Odisha Elections 2024

ମ୍ୟାଲେରିଆ : ଲକ୍ଷଣ, ଉପଚାର

ବର୍ଷାଋତୁର ଆଗମନରେ ଧରଣୀ ଶସ୍ୟଶ୍ୟାମଳା ହୋଇ ଉଠୁଥିବା ବେଳେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ପ୍ରସାର ଘଟିଥାଏ। ସେଥିପାଇଁ ସାଧାରଣ ଲୋକ ଏହାକୁ ବର୍ଷାଦିନିଆ ଜ୍ୱର/ରୋଗ ବୋଲି କହିଥାଆନ୍ତି। ତେବେ ବର୍ଷାଦିନରେ ମ୍ୟାଲେରିଆ, ଡେଙ୍ଗୁ, ଓ ଡାଇରିଆ ଭଳି ସଂକ୍ରମଣର ଆଶଙ୍କା ରହିଛି। ସାମାନ୍ୟ ସଚେତନତା ପ୍ରତିଷେଧକ ଅଭାବରୁ ଆମେ ଏହି ରୋଗଗୁଡିକରେ ଆକ୍ରାନ୍ତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ତା’ହେଲେ ଆସନ୍ତୁ, ଏହି ରୋଗର କାରଣ, ନିରାକରଣ ଓ ଆମର ଦାୟିତ୍ୱ ବିଷୟରେ ଆଲୋଚନା କରିବା।
ମ୍ୟାଲେରିଆ: ଭାରତବର୍ଷରେ ତଥା ଆମ ରାଜ୍ୟରେ ଏହା ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା। ଆମେ ସମସ୍ତେ ଜାଣୁ ଯେ କେବଳ ସଂକ୍ରମିତ ମାଈ ଏନୋଫିଲିସ ମଶା କାମୁଡ଼ିବା ଦ୍ୱାରା ଜଣେ ସୁସ୍ଥ ଲୋକକୁ ମ୍ୟାଲେରିଆ ହୋଇଥାଏ। ମଶା କାମୁଡ଼ିବାର ୧୦-୧୪ଦିନ ପରେ ରୋଗୀ ଦେହରେ ମ୍ୟାଲେରିଆର ବିଭିନ୍ନ ଲକ୍ଷଣମାନ ପ୍ରକାଶ ପାଇଥାଏ।
ଲକ୍ଷଣ (ସାଧାରଣ)
-ଜ୍ୱର ହେବା, ମୁଣ୍ଡ ବିନ୍ଧା ସହିତ ଶୀତ ଓ କମ୍ପ ହୁଏ।
-ଜ୍ୱର ଦିନେ ବା ଦୁଇ ଦିନ ବ୍ୟବଧାନରେ ହୋଇପାରେ।
-ଦେହ, ହାତ, ଗୋଡ ବିନ୍ଧା ଛିଟିକା ହୋଇପାରେ।
ବିପଦପୂର୍ଣ୍ଣ ମ୍ୟାଲେରିଆର ଲକ୍ଷଣ: ସାଧାରଣତଃ ଫାଲସିପାରସ ମ୍ୟାଲେରିଆ କ୍ଷେତ୍ରରେ ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା ନ କଲେ ଏହା ବିପଦ ଆଡକୁ ଗତି କରେ। ଏହି ସମୟରେ ତୁରନ୍ତ ଚିକିତ୍ସା ନ କଲେ ରୋଗୀ ମୃତ୍ୟୁମୁଖରେ ପଡିପାରେ। ବିପଜ୍ଜନକ ମ୍ୟାଲେରିଆ ରୋଗୀର ମସ୍ତିଷ୍କ, କିଡନୀ ତଥା ଅନ୍ୟାନ୍ୟ ଅଙ୍ଗକୁ ଆକ୍ରାନ୍ତ କରିବା ସହ ଅକାମୀ କରିଦିଏ। ଫଳରେ ରୋଗୀ ମୃତ୍ୟୁମୁଖରେ ପଡିବାର ଆଶଙ୍କା ରହିଛି। ତେବେ ନିମ୍ନଲିଖିତ ଲକ୍ଷଣଗୁଡିକ ଦେଖାଗଲେ ଆମେ ବିପଜ୍ଜନକ ମ୍ୟାଲେରିଆ ହୋଇଛି ବୋଲି ସନ୍ଦେହ କରିବା।
-ରୋଗୀ ଅସ୍ବାଭାବିକ ଭାବେ ଶୋଇ ପଡିବା ଏବଂ ରୋଗୀକୁ ଉଠାଇବାକୁ କଷ୍ଟ ହେବା।
-ରୋଗୀକୁ ବାତ ମାରିବା ଲକ୍ଷଣ ଦେଖାଦେବା।
-ରୋଗୀ ଏତେ ଦୁର୍ବଳ ହୋଇଯିବ ଯେ ଉଠି ବସି ପାରୁ ନ ଥିବ।
-ଚେଷ୍ଟା କଲେ ବି ସାମାନ୍ୟ ପରିସ୍ରା ହେବା।
-ପରିସ୍ରାର ରଙ୍ଗ ନାଲି କିମ୍ବା କଳା ଦେଖାଯିବା।
-ଅଧିକ ବାନ୍ତି ହେବା ସହ ଔଷଧ ଖାଇଲେ ବି ବାନ୍ତି ହୋଇ ପେଟରୁ ବାହାରିଯିବା।
ଉପରୋକ୍ତ ଲକ୍ଷଣଗୁଡିକ ପ୍ରକାଶ ପାଇଲେ ରୋଗୀକୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେଇଯିବା ଆବଶ୍ୟକ। ହେଲେ ସେହି ଡାକ୍ତରଖାନାରେ ଏପରି ବିପଜ୍ଜନକ ମ୍ୟାଲେରିଆର ଚିକିତ୍ସା ସୁବିଧା ଉପଲବ୍ଧ ହେଉଥିବା ଦରକାର। ଚିକିତ୍ସାରେ ଅଯଥା ବିଳମ୍ବ ହେତୁ ରୋଗୀ ମୃତ୍ୟୁ ହୋଇପାରେ।
ଚିହ୍ନଟ: ଜଣଙ୍କୁ ମ୍ୟାଲେରିଆ ହୋଇଛି କି ନାହି: ତାହା ଜାଣିବା ପାଇଁ ରୋଗୀର ରକ୍ତ ପରୀକ୍ଷା କରିବା ଜରୁରୀ। ରକ୍ତ ପରୀକ୍ଷା ଦ୍ୱାରା ଆମେ ନିଶ୍ଚିତ ହୋଇପାରିବା ଯେ ଜଣଙ୍କର ମ୍ୟାଲେରିଆ ହୋଇଛି କି ନାହିଁ। ମ୍ୟାଲେରିଆ ଚିହ୍ନଟ ପାଇଁ ଦୁଇ ପ୍ରକାର ପଦ୍ଧତି ରହିଛି। ଗୋଟିଏ-ରକ୍ତ କାଚ ପରୀକ୍ଷା ଓ ଅନ୍ୟଟି ର଼୍ୟାପିଡ୍‌ ଡାଇଗ୍ନୋଷ୍ଟିକ ଟେଷ୍ଟ ବା ରକ୍ତ ପରୀକ୍ଷାପଟି ମାଧ୍ୟମରେ ଚିହ୍ନଟ। ରକ୍ତକାଚ ପରୀକ୍ଷା ସମୟରେ ଆଙ୍ଗୁଠିରୁ କିଛି ଟୋପା ରକ୍ତ କାଚ ମାଧ୍ୟମରେ ନେଇ ରକ୍ତ ନମୁନା ପ୍ରସ୍ତୁତ କରାଯାଏ। ଏହାପରେ ରକ୍ତକାଚକୁ ଯନ୍ତ୍ର ସାହାଯ୍ୟରେ ତାଲିମପ୍ରାପ୍ତ ପ୍ରଶିକ୍ଷକଙ୍କ ଦ୍ୱାରା ପରୀକ୍ଷା କରାଯାଏ। ରକ୍ତକାଚ ଦ୍ୱାରା ପରୀକ୍ଷା ସର୍ବୋତ୍କୃଷ୍ଟ ବୋଲି ବିବେଚନା କରାଯାଏ। କାରଣ ଏଥିରେ ରୋଗୀର ଜୀବାଣୁକୁ ଚିହ୍ନଟ କରାଯାଏ। ଅପରପକ୍ଷରେ ରକ୍ତପରୀକ୍ଷା ପଟି ବା ର଼୍ୟାପିଡ୍‌ ଡାଇଗ୍ନୋଷ୍ଟିକ ଟେଷ୍ଟକୁ ସଂକ୍ଷେପରେ ‘ଆର୍‌ଡିଟି’ କୁହାଯାଏ। ଏଥିରେ ରୋଗୀର ଆଙ୍ଗୁଠିରୁ ଗୋଟିଏ ବୁନ୍ଦା ରକ୍ତ ନେଇ ପ୍ରାୟ ୧୫ ମିନିଟରୁ ଅଧ ଘଣ୍ଟାଏ ମଧ୍ୟରେ ଚିହ୍ନଟ କରାଯାଇପାରେ।
ଯେ କୌଣସି ପଦ୍ଧତିରୁ ମ୍ୟାଲେରିଆ ହୋଇଥିବାର ଜଣାପଡିଲେ ରୋଗୀର ଆବଶ୍ୟକୀୟ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ। ଫାଲସିପାରସ ମ୍ୟାଲେରିଆ ଗର୍ଭବତୀ ଓ ତାଙ୍କ ଗର୍ଭରେ ଥିବା ଶିଶୁ ପାଇଁ ବିପଦପୂର୍ଣ୍ଣ। ତେଣୁ ଗର୍ଭବତୀଙ୍କଠାରେ ଏପରି ମ୍ୟାଲେରିଆର ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା କରାଇ ନେବା ଆବଶ୍ୟକ। ସେହିପରି ଭାଇରକ୍ସ ମ୍ୟାଲେରିଆ ହୋଇଥିଲେ ତାହାର ମଧ୍ୟ ତୁରନ୍ତ ଚିକିତ୍ସା କରାଇ ନିଅନ୍ତୁ। ଏଥିପାଇଁ ପୁରୁଷ/ମହିଳା ସ୍ବାସ୍ଥ୍ୟକର୍ମୀ ତଥା ଗ୍ରାମାଞ୍ଚଳରେ କାର୍ଯ୍ୟରତ ଆଶାଦିଦିଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ। ତେବେ ମ୍ୟାଲେରିଆ ନ ହେବା ପାଇଁ ନିମ୍ନଲିଖିତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇପାରିବ।
କୀଟନାଶକ ଔଷଧବୁଡା ମଶାରି ବ୍ୟବହାର : କୀଟନାଶକ ଔଷଧବୁଡା ମଶାରି ବ୍ୟବହାର କଲେ, ମଶା ଏହି ମଶାରି ପାଖକୁ ଆସନ୍ତି ନାହିଁ। ତା’ ସହ ଏହା ଭିତରକୁ ମଧ୍ୟ ପଶିପାରନ୍ତି ନାହିଁ। ଔଷଧବୁଡା ମଶାରି ଦୁଇ ପ୍ରକାର-ସାଧାରଣ ଔଷଧବୁଡା ମଶାରି ଏବଂ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରି। ସୂତା ବା ଲାଇଲନ୍‌ ମଶାରିରେ କୀଟନାଶକ ଉପଚାର କଲେ ଏହାର ପ୍ରଭାବ ପ୍ରାୟ ଛଅ ମାସ ପର୍ଯ୍ୟନ୍ତ ରହିଥାଏ। ପ୍ରତି ଛଅ ମାସରେ ଏହି ମଶାରୀକୁ କୀଟନାଶକ ଔଷଧ ଦ୍ୱାରା ଉପଚାର କରାଯିବା ଆବଶ୍ୟକ। ଅନ୍ୟପକ୍ଷରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରିର ସୂତାକୁ କୀଟନାଶକ ଔଷଧ ଦ୍ୱାରା ଉପଚାର କରାଯାଏ। ତେଣୁ ଏଥିରେ କୀଟନାଶକର ପ୍ରଭାବ ବେଶି ଦିନ ରହିପାରେ। ପ୍ରାୟ ୩-୫ବର୍ଷ ପର୍ଯ୍ୟନ୍ତ ଏଥିରେ ଔଷଧୀୟ ପ୍ରଭାବ ରହେ।
ଆଭ୍ୟନ୍ତରୀଣ କୀଟନାଶକ ସିଞ୍ଚନ : ମଶାମାନେ ସାଧାରଣତଃ ଦିନ ବେଳା ଘରର ଭିତର କାନ୍ଥରେ ବିଶ୍ରାମ ନେଇଥାଆନ୍ତି। ଏଣୁ ଘରର ଭିତର କାନ୍ଥରେ କୀଟନାଶକ ସିଞ୍ଚନ କରାଯାଏ। ଏହାଦ୍ୱାରା ମଶାମାନଙ୍କୁ ମାରିବା କିମ୍ବା ଘଉଡାଇ ଦେବା ସମ୍ଭବ ହୁଏ। କୀଟନାଶକ ସିଞ୍ଚନ ସମୟରେ ଘରର ଭିତର କାନ୍ଥରେ, ଛାତରେ ନିଶ୍ଚୟ ସିଞ୍ଚନ କରିବା ଆବଶ୍ୟକ। ଗାଈ ଗୁହାଳ/ମେଣ୍ଢାଶାଳ ତଥା ଅନ୍ୟାନ୍ୟ ସ୍ଥାନରେ ସିଞ୍ଚନ କରିବା ଅନୁଚିତ। କାରଣ ଗୁହାଣରେ ସିଞ୍ଚନ କଲେ ମଶା ଘର ଭିତରକୁ ଚାଲି ଆସନ୍ତି। କାନ୍ଥରେ କୀଟନାଶକ ସିଞ୍ଚନ କରିବାର ତିନି ମାସ ପର୍ଯ୍ୟନ୍ତ କାନ୍ଥକୁ ଲିପାପୋଛା କରନ୍ତୁ ନାହିଁ। ତିନି ମାସ ପରେ ଲିପାପୋଛା କରିପାରିବେ।
ପରିବେଶ ଓ ପରିମଳ ବ୍ୟବସ୍ଥା : ନିଜ ଘରର ଚତୁଃପାର୍ଶ୍ୱକୁ ସଫାସୁତୁରା ରଖିବା ସହ ଜଳ ନିଷ୍କାସନ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ। ସାତ ଦିନ କିମ୍ବା ତହିଁରୁ ଅଧିକ ଦିନ ପାଣି ଜମି ରହୁଥିବା ସ୍ଥାନରେ ଗାମ୍ବୁସିଆ/ଗପି ମାଛ ଛାଡନ୍ତୁ। ଘରର ଚାରିପଟରେ ଥିବା ଅନାବନା ଗଛ/ଘାସ ଗାଲିଚା ଆଦିକୁ ସଫା ସୁତର କରିଦିଅନ୍ତୁ। ଘରର ଚାରିଆଡେ ତଥା ଆଖପାଖରେ ଥିବା ଖାଲଖମା ଆଦିକୁ ପୋତି ଦିଅନ୍ତୁ ଏବଂ ମାଟି ପକାଇ ସମାନ କରିଦିଅନ୍ତୁ।
ଅନ୍ୟାନ୍ୟ ମଶା
ଘଉଡାଇବା/ସୁରକ୍ଷା ବ୍ୟବସ୍ଥା
-ଘରେ ନିମ୍ବ ପତ୍ର/କରଞ୍ଜ ପତ୍ର/ଝୁଣା ଧୂଅଁା ଦେଇ ମଶା ଘଉଡାଇ ଦେବା।
-ଦେହରେ ମଶା ବିକର୍ଷଣକାରୀ ତେଲ/ମଲମ ଲଗାଇବା।
-ଦେହ, ହାତ, ଗୋଡ଼ ସମ୍ପୂର୍ଣ୍ଣ ଲୁଚୁଥିବା ଭଳିଆ ପୋଷାକ ପିନ୍ଧିବା।
-ଦେହରେ ନିମ୍ବ ତେଲ/କରଞ୍ଜ ତେଲ ଆଦି ଲଗାଇବା।

ବିରାଟରାଜା ପ୍ରଧାନ
-ବେଙ୍କମୁରା, ପଣ୍ଡରୀ, ବନହରପାଲି,ଝାରସୁଗୁଡା

ମୋ : ୯୯୩୭୨୭୧୬୨୩


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଋତୁରେ ଦେଖାଯିବେ ଷ୍ଟାଇଲିଶ୍‌: ଆପଣାନ୍ତୁ ଏହି ଟିପ୍ସ

ଖରାଦିନରେ ଆପଣଙ୍କ ସ୍କିନ୍‌ର ଦେଖାଶୁଣା ବହୁତ ଆବଶ୍ୟକ। ତା’ ସହ ଏହିଦିନରେ ଆପଣ କେଉଁ ପ୍ରକାର କପଡ଼ା ପିନ୍ଧୁଛନ୍ତି ଏହାଦ୍ୱାରା ବି ଆପଣଙ୍କ ତ୍ୱଚା ଉପରେ...

ଦାମ୍ପତ୍ୟ ଜୀବନକୁ ସୁରୁଖୁରୁରେ ଆଗେଇନେବା ପାଇଁ ଏହି ୫ କଥା ମାନନ୍ତୁ

”ଦାମ୍ପତ୍ୟ ଜୀବନକୁ ସୁରୁଖୁରୁରେ ଆଗେଇନେବା ପାଇଁ ଉଭୟେ ସ୍ବାମୀସ୍ତ୍ରୀଙ୍କ ଆତ୍ମବିଶ୍ୱାସ ଦୃଢ଼ହେବା ଦରକାର। ନ ହେଲେ ସେମାନେ କୌଣସି କ୍ଷେତ୍ରରେ ନିଷ୍ପତ୍ତି ନେବା ସମୟରେ ଅସୁବିଧାର...

ବିଲୁପ୍ତି ପଥେ କାଳବୈଶାଖୀ

ସତର୍କତା : କାଳବୈଶାଖୀ ପ୍ରବାହ ସମୟରେ ପବନ ଜୋର୍‌ରେ ବହୁଥିବାରୁ ପୁରୁଣା ଚାଳଘର ପରିବର୍ତ୍ତେ କୋଠାଘରେ ଆଶ୍ରୟ ନେବା ଉଚିତ। ପବନରେ ଗଛ ଡାଳ ଭାଙ୍ଗି...

ମହାକାଶର ଆରମ୍ଭ

ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ କୃତ୍ରିମ ଉପଗ୍ରହ ଏବଂ ମହାକାଶ ଯାନ ଅନ୍ତରୀକ୍ଷକୁ ଯିବା ପରେ ମହାକାଶ ଯୁଗର ଆରମ୍ଭ ହେଲା। ବର୍ତ୍ତମାନ ଅନେକ ଦେଶ ମହାକାଶରେ...

ଘରେ ଭୁଲ୍‌ରେ ବି ରଖନ୍ତୁ ନାହିଁ ଏସବୁ ଜିନିଷ; ମାଡ଼ିଆସିବ ବିପଦ, ବଢ଼ିବ ଅଶାନ୍ତି…

ଜାଣତରେ ହେଉ ଅବା ଅଜାଣତରେ ଆମ ଘରେ ଏମିତି କିଛି ଜିନିଷ ରହିଯାଇଥାଏ; ଯାହା ଗୃହରେ ନକାରାତ୍ମକ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଫଳରେ...

ବାସ୍ତୁ ଅନୁଯାୟୀ ଘରର କେଉଁ ରୁମ୍‌ରେ କି ରଙ୍ଗ ଦେଲେ ଶୁଭ? ବଢ଼ିବ ସୁଖଶାନ୍ତି, ଦୂର ହେବ…

ଘରକୁ ଆକର୍ଷଣୀୟ କରିବା ପାଇଁ ଏହାର ପ୍ରତି ରୁମ୍‌ ତଥା କାନ୍ଥ ଓ ଛାତରେ ଆମେ ବିଭିନ୍ନ ପ୍ରକାରର ରଙ୍ଗ ଦେଇଥାଉ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ,...

ଚାଣକ୍ୟ କହିଥିବା ଏହି ୫ କଥା ମନେ ରଖନ୍ତୁ, ଜୀବନରେ କେବେ ହେବେ ନାହିଁ ଦରିଦ୍ର, ରହିବ ମା’ ଲକ୍ଷ୍ମୀଙ୍କ କୃପା…

ମନୁଷ୍ୟ ଜୀବନରେ ଧନର ବିଶେଷ ମହତ୍ୱ ରହିଛି। କାରଣ ଏହାଦ୍ୱାରା ସମସ୍ତେ ନିଜର ଇଚ୍ଛା ଏବଂ ଆବଶ୍ୟକତାକୁ ପୂରଣ କରିଥାନ୍ତି। ଏହାକୁ ନେଇ ମହାନ ବିଦ୍ୱାନ...

କେମିତି କମାଇବେ ଘର ଖର୍ଚ୍ଚ: ଆପଣାନ୍ତୁ ଏହି ଟିପ୍ସ

ବେଳେବେଳେ ସ୍ବାମୀଙ୍କର ଖର୍ଚ୍ଚୀ ସ୍ବଭାବ ଘରର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଥାଏ। ଏଥିପାଇଁ ଅନେକ ସମୟରେ ସୁରୁଖୁରୁରେ ଘର ଚଳାଇବା ସମସ୍ୟା ହୋଇପଡେ ଗୃହିଣୀଙ୍କ ପାଇଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri