ଏଇ ଭାରତରେ

ହିଂସ୍ରଜନ୍ତୁ ଭରା ଜଙ୍ଗଲ ଭିତରକୁ ଯିବା କଥା କହିଲେ ଭୟରେ ଦେହ ଥରିଉଠେ। କିନ୍ତୁ ଦୀର୍ଘ ୧୯ ବର୍ଷ ହେବ କେରଳର ଡ. ଭିନ୍‌ସେଟ ଜାଭିିୟର ଏକୁଟିଆ ଜଙ୍ଗଲ ଭିତରେ ଅସହାୟ ଆଦିବାସୀମାନଙ୍କୁ ଚିକିତ୍ସା କରୁଛନ୍ତି। ତାଙ୍କୁ ବର୍ତ୍ତମାନ ବୟସ ୫୫। ସବୁ ଚିକିତ୍ସା ଉପକରଣ ସାଥିରେ ନେଇ ଚାଲିଚାଲି ପାଥାନମ୍‌ଥିଟ୍ଟା ଜିଲା ସୀତାଥୋଡ଼େ ଗାଁର ଆଦିବାସୀମାନଙ୍କୁ ଚିକିତ୍ସା କରୁଛନ୍ତି। ପାହାଡ଼ ଜଙ୍ଗଲ ଘେରା ଏହି ଗାଁ ବି ଏକ ପଞ୍ଚାୟତ। ସେଠାକୁ ଯିବା ଲାଗି କୌଣସି ସାଧାରଣ ପରିବହନ ବ୍ୟବସ୍ଥା ନାହିଁ। ଭଲ ରାସ୍ତା ବି ନାହିଁ। ଥିରୁଭାନନ୍ତପୁରମ୍‌ରେ ଥିବା ତାଙ୍କ ସ୍ତ୍ରୀଙ୍କ ଘରକୁ ଯିବା ଅବସରରେ ସୀତାଥୋଡ଼େ ସମ୍ପର୍କରେ ଜାଣିବା ପରେ ସେଠାରେ ଚାକିରି କରିବାକୁ ନିଷ୍ପତ୍ତିି ନେଇଥିଲେ। ଏହି ଗାଁରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଥିଲେ ବି ଜଙ୍ଗଲୀ ଜନ୍ତୁଙ୍କ ଭୟରେ ସେଠାକୁ କୌଣସିି ଡାକ୍ତର ଯାଉ ନ ଥିଲେ। ହେଲେ ଚାକିରି କରିବା ପେରେ ଭିନ୍‌ସେଟ ୨୦୦୧ରୁ ସପ୍ତାହକୁ ୨ ଥର ସେହି ଗାଁକୁ ଯାଇ ଫେରିଆସୁଥିଲେ। ୨୦୦୯ରୁ ସେ ସେଠାରେ ଏକ ଭଡ଼ାଘରେ ସପ୍ତାହରେ ଦୁଇଦିନ ରହି ବିଭିନ୍ନ ଜାଗାକୁ ଯାଇ ଚିକିତ୍ସା କରୁଛନ୍ତି। ତାଙ୍କୁ ସ୍ଥାନୀୟ ଲୋକେ ‘ମାକ୍କା ଡକ୍ଟର’ ବୋଲି ସମ୍ବୋଧନ କରିଥାନ୍ତି। ସେମାନଙ୍କ ଭାଷାରେ ମାକ୍କା ଅର୍ଥ ପିଲା। ପିଲାମାନଙ୍କ ଡାକ୍ତର ଭାବେ ପରିଚିତ ଭିନ୍‌ସେଟ ୧୯୯୫ରେ ତିରୁନେଲଭେଲି ମେଡିକାଲ କଲେଜରୁ ଏମବିବିଏସ୍‌ ଡିଗ୍ରୀ ହାସଲ କରିବା ପରେ ତାଙ୍କ ଘର ନାଗେରକୋଲିକୁ ଫେରିଥିଲେ ଓ ସେଠାରେ ୬ ବର୍ଷ ଏକ ମିଶନ ହସ୍ପିଟାଲରେ ଚିକିତ୍ସା କରିବା ପରେ ଏଭଳି ଦୁର୍ଗମ ଅଞ୍ଚଳର ଆଦିବାସୀଙ୍କ ସେବାରେ ଲାଗିଛନ୍ତି। ଅବସର ପରେ ‘ମାକ୍କା ଡକ୍ଟର’ ନାମ ତାଙ୍କୁ ଜୀବନରେ ବହୁ ଶାନ୍ତି ଦେବ ବୋଲି କହନ୍ତି ଭିନ୍‌ସେଟ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ,...

ଏଇ ଭାରତରେ

ଟେକ୍ସଟାଇଲ ଶିଳ୍ପରୁ ବର୍ଜ୍ୟ କପଡ଼ା ସଂଗ୍ରହ କରି ସେଥିରୁ ଷ୍ଟେସ୍‌ନେରି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ସୁରଟର ରାଶି ଅଗ୍ରଓ୍ବାଲା। ସେ ବର୍ଜ୍ୟରୁ ଡାଏରି, ଜର୍ନାଲ, ପ୍ଲାନର,...

ପ୍ଲାଷ୍ଟିକ୍‌ : ଏକ କ୍ଷୁଦ୍ର ପ୍ରବନ୍ଧ

ଶୈଳେନ୍ଦ୍ର ଦ୍ୱିବେଦୀ   ଆନ୍ତର୍ଜାତିକ ସ୍ତରରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବଂ ତଜ୍ଜନିତ ପ୍ରଦୂଷଣ ରୋକିବା ପାଇଁ ବିଶ୍ୱସ୍ତରରେ ରାଜିନାମା କଥା ଗୁରୁତ୍ୱର ସହ ଚିନ୍ତା କରାଯାଉଥିବାବେଳେ...

ମନ୍ତ୍ରଶକ୍ତିର ପ୍ରଭାବ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ବୈଦିକ ଋଷିମାନଙ୍କୁ ମନ୍ତ୍ରଦ୍ରଷ୍ଟା କୁହାଯାଏ। ଦାର୍ଶନାର୍ଥକ ଦୃଶ୍‌ ଧାତୁରୁ ଦ’ କାର ଲୋପ ହୋଇ ଋଷି ଶବ୍ଦ ଗଠିତ। ନିରୁକ୍ତାଚାର୍ଯ୍ୟ...

ଆଇନରୁ ଆଭାସ

ସଂସଦର ପ୍ରାଥମିକ କାର୍ଯ୍ୟ ହେଉଛି ଆଇନ ଗଢ଼ିବା। କିଏ ଆଇନ ଗଢ଼ିବେ ଏବଂ ପାସ୍‌ କରିବେ ତାହା ବିଚାରକରି ଆମେ ଲୋକ ସଭାକୁ ପ୍ରାର୍ଥୀଙ୍କୁ ଚୟନକରୁ।...

କିମାଶ୍ଚର୍ଯ୍ୟମ

ମହାଭାରତର ଯକ୍ଷ ପ୍ରଶ୍ନ ‘କିମାଶ୍ଚର୍ଯ୍ୟମ?’ ର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ପ୍ରତି ମୁହୂର୍ତ୍ତରେ ଲକ୍ଷ ଲକ୍ଷ ଜୀବ ମୃତ୍ୟୁବରଣ କରୁଥିଲେ ମଧ୍ୟ ଆମେ ଚିରଦିନ ବଞ୍ଚିବା...

ଆଷ୍ଟ୍ରାଜେନେକାର ସ୍ବୀକାର ଓ ଭାରତ

ଷ୍ଟ୍ରାଜେନେକା ହେଉଛି ଏକ ବ୍ରିଟେନ-ସୁଇଡେନ ମଲ୍‌ଟିନ୍ୟାଶନାଲ ଫାର୍ମାସ୍ୟୁଟିକାଲ ଆଣ୍ଡ ବାୟୋଟେକ୍ନୋଲୋଜି କମ୍ପାନୀ। ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା କମ୍ପାନୀ ନିକଟରେ ବ୍ରିଟେନର ଏକ ଅଦାଲତରେ...

ଏଇ ଭାରତରେ

ଭାରତର ପ୍ରମୁଖ ସହରଗୁଡ଼ିକରେ ଥିବା କ୍ୟାନ୍‌ସର ହସ୍ପିଟାଲରେ ଚିକିତ୍ସାର ସୁବିଧା ରହିଥିଲେ ମଧ୍ୟ ପୀଡ଼ିତଙ୍କୁ ନେଇ ବାରମ୍ବାର ଯିବା ଓ ସେଠାରେ ରହି କେମୋଥେରାପି ନେବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri