ତୃଣମୂଳସ୍ତରରେ ୫-ଟିର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ:ସରକାରୀ ସହାୟତାରୁ ବଞ୍ଚିତ ବିଧବା

ରସୁଲପୁର/ଯାଜପୁର ଟାଉନ, ୨-୯(ଡିଏନଏ)- ରାଜ୍ୟ ସରକାର ଜନସାଧାରଣଙ୍କ ହିତରେ ୫-ଟି (ଟାଇମ୍‌, ଟେକ୍ନୋଲୋଜି, ଟିମୱାର୍କ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫର୍ମରମେଶନ) ଫର୍ମୁଲାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାର ସୁଫଳ ତୃଣମୂଳସ୍ତରରେ ପହଞ୍ଚି ପାରୁନାହିଁ। କେବଳ ଜିଲା ପ୍ରଶାସନ ସଫଳତାକୁ ପ୍ରଚାର ପ୍ରସାର ଆଳରେ ୫-ଟି ମାନୁ ନ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସୀମିତ ରହିଛି। ସରକାରଙ୍କର ଏହି ଯୋଜନା କେତେଦୂର ସଫଳ ହୋଇଛି ତାହା ଅସହାୟ ବିଧବା ବବି ଦଳାଇଙ୍କ ଘଟଣାରୁ ସ୍ପଷ୍ଟ ଜଣାପଡ଼େ। ଯାଜପୁର ଜିଲା ରସୁଲପୁର ବ୍ଲକ ଅର୍ଥଗାଁ ପଞ୍ଚାୟତ ବଡଚଅପୋଇ ଗ୍ରାମର ଅସହାୟ ମହିଳା ବବି ଜିଲାରୁ ବ୍ଲକ ପର୍ଯ୍ୟନ୍ତ ଦୌଡ଼ାଦୌଡ଼ି କରି ବି ଏଯାଏ ସ୍ବାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ହାସଲ କରିବାରେ ବିଫଳ ହୋଇଛନ୍ତି। ଯାହାକି ପ୍ରଶାସନର କାର୍ଯ୍ୟ ଦକ୍ଷତା ଓ କାର୍ଯ୍ୟରେ ସ୍ବଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ପ୍ରକାଶ ଯେ, ବବିଙ୍କ ସ୍ବାମୀ ଅଜିତ୍‌ ଦଳାଇ ୫ ଏପ୍ରିଲ,୨୦୧୯ରେ ଋଣବୋଝ ସହି ନ ପାରି ଆତ୍ମହତ୍ୟା କରିଥିଲେ। ଏ ସମ୍ପର୍କରେ ଯାଜପୁର ସଦର ଥାନାରେ ଏକ ମାମଲା (ନଂ-୦୪/୧୯) ରୁଜୁ ହୋଇଥିଲା। ଯାଜପୁର ଜିଲା ମୁଖ୍ୟ ଚିକିତ୍ସାକେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାକୁ ୬ମାସ ପୂରିବ; କିନ୍ତୁ ଏପର୍ଯ୍ୟନ୍ତ ବବିଙ୍କୁ ସ୍ବାମୀଙ୍କ ମୃତ ପ୍ରମାଣପତ୍ର ଖଣ୍ଡିଏ ମିଳିପାରିଲା ନାହିଁ। ଏହାଛଡ଼ା ସ୍ବାମୀଙ୍କ ମୃତ୍ୟୁ ପରେ ବବି ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ପଡୋଶୀଙ୍କ ସହାୟତାରେ ମୃତ୍ୟୁ ପ୍ରମାଣପତ୍ରଟିଏ ପାଇବା ପାଇଁ ବବିଙ୍କୁ ୫୦୦ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ତଥାପି ସ୍ବାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ମିଳିପାରୁ ନାହିଁ। ଅପମୃତ୍ୟୁ ଘଟଣାକୁ ନେଇ ପୋଲିସ ନିକଟରୁ ଫର୍ମ-୩ରେ ରିପୋର୍ଟ ଆସିବାପରେ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କରାଯିବ ବୋଲି ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ମତ ରଖିଛନ୍ତି ା ଏ ନେଇ ଯାଜପୁର ସଦର ଥାନାଧିକାରୀ ବଂଶୀଧର ବେହେରାଙ୍କୁ ପଚାରିବାରୁ, ମୃତକଙ୍କ ପରିବାର ଲୋକ ଯାଜପୁର ପୌରପରିଷଦ କାର୍ଯ୍ୟାଳୟରୁ ଫର୍ମ-୩ ଆଣି ଥାନାରେ ଦେବା ପରେ ରିପୋର୍ଟ ପ୍ରଦାନ କରାଯିବ। ଏଥିସହ ଥାନାରୁ ରିପୋର୍ଟ ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଯୋଗ କରାଯାଇ ଦିଆଯିବ। ଉକ୍ତ ରିପୋର୍ଟ ଆଧାରରେ ମୃତକ ପରିବାରକୁ ପ୍ରମାଣପତ୍ର ଓ ଅନ୍ୟାନ୍ୟ ମୃତ୍ୟୁକାଳୀନ ସହାୟତା ମିଳିପାରିବ ବୋଲି ପ୍ରକାଶ କରିଛନ୍ତି। ଅପରପକ୍ଷେ ଆଜି ବି ଏହି ପରିବାର ଭଙ୍ଗା କୁଡ଼ିଆରେ ବସବାସ କରୁଛନ୍ତି। ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନା ଅପହଞ୍ଚ ହୋଇଛି। ଏ ଦିଗରେ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟରେ ସ୍ବଚ୍ଛତାକୁ ନେଇ ସାଧାରଣରେ ସନ୍ଦେହ ଉପୁଜିଛି। ଏସବୁ ବାଦ୍‌ ମହିଳାଙ୍କ ୮ବର୍ଷର ପୁଅ ଜନ୍ମରୁ ଦିବ୍ୟାଙ୍ଗ ଓ ୧୧ବର୍ଷର ଝିଅ ପୁଷ୍ଟିହୀନତାର ଶିକାର ହୋଇଛନ୍ତି ା ଉଭୟ ପଞ୍ଚାୟତରେ ମାଳିଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀରେ ପାଠ ପଢୁଛନ୍ତି। ଦିବ୍ୟାଙ୍ଗ ପ୍ରମାଣପତ୍ର ଥାଇ ବି ଶିଶୁପୁତ୍ରକୁ ଭତ୍ତା ମିଳି ନାହିଁ। ଏସବୁ ଘଟଣା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ଆଡୁଆଳରେ ରହିଯାଇଛି। ଏହିଭଳି ନାନା ସମସ୍ୟା ଦେଇ ଗତି କରୁଥିବା ଅନୁସୂଚିତ ଜାତିର ଏହି ପରିବାର ନିକଟରେ ୩୬ନଂ ଜୋନ୍‌ର ଜିଲାପରିଷଦ ସଦସ୍ୟ ଚତୁର୍ଭୁଜ ଦ୍ୱିବେଦୀ ପହଞ୍ଚତ୍ ଥିଲେ। ମହିଳାଙ୍କ ଦୁଃଖ ଶୁଣିବା ପରେ ସୋମବାର ସେ ଯାଜପୁର ଜିଲା ସହକାରୀ ଚିକିତ୍ସାଧିକାରୀ, ଜିଲା ସମାଜ ମଙ୍ଗଳ ଅଧିକାରୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ, ରସୁଲପୁର ବିଡିଓଙ୍କୁ ପତ୍ର ଜରିଆରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ

ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri