ବିଶ୍ୱର ୯୦ ପ୍ରତିଶତ ଅର୍ଥନୀତି ଜଳପଥ ଉପରେ ନିର୍ଭରଶୀଳ

ପାରାଦୀପ,୨୮।୯(ସ୍ବ.ପ୍ର.): ବିଶ୍ୱରେ ଥିବା ବନ୍ଦରଗୁଡ଼ିକରେ ବୁଧବାର ବିଶ୍ୱ ନୌବାଣିଜ୍ୟ ଦିବସ ପାଳନ ହେବ। ଏହି କ୍ରମରେ ଆମ ଦେଶର ଦ୍ୱିତୀୟ ବୃହତ୍‌ ବନ୍ଦର ପାରାଦୀପରେ ବିଭିନ୍ନ ଏଜେନ୍ସିଗୁଡିକ ଏହି ଦିବସ ପାଳନ କରୁଛନ୍ତି। ଏ ନେଇ ପାରାଦୀପ ବନ୍ଦରର ୱେଟବେସିନଠାରେ ବୁଧବାର ପୂର୍ବାହ୍ନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଓ ସାରେ ସେମିନାର ହେବ। ଏଥିରେ ପାରାଦୀପ ବନ୍ଦରରେ ଥିବା ବ୍ୟବହାରକାରୀ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେବେ। ଚଳିତବର୍ଷ ବିଶ୍ୱସ୍ତରରେ ଆଇ ଏମ ଓ (ଇଣ୍ଟରନ୍ୟାଶନାଲ ମେରିଟାଇମ ଅର୍ଗାନାଇଜେଶନ)ର ବାର୍ତ୍ତା ରହିଛି ସବୁଜ ପୋର୍ଟ ଓ ପରିବହନ ବ୍ୟବସ୍ଥା। ଏସମ୍ପର୍କରେ ବନ୍ଦର ବ୍ୟବହାରକାରୀ ସଂସ୍ଥା ଏସିଇ କମର୍ସିଆଲ ମ୍ୟାନେଜର ଅକ୍ଷୟ ଚନ୍ଦ୍ର ସୂତାର କୁହନ୍ତି, ବିଶ୍ୱର ୯୦ ପ୍ରତିଶତ ଅର୍ଥନୀତି ଓ ୭୮ ପ୍ରତିଶତ ପଣ୍ୟ କାରବାର ଏବେ ଜଳପଥ ଉପରେ ନିର୍ଭରଶୀଳ। ଏଥିପାଇଁ ବିକାଶଶୀଳ ଓ ବିକଶିତ ଦେଶ ସମୂହ ଅଧିକ ବନ୍ଦର ନିର୍ମାଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଯେଉଁ ଦେଶରେ ଯେତେ ଅଧିକ ବନ୍ଦର ରହିଛି, ସେ ଦେଶ ସେତିକି ଅଭିବୃଦ୍ଧି କରୁଛି। ସେଥିପାଇଁ ଆମ ଦେଶ ଓ ରାଜ୍ୟ ଏବେ ଅଧିକ ବନ୍ଦର ନିର୍ମାଣ କରିବା ଉପରେ ଗୁରୁତ୍ୱ ଦେଲାଣି। ଏକଦା ପାରାଦୀପ ଏକମାତ୍ର ବନ୍ଦର ଥିଲା। ଏବେ ରାଜ୍ୟରେ ଆଉ ଦୁଇଟି ଘରୋଇ ବନ୍ଦର ପ୍ରତିଷ୍ଠା ହୋଇଛି। ତାହା ହେଲା ଧାମରା ଓ ଗୋପାଳପୁର। ରାଜ୍ୟ ସରକାର ଗତ ୫ ବର୍ଷ ମଧ୍ୟରେ ଏକାଧିକ ସ୍ଥାନରେ ନଦୀ ଭିତ୍ତିକ ବନ୍ଦର କରିବା ପାଇଁ ସ୍ବୀକୃତି ଦେଲେଣି। ଏପରିକି ପାରାଦୀପର ଇଫ୍‌କୋ କାରଖାନା ପଛରେ ଏକ ନଦୀ ଭିତ୍ତିକ ବନ୍ଦର ଗତ ଏପ୍ରିଲ ମାସରେ ଲୋକାର୍ପଣ ହୋଇସାରିଛି। ଏଏମ୍‌ଏନ୍‌ଏସ୍‌ (ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ)କମ୍ପାନୀ ତାର ଏକ ନଦୀ ଭିତ୍ତିକ ବନ୍ଦର କରିବା ପାଇଁ ଯାଉଛି। ଏନେଇ ପରିବେଶ ସମ୍ବନ୍ଧୀୟ ଜନଶୁଣାଣି ସେପ୍ଟେମ୍ବର ୩୦ରେ ହେବ। ଏହାବାଦ କେନ୍ଦ୍ରାପଡ଼ା ଜିଲାର ହୁକିଟୋଲା, ବାଲେଶ୍ୱର ଜିଲାର କଷାଫଳ, ଚନ୍ଦ୍ରଭାଗା ସମେତ ଅନ୍ୟ ୬ ଟି ସ୍ଥାନରେ ନଦୀଭିତ୍ତିକ ବନ୍ଦର କରିବାକୁ ଚୁକ୍ତିନାମା ସରକାରୀ ଭାବେ ଶେଷ ହୋଇଛି।
ଏକଦା ଓଡ଼ିଶା ନୌବାଣିଜ୍ୟ କାରବାର ପାଇଁ ପ୍ରସିଦ୍ଧ ଥିଲା। ବଣିକମାନେ ସମୁଦ୍ର ପଥରେ ପଣ୍ୟ କାରବାର କରୁଥିଲେ ବୋଲି ଐତିହାସିକ ତଥ୍ୟ ରହିଛି। ଏପରିକି ଆମ ସଂସ୍କୃତିରେ କାର୍ତ୍ତିକ ପୂର୍ଣ୍ଣିମା ଡଙ୍ଗାଭସା କାର୍ଯ୍ୟକ୍ରମ ରହିଛି। ସାଧବାଣୀ ଓ ସାଧବ ଘଟଣାକୁ ନେଇ ଖୁଦୁରୁକୁଣୀ ଓଷା କରାଯାଉଛି। ସେହି ପରମ୍ପରା ଏବେ ଆଧୁନିକ ଯୁଗର ପ୍ରମୁଖ ମାଧ୍ୟମ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri