୯୮-୪୯ ୧୩-୮, ଫାଇନାଲ ହେଲା ଆସନ ବୁଝାମଣା! ଏହି ଠୁ ଲଢିବେ ଅପରାଜିତା…

ଭୁବନେଶ୍ୱର,୧୨।୩: ଝୁଲାବସ୍ଥାରେ ଅଟକିଛି ମେଣ୍ଟ। ବିଜେଡି-ଭାଜପା ମେଣ୍ଟ ପାଇଁ ଚୂଡ଼ାନ୍ତ ହୋଇଛି କେଉଁ ଫର୍ମୂଲା । ସାରା ଓଡ଼ିଶାର ନଜର ଏହା ଉପରେ । ରାଜନୀତି ବିଶେଷଜ୍ଞନୁସାରେ ଅଳ୍ପ କିଛି ଆସନକୁ ନେଇ ରହିଛି ଅଡୁଆ । ଲୋକସଭାରେ ସହମତି ହେଲେ ବିଧାନସଭାରେ ଟିକିଏ କେଁ ।

ରାଜ୍ୟରେ ମେଣ୍ଟ ନେଇ ଚାଲିଛି ଜୋରଦାର ହାଓ୍ବା । ଭାଜପା -ବିଜେଡି ଏକାଠି ନିର୍ବାଚନ ଲଢିବା ନେଇ ଦିଲ୍ଲୀ ଠୁ ପଲ୍ଲୀ ଯାଏଁ ଚର୍ଚ୍ଚା। ଏପଟେ ବନ୍ଦ ଦରଜା କୋଠରୀରେ ଚାଲିଛି ଦୁଇ ଦଳର ହାଇଲେବୁଲ ବୈଠକ। ଏହି ହାଇଲେବୁଲ ବୈଠକ ଦଳର ଶୀର୍ଷ ନେତାଙ୍କ ମଧ୍ୟରେ ଚାଲିଛି। ମେଣ୍ଟ ନେଇ ସବୁଠୁ ଚର୍ଚ୍ଚା ଚାଲୁଥିବାବଳେ ଅନ୍ୟ ନେତା-ମନ୍ତ୍ରୀ କି ବିଧାୟକ ଏହାକୁ ନେଇ ଟେର୍‌ ପାଉ ନାହାନ୍ତି। ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀରେ ଥିବା ୧୯-କୃଷକ ରୋଡସ୍ଥିତ ସରକାରୀ ବାସଭବନରେ ରାଜ୍ୟ ଭାଜପାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଏହି ବୈଠକରେ ଭାଜପା ଏବଂ ବିଜେଡି ମଧ୍ୟରେ ଆସନ ବୁଝାମଣାକୁ ନେଇ ଆଲୋଚନା ହୋଇଛି।

ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚାକୁ ନେଇ ଥମୁନି ଚର୍ଚ୍ଚା। ଏବେ ବି ଭିନ୍ନ ଭିନ୍ନ ମହଲରେ ଭିନ୍ନ ଭିନ୍ନ ଆଲୋଚନା ହେଉଛି । ଚା’ ଖଟିରୁ ଆରମ୍ଭ କରି ଦୋକାନ ବଜାର ହେଉ କି ଗାଁର ଭାଗବତ ଟୁଙ୍ଗୀ। କାହିଁକି ମେଣ୍ଟ ଘୋଷଣାରେ ବିଳମ୍ବ ହେଉଛି କିମ୍ବା ଆସନ ଭାଗବଣ୍ଟା କଣ ହୋଇପାରେ, ତାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଆକଳନ କରାଯାଉଛି । ସବୁଠି କିନ୍ତୁ ଗୋଟିଏ କଥା ଆଲୋଚନା ହେଉଛି ଯେ ଦିଲ୍ଲୀରେ ମେଣ୍ଟ ଡିଲ ସରିଛି, କେବଳ ସିଟ ବୁଝାମଣାକୁ ନେଇ କେଉଁଠି ଟିକିଏ କେଁ ଥିବାରୁ, ଘୋଷଣା ହୋଇପାରୁନି ।

ତେବେ କୁହାଯାଉଛି କି, ଦିଲ୍ଲୀରୁ ହୋଇପାରେ ଭାଜପା-ବିଜେଡି ମେଣ୍ଟ ସମ୍ପର୍କିତ ଘୋଷଣା । ପୂରା ଓଡ଼ିଶାର ନଜର ଅଟକିଛି ଦିଲ୍ଲୀ ଉପରେ । କାରଣ ବିଗତ କିଛି ଦିନ ଧରି ଦିଲ୍ଲୀରେ ଭାଜପାର ଶୀର୍ଷ ନେତତ୍ୱ ଘନ ଘନ ବୈଠକ କରୁଛନ୍ତି। ତେବେ ମେଣ୍ଟ ନେଇ ଯେତିକି ବିଳମ୍ବ ହେଉଛି ନିଜ ଅଞ୍ଚଳରେ ଦଖଲ ରଖିଥିବା ନେତାଙ୍କ ଛାତି ମଧ୍ୟ କମ୍ପୁଛି। ଭାଜପା-ବିଜେଡି କଣ୍ଟା ସାଜୁଛି ପୁରୀ-ଭୁବନେଶ୍ୱର। ପୁରୀରେ ସମ୍ବିତ ପାତ୍ର ଓ ଭୁବନେଶ୍ୱରରେ ଅପରାଜିତା ଷଡଙ୍ଗୀଙ୍କୁ ନେଇ ଏବେ ବି ଦ୍ୱନ୍ଦ ଲାଗି ରହିଛି। ଏହି ମେଣ୍ଟ ଭିତରେ ଦୁହିଁଙ୍କ ଆସନ ସ୍ଥିର ରହିବ ନା ଏ ଆସନ ବିଜେଡି ହାତକୁ ଚାଲିଯିବ ତାକୁ ନେଇ ସସପେନ୍ସ ଜାରି ରହିଛି।

ରାଜନୈତିକ ବିଶେଷଜ୍ଞନୁସାରେ, ବିଧାନସଭାରେ ବିଜେଡି ଶହେଠୁ କମ ଅର୍ଥାତ ୯୮ ବିଧାନସଭା ଆସନରେ ଲଢ଼ିବ, ଯେତେବେଳେ ବି ଲୋକସଭା ସିଟ ରହିବ ୮ । ଆଉ ଭାଜପା ୪୯ ବିଧାନସଭା ଆସନ ସହ ୧୩ ଲୋକସଭା ଆସନରେ ଲଢ଼ିବ ।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ଥିଲେ ମହିଳା, ଚାଷ ଜମିରୁ ଉଦ୍ଧାର ହେଲା ଗଳିତ ମୃତଦେହ: ପରିବାରରେ…

କୋକସରା, ୮।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼କେନ୍ଦୁଗୁଡ଼ା ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ମଙ୍ଗଳବାରଠାରୁ…

Mettle Meet 2026: ସିନିୟର୍ ଫାଇନାଲ୍‌ରେ ୮ ଟିମ୍‌, ଆସନ୍ତାକାଲି ବଡ଼ ଟକ୍କର

ଭୁବନେଶ୍ୱର,୮ା୮: ତୀବ୍ର ଓ ରୋମାଞ୍ଚକର ପ୍ରିଲିମ୍ସ ପ୍ରତିଯୋଗିତା ପରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ସିନିୟର ଫାଇନାଲ୍‌ ପାଇଁ ଦୌଡ଼ ସଙ୍କୁଚିତ ହୋଇଛି। କଡ଼ା ଟକ୍କର ଦେଇ…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା!

ଚେନ୍ନାଇ,୮।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏସ. ଜୋସେଫ ବିଜୟ କେନ୍ଦ୍ରର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ତାମିଲନାଡୁ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ଆଲୋଚନା କରିବା…

ହଷ୍ଟେଲ ଛାଡ଼ିଲେ ୧୪୦ ପିଲା, ବିଜେଡି-କଂଗ୍ରେସ ନେତା ବିଦ୍ୟାଳୟ ଗସ୍ତ କରି ସମସ୍ତ ଭିତ୍ତିଭୂମିର…

ଝରିଗାଁ,୮ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କ ନିମ୍ନମାନର ଖାଦ୍ୟ ଦେବା ସହ ଭିତ୍ତିଭୂମିର…

ଦାରିଙ୍ଗବାଡ଼ିରେ ବଢୁଛି ଲୁଟ୍‌, ଗୋଟିଏ ଘଟଣାରେ ୨ ଗିରଫ, ଆଉ ୩ ଘଟଣାରେ ପୋଲିସ ହାତଖାଲି

ଦାରିଙ୍ଗବାଡ଼ି,୮ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ଚୋରି ଘଟଣାରେ ପୋଲିସ ଶନିବାର ୨ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସୁରଜ…

ସୀମାଟପିଲାଣି ଦୁର୍ନୀତି: ଭିମାଗୁଡ଼ି-କର୍ଲାମୁଣ୍ଡା କଂକ୍ରିଟ ରାସ୍ତା ନିମ୍ନମାନର ନିର୍ମାଣ

ରିଷିଡା, ୮।୮ (ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକରେ ଦୁର୍ନୀତି ଦିନକୁ ଦିନ ସୀମା ଟପୁଥିବା ଅଭିଯୋଗ ହୋଇଛି। ବ୍ଲକ ଅଧିକାରୀଙ୍କ ଦାୟିତ୍ୱହୀନତା ତଥା ଅପାରଗତା ଯୋଗୁ ଠିକାଦାରଙ୍କ…

ଭୂତଳ କେବୁଲ ଯୋଗେ ଜିଲାପାଳ -ଏସ୍‌ପିଙ୍କ କାର୍ଯ୍ୟାଳୟକୁ ବିଦ୍ୟୁତ ସଂଯୋଗ

ଛତ୍ରପୁର, ୮।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବହୁଦିନର ଅପେକ୍ଷା ପରେ ଶନିବାର ଆଧୁନିକ ଯାନ୍ତ୍ରିକ ଜ୍ଞାନକୌଶଳରେ ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ୧୧ କେଭି ବିଶିଷ୍ଟ ଭୂତଳ କେବୁଲ ଯୋଗେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri