ମହାକାଶର ଆରମ୍ଭ

ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ କୃତ୍ରିମ ଉପଗ୍ରହ ଏବଂ ମହାକାଶ ଯାନ ଅନ୍ତରୀକ୍ଷକୁ ଯିବା ପରେ ମହାକାଶ ଯୁଗର ଆରମ୍ଭ ହେଲା। ବର୍ତ୍ତମାନ ଅନେକ ଦେଶ ମହାକାଶରେ କୃତ୍ରିମ ଉପଗ୍ରହ ଅବସ୍ଥାପିତ କରିଛନ୍ତି। ଭୂକକ୍ଷରେ ମହାକାଶ କେନ୍ଦ୍ର ସ୍ଥାପିତ ହୋଇ ସେଠାରେ ବୈଜ୍ଞାନିକମାନେ ନିରନ୍ତର ଗବେଷଣା କରୁଛନ୍ତି। ମହାକାଶଚାରୀମାନେ ଭୂକକ୍ଷରେ ପରିକ୍ରମଣ କରିବା ସହିତ ୧୨ ଜଣ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛନ୍ତି। କେତେଜଣ ପର୍ଯ୍ୟଟକ ମଧ୍ୟ ମହାକାଶକୁ ଯାଇ ଫେରିଆସିଛନ୍ତି। ତେବେ ପ୍ରଶ୍ନ ଉଠେ ଯେ, ମହାକାଶର ଆରମ୍ଭ କେଉଁଠୁ?
ସାଧାରଣ ଭାବେ କୁହାଯାଇଥାଏ ଯେ, ପୃଥିବୀ ବାହାରେ ହେଉଛି ମହାକାଶ; ଅର୍ଥାତ୍‌ ପୃଥିବୀ ଯେଉଁଠାରେ ଶେଷ ହୋଇଛି ମହାକାଶ ସେହିଠାରୁ ଆରମ୍ଭ ହୋଇଛି। ପୃଥିବୀକୁ ଘେରି ଏହାର ବାୟୁମଣ୍ଡଳ ଅଛି। ଯେଉଁ ପର୍ଯ୍ୟନ୍ତ ପୃଥିବୀର ବାୟୁମଣ୍ଡଳ ବ୍ୟାପିଛି ଏବଂ ପୃଥିବୀର ମାଧ୍ୟାକର୍ଷଣ ବଳ ଅନୁଭୂତ ହେଉଛି ତାହା ହେଉଛି ପୃଥିବୀ ଅଂଶ। ଏହା ପୃଥିବୀପୃଷ୍ଠରୁ ଅନେକ ହଜାର କିଲୋମିଟର ଯାଏ ପରିବ୍ୟାପ୍ତ। ଏହା ପର ଅଂଶକୁ ମହାକାଶ କୁହାଯିବା କଥା। ମାତ୍ର ପୃଥିବୀଠାରୁ ଯେତେ ଉଚ୍ଚକୁ ଯିବା ପୃଥିବୀ ବାୟୁମଣ୍ଡଳ କ୍ରମଶଃ ପତଳା ହୋଇଥାଏ ଏବଂ ଏହାର ଘନତ୍ୱ ହ୍ରାସ ପାଇଥାଏ। ଉଦାହରଣ ସ୍ବରୂପ ପର୍ବତ ଆରୋହଣକାରୀମାନେ ଏଭରେଷ୍ଟ ଶୃଙ୍ଗ (ଉଚ୍ଚତା ୮୮୪୮ ମିଟର) ଆରୋହଣ ସମୟରେ ଅମ୍ଳଜାନ ସିଲିଣ୍ଡର ନେଇ ଯାଇଥାଆନ୍ତି। କାରଣ ସେହି ଉଚ୍ଚତାରେ ବାୟମଣ୍ଡଳରେ ଅମ୍ଳଜାନ କମ୍‌ ଥାଏ। ଏହିପରି ଆମେ ପୃଥିବୀ ପୃଷ୍ଠରୁ ଯେତେ ଉପରକୁ ଯିବା ସେହି ଅନୁଯାୟୀ ଅମ୍ଳଜାନ କମି କମି ଯାଏ।
ପୃଥିବୀର ବାୟୁମଣ୍ଡଳକୁ ଟ୍ରପୋସ୍ପିୟର (୧୨ କିମି ଉଚ୍ଚତା ପର୍ଯ୍ୟନ୍ତ), ଷ୍ଟ୍ରାପୋସ୍ପିୟର (୫୦କିମି), ମେଜୋସ୍ପିୟର (୯୦ କିମି), ଥର୍ମୋସ୍ପିୟର (୫୦୦ କିମି) ଏବଂ ଏକ୍‌ସୋସ୍ପିୟର (୧୦,୦୦୦) ଆଦିରେ ଭାଗ କରାଯାଇଛି। ପ୍ରତ୍ୟେକ ସ୍ତରର ତାପମାତ୍ରା ପରିବର୍ତ୍ତନ, ରାସାୟନିକ ଉପାଦାନ, ଘନତ୍ୱ ଓ ଗ୍ୟାସ୍‌ ଚଳନ ଆଦି ହେଉଛି ପୃଥକ୍‌। ବାୟୁମଣ୍ଡଳର ଉପର ଭାଗରେ ଅଧିକ ପରିମାଣରେ ହାଲୁକା ଅଣୁ ଓ ପରମାଣୁ ଥାଏ। ପୁନଶ୍ଚ ଉପରକୁ ଉପର ବାୟୁମଣ୍ଡଳରେ ଚାପ କ୍ରମଶଃ କମିଯାଏ।
ପୃଥିବୀର ବାୟୁମଣ୍ଡଳ ଗୋଟିଏ ନିର୍ଦ୍ଦିଷ୍ଟ ଉଚ୍ଚତା ପରେ ଏତେ ପତଳା ହୋଇଯାଏ ଯେ, ପାରମ୍ପରିକ ଉଡ଼ାଜାହାଜ ସେଠାରେ ଯଥେଷ୍ଟ ଉତ୍ଥାନ (ଲିଫ୍‌ଟ) ସୃଷ୍ଟି କରିପାରେ ନାହିଁ ଏବଂ ଫଳରେ ଉଡ଼ିପାରେ ନାହିଁ। ଏହି ଉଚ୍ଚତାକୁ ବୈଜ୍ଞାନିକମାନେ ମହାକାଶର ଆରମ୍ଭ ବୋଲି କହିଥାଆନ୍ତି। ଏହା ଭୂପୃଷ୍ଠରୁ ୬୨ ମାଇଲ ବା ୧୦୦ କିମି ଉଚ୍ଚରେ ଅଛି। ଏହା ‘କାରମାନ୍‌ ରେଖା’ ଭାବରେ ଜଣା। ହଙ୍ଗେରି ଜନ୍ମିତ ଆମେରିକୀୟ ପଦାର୍ଥ ବିଜ୍ଞାନୀ ଥିଓଡର ଭନ୍‌ କାରମାନ୍‌ ୧୯୭୫ ମସିହାରେ ପ୍ରଥମେ ପୃଥିବୀ ଓ ବାହାର ଆକାଶ ମଧ୍ୟରେ ଥିବା ଏହି ସୀମାର ସଂଜ୍ଞା ଦେଇଥିବାରୁ ଏହା ତାଙ୍କ ନାମରେ ନାମିତ ହୋଇଛି। ଏହି ରେଖା ଉପରେ କୃତ୍ରିମ ଉପଗ୍ରହଗୁଡ଼ିକ ପୃଥିବୀକୁ ପରିକ୍ରମଣ କରିବାରେ ସକ୍ଷମ ହୋଇଥାଆନ୍ତି। ଏହା ତଳେ ଉପଗ୍ରହକୁ ପରିକ୍ରମଣ କରିବାକୁ ହେଲେ ତାହାର କକ୍ଷୀୟ ବେଗ ଅତି ଅଧିକ ହେବା ଆବଶ୍ୟକ, ଯାହା ଘର୍ଷଣ ଯୋଗୁ ସମ୍ଭବ ନୁହେଁ। ଏଣୁ କାରମାନ୍‌ ରେଖା ହେଉଛି ଏକ କାଳ୍ପନିକ ରେଖା, ଯାହା ଉଡ଼ାଜାହାଜ ଓ କୃତ୍ରିମ ଉପଗ୍ରହର ଉଡ଼ାଣ ଅଞ୍ଚଳ ମଧ୍ୟରେ ଅଛି।
ଜଣାଯାଇଛି ଯେ, ଉପଗ୍ରହ ନିମ୍ନ-ପୃଥିବୀ କକ୍ଷରେ (୧୬୦-୧୦୦୦କିମି ଉଚ୍ଚତା) ଥିଲେ, କିଛି ବର୍ଷ ପରେ ଉପର ବାୟୁମଣ୍ଡଳରେ କର୍ଷଣ ଯୋଗୁ ଏହାର କକ୍ଷୀୟ ବେଗ ଧୀରେ ଧୀରେ ହ୍ରାସ ପାଏ ଏବଂ ଶେଷରେ ଏହା କକ୍ଷଚ୍ୟୁତ ହୋଇଥାଏ। ଏହାର ଅର୍ଥ ନୁହେଁ ଯେ, ୧୦୦୦ କିମି ଉପରେ ପୃଥିବୀର ବାୟୁମଣ୍ଡଳ ନାହିଁ, ମାତ୍ର ଏହା ଅତି ପତଳା। ବାସ୍ତବରେ ପୃଥିବୀ ପୃଷ୍ଠରୁ ୨୦ କିମି ଉଚ୍ଚରେ ବାୟୁମଣ୍ଡଳ ଚାପ ଏତେ କମ୍‌ ଯେ ସାଧାରଣ ତାପମାତ୍ରାରେ ଜଣଙ୍କର ଫୁସ୍‌ଫୁସ୍‌ରେ ଥିବା ଜଳ ଫୁଟିଥାଏ। ଏହି ଉଚ୍ଚତାକୁ ‘ଆର୍ମଷ୍ଟ୍ରଙ୍ଗ ସୀମା’ କୁହାଯାଏ। ଆମେରିକାର ଚିକିତ୍ସାବିଜ୍ଞାନୀ ହ୍ୟାରୀ ଆର୍ମଷ୍ଟ୍ରଙ୍ଗ ପ୍ରଥମେ ଏହା ଆବିଷ୍କାର କରିଥିବାରୁ ଏହା ତାଙ୍କ ନାମରେ ନାମିତ ହୋଇଛି।
ମିଳିତ ଜାତିସଂଘ କାରମାନ୍‌ ରେଖାକୁ ମହାକାଶର ଆରମ୍ଭ ଭାବେ ଗ୍ରହଣ କରିଛି। ଏଣୁ ଯେଉଁ ବ୍ୟକ୍ତି ମହାକାଶ ଯାତ୍ରାରେ ଯାଇ ଏହି ରେଖାକୁ ଅତିକ୍ରମ କରିଥାଆନ୍ତି, ତାଙ୍କୁ ମହାକାଶଚାରୀର ଗୌରବ ପ୍ରଦାନ କରାଯାଏ। ୨୦୦୪ ମସିହାରେ ଯେତେବେଳେ ଆନ୍‌ସାରି ଏକ୍‌ସ ପୁରସ୍କାର ଘୋଷଣା କରାଗଲା, ସର୍ତ୍ତ ଥିଲା ଯେ, କୌଣସି ବେସରକାରୀ ସଂସ୍ଥାର ମହାକାଶଯାନ ଯଦି ମହାକାଶଚାରୀଙ୍କୁ ନେଇ ଦୁଇ ସପ୍ତାହ ମଧ୍ୟରେ ଦୁଇ ଥର ମହାକାଶକୁ ଯାଇ ଫେରିଆସେ, ତାହାହେଲେ ଏହି ସଂସ୍ଥାକୁ ଏକ କୋଟି ଡଲାର ପୁରସ୍କାର ପ୍ରଦାନ କରାଯିବ। ଏଥିରେ ମଧ୍ୟ କାରମାନ୍‌ ରେଖାକୁ ମହାକାଶର ସୀମା ଭାବେ ଧରାଯାଇଥିଲା। ଅର୍ଥାତ୍‌ ମହାକାଶଚାରୀମାନେ କାରମାନ୍‌ ରେଖାକୁ ଦୁଇ ସପ୍ତାହରେ ଦୁଇ ଥର ଅତିକ୍ରମ କଲେ ଏହି ପୁରସ୍କାର ପାଇପାରିବେ। ଏଣୁ ପୃଥିବୀର ବ୍ୟାପ୍ତି ବହୁତ ଉଚ୍ଚକୁ ଥିଲେ ସୁଦ୍ଧା ବ୍ୟବହାରିକ ଦୃଷ୍ଟିକୋଣରୁ ଭୂପୃଷ୍ଠରୁ ୧୦୦ କିମି ଉଚ୍ଚରେ ଥିବା କାଳ୍ପନିକ କାରମାନ୍‌ ରେଖାରୁ ମହାକାଶର ଆରମ୍ଭ ହୋଇଛି ବୋଲି ସମସ୍ତେ ଗ୍ରହଣ କରି ନେଇଛନ୍ତି।

ଇଂ ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର
ଫେଜ୍‌-୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ମୋହସିନ ନକଭିଙ୍କଠାରୁ ଏସିଆ କପ ଟ୍ରଫି କେବେ ନେବ ଟିମ ଇଣ୍ଡିଆ? BCCI ଦେଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୫।୯: ମହିଳା ଏସିଆ କପ ୨୦୨୬ର ଟାଇଟଲ ନିଜ ନାମରେ କରିଛି ଟିମ ଇଣ୍ଡିଆ। ଫାଇନାଲରେ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ଭାରତୀୟ ମହିଳା ଦଳ…

ବିଶ୍ୱକର୍ମା ରାଜମିସ୍ତ୍ରୀ, କାରିଗର ସଂଘର ବାର୍ଷିକୋତ୍ସବ, ସାଙ୍ଗଠନିକ ଅଭିବୃଦ୍ଧି ପାଇଁ ନିଷ୍ପତ୍ତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ମଙ୍ଗଳବାର ଖେମୁଣ୍ଡି ଆଞ୍ଚଳିକ ବଶ୍ୱକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘର ୧୭ତମ ବାର୍ଷିକୋତ୍ସବ ଅନୁଷ୍ଠିତ…

UPIରେ ବନ୍ଧୁଙ୍କୁ ୫,୦୦୦ ଟଙ୍କା ପଠାଇଲେ ଲାଗିବ ଏକ୍ସଷ୍ଟ୍ରା ଚାର୍ଜ? ଜାଣନ୍ତୁ P2P-P2M ପେମେଣ୍ଟର ପାର୍ଥକ୍ୟ

ନୂଆଦିଲ୍ଲୀ,୧୫।୯ : ଆଜିକାଲି ମୋବାଇଲରେ କିଛି ସେକେଣ୍ଡ ମଧ୍ୟରେ ଟଙ୍କା ପଠାଇବା ପାଇଁ UPI ସବୁଠାରୁ ସହଜ ମାଧ୍ୟମ ପାଲଟିଛି। ବନ୍ଧୁଙ୍କୁ ଟଙ୍କା ପଠାଇବା ହେଉ କି…

ଅମାନିଆ ବାଇକ ଚାଳକଙ୍କୁ ସାବଡ଼ କଲା ଦାରିଙ୍ଗବାଡି ପୋଲିସ, ୮ ବାଇକ ଜବତ

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ପାର୍ବଣ ଋତୁ ପାଇଁ ବଜାର ଚଳ ଚଞ୍ଚଳ ରହିଛି । ବଜାର ଛକରେ ଏକାଧିକ ଗଣେଶ ମେଢ଼ ରହିଥିବା ବେଳେ ଭିଡ଼ ଲାଗି ରହିଛି…

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୫।୯: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅକ୍ଟୋବରରେ ଓଡ଼ିଶା ଆସିବେ…

ଅଭିନେତା ବିଜୟଙ୍କ ଶୈଳୀରେ ନିର୍ମିତ ଗଣେଶ ମୂର୍ତ୍ତିକୁ ନେଇ ବିବାଦ; ଆୟୋଜକଙ୍କ ଗିରଫଦାରୀ ଦାବି କଲା ଭାଜପା

ଚେନ୍ନାଇ,୧୫।୯: ଗଣେଶ ଚତୁର୍ଥୀ ପୂର୍ବରୁ ତାମିଲନାଡୁରେ ଏକ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଚେନ୍ନାଇର କୋରୁକ୍କୁପେଟ ଅଞ୍ଚଳରେ ସ୍ଥାପିତ ଭଗବାନ ଗଣେଶଙ୍କ ମୂର୍ତ୍ତିଗୁଡ଼ିକ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା…

କଂଗ୍ରେସରେ ବଡ଼ ସାଙ୍ଗଠନିକ ଅଦଳବଦଳ; ଏମାନଙ୍କୁ ବଡ଼ ସୁଯୋଗ ଦେବେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୯: କଂଗ୍ରେସରେ ସାଙ୍ଗଠନିକ ପୁନର୍ଗଠନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ପୁରୁଣା ନେତାଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା ସହ ଯୁବ ଓ ସକ୍ରିୟ ନେତାଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ…

କଣ୍ଟେନରରେ ଚାଲାଣ ହେଉଥିଲା ୩୭ ମଇଁଷି, ମାଡ଼ି ବସିଲା ପୋଲିସ

ଛତ୍ରପୁର, ୧୫/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅଞ୍ଚଳ ଦେଇ ବେଆଇନ ଭାବେ ମଇଁଷି ଚାଲାଣ ହେଉଥିବା ବେଳେ ଚମାଖଣ୍ଡି ପୋଲିସ ଏକ କଣ୍ଟେନରକୁ ପିଛା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?