ମଣ୍ଡିରୁ ୯୨ କୁଇଣ୍ଟାଲ ଧାନ ଜବତ

ମାଲକାନଗିରି, ୧୭।୧ (ଡି.ଏନ.ଏ.)  ମାଲକାନଗିରି ଜିଲାରେ ଯୋଗାଣ ବିଭାଗ ଚଢାଉ କରି ମଣ୍ଡିରୁ ୯୨ କୁଇଣ୍ଟାଲ ଧାନ ଜବତ କରିଛି। ଫଳରେ ଜିଲାରେ ଯେ ମଣ୍ଡି ସୁରୁଖୁରୁରେ ଚାଲିନି ଏହା ସ୍ପଷ୍ଟ ହୋଇଛି। ଜିଲାର ବିଭିନ୍ନ ମଣ୍ଡିରେ ଧାନ ବିକ୍ରି ସମୟରେ ଦଲାଲମାନେ ଉପସ୍ଥିତ ରହୁଥିବା ସୂଚନା ପାଇ ଜିଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢାଉ କରିଥିଲେ। ୩ଟି ମଣ୍ଡିରୁ ଚଢାଉ ସମୟରେ ୯୨ କୁଇଣ୍ଟାଲ ଧାନ ଜବତ ହୋଇଛି। ଏହି ଧାନ ବିକ୍ରି କରୁଥିବା ଲୋକେ ଉପଯୁକ୍ତ ପ୍ରମାଣପତ୍ର ଦେଇ ନ ପାରିବାରୁ ଏହି ଧାନ ଜବତ କରାଯାଇଥିବା ରଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍‌: ୫ ବର୍ଷ ପରେ ତାମିଲନାଡୁରୁ ଗିରଫ ହେଲେ ଦମ୍ପତି

ମାଲକାନଗିରି,୨୯ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସଦର ମହକୁମାର ଏକ ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି ମାମଲାରେ ତାମିଲନାଡୁର ଏକ ଦମ୍ପତି ଗିରଫ ହୋଇଛନ୍ତି।ଏନେଇ ମାଲକାନଗିରି ଏସ୍‌ପି ବିନୋଦ…

ମାଲକାନଗିରି ପୋଲିସକୁ ଆଉ ଏକ ବଡ଼ ସଫଳତା: ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି,୨୮ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସକୁ ପୁଣିଥରେ ଏକ ବଡ଼ ସଫଳତା ମିଳିଛି। ମାଓବାଦୀଙ୍କ ଡମ୍ପ୍‌ ଠାବ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri