୧୦ ଜିଲାର ୯୯୭ ଗ୍ରାମ କ୍ଷତିଗ୍ରସ୍ତ

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ଲଗାଣ ବର୍ଷା ଫଳରେ ରାଜ୍ୟରେ ଯେଉଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିରେ ସୁଧାର ଆସିବାରେ ଲାଗିଛି। ସୁବର୍ଣ୍ଣରେଖା ନଦୀରେ ରାଜଘାଟଠାରେ ବିପଦ ସଙ୍କେତ ୧୦.୩୫ମିଟର ଥିବାବେଳେ ଶୁକ୍ରବାର ଜଳସ୍ତର ୧୦.୯୫ ମିଟରକୁ ଉଠିଥିଲା। ଦ୍ୱିପ୍ରହର ୨ଟା ସୁଦ୍ଧା ଏହା କମି ୧୦.୮୮ ମିଟରରେ ପ୍ରବାହିତ ହେଉଛି। ଗାଲୁଡିହି ବ୍ୟାରେଜରୁ ଗୁରୁବାର ୭୫୦୦ କ୍ୟୁସେକ୍‌ ଜଳ ନିଷ୍କାସିତ ହୋଇଥିବା ବେଳେ ବର୍ତ୍ତମାନ ଏହା ୫୭୫୭ କ୍ୟୁସେକକୁ ହ୍ରାସ ପାଇଛି। ଆଉ ବର୍ଷା ହେଉ ନ ଥିବାରୁ ଜଳସ୍ତର ଆହୁରି କମିବା ସହିତ ବନ୍ୟା ସ୍ଥିତିରେ ଅନେକ ସୁଧାର ଆସିବ ବୋଲି ଆଶା କରାଯାଇଛି। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଶୁକ୍ରବାର ଡିଜିଟାଲ ବ୍ୟବସ୍ଥାରେ ସମୀକ୍ଷା କରିବାପରେ ଏହି ସୂଚନା ଦେଇଛନ୍ତି।
ବୁଢାବଳଙ୍ଗ ନଦୀରେ ଏନ୍‌ଏଚ୍‌-୫ ଗୋବିନ୍ଦପୁରଠାରେ ବିପଦ ସଙ୍କେତ ୮.୧୩ ମିଟର ଥିବାବେଳେ ଦିନ ୨ଟା ବେଳକୁ ଜଳସ୍ତର ୭.୭୫ ମିଟରରେ ପ୍ରବାହିତ ହେଉଥିଲା। ଗୁରୁବାର ଏହାର ଜଳସ୍ତର ବିପଦ ସଙ୍କେତ ଟପି ୮.୪୦ମିଟରରେ ପ୍ରବାହିତ ହେଉଥିଲା। ଜଳସ୍ତର ଅନେକ କମିଛି ଏବଂ ବର୍ତ୍ତମାନ ସ୍ଥିର ଅଛି। ବୈତରଣୀ ନଦୀରେ ଆନନ୍ଦପୁରଠାରେ ବିପଦ ସଙ୍କେତ ୩୮.୩୫ ମିଟରରେ ଥିଲାବେଳେ ବର୍ତ୍ତମାନ ଜଳସ୍ତର ୩୭.୪୫ ମିଟରରେ ପ୍ରବାହିତ ହେଉଥିଲା। ଆଖୁଆପଦାଠାରେ ମଧ୍ୟ ଜଳସ୍ତର ହ୍ରାସ ପାଇ ୧୯.୨୯ ରହିଛି। ଜଳସ୍ତର କମିବା ସାଙ୍ଗକୁ ଏହି ସବୁ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଆଉ ନାହିଁ। କେନ୍ଦୁଝର, ଯାଜପୁର, ମୟୂରଭଞ୍ଜରେ ଆଉ ବର୍ଷା ହୋଇ ନ ଥିବାରୁ ବୈତରଣୀର ଜଳସ୍ତର ଆହୁରି କମିବ ବୋଲି ଆଶା କରାଯାଉଛି। ବ୍ରାହ୍ମଣୀ ନଦୀ ଅବବାହିକାରେ ପଙ୍କପାଳଠାରେ ଜଳସ୍ତର ବିପଦ ସଙ୍କେତ ଠାରୁ ଅଧିକ ରହିଛି। କେନ୍ଦ୍ରୀୟ ଜଳ ଆୟୋଗଙ୍କ କହିବାମୁତାବକ ପଙ୍କପାଳଠାରେ ୧୦,୩୩୮.୪୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ମହାନଦୀରେ ଜଳଭଣ୍ଡାରର ଜଳସ୍ତର ଖଲାସ କରିବାକୁ ୩୫ଟି ଗେଟ୍‌ ଖୋଲାଯାଇଛି। ଜଳଭଣ୍ଡାର ମଧ୍ୟକୁ ୮ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାପରେ ସର୍ବାଧିକ ୪୨ଟି ଗେଟ୍‌ ଖୋଲିଦିଆଯିବ ବୋଲି ଜଣାପଡିଛି। ମୁଣ୍ଡୁଳିଠାରେ ସର୍ବାଧିକ ୧୦,୦୦,୦୦୦ କ୍ୟୁସେକରୁ ୧୦,୫୦,୦୦୦ କ୍ୟୁସେକ ଜଳ ନିଷ୍କାସିତ ହେବାର ଆକଳନ କରାଯାଉଛି।
ବନ୍ୟା ଯୋଗୁ ଅନୁଗୋଳ, ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, କଟକ, ଯାଜପୁର, ଢେଙ୍କାନାଳ, ନୂଆପଡା, ଦେବଗଡ, ସୁବର୍ଣ୍ଣପୁର ସମେତ ୧୦ ଜିଲାର ୩୯ବ୍ଲକ ଅନ୍ତର୍ଗତ ୯୯୭ଟି ଗ୍ରାମ କ୍ଷତିଗ୍ରସ୍ତ ହୋଇଛି। ସେହିପରି କ୍ଷତିଗ୍ରସ୍ତ ହୋଇଥିବା ଲୋକସଂଖ୍ୟା ଏ ପର୍ଯ୍ୟନ୍ତ ୪,୧୩,୫୧୨ ରହିଛି। ୫୫ଟି ଗ୍ରାମର ୩,୮୨,୨୧୬ ଜଣ ଲୋକ ପାଣି ଘେରରେ ରହିଛନ୍ତି। ସମୁଦାୟ ୧୩୬୪ ଘର ମଧ୍ୟରୁ ୨୮ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ୧୩୩୬ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ୭୪,୨୭୧ ହେକ୍ଟର ଜମିର ଚାଷ କ୍ଷତିଗ୍ରସ୍ତ ହୋଇଛି। ବହୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ୧୦୦ଟି ବାତ୍ୟା ଆଶ୍ରୟ ସ୍ଥଳିରେ ରଖାଯାଇଛି। ସମୁଦାୟ ୧,୦୫,୮୮୧ ପ୍ରାଣୀସମ୍ପଦ କ୍ଷତିଗ୍ରସ୍ତ ହୋଇଛି। ଏହି ବନ୍ୟା ପରିସ୍ଥିତିରେ ୫ଟି ସହରାଞ୍ଚଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବରଗଡ, ଯାଜପୁର, ବାଲେଶ୍ୱର, ନୂଆପଡା, ତଥା ଭଦ୍ରକ ଜିଲାରେ ଜଣେ ଲେକାଏ ସମୁଦାୟ ୫ଜଣ ପ୍ରାଣ ହରାଇଛନ୍ତି। ବନ୍ୟାଜନିତ ବିପଦରୁ ଉଦ୍ଧାର ତଥା ଥଇଥାନ ଲାଗି ୭ ଓଡିଆରଏଫ ଏବଂ ୭ ଏନଡିଆରଏଫ ଟିମ ବିଭିନ୍ନ ଜିଲାରେ ନିୟୋଜିତ କରାଯାଇଛି। ମୟୁରଭଞ୍ଜ ଜିଲାରେ ଗୋଟିଏ, ବାଲେଶ୍ୱରରେ ଗୋଟିଏ ଓଡିଆରଏଫ ଏବଂ ୨ ଏନଡିଆରଏଫ, ଭଦ୍ରକରେ ଗୋଟିଏ ଲେଖାଏ ଓଡିଆରଏଫ ଏବଂ ଏନଡିଆରଏଫ ମୁତୟନ ଅଛନ୍ତି। ସେହିଭଳି ଯାଜପୁରରେ ୨ ଓଡିଆରଏଫ ଏବଂ ୩ଟି ଏନଡିଆରଏଫ ତଥା କେନ୍ଦ୍ରାପଡାରେ ୨ ଓଡିଆରଏଫ ଓ ୧ଟି ଏନଡିଆରଏଫ ଟିମ୍‌ ନିୟୋଜିତ କରାଯାଇଛି। ସେହିପରି ଜଗତସିଂହପୁର, ପୁରୀ, ଝାରସୁଗୁଡା, ସୁନ୍ଦରଗଡ, ବଲାଙ୍ଗୀର, ବୌଦ୍ଧ ଓ ଦେବଗଡ ଜିଲାକୁ ଗୋଟିଏ ଲେଖା ଓଡିଆରଏଫ ଟିମ୍‌ ମୃତୟନ ଅଛନ୍ତି। ସେହିପରି ଜଗତସିଂହପୁରକୁ ଗୋଟିଏ ଏବଂ ପୁରୀକୁ ଦୁଇଟି ଏନଡିଆରଏଫ ଟିମ୍‌ ପଠାଯାଇଛି। ଅଗ୍ନିଶମ ସେବାର ଟିମ୍‌କୁ ମଧ୍ୟ ଅଧିକ ଆବଶ୍ୟକତା ଥିବା ଜିଲାକୁ ପଟାଯାଉଛି। ଏହା ମଧ୍ୟରେ ଜଗତସିଂହପୁରକୁ ୫ଟି, କେନ୍ଦ୍ରାପଡାକୁ ୨ଟି, ପୁରୀକୁ ୫ଟି ଏବଂ ଯାଜପୁରକୁ ୨ଟି ଦଳ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri