Posted inଫୁରସତ

ଡ୍ରାଇଭିଂ ଲାଇସେନ୍ସ ପାଇଁ ୯୬୦ ଟେଷ୍ଟ

ସିଓଲ: କିଛି ଜିନିଷ ହାସଲ କରିବାକୁ ହେଲେ ସେଥିପାଇଁ ଧୈର୍ଯ୍ୟ ରଖିବାକୁ ହୁଏ। ହେଲେ ୪ରୁ ୫ଥର କିମ୍ବା ୮ରୁ ୯ଥର ପ୍ରୟାସ କରିବା ପରେ ଯଦି ସେହି ଜିନିଷ ନ ମିଳେ, ସେତେବେଳେ ଆମେ ତା’ର ପାଇବା ଆଶା ଛାଡ଼ିଦେଉ। ହେଲେ ଏପରି ଜଣେ ମହିଳା ଅଛନ୍ତି, ଯାହାଙ୍କ ଧୈଯ୍ୟ ବହୁତ। ସାଉଥ୍‌ କୋରିଆର ୬୯ ବର୍ଷୀୟା ମହିଳା ଚା ସାସୁନ୍‌ଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ୧୮ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ମହିଳାଙ୍କୁ ଏହି ୧୮ ବର୍ଷ ମଧ୍ୟରେ ୯୬୦ ଥର ଟେଷ୍ଟ ଦେବାକୁ ପଡ଼ିଛି। ରିପୋର୍ଟ ଅନୁସାରେ, ପରିବା ବିକ୍ରି କରିବାକୁ ଉକ୍ତ ମହିଳାଙ୍କୁ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ଥିଲା। ସେଥିପାଇଁ ସେ ୨୦୦୫ ଏପ୍ରିଲରେ ପ୍ରଥମଥର ଡ୍ରାଇଭିଂ ଟେଷ୍ଟ ଦେଇଥିଲେ। ହେଲେ ସେଥିରେ ଫେଲ୍‌ ହୋଇଥିଲେ। ସେ ଧୈର୍ଯ୍ୟ ନ ହରାଇ ସପ୍ତାହରେ ୫ଥର ଯାଇ ଟେଷ୍ଟ ଦେବାକୁ ଲାଗିଲେ। ଏହିପରି ତାଙ୍କୁ ୩ ବର୍ଷ ମଧ୍ୟରେ ମୋଟ ୭୮୦ ଥର ଟେଷ୍ଟ ଦେବାକୁ ପଡ଼ିଛି। ଏହାପରେ ସେ ସପ୍ତାହକୁ ୨ ଥର ଟେଷ୍ଟ ଦେବାକୁ ଗଲେ। ଏହିଭଳି ୯୬୦ ଥର ଡ୍ରାଇଭିଂ ଟେଷ୍ଟ ଦେବା ପରେ ଯାଇ ତାଙ୍କୁ ନିକଟରେ ଲାଇସେନ୍ସ ମିଳିଛି। ଏହି ୧୮ ବର୍ଷ ମଧ୍ୟରେ ତାଙ୍କୁ ୧୧ହଜାର ପାଉଣ୍ଡ(ଭାରତୀୟ ମୁଦ୍ରାରେ ୧୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ) ଖର୍ଚ୍ଚ କରିବାକୁ ପଡ଼ିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସାଉଥ୍‌ କୋରିଆର ହ୍ୟୁଣ୍ଡାଇ କାର୍‌ ମାନୁଫ୍ୟାକ୍ଚରର ତାଙ୍କୁ ଏକ ନୂଆ ଗାଡ଼ି ଉପହାର ଆକାରରେ ଦେଇଥିଲେ, ଯାହାର ଦାମ୍‌ ୧୧,୬୪୦ ପାଉଣ୍ଡ(ଭାରତୀୟ ମୁଦ୍ରାରେ ୧୧ ଲକ୍ଷ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ)ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri