ଏନ୍‌ଆର୍‌ଆର୍‌ଆଇର ୯ ନୂଆ ଧାନ

କଟକ ଅଫିସ, ୭।୮: କଟକ ବିଦ୍ୟାଧରପୁର ସ୍ଥିତ ଏନ୍‌ଆର୍‌ଆର୍‌ଆଇ ନିର୍ଦ୍ଦେଶକ ଡ.ଦୀପଙ୍କର ମାଇତିଙ୍କ ନେତୃତ୍ୱରେ ୯ କିସମର ନୂତନ ଧାନ ଉଦ୍ଭାବନ କରାଯାଇଛି। ଡ. ଶରତ ପ୍ରଧାନ, ଡ. ମିରା କୁମାରୀ କର, ଡ. କ୍ରିଷ୍ନେନ୍ଦୁ ଚଟ୍ଟୋପାଧ୍ୟାୟ, ଡ. ସୁଶାନ୍ତ ଦାସ ଓ ଡ. ରାମ ଲଖନ ବର୍ମା ତଥା ଅନ୍ୟ ବୈଜ୍ଞାନିକମାନଙ୍କ ସହାୟତାରେ ଏହି ନୂତନ କିସମ ଉଦ୍ଭାବିତ ହୋଇଛି। ଡ. ଶରତ ପ୍ରଧାନଙ୍କ ଦ୍ୱାରା ଉଦ୍ଭାବିତ ଧାନ ହେଲା ସିଆର୍‌ଆର୍‌ଆଇ ୪୧୩(ରୀତା ପାଣିଧାନ), ସିଆର୍‌ଆର୍‌ଆଇ ୫୧୨(ଶତୃଘ୍ନ), ସିଆର୍‌ଆର୍‌ଆଇ ୮୦୩(ତ୍ରିଲୋଚନ)। ଏହି ଧାନ ଗଛଗୁଡ଼ିକ ବିଶେଷ କରି ଉପକୂଳ ଜିଲାର ଖାଲ ଓ ଜଳମଗ୍ନ ଜମି ପାଇଁ ଉପଯୁକ୍ତ ହେବା ସହ ବନ୍ୟା ପାଣିକୁ ସହନ କରିବାର କ୍ଷମତା ରହିଛି। ଏଥ୍‌ତ୍ରେ କାଣ୍ଡବିନ୍ଧା, ପତ୍ରମୋଡା, ଚକଡା ପୋକ, ନେକ୍‌ ବ୍ଲାଷ୍ଟ ରୋଗ ପ୍ରତିରୋଧକ ଶକ୍ତି ରହିଛି। ୧୪୫ ଦିନରେ ଧାନ ଅମଳ ହେଉଥ୍‌ତ୍ବା ଏହି କିସମରୁ ହେକ୍ଟର ପିଛା ୫୦ କ୍ବିଣ୍ଟାଲ ଧାନ ଅମଳ ହୋଇଥାଏ। ଡ.କ୍ରିଷ୍ନେନ୍ଦୁ ଚଟ୍ଟୋପାଧ୍ୟାୟଙ୍କ ଉଦ୍ଭାବିତ ଧାନ କିସମ ସିଆର୍‌ଆର୍‌ଆଇ ୪୧୧(ସ୍ବଣର୍‌ସ), ସିଆର୍‌ଆର୍‌ଆଇ ୪୧୨(ସ୍ବଣର୍‌ସାଞ୍ଜଳି)। ଏହା ସମୁଦ୍ରକୂଳ ଅଞ୍ଚଳ ଜମି ପାଇଁ ଉପଯୁକ୍ତ। ଏହି ଧାନର ଚାଉଳରେ ୧୦ ପ୍ରତିଶତ ପୁଷ୍ଟିସାର ରହିଛି। ୧୪୦ରୁ ୧୫୫ ଦିନ ମଧ୍ୟରେ ଏହି କିସମ ଧାନ ଅମଳ ହୋଇଥାଏ। ଡ. ସୁଶାନ୍ତ ଦାସଙ୍କ ଉଦ୍ଭାବିତ ଧାନ କିସମ ସିଆର୍‌ଆର୍‌ଆଇ ୩୧୬(ଗୌରବ)୧୩୦ରୁ ୧୩୫ ଦିନରେ ଅମଳ ହୋଇଥାଏ। ଏହା ହେକ୍ଟର ପିଛା ୬୫ କ୍ବିଣ୍ଟାଲ ଧାନ ଅମଳ ହୋଇଥାଏ। ଡ. ମିରା କୁମାରୀ କରଙ୍କ ଉଦ୍ଭାବିତ ଧାନ ହେଲା ସିଆର୍‌ଆର୍‌ଆଇ ୩୧୭(ରୋଷନ)। ଏହି କିସମରୁ ୧୩୦ରୁ ୧୩୫ ଦିନରେ ହେକ୍ଟର ପିଛା ୫୦ କ୍ବିଣ୍ଟାଲ ଅମଳ ମିଳିଥାଏ। ଡ. ରାମ ଲଖନ ବର୍ମାଙ୍କ ଉ୍‌ଦ୍ଭାବିତ ଧାନ ସିଆର୍‌ଆର୍‌ଆଇ ୭୦୨, ସିଆର୍‌ଆର୍‌ଆଇ ୭୦୩ର ଗଛ ଗୁଡିକ କାଣ୍ଡ ମୋଟା ହୋଇଥ୍‌ତ୍ବାରୁ ସହଜରେ ଭାଙ୍ଗେନାହିଁ। ଜଳ ସେଚିତ ଓ ଅଳ୍ପ ଖାଲୁଆ ଜମି ଗୁଡିକ ପାଇଁ ଉପଯୁକ୍ତ ଏହି କିସମ ଧାନ ଗଛରୁ ୧୩୫ ରୁ ୧୪୦ ଦିନରେ ଧାନ ଅମଳ ହୋଇଥାଏ। ଏଥିରୁ ହେକ୍ଟର ପିଛା ୮୦ କ୍ବିଣ୍ଟାଲ ଧାନ ଅମଳ ହୋଇଥାଏ ବୋଲି ଏନ୍‌ଆର୍‌ଆର୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri