Posted inଜାତୀୟ

ମୋଦି ସରକାରଙ୍କୁ ପୂରଣ ହେଲା ୯ ବର୍ଷ

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତା ହାତେଇବାକୁ ୯ ବର୍ଷ ହୋଇଯାଇଛି। ୨୬ ମେ ୨୦୧୪ରେ ନରେନ୍ଦ୍ର ମୋଦି କେନ୍ଦ୍ର ସରକାରଙ୍କ ଶାସନ ଭାର ସମ୍ଭାଳିଥିଲେ। ୨୦୧୪ରେ ମୋଦି ଲହରରେ ବସି ଭାରତୀୟ ଜନତା ପାର୍ଟି(ଭାଜପା) ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ପୁଣି ୨୦୧୯ରେ ଆସିଥିବା ମୋଦି ସୁନାମିରେ ବିରୋଧୀ ଦଳଙ୍କ ବହୁ ପୁରୁଣା ଗଡ଼ ବି ଭାଙ୍ଗି ଯାଇଥିଲା। ମୋଦିଙ୍କ ଚେହେରାକୁ ନେଇ ଭାଜପା ୩୦୩ ଲୋକ ସଭା ଆସନରେ ବିଜୟୀ ହୋଇଥିଲା।

୨୦୧୪ରେ କ୍ଷମତାର କେନ୍ଦ୍ରରେ ପ୍ରତିଷ୍ଠିତ ମୋଦି ସରକାର ଏହି ସମୟ ମଧ୍ୟରେ ଅନେକ ପ୍ରମୁଖ ନିଷ୍ପତ୍ତି ନେଇଥିଲେ। ସାଧାରଣ ଜନତାଙ୍କୁ ଉପକୃତ କରୁଥିବା ଯୋଜନା ଏବଂ ଭିତ୍ତିଭୂମି କ୍ଷେତ୍ରରେ ବିପୁଳ ପୁଞ୍ଜି ବିନିଯୋଗ ସହିତ ଅନେକ ନିଷ୍ପତ୍ତି ମୋଦି ସରକାରଙ୍କ ଗ୍ରହଣୀୟତାକୁ ବଢାଇ ଦେଇଛି। ଏହି ୯ ବର୍ଷ ମଧ୍ୟରେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକାଳ ମଧ୍ୟରେ ଲୋକଙ୍କ ସ୍ବଚ୍ଛ ଭାରତ ଅଭିଆନ ଅଧୀନରେ ଥିବା ଗ୍ରାମ ଓ ସହରରେ ୧୨ କୋଟି ଶୌଚାଳୟ ନିର୍ମାଣ କରାଯାଇଥିଲା। ମୋଦି ସରକାରଙ୍କ ଜନ ଧନ ଯୋଜନା ଅଧୀନରେ ସାରା ଦେଶରେ ୪୮.୯୩ କୋଟି ଲୋକ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି। ଏହି ଖାତା ଶୂନ୍ୟ ବାଲାନ୍ସରୁ ଆରମ୍ଭ ହୋଇଥାଏ। ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଦ୍ରା ଯୋଜନାରେ ଲୋକଙ୍କୁ କୌଣସି ଗ୍ୟାରେଣ୍ଟି ବିନା ଶସ୍ତା ଋଣ ଦିଆଯାଇଥିଲା। ଏହି ଯୋଜନା ଅଧୀନରେ ୪୦.୮୨ କୋଟି ଲୋକଙ୍କୁ ଏପର୍ଯ୍ୟନ୍ତ ୨୩.୨ ଲକ୍ଷ କୋଟି ଟଙ୍କା ଋଣ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ୩,୪୫ କୋଟି ଘର ର୍ନିମାଣ କରାଯାଇଥିଲା। ମୋଦୀ ସରକାରଙ୍କ ଉଜ୍ୱଳା ଯୋଜନା ଅନୁଯାୟୀ ୯.୫୯ କୋଟି ପରିବାର ଏଲପିଜି ସଂଯୋଗ ପାଇପାରିବେ। କେନ୍ଦ୍ର ସରକାରଙ୍କ ଜନ ଆରୋଗ୍ୟ ଯୋଜନା ଅଧୀନରେ୪.୪୪ କୋଟି ଲୋକ ଚିକିତ୍ସିତ ହୋଇଥିଲେ। ମୋଦି ସରକାରଙ୍କ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ସାରା ଦେଶରେ ୧୨ କୋଟି ଚାଷୀଙ୍କୁ ୬,୦୦୦ ଟଙ୍କା ସହାୟତା ଦିଆଯାଉଛି।

ମୋଦୀ ସରକାରଙ୍କ ହର ଘର ଜଳ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୧୧.୬୬କୋଟି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଏଥି ସହିତ କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା କୋଭିଡ ଟୀକାକରଣରେ ଏପର୍ଯ୍ୟନ୍ତ ୨୨୦.୬୭ କୋଟି ଟିକା ଡୋଜ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri