ସିଆରପି, ଏମ୍‌ବିକେ ଚୟନରେ ଅନିୟମିତତା ନେଇ ଅଭିଯୋଗ

ଡେରାବିଶ, ୨୮ା ୩ (ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ରତାଦିଆଖଣ୍ଡସାହି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଡେରାବିଶ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରଭତି ମଳିକ ଶୁଭାରମ୍ଭ କରିଥିଲେ। ସରପଞ୍ଚ ଶିଶିର ସାମଲ, ସମିତିସଭ୍ୟ ନିତ୍ୟାନନ୍ଦ ଭଦ୍ର, ରତାଦିଆ ଖଣ୍ଡସାହି ସମବାୟ ସମିତି ସଭାପତି ବିମଳକାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ ବିଡିଓ ଦାସରଥି ଜେନା ଉପସ୍ଥିତ ରହି ୧୩୮ଟି ଅଭିଯୋଗର ଶୁଣାଣି କରିଥିଲେ। ତେବେ କେତେକ ଅଭିଯୋଗର ତ୍ୱରିତ ସମାଧାନ ହୋଇଥିବା ବେଳେ ଅନ୍ୟ ଅଭିଯୋଗଗୁଡ଼ିକୁ ବିଭାଗୀୟ ଅଧିକାରୀଙ୍କ ନିକଟକୁ ବିଡିଓ ଜେନା ପଠାଇ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତହସିଲଦାର ଅକ୍ଷୟ ପରିଡା, ସିଡିପିଓ ସ୍ନେହଲତା ସାହୁ, ଏବିଡିଓ ଭଞ୍ଜକିଶୋର ନାୟକ, ବ୍ଲକ କାର୍ଯ୍ୟକ୍ରମ ଅଧିକାରୀ ସାବିତ୍ରୀ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବ୍ଲ୍ଳକ ପ୍ରଶାସନ ପକ୍ଷରୁ ୧୦ରୁ ଅଧିକ ଷ୍ଟଲ ଖୋଲାଯିବା ସହ ବିଭିନ୍ନ ବିଭାଗର ସମ୍ପ୍ରସାରଣ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର ଅଭିଯୋଗ ଗ୍ରହଣ କରିଥିଲେ। ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ସ୍ବାସ୍ଥ୍ୟ ଶିବିରରେ ଚାନ୍ଦୋଳ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. କ୍ରିଷ୍ଣା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଉପସ୍ଥିତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତେବେ ରାଶନ ସାମଗ୍ରୀ, ଭତ୍ତା, ଆବାସରୁ ବଞ୍ଚତ୍ତ ଥିବା ହିତାଧିକାରୀମାନେ ସେମାନଙ୍କ ଅଭିଯୋଗ ପ୍ରଦାନ କରିଥିଲେ। ନିକଟରେ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଜୀବିକା ମିଶନ ପକ୍ଷରୁ ଏମ୍‌ବିକେ ଓ ସିଆରପି ପଦ ପାଇଁ ଚୟନ ହୋଇଥିଲା। ହେଲେ ରତାଦିଆ ଖଣ୍ଡସାହି ପଞ୍ଚାୟତରେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ କେତେଗୋଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଅଭିଯୋଗ ଆଣିଥିଲେ। ସେହିପରି ପଞ୍ଚାୟତ ଅଧୀନ ୮ ନଂ. ୱାର୍ଡ଼ ସୋରିଷିଆ ଗଁାରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ କର୍ମୀଙ୍କ ନିଯୁକ୍ତି ନେଇ ନ୍ୟାୟାଳୟରେ ମାମଲା ବିଚାରାଧୀନ ଥିବା ବେଳେ କେନ୍ଦ୍ରରେ କର୍ମୀ ପଦବୀ ଖାଲିପଡ଼ିଛି। ଅନ୍ୟ ଏକ କେନ୍ଦ୍ରର କର୍ମୀ ସମ୍ପୃକ୍ତ ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ରର ଦାୟିତ୍ୱରେ ଥିବା ବେଳେ ଏହି କେନ୍ଦ୍ର ପାଇଁ ୮ ନଂ. ୱାର୍ଡର ସଭ୍ୟ ମଞ୍ଜୁଶା ନାୟକଙ୍କୁ ସିଡିପିଓ ଅଣଦେଖା କରି ଦାୟିତ୍ୱରେ ଥିବା ବିଭାଗୀୟ ସୁପରଭାଇଜରଙ୍କ ନାମରେ ବ୍ୟାଙ୍କ ଜମାଖାତା ଖୋଲି ସରକାରୀ ଅର୍ଥକୁ ହଡ଼ପ କରାଯାଉଥିବା ନେଇ ସିଡିପିଓଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ। ତେବେ ସିଡିପିଓ ଗ୍ରାମବାସୀଙ୍କୁ ଏହାର ଉତ୍ତର ଦେଇ ପାରିବେ ନାହିଁ ବୋଲି କହିବାରୁ ତାଙ୍କୁ ଗ୍ରାମବାସୀ ଘେରିଯିବା ସହ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିବା ଦେଖିବାକୁ ମିଳିଥିଲା। ଏଥିରେ ସରପଞ୍ଚ ସାମଲ ହସ୍ତକ୍ଷେପ କରିବାରୁ ଘଟଣା ପ୍ରଶମିତ ହୋଇଥିଲା। ଏଥିରେ ମତ୍ସ୍ୟ ବିଭାଗ ଅଧିକାରୀ ରଶ୍ମି ରଞ୍ଜନ ଦାସ, ସହକାରୀ ଅଧିକାରୀ ସରସ୍ବତୀ ସେଠୀ, ସୌମ୍ୟରଞ୍ଜନ ବଳ, ସହକାରୀ ସାମାଜିକ ସୁରକ୍ଷା ଅଧିକାରୀ ଚୌଧୁରୀ ଦୀପକ କୁମାର ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହାକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଝୁନିଲତା ମଲିକ, ମଦନ ମୋହନ ସାହୁ ଓ ପଞ୍ଚାୟତର ଯୁବକମାନେ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri