ପାରାଦୀପ,୨୮।୯(ସ୍ବ.ପ୍ର.): ବିଶ୍ୱରେ ଥିବା ବନ୍ଦରଗୁଡ଼ିକରେ ବୁଧବାର ବିଶ୍ୱ ନୌବାଣିଜ୍ୟ ଦିବସ ପାଳନ ହେବ। ଏହି କ୍ରମରେ ଆମ ଦେଶର ଦ୍ୱିତୀୟ ବୃହତ୍ ବନ୍ଦର ପାରାଦୀପରେ ବିଭିନ୍ନ ଏଜେନ୍ସିଗୁଡିକ ଏହି ଦିବସ ପାଳନ କରୁଛନ୍ତି। ଏ ନେଇ ପାରାଦୀପ ବନ୍ଦରର ୱେଟବେସିନଠାରେ ବୁଧବାର ପୂର୍ବାହ୍ନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଓ ସାରେ ସେମିନାର ହେବ। ଏଥିରେ ପାରାଦୀପ ବନ୍ଦରରେ ଥିବା ବ୍ୟବହାରକାରୀ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେବେ। ଚଳିତବର୍ଷ ବିଶ୍ୱସ୍ତରରେ ଆଇ ଏମ ଓ (ଇଣ୍ଟରନ୍ୟାଶନାଲ ମେରିଟାଇମ ଅର୍ଗାନାଇଜେଶନ)ର ବାର୍ତ୍ତା ରହିଛି ସବୁଜ ପୋର୍ଟ ଓ ପରିବହନ ବ୍ୟବସ୍ଥା। ଏସମ୍ପର୍କରେ ବନ୍ଦର ବ୍ୟବହାରକାରୀ ସଂସ୍ଥା ଏସିଇ କମର୍ସିଆଲ ମ୍ୟାନେଜର ଅକ୍ଷୟ ଚନ୍ଦ୍ର ସୂତାର କୁହନ୍ତି, ବିଶ୍ୱର ୯୦ ପ୍ରତିଶତ ଅର୍ଥନୀତି ଓ ୭୮ ପ୍ରତିଶତ ପଣ୍ୟ କାରବାର ଏବେ ଜଳପଥ ଉପରେ ନିର୍ଭରଶୀଳ। ଏଥିପାଇଁ ବିକାଶଶୀଳ ଓ ବିକଶିତ ଦେଶ ସମୂହ ଅଧିକ ବନ୍ଦର ନିର୍ମାଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଯେଉଁ ଦେଶରେ ଯେତେ ଅଧିକ ବନ୍ଦର ରହିଛି, ସେ ଦେଶ ସେତିକି ଅଭିବୃଦ୍ଧି କରୁଛି। ସେଥିପାଇଁ ଆମ ଦେଶ ଓ ରାଜ୍ୟ ଏବେ ଅଧିକ ବନ୍ଦର ନିର୍ମାଣ କରିବା ଉପରେ ଗୁରୁତ୍ୱ ଦେଲାଣି। ଏକଦା ପାରାଦୀପ ଏକମାତ୍ର ବନ୍ଦର ଥିଲା। ଏବେ ରାଜ୍ୟରେ ଆଉ ଦୁଇଟି ଘରୋଇ ବନ୍ଦର ପ୍ରତିଷ୍ଠା ହୋଇଛି। ତାହା ହେଲା ଧାମରା ଓ ଗୋପାଳପୁର। ରାଜ୍ୟ ସରକାର ଗତ ୫ ବର୍ଷ ମଧ୍ୟରେ ଏକାଧିକ ସ୍ଥାନରେ ନଦୀ ଭିତ୍ତିକ ବନ୍ଦର କରିବା ପାଇଁ ସ୍ବୀକୃତି ଦେଲେଣି। ଏପରିକି ପାରାଦୀପର ଇଫ୍କୋ କାରଖାନା ପଛରେ ଏକ ନଦୀ ଭିତ୍ତିକ ବନ୍ଦର ଗତ ଏପ୍ରିଲ ମାସରେ ଲୋକାର୍ପଣ ହୋଇସାରିଛି। ଏଏମ୍ଏନ୍ଏସ୍ (ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ)କମ୍ପାନୀ ତାର ଏକ ନଦୀ ଭିତ୍ତିକ ବନ୍ଦର କରିବା ପାଇଁ ଯାଉଛି। ଏନେଇ ପରିବେଶ ସମ୍ବନ୍ଧୀୟ ଜନଶୁଣାଣି ସେପ୍ଟେମ୍ବର ୩୦ରେ ହେବ। ଏହାବାଦ କେନ୍ଦ୍ରାପଡ଼ା ଜିଲାର ହୁକିଟୋଲା, ବାଲେଶ୍ୱର ଜିଲାର କଷାଫଳ, ଚନ୍ଦ୍ରଭାଗା ସମେତ ଅନ୍ୟ ୬ ଟି ସ୍ଥାନରେ ନଦୀଭିତ୍ତିକ ବନ୍ଦର କରିବାକୁ ଚୁକ୍ତିନାମା ସରକାରୀ ଭାବେ ଶେଷ ହୋଇଛି।
ଏକଦା ଓଡ଼ିଶା ନୌବାଣିଜ୍ୟ କାରବାର ପାଇଁ ପ୍ରସିଦ୍ଧ ଥିଲା। ବଣିକମାନେ ସମୁଦ୍ର ପଥରେ ପଣ୍ୟ କାରବାର କରୁଥିଲେ ବୋଲି ଐତିହାସିକ ତଥ୍ୟ ରହିଛି। ଏପରିକି ଆମ ସଂସ୍କୃତିରେ କାର୍ତ୍ତିକ ପୂର୍ଣ୍ଣିମା ଡଙ୍ଗାଭସା କାର୍ଯ୍ୟକ୍ରମ ରହିଛି। ସାଧବାଣୀ ଓ ସାଧବ ଘଟଣାକୁ ନେଇ ଖୁଦୁରୁକୁଣୀ ଓଷା କରାଯାଉଛି। ସେହି ପରମ୍ପରା ଏବେ ଆଧୁନିକ ଯୁଗର ପ୍ରମୁଖ ମାଧ୍ୟମ ପାଲଟିଛି।
Posted inଆମ ଜିଲା ଖବର, ଜଗତ୍ସିଂହପୁର View All
ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…
ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...
କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ
ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...
ପଲିଥିନ୍ କାରଖାନାରେ ଲାଗିଲା ନିଆଁ
କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...
ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ଆସିଲା ବଡ଼ ଟୁଇଷ୍ଟ: ଅର୍ପିତାଙ୍କୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ସ୍ତ୍ରୀ ଶ୍ରୀୟା
ବଲାଙ୍ଗୀର,୮।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟିଟିଲାଗଡ଼ରେ ରବିବାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାଇଁ ଥିଲା ଶ୍ରଦ୍ଧାଞ୍ଜଳି ସଭା। ଏହି ସଭାରେ ଅଭିନେତା ଅନୁଭବ ମହାନ୍ତି, ଅସିମା...
ପିକ୍ନିକ୍ ସ୍ପଟ୍ ଶାନ୍ତିବନ: ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଆଧ୍ୟାତ୍ମିକ ଭାବନା
କର୍ଲାମୁଣ୍ଡା,୮ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ. ରାମପୁର ବ୍ଲକ୍ ମସ୍କାଦାଣ୍ଡି ଗ୍ରାମ ସୀମାରେ ରହିଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ।...
ହ୍ୟୁମାନଙ୍କ ଗୀତ ଶୁଣି ଷ୍ଟେଜ୍ରେ କାନ୍ଦି ପକାଇଲେ ମା’-ସ୍ତ୍ରୀ-ଝିଅ
ବଲାଙ୍ଗୀର,୮ା୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶାର ସୁନାମଧନ୍ୟ ଗାୟକ ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ଼ର ବୟଜ ହାଇସ୍କୁଲ ପଡ଼ିଆରେ ଓଡ଼ିଶା କଳାକାର ଏକତା ମଞ୍ଚ ପକ୍ଷରୁ ରବିବାର...
ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ
ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...
କେନାଲ ଭିତରକୁ ପଶିଗଲା କାର୍
ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...
Archives


