Posted inଜାତୀୟ

୯୪.୭ କୋଟି ସାଇବର ଆକ୍ରମଣ ରୋକାଯାଇଛି

ନୂଆଦିଲ୍ଲୀ,୨୩ା୮: ଭାରତରେ ସାଇବର ଆକ୍ରମଣ ମହାମାରୀ ଭଳି ବ୍ୟାପିଚାଲିଛି। ନିକଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଦ୍ୱିତୀୟ ତ୍ରୈମାସିକରେ ଦେଶରେ ୯୪.୭ କୋଟିରୁ ଊର୍ଦ୍ଧ୍ୱ ସାଇବର ଆକ୍ରମଣକୁ ରୋକାଯାଇଛି। ସାରା ବିଶ୍ୱରେ ୧୧୦ କୋଟି ସାଇବର ଆକ୍ରମଣକୁ ପଣ୍ଡ କରାଯାଇଛି। ପ୍ରଥମ ତ୍ରୈମାସିକ ତୁଳନାରେ ଦ୍ୱିତୀୟ ତ୍ରୈମାସିକରେ ଭାରତୀୟ ଓ୍ବେବ୍‌ସାଇଟଗୁଡ଼ିକରେ ସାଇବର ଆକ୍ରମଣ ୯୦ ପ୍ରତିଶତ ବଢ଼ିଥିବା ଟାଟା କ୍ୟାପିଟାଲର ଷ୍ଟାର୍ଟଅପ୍‌ ସଂସ୍ଥା ଇଣ୍ଡୁସ୍‌ଫେସ୍‌ ପକ୍ଷରୁ କୁହାଯାଇଛି।
ମୁଖ୍ୟତଃ ବ୍ୟାଙ୍କିଙ୍ଗ୍‌, ବୀମା ଏବଂ ସ୍ବାସ୍ଥ୍ୟସେବା ସେକ୍ଟର ସର୍ବାଧିକ ପ୍ରଭାବିତ ହେଉଛନ୍ତି। ଏହି ଶିଳ୍ପଗୁଡ଼ିକର ପ୍ରତି ଓ୍ବେବ୍‌ସାଇଟ୍‌ରେ ବୋଟ୍‌ ଆଟାକ୍‌ ହେଉଛି। ପ୍ରଥମ ତ୍ରୈମାସିକ ତୁଳନାରେ ଦ୍ୱିତୀୟ ତ୍ରୈମାସିକରେ ଏଭଳି ଆକ୍ରମଣ ୪୮ ପ୍ରତିଶତ (୨୦ ନିୟୁତ)କୁ ବୃଦ୍ଧି ପାଇଛି। ସେହିପରି ଡିଡିଓଏସ୍‌ (ଡିଷ୍ଟ୍ରିବ୍ୟୁଟେଡ୍‌ ଡେନିଆଲ ଅଫ୍‌ ସର୍ଭିସ) ଆକ୍ରମଣ ମଧ୍ୟ ଯଥେଷ୍ଟ ବଢ଼ିଛି। ପ୍ରଥମ ତ୍ରୈମାସିକ ତୁଳନାରେ ଏହା ୭୫ ପ୍ରତିଶତ ବଢ଼ିଥିବା କୁହାଯାଉଛି। ସାରା ବିଶ୍ୱରେ ମୋଟ ଡିଡିଓଏସ୍‌ ଆକ୍ରମଣ ୮୭,୨୧,୦୫,୮୨୬ ହୋଇଥିବାବେଳେ ମୋଟ ବୋଟ୍‌ ଆକ୍ରମଣ ୮,୮୧,୮୬,୮୬୮ ହୋଇଛି। ସାରା ବିଶ୍ୱରେ ସାଇବର ଆକ୍ରମଣ ବଢ଼ିଥିଲେ ମଧ୍ୟ ଭାରତ ଭଳି କୌଣସି ଦେଶରେ ଏହା ୯୦ ପ୍ରତିଶତ ବଢ଼ିନାହିଁ ବୋଲି ଇଣ୍ଡୁସ୍‌ଫେସ୍‌ର ସିଇଓ ଆଶିଷ ଟଣ୍ଡନ କହିଛନ୍ତି। ଡିଡିଓଏସ୍‌ ସବୁଠୁ ବିପଜ୍ଜନକ ଭେକ୍ଟର ପାଲଟିଛି। ଡିଡିଓଏସ୍‌ ଆକ୍ରମଣର ଗୁରୁତର ମିଥ୍ୟା ପଜିଟିଭ୍‌ ପରିଣାମ ସତ୍ତ୍ୱେ ବାସ୍ତବ ୟୁଜରମାନଙ୍କ ପାଇଁ ଉଦ୍ୟୋଗୀମାନେ ଆପ୍ଲିକେଶନ ଉପଲବ୍ଧତା ଉପରେ ପ୍ରାଥମିକତା ଦେଇଆସୁଛନ୍ତି। ସେଥିପାଇଁ ଅଧିକାଂଶ ଡିଡିଓଏସ୍‌ ହ୍ରାସ ପଦ୍ଧତି ପରିବର୍ତ୍ତିତ ସ୍ଥିତିରେ ଭଲ ଭାବେ ଉପଯୋଗ ହୋଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri