ମହାକାଶର ଆରମ୍ଭ

ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ କୃତ୍ରିମ ଉପଗ୍ରହ ଏବଂ ମହାକାଶ ଯାନ ଅନ୍ତରୀକ୍ଷକୁ ଯିବା ପରେ ମହାକାଶ ଯୁଗର ଆରମ୍ଭ ହେଲା। ବର୍ତ୍ତମାନ ଅନେକ ଦେଶ ମହାକାଶରେ କୃତ୍ରିମ ଉପଗ୍ରହ ଅବସ୍ଥାପିତ କରିଛନ୍ତି। ଭୂକକ୍ଷରେ ମହାକାଶ କେନ୍ଦ୍ର ସ୍ଥାପିତ ହୋଇ ସେଠାରେ ବୈଜ୍ଞାନିକମାନେ ନିରନ୍ତର ଗବେଷଣା କରୁଛନ୍ତି। ମହାକାଶଚାରୀମାନେ ଭୂକକ୍ଷରେ ପରିକ୍ରମଣ କରିବା ସହିତ ୧୨ ଜଣ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛନ୍ତି। କେତେଜଣ ପର୍ଯ୍ୟଟକ ମଧ୍ୟ ମହାକାଶକୁ ଯାଇ ଫେରିଆସିଛନ୍ତି। ତେବେ ପ୍ରଶ୍ନ ଉଠେ ଯେ, ମହାକାଶର ଆରମ୍ଭ କେଉଁଠୁ?
ସାଧାରଣ ଭାବେ କୁହାଯାଇଥାଏ ଯେ, ପୃଥିବୀ ବାହାରେ ହେଉଛି ମହାକାଶ; ଅର୍ଥାତ୍‌ ପୃଥିବୀ ଯେଉଁଠାରେ ଶେଷ ହୋଇଛି ମହାକାଶ ସେହିଠାରୁ ଆରମ୍ଭ ହୋଇଛି। ପୃଥିବୀକୁ ଘେରି ଏହାର ବାୟୁମଣ୍ଡଳ ଅଛି। ଯେଉଁ ପର୍ଯ୍ୟନ୍ତ ପୃଥିବୀର ବାୟୁମଣ୍ଡଳ ବ୍ୟାପିଛି ଏବଂ ପୃଥିବୀର ମାଧ୍ୟାକର୍ଷଣ ବଳ ଅନୁଭୂତ ହେଉଛି ତାହା ହେଉଛି ପୃଥିବୀ ଅଂଶ। ଏହା ପୃଥିବୀପୃଷ୍ଠରୁ ଅନେକ ହଜାର କିଲୋମିଟର ଯାଏ ପରିବ୍ୟାପ୍ତ। ଏହା ପର ଅଂଶକୁ ମହାକାଶ କୁହାଯିବା କଥା। ମାତ୍ର ପୃଥିବୀଠାରୁ ଯେତେ ଉଚ୍ଚକୁ ଯିବା ପୃଥିବୀ ବାୟୁମଣ୍ଡଳ କ୍ରମଶଃ ପତଳା ହୋଇଥାଏ ଏବଂ ଏହାର ଘନତ୍ୱ ହ୍ରାସ ପାଇଥାଏ। ଉଦାହରଣ ସ୍ବରୂପ ପର୍ବତ ଆରୋହଣକାରୀମାନେ ଏଭରେଷ୍ଟ ଶୃଙ୍ଗ (ଉଚ୍ଚତା ୮୮୪୮ ମିଟର) ଆରୋହଣ ସମୟରେ ଅମ୍ଳଜାନ ସିଲିଣ୍ଡର ନେଇ ଯାଇଥାଆନ୍ତି। କାରଣ ସେହି ଉଚ୍ଚତାରେ ବାୟମଣ୍ଡଳରେ ଅମ୍ଳଜାନ କମ୍‌ ଥାଏ। ଏହିପରି ଆମେ ପୃଥିବୀ ପୃଷ୍ଠରୁ ଯେତେ ଉପରକୁ ଯିବା ସେହି ଅନୁଯାୟୀ ଅମ୍ଳଜାନ କମି କମି ଯାଏ।
ପୃଥିବୀର ବାୟୁମଣ୍ଡଳକୁ ଟ୍ରପୋସ୍ପିୟର (୧୨ କିମି ଉଚ୍ଚତା ପର୍ଯ୍ୟନ୍ତ), ଷ୍ଟ୍ରାପୋସ୍ପିୟର (୫୦କିମି), ମେଜୋସ୍ପିୟର (୯୦ କିମି), ଥର୍ମୋସ୍ପିୟର (୫୦୦ କିମି) ଏବଂ ଏକ୍‌ସୋସ୍ପିୟର (୧୦,୦୦୦) ଆଦିରେ ଭାଗ କରାଯାଇଛି। ପ୍ରତ୍ୟେକ ସ୍ତରର ତାପମାତ୍ରା ପରିବର୍ତ୍ତନ, ରାସାୟନିକ ଉପାଦାନ, ଘନତ୍ୱ ଓ ଗ୍ୟାସ୍‌ ଚଳନ ଆଦି ହେଉଛି ପୃଥକ୍‌। ବାୟୁମଣ୍ଡଳର ଉପର ଭାଗରେ ଅଧିକ ପରିମାଣରେ ହାଲୁକା ଅଣୁ ଓ ପରମାଣୁ ଥାଏ। ପୁନଶ୍ଚ ଉପରକୁ ଉପର ବାୟୁମଣ୍ଡଳରେ ଚାପ କ୍ରମଶଃ କମିଯାଏ।
ପୃଥିବୀର ବାୟୁମଣ୍ଡଳ ଗୋଟିଏ ନିର୍ଦ୍ଦିଷ୍ଟ ଉଚ୍ଚତା ପରେ ଏତେ ପତଳା ହୋଇଯାଏ ଯେ, ପାରମ୍ପରିକ ଉଡ଼ାଜାହାଜ ସେଠାରେ ଯଥେଷ୍ଟ ଉତ୍ଥାନ (ଲିଫ୍‌ଟ) ସୃଷ୍ଟି କରିପାରେ ନାହିଁ ଏବଂ ଫଳରେ ଉଡ଼ିପାରେ ନାହିଁ। ଏହି ଉଚ୍ଚତାକୁ ବୈଜ୍ଞାନିକମାନେ ମହାକାଶର ଆରମ୍ଭ ବୋଲି କହିଥାଆନ୍ତି। ଏହା ଭୂପୃଷ୍ଠରୁ ୬୨ ମାଇଲ ବା ୧୦୦ କିମି ଉଚ୍ଚରେ ଅଛି। ଏହା ‘କାରମାନ୍‌ ରେଖା’ ଭାବରେ ଜଣା। ହଙ୍ଗେରି ଜନ୍ମିତ ଆମେରିକୀୟ ପଦାର୍ଥ ବିଜ୍ଞାନୀ ଥିଓଡର ଭନ୍‌ କାରମାନ୍‌ ୧୯୭୫ ମସିହାରେ ପ୍ରଥମେ ପୃଥିବୀ ଓ ବାହାର ଆକାଶ ମଧ୍ୟରେ ଥିବା ଏହି ସୀମାର ସଂଜ୍ଞା ଦେଇଥିବାରୁ ଏହା ତାଙ୍କ ନାମରେ ନାମିତ ହୋଇଛି। ଏହି ରେଖା ଉପରେ କୃତ୍ରିମ ଉପଗ୍ରହଗୁଡ଼ିକ ପୃଥିବୀକୁ ପରିକ୍ରମଣ କରିବାରେ ସକ୍ଷମ ହୋଇଥାଆନ୍ତି। ଏହା ତଳେ ଉପଗ୍ରହକୁ ପରିକ୍ରମଣ କରିବାକୁ ହେଲେ ତାହାର କକ୍ଷୀୟ ବେଗ ଅତି ଅଧିକ ହେବା ଆବଶ୍ୟକ, ଯାହା ଘର୍ଷଣ ଯୋଗୁ ସମ୍ଭବ ନୁହେଁ। ଏଣୁ କାରମାନ୍‌ ରେଖା ହେଉଛି ଏକ କାଳ୍ପନିକ ରେଖା, ଯାହା ଉଡ଼ାଜାହାଜ ଓ କୃତ୍ରିମ ଉପଗ୍ରହର ଉଡ଼ାଣ ଅଞ୍ଚଳ ମଧ୍ୟରେ ଅଛି।
ଜଣାଯାଇଛି ଯେ, ଉପଗ୍ରହ ନିମ୍ନ-ପୃଥିବୀ କକ୍ଷରେ (୧୬୦-୧୦୦୦କିମି ଉଚ୍ଚତା) ଥିଲେ, କିଛି ବର୍ଷ ପରେ ଉପର ବାୟୁମଣ୍ଡଳରେ କର୍ଷଣ ଯୋଗୁ ଏହାର କକ୍ଷୀୟ ବେଗ ଧୀରେ ଧୀରେ ହ୍ରାସ ପାଏ ଏବଂ ଶେଷରେ ଏହା କକ୍ଷଚ୍ୟୁତ ହୋଇଥାଏ। ଏହାର ଅର୍ଥ ନୁହେଁ ଯେ, ୧୦୦୦ କିମି ଉପରେ ପୃଥିବୀର ବାୟୁମଣ୍ଡଳ ନାହିଁ, ମାତ୍ର ଏହା ଅତି ପତଳା। ବାସ୍ତବରେ ପୃଥିବୀ ପୃଷ୍ଠରୁ ୨୦ କିମି ଉଚ୍ଚରେ ବାୟୁମଣ୍ଡଳ ଚାପ ଏତେ କମ୍‌ ଯେ ସାଧାରଣ ତାପମାତ୍ରାରେ ଜଣଙ୍କର ଫୁସ୍‌ଫୁସ୍‌ରେ ଥିବା ଜଳ ଫୁଟିଥାଏ। ଏହି ଉଚ୍ଚତାକୁ ‘ଆର୍ମଷ୍ଟ୍ରଙ୍ଗ ସୀମା’ କୁହାଯାଏ। ଆମେରିକାର ଚିକିତ୍ସାବିଜ୍ଞାନୀ ହ୍ୟାରୀ ଆର୍ମଷ୍ଟ୍ରଙ୍ଗ ପ୍ରଥମେ ଏହା ଆବିଷ୍କାର କରିଥିବାରୁ ଏହା ତାଙ୍କ ନାମରେ ନାମିତ ହୋଇଛି।
ମିଳିତ ଜାତିସଂଘ କାରମାନ୍‌ ରେଖାକୁ ମହାକାଶର ଆରମ୍ଭ ଭାବେ ଗ୍ରହଣ କରିଛି। ଏଣୁ ଯେଉଁ ବ୍ୟକ୍ତି ମହାକାଶ ଯାତ୍ରାରେ ଯାଇ ଏହି ରେଖାକୁ ଅତିକ୍ରମ କରିଥାଆନ୍ତି, ତାଙ୍କୁ ମହାକାଶଚାରୀର ଗୌରବ ପ୍ରଦାନ କରାଯାଏ। ୨୦୦୪ ମସିହାରେ ଯେତେବେଳେ ଆନ୍‌ସାରି ଏକ୍‌ସ ପୁରସ୍କାର ଘୋଷଣା କରାଗଲା, ସର୍ତ୍ତ ଥିଲା ଯେ, କୌଣସି ବେସରକାରୀ ସଂସ୍ଥାର ମହାକାଶଯାନ ଯଦି ମହାକାଶଚାରୀଙ୍କୁ ନେଇ ଦୁଇ ସପ୍ତାହ ମଧ୍ୟରେ ଦୁଇ ଥର ମହାକାଶକୁ ଯାଇ ଫେରିଆସେ, ତାହାହେଲେ ଏହି ସଂସ୍ଥାକୁ ଏକ କୋଟି ଡଲାର ପୁରସ୍କାର ପ୍ରଦାନ କରାଯିବ। ଏଥିରେ ମଧ୍ୟ କାରମାନ୍‌ ରେଖାକୁ ମହାକାଶର ସୀମା ଭାବେ ଧରାଯାଇଥିଲା। ଅର୍ଥାତ୍‌ ମହାକାଶଚାରୀମାନେ କାରମାନ୍‌ ରେଖାକୁ ଦୁଇ ସପ୍ତାହରେ ଦୁଇ ଥର ଅତିକ୍ରମ କଲେ ଏହି ପୁରସ୍କାର ପାଇପାରିବେ। ଏଣୁ ପୃଥିବୀର ବ୍ୟାପ୍ତି ବହୁତ ଉଚ୍ଚକୁ ଥିଲେ ସୁଦ୍ଧା ବ୍ୟବହାରିକ ଦୃଷ୍ଟିକୋଣରୁ ଭୂପୃଷ୍ଠରୁ ୧୦୦ କିମି ଉଚ୍ଚରେ ଥିବା କାଳ୍ପନିକ କାରମାନ୍‌ ରେଖାରୁ ମହାକାଶର ଆରମ୍ଭ ହୋଇଛି ବୋଲି ସମସ୍ତେ ଗ୍ରହଣ କରି ନେଇଛନ୍ତି।

ଇଂ ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର
ଫେଜ୍‌-୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକାନ୍ତି ଏହି ୩ ରାଶିର ଯୁବତୀ

ଯେତେବେଳେ ବିବାହ କଥା ଉଠେ, ସମସ୍ତେ ଉତ୍ତମ ବୁଝାବଣା ଥିବା ଜୀବନସାଥୀଟିଏ ଖୋଜିଥାନ୍ତି। କୁହାଯାଏ ବିବାହ ପରେ ସ୍ବାମୀ ସହ ସ୍ତ୍ରୀର ଭାଗ୍ୟ ଯୋଡ଼ି ହୋଇଯାଏ।...

ଏହି ୫ ଗୁଣ ସ୍ତ୍ରୀଙ୍କ ପାଖରେ ଥିଲେ ଭାଗ୍ୟବାନ ହୋଇଥାନ୍ତି ସ୍ବାମୀ; ଜାଣନ୍ତୁ କ’ଣ କୁହନ୍ତି…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

ଶ୍ରାବଣରେ ମହାଦେବଙ୍କ ଶୁଭଦୃଷ୍ଟି ପାଇବାକୁ ଚାହାନ୍ତି କି, କରନ୍ତୁ ଏପରି…

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ବିଶ୍ୱାସ ରହିଛି ଯଦି ଭଗବାନ ଶିବ ଏହି ମାସରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଭକ୍ତର ପ୍ରତ୍ୟେକ ଇଚ୍ଛା ପୂରଣ...

ଝାଡାବାନ୍ତି ହେଉଥିଲେ…କେମିତି ନେବେ ଯତ୍ନ

ସାଧାରଣତଃ ବର୍ଷାଦିନେ ଥଣ୍ଡା, କାଶ, ଜ୍ୱର, ମ୍ୟାଲେରିଆ, ଡେଙ୍ଗୁ ଆଦି ସ୍ବାସ୍ଥ୍ୟ ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ଏହି ଋତୁରେ ଅନ୍ୟ ଏକ ସମସ୍ୟା...

ସନ୍ତୁଳିତ ଓଜନ ଲାଗି…ଆପଣାନ୍ତୁ ଏହି ଟିପ୍ସ

ଆଜିକାଲି ଓଜନ ବୃଦ୍ଧି ବା ଓବେସିଟି ଏକ ସାଧାରଣ କଥା ପାଲଟି ଗଲାଣି। ଖାଦ୍ୟପେୟ, ନିୟମିତ ବ୍ୟାୟାମ ନ କରିବା, ଅସନ୍ତୁଳିତ ଜୀବନଶୈଳୀ ଏହାର କେତୋଟି...

ଖାଆନ୍ତୁ ଡାଳିମ୍ବ: ଦୂର ହେବ ଏସବୁ ରୋଗ

ଡାଳିମ୍ବରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଭରି ରହିଛି। ଜାଣନ୍ତୁ ସେ ସମ୍ପର୍କରେ… ଭିଟାମିନ୍‌ ‘ସି’ର ଅନ୍ୟତମ ପ୍ରମୁଖ ଉତ୍ସ ହେଉଛି ଡାଳିମ୍ବ। ଏଥିରେ ଥିବା...

ଲାଞ୍ଜ ହଜିବା ରହସ୍ୟ

”ଜାପାନସ୍ଥିତ କେଇଓ ବିଶ୍ୱବିଦ୍ୟାଳୟର କିଛି ଜୈବ ଇଞ୍ଜିନିୟର ମଣିଷଠାରେ ଲଗାଇବା ପାଇଁ କୃତ୍ରିମ ଲାଞ୍ଜ ତିଆରି କରିଛନ୍ତି। ଏହାର ନାମ ରଖାଯାଇଛି ‘ଆରକ୍ୟୁ’। ଭଲ କରି...

ଖର୍ଚ୍ଚ ବଢ଼ୁଛି, ଘରେ ଲାଗି ରହୁଛି କି କଳହ? ବାସ୍ତୁଦୋଷ ହୋଇପାରେ କାରଣ, ଜାଣନ୍ତୁ ପ୍ରତିକାର…

ଅନେକଥର ଏମିତି ହୋଇଥିବ, ଘରେ କୌଣସି ଜିନିଷର ଅଭାବ ନଥିବ, କିନ୍ତୁ କଳହ ସବୁବେଳେ ଲାଗି ରହୁଥିବ। ଏପରିକି ଘରର ଉନ୍ନତି ପଥରେ ବାରମ୍ବାର ବାଧା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri