛି। ପ୍ରଫୁଲ ୨୦୧୦ରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଗୁଜରାଟର ଗୃହମନ୍ତ୍ରୀ ଥିଲେ। ୨୦୧୨ରେ ବିଧାନସଭା ନିର୍ବାଚନରେ ହାରିଯାଇଥିଲେ ମଧ୍ୟ ତାଙ୍କର ମୋଦିଙ୍କ ସହ ଭଲ ସମ୍ପର୍କ ଥିଲା। ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଫୁଲଙ୍କୁ ସେ ୨୦୧୬ରେ ଡାମନ୍‌ ଓ ଡିୟୁର ପ୍ରଶାସକ ନିଯୁକ୍ତ କରିଥିଲେ। ଲାକ୍ଷାଦ୍ୱୀପର ପ୍ରଶାସକ ଥିବା ଦୀନେଶ୍ୱର ଶର୍ମାଙ୍କ ପରଲୋକ ପରେ ପ୍ରଫୁଲଙ୍କୁ ଏହି କେନ୍ଦ୍ରଶାସିତ ଅଞ୍ଚଳ ଦାୟିତ୍ୱ ଦିଆଯାଇଛି। ଏଥିସହିତ ଦାଦ୍ରା ଓ ନଗର ହାଭେଳି ଏବଂ ଡାମନ ଓ ଡିୟୁ ମଧ୍ୟରେ ମିଶ୍ରଣ ଘଟି ଗଠିତ ହୋଇଥିବା ନୂଆ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସକ ଭାବେ ପ୍ରଫୁଲ ମଧ୍ୟ କାର୍ଯ୍ୟ କରୁଛନ୍ତି।
ଏବେ ଯାହା ଆଲୋଚନା ହେଉଛି ସେଥିରୁ ଜଣାପଡ଼ିଲାଣି ଯେ, କେନ୍ଦ୍ର ସରକାର ଅକ୍ଷୁଣ୍ଣ ରହିଥିବା କେତେକ ଦ୍ୱୀପକୁ କିଛି ଘରୋଇ ବ୍ୟବସାୟୀଙ୍କ ହାତରେ ଟେକି ଦେବାର ଉଦ୍ୟମ ଆରମ୍ଭ ହୋଇଛି। ଏହାଦ୍ୱାରା ପ୍ରାକୃତିକ ଭାରସାମ୍ୟ ନଷ୍ଟ ହେବା ସହିତ ଭବିଷ୍ୟତରେ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭୋଟ ପାଇଁ ନିମନ୍ତ୍ରଣ ପତ୍ର। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି! ହେଲେ ଏହା କୌଣସି ମନଗଢ଼ା କଥା ନୁହେଁ, ବରଂ ପ୍ରତି ଘରେ ଘରେ...

ଶାନ୍ତି ପ୍ରତିଷ୍ଠାରେ ଭିଟୋ ବାଧକ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ଏବଂ ବିପୁଳ ଧନଜୀବନ କ୍ଷୟରୁ ଶିକ୍ଷାଲାଭକରି ପୃଥିବୀରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ୫ ପ୍ରମୁଖ ରାଷ୍ଟ୍ର ଯଥା-ବ୍ରିଟେନ୍‌,...

ବ୍ୟକ୍ତି ନୁହେଁ, ଦେଶ ସର୍ବୋପର

ବୃହସ୍ପତି ସାମଲ ଆରମ୍ଭରୁ ମୌର୍ଯ୍ୟ, ଗୁପ୍ତ, ଚୋଳ, ଚାଲୁକ୍ୟ, କୁଶାଣଙ୍କ ଭଳି ବ଼ଂଶାନୁକ୍ରମିକ ରାଜାରାଜୁଡ଼ା ଶାସନ ପରେ ବାହ୍ୟ ଆକ୍ରମଣକାରୀ ଖିଲ୍ଲିଜ, ତୋଗଲକ ଓ ମୋଗଲ...

କାନାଡ଼ାରେ ଶିଖ୍‌

ଭାରତ ଓ କାନାଡ଼ା ସମ୍ପର୍କ ପୁଣି ବିଗିଡ଼ିବାରେ ଲାଗିଲାଣି। ୨୦୨୩ ଜୁନ୍‌ରେ କାନାଡ଼ାର ବ୍ରିଟିଶ କଲମ୍ବିଆସ୍ଥିତ ଏକ ଗୁରୁଦ୍ୱାରାରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ କୁହାଯାଉଥିବା ହରଦୀପ ସିଂ...

ଏଇ ଭାରତରେ

ଉତ୍ତରପ୍ରଦେଶର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ବିକାଶ ନାୟକ ଇକୋଟୁରିଜମ୍‌କୁ ପ୍ରୋତ୍ସାହିତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବଡ଼ କଥା ହେଉଛି ଏକ...

ତୁମ ଆଡ଼େ କେମିତ

ଡ. ଦ୍ୱିତୀ ଚନ୍ଦ୍ର ସାହୁ ସକାଳୁ ସକାଳୁ ମନେ ପଡ଼ିଗଲା କି କ’ଣ ଦୂର ବାଟ ବନ୍ଧୁ ଜଣେ ଫୋନ୍‌ କଲେ। ଚାଲି ଚାଲି ମୋବାଇଲର...

ଓଡ଼ିଶାରେ ଭାଷା

ଲୋକନାଥ ପଣ୍ଡା ଫେବୃଆରୀ ମାସରେ ତିନିଦିନ ଧରି ଭୁବନେଶ୍ୱରଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ...

ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri