୧୦ ଜିଲାର ୯୯୭ ଗ୍ରାମ କ୍ଷତିଗ୍ରସ୍ତ

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ଲଗାଣ ବର୍ଷା ଫଳରେ ରାଜ୍ୟରେ ଯେଉଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିରେ ସୁଧାର ଆସିବାରେ ଲାଗିଛି। ସୁବର୍ଣ୍ଣରେଖା ନଦୀରେ ରାଜଘାଟଠାରେ ବିପଦ ସଙ୍କେତ ୧୦.୩୫ମିଟର ଥିବାବେଳେ ଶୁକ୍ରବାର ଜଳସ୍ତର ୧୦.୯୫ ମିଟରକୁ ଉଠିଥିଲା। ଦ୍ୱିପ୍ରହର ୨ଟା ସୁଦ୍ଧା ଏହା କମି ୧୦.୮୮ ମିଟରରେ ପ୍ରବାହିତ ହେଉଛି। ଗାଲୁଡିହି ବ୍ୟାରେଜରୁ ଗୁରୁବାର ୭୫୦୦ କ୍ୟୁସେକ୍‌ ଜଳ ନିଷ୍କାସିତ ହୋଇଥିବା ବେଳେ ବର୍ତ୍ତମାନ ଏହା ୫୭୫୭ କ୍ୟୁସେକକୁ ହ୍ରାସ ପାଇଛି। ଆଉ ବର୍ଷା ହେଉ ନ ଥିବାରୁ ଜଳସ୍ତର ଆହୁରି କମିବା ସହିତ ବନ୍ୟା ସ୍ଥିତିରେ ଅନେକ ସୁଧାର ଆସିବ ବୋଲି ଆଶା କରାଯାଇଛି। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଶୁକ୍ରବାର ଡିଜିଟାଲ ବ୍ୟବସ୍ଥାରେ ସମୀକ୍ଷା କରିବାପରେ ଏହି ସୂଚନା ଦେଇଛନ୍ତି।
ବୁଢାବଳଙ୍ଗ ନଦୀରେ ଏନ୍‌ଏଚ୍‌-୫ ଗୋବିନ୍ଦପୁରଠାରେ ବିପଦ ସଙ୍କେତ ୮.୧୩ ମିଟର ଥିବାବେଳେ ଦିନ ୨ଟା ବେଳକୁ ଜଳସ୍ତର ୭.୭୫ ମିଟରରେ ପ୍ରବାହିତ ହେଉଥିଲା। ଗୁରୁବାର ଏହାର ଜଳସ୍ତର ବିପଦ ସଙ୍କେତ ଟପି ୮.୪୦ମିଟରରେ ପ୍ରବାହିତ ହେଉଥିଲା। ଜଳସ୍ତର ଅନେକ କମିଛି ଏବଂ ବର୍ତ୍ତମାନ ସ୍ଥିର ଅଛି। ବୈତରଣୀ ନଦୀରେ ଆନନ୍ଦପୁରଠାରେ ବିପଦ ସଙ୍କେତ ୩୮.୩୫ ମିଟରରେ ଥିଲାବେଳେ ବର୍ତ୍ତମାନ ଜଳସ୍ତର ୩୭.୪୫ ମିଟରରେ ପ୍ରବାହିତ ହେଉଥିଲା। ଆଖୁଆପଦାଠାରେ ମଧ୍ୟ ଜଳସ୍ତର ହ୍ରାସ ପାଇ ୧୯.୨୯ ରହିଛି। ଜଳସ୍ତର କମିବା ସାଙ୍ଗକୁ ଏହି ସବୁ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଆଉ ନାହିଁ। କେନ୍ଦୁଝର, ଯାଜପୁର, ମୟୂରଭଞ୍ଜରେ ଆଉ ବର୍ଷା ହୋଇ ନ ଥିବାରୁ ବୈତରଣୀର ଜଳସ୍ତର ଆହୁରି କମିବ ବୋଲି ଆଶା କରାଯାଉଛି। ବ୍ରାହ୍ମଣୀ ନଦୀ ଅବବାହିକାରେ ପଙ୍କପାଳଠାରେ ଜଳସ୍ତର ବିପଦ ସଙ୍କେତ ଠାରୁ ଅଧିକ ରହିଛି। କେନ୍ଦ୍ରୀୟ ଜଳ ଆୟୋଗଙ୍କ କହିବାମୁତାବକ ପଙ୍କପାଳଠାରେ ୧୦,୩୩୮.୪୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ମହାନଦୀରେ ଜଳଭଣ୍ଡାରର ଜଳସ୍ତର ଖଲାସ କରିବାକୁ ୩୫ଟି ଗେଟ୍‌ ଖୋଲାଯାଇଛି। ଜଳଭଣ୍ଡାର ମଧ୍ୟକୁ ୮ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାପରେ ସର୍ବାଧିକ ୪୨ଟି ଗେଟ୍‌ ଖୋଲିଦିଆଯିବ ବୋଲି ଜଣାପଡିଛି। ମୁଣ୍ଡୁଳିଠାରେ ସର୍ବାଧିକ ୧୦,୦୦,୦୦୦ କ୍ୟୁସେକରୁ ୧୦,୫୦,୦୦୦ କ୍ୟୁସେକ ଜଳ ନିଷ୍କାସିତ ହେବାର ଆକଳନ କରାଯାଉଛି।
ବନ୍ୟା ଯୋଗୁ ଅନୁଗୋଳ, ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, କଟକ, ଯାଜପୁର, ଢେଙ୍କାନାଳ, ନୂଆପଡା, ଦେବଗଡ, ସୁବର୍ଣ୍ଣପୁର ସମେତ ୧୦ ଜିଲାର ୩୯ବ୍ଲକ ଅନ୍ତର୍ଗତ ୯୯୭ଟି ଗ୍ରାମ କ୍ଷତିଗ୍ରସ୍ତ ହୋଇଛି। ସେହିପରି କ୍ଷତିଗ୍ରସ୍ତ ହୋଇଥିବା ଲୋକସଂଖ୍ୟା ଏ ପର୍ଯ୍ୟନ୍ତ ୪,୧୩,୫୧୨ ରହିଛି। ୫୫ଟି ଗ୍ରାମର ୩,୮୨,୨୧୬ ଜଣ ଲୋକ ପାଣି ଘେରରେ ରହିଛନ୍ତି। ସମୁଦାୟ ୧୩୬୪ ଘର ମଧ୍ୟରୁ ୨୮ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ୧୩୩୬ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ୭୪,୨୭୧ ହେକ୍ଟର ଜମିର ଚାଷ କ୍ଷତିଗ୍ରସ୍ତ ହୋଇଛି। ବହୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ୧୦୦ଟି ବାତ୍ୟା ଆଶ୍ରୟ ସ୍ଥଳିରେ ରଖାଯାଇଛି। ସମୁଦାୟ ୧,୦୫,୮୮୧ ପ୍ରାଣୀସମ୍ପଦ କ୍ଷତିଗ୍ରସ୍ତ ହୋଇଛି। ଏହି ବନ୍ୟା ପରିସ୍ଥିତିରେ ୫ଟି ସହରାଞ୍ଚଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବରଗଡ, ଯାଜପୁର, ବାଲେଶ୍ୱର, ନୂଆପଡା, ତଥା ଭଦ୍ରକ ଜିଲାରେ ଜଣେ ଲେକାଏ ସମୁଦାୟ ୫ଜଣ ପ୍ରାଣ ହରାଇଛନ୍ତି। ବନ୍ୟାଜନିତ ବିପଦରୁ ଉଦ୍ଧାର ତଥା ଥଇଥାନ ଲାଗି ୭ ଓଡିଆରଏଫ ଏବଂ ୭ ଏନଡିଆରଏଫ ଟିମ ବିଭିନ୍ନ ଜିଲାରେ ନିୟୋଜିତ କରାଯାଇଛି। ମୟୁରଭଞ୍ଜ ଜିଲାରେ ଗୋଟିଏ, ବାଲେଶ୍ୱରରେ ଗୋଟିଏ ଓଡିଆରଏଫ ଏବଂ ୨ ଏନଡିଆରଏଫ, ଭଦ୍ରକରେ ଗୋଟିଏ ଲେଖାଏ ଓଡିଆରଏଫ ଏବଂ ଏନଡିଆରଏଫ ମୁତୟନ ଅଛନ୍ତି। ସେହିଭଳି ଯାଜପୁରରେ ୨ ଓଡିଆରଏଫ ଏବଂ ୩ଟି ଏନଡିଆରଏଫ ତଥା କେନ୍ଦ୍ରାପଡାରେ ୨ ଓଡିଆରଏଫ ଓ ୧ଟି ଏନଡିଆରଏଫ ଟିମ୍‌ ନିୟୋଜିତ କରାଯାଇଛି। ସେହିପରି ଜଗତସିଂହପୁର, ପୁରୀ, ଝାରସୁଗୁଡା, ସୁନ୍ଦରଗଡ, ବଲାଙ୍ଗୀର, ବୌଦ୍ଧ ଓ ଦେବଗଡ ଜିଲାକୁ ଗୋଟିଏ ଲେଖା ଓଡିଆରଏଫ ଟିମ୍‌ ମୃତୟନ ଅଛନ୍ତି। ସେହିପରି ଜଗତସିଂହପୁରକୁ ଗୋଟିଏ ଏବଂ ପୁରୀକୁ ଦୁଇଟି ଏନଡିଆରଏଫ ଟିମ୍‌ ପଠାଯାଇଛି। ଅଗ୍ନିଶମ ସେବାର ଟିମ୍‌କୁ ମଧ୍ୟ ଅଧିକ ଆବଶ୍ୟକତା ଥିବା ଜିଲାକୁ ପଟାଯାଉଛି। ଏହା ମଧ୍ୟରେ ଜଗତସିଂହପୁରକୁ ୫ଟି, କେନ୍ଦ୍ରାପଡାକୁ ୨ଟି, ପୁରୀକୁ ୫ଟି ଏବଂ ଯାଜପୁରକୁ ୨ଟି ଦଳ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri